Categories
ଆଞ୍ଚଳିକ

ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ନୂତନ ରାଜ୍ୟ ସଂଯୋଜକ

ଭୁବନେଶ୍ୱର : ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ନୂତନ ରାଜ୍ୟ ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି । ସମାଜସେବୀ, ସାମ୍ବାଦିକ ତଥା ଆଇନଜୀବୀ ଲିଙ୍ଗରାଜ ସାହୁଙ୍କୁ ଏହି ଦାୟିତ୍ୱ ଅର୍ପଣ କରାଯାଇଛି । ଭୁବନେଶ୍ୱରର ଉତ୍କଳ ସାମ୍ବାଦିକ ଭବନଠାରେ ଏହି ଅବସରରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଜାତୀୟ ସମ୍ପାଦକ ଡ଼ ବିପିନ ବିହାରୀ ମିଶ୍ର ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ସମାଜରେ ଦିନକୁ ଦିନ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ସାଧାରଣ ଜନତା ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଦୁର୍ନୀତିର ପ୍ରାଦୁର୍ଭାକୁ କିଛି ମାତ୍ରାରେ ପ୍ରତିହତ କରିବା ପାଇଁ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ପକ୍ଷରୁ ଓଡ଼ିଶା ରାଜ୍ୟ ସଭାପତି ଭାବେ ଆଇନଜୀବୀ କିଶୋର ଚନ୍ଦ୍ର କର, ସମ୍ପାଦକ ଇଂ ବିପିନ ବିହାରୀ ନାୟକ ସମେତ ବିଭିନ୍ନ ଜିଲ୍ଲାର କର୍ମକର୍ତା ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ୱରର ଉତ୍କଳ ସାମ୍ବାଦିକ ଭବନଠାରେ ଅନୁଷ୍ଠିିତ ହୋଇଯାଇଛି। ସମାଜରେ ଦିନକୁ ଦିନ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ସାଧାରଣ ଜନତା ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଦୁର୍ନୀତିର ପ୍ରାଦୁର୍ଭାକୁ କିଛି ମାତ୍ରାରେ ପ୍ରତିହତ କରିବା ପାଇଁ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ପକ୍ଷରୁ ଏହି ସମ୍ମିଳନୀ କରାଯାଇଛି।

ସର୍ବଭାରତୀୟ ସାଧାରଣ ସମ୍ପାଦକ ଡଃ ବିପିନ ବିହାରୀ ମିଶ୍ର, ଉପସଭାପତି ଡ. ସୁକାନ୍ତି ମିଶ୍ର ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହିତ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ନବ ନିର୍ବାଚିତ ଓଡ଼ିଶା ରାଜ୍ୟ ସଭାପତି ଭାବେ ଆଇନଜୀବୀ କିଶୋର ଚନ୍ଦ୍ର କରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଏଥିସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସଭାପତି ଓ କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ରାଜ୍ୟ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ସମ୍ପାଦକ ଇଂ ବିପିନ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ସମସ୍ତ କର୍ମକର୍ତ୍ତା ସାଧୁତା ଓ ନିର୍ଭିକତା ଭାବରେ କାର୍ଯ୍ୟ କରିବା ପାଇଁ ଶପଥ ନେଇଥିଲେ।

ଏହି ସମ୍ମିଳନୀରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର କାର୍ଯ୍ୟକ୍ରମ ସଂଯୋଜକ ବାଳକୃଷ୍ଣ ରାଉତ, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁରେଶ ଚୌଧୁରୀ, ସମ୍ପାଦକ ମାନସ ଦାସ, ରାଜ୍ୟ ଉପସଭାପତି ଡ. ଶିବ ବେହେରା, ଅନୁଗୁଳ ଜିଲ୍ଲା ସଭାପତି ଧୀରମୋହନ ରାୟ, ସମ୍ପାଦକ ଆଶୁତୋଷ ଦାସ, ପୁରୀ ଜିଲ୍ଲା ସଭାପତି ଦୀନମଣି ଦେବୀ, ବ୍ରହ୍ମପୁର ଜିଲ୍ଲା ସଭାପତି ରବି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସର୍ବଭାରତୀୟ ସାଧାରଣ ସମ୍ପାଦକଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସର୍ବଭାରତୀୟ ସାଧାରଣ ସମ୍ପାଦକ ଡ଼କ୍ଟର ବିପିନ ବିହାରୀ ମିଶ୍ର ୫ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଡ଼କ୍ଟର ମିଶ୍ରଙ୍କୁ ଓଡ଼ିଶାର ସାଧାରଣ ସମ୍ପାଦକ ଲା ଇଂ ବିପିନ ବିହାରୀ ନାୟକ, ଅର୍ଥବିଭାଗ ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର, ସଂସ୍ଥାର କୋଅର୍ଡ଼ିନେଟର ବାଳକୃଷ୍ଣ ରାଉତ, କଟକର ସମ୍ପାଦକ ଅଶୋକ ମହାପାତ୍ର ଓ ଶ୍ରମ ସଂସ୍କାର କର୍ମକର୍ତ୍ତା ଶ୍ୟାମସୁନ୍ଦର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଡ଼କ୍ଟର ମିଶ୍ରଙ୍କର ଓଡ଼ିଶା ଗ୍ରସ୍ତ ଏହି ସଂସ୍ଥାର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି କିପରି ଜନସାଧାରଣଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ ।