Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଇତିହାସ ରଚିଲା ଭାରତୀୟ ମହିଳା ଦଳ: ଇଂଲଣ୍ଡକୁ ହରାଇ ଜିତିଲା ପ୍ରଥମ ଅଣ୍ଡର-୧୯ ଟି-୨୦ ବିଶ୍ୱକପ

ନୂଆଦିଲ୍ଲୀ: ଆଜି ଖେଳାଯାଇଥିବା ଅଣ୍ଡର -୧୯ ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରି ଭାରତୀୟ ମହିଳା ଦଳ ଇତିହାସ ସୃଷ୍ଟି କରିଛି। ମହିଳା ଅଣ୍ଡର -୧୯ ବିଶ୍ୱକପ ଟାଇଟଲ ଜିତିବାରେ ଭାରତ ପ୍ରଥମ ଦେଶ ହେଲା। ତିନିଟି ୱିକେଟ୍ ହରାଇବା ପରେ ଟିମ୍ ଇଣ୍ଡିଆ ୧୪ ଓଭରରେ ୬୯ ରନ୍ ଲକ୍ଷ୍ୟ ହାସଲ କରିଥିଲା। ଯେଉଁଥିରେ ସୌମ୍ୟା ତିୱାରୀ (୨୪ ଅପରାଜିତ) ଏବଂ ଗୋଙ୍ଗାଡି ତ୍ରିଶା (୨୪) ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ଷ୍ଟୋନହାଉସ୍, ସ୍କ୍ରାଇଭେନ୍ସ ଏବଂ ବେକର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଏହାପୂର୍ବରୁ ଭାରତୀୟ ବୋଲରଙ୍କ ଘାତକ ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡ ଦଳ ଟାଇଟଲ ମ୍ୟାଚରେ ୧୭.୧ ଓଭରରେ ୬୮ ରନ୍ ସଂଗ୍ରହ କରିଥିଲା। ଯେଉଁଥିରେ ରିଆନ୍ ମ୍ୟାକଡୋନାଲ୍ଡ ୧୯ ରନ୍ ସ୍କୋର କରି ତାଙ୍କ ଦଳର ସର୍ବାଧିକ ସ୍କୋରର ହୋଇଥିଲେ। ଭାରତ ପାଇଁ ଟିତାସ ସାନ୍ଧୁ, ଅର୍ଚ୍ଚନା ଦେବୀ ଏବଂ ପାର୍ଶବୀ ଚୋପ୍ରା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଶେଫାଳୀ ବର୍ମା, ମନ୍ନତ କଶ୍ୟପ ଏବଂ ସୋନମ ଯାଦବ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

ଆନ୍ତର୍ଜାତୀୟ ସ୍ତରରେ ଭାରତୀୟ ମହିଳା ସିନିୟର ଦଳ ସହ ଦୁଇଟି ବିଶ୍ୱକପ ଏବଂ ଗୋଟିଏ କମନୱେଲଥ ଗେମ୍ସର ଫାଇନାଲରେ ଅଂଶଗ୍ରହଣ କରିଥିବା ଶେଫାଳି ବର୍ମା ତାଙ୍କ ଅଧିନାୟକତ୍ୱରେ ଟ୍ରଫି ଜିତି ଏକ ବଡ଼ ସଫଳତା ହାସଲ କରିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ଵକପ ସେମିଫାଇନାଲର ଆଶା ଧୂଳିସାତ, ଶେଷ ବଲରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଲା ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ: ମହିଳା କ୍ରିକେଟ୍ ବିଶ୍ୱକପରେ ସେମିଫାଇନାଲରେ ପ୍ରବେଶ କରିବାକୁ ଭାରତୀୟ ଦଳର ଆଶା ଧୂଳିସାତ ହୋଇଛି। ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ରେ ଭାରତୀୟ ଦଳକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି।

ଏହି ମ୍ୟାଚରେ ଭାରତୀୟ ଅଧିନାୟକ ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ପ୍ରମାଣ କରି ଭାରତୀୟ ଦଳର ଓପନର୍ ସ୍ମୃତି ମନ୍ଧନା (୭୧) ଏବଂ ଶେଫାଲୀ ବର୍ମା (୫୩) ପ୍ରଥମ ୱିକେଟ୍ ପାଇଁ ୯୧ ରନ୍ ଭାଗିଦାରୀ କରିଥିଲେ। ଏହି ଦୁଇ ଖେଳାଳିଙ୍କ ପରେ ଅଧିନାୟକ ମିତାଲି ରାଜ (୬୮) ଏବଂ ହରମାନପ୍ରୀତ କୌର (୪୮) ମଧ୍ୟ ଚମତ୍କାର ଇନିଂସ ଖେଳିଥିଲେ। ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୭୪ ରନ୍ ସଂଗ୍ରହ କରିଥିଲା।

ଜବାବରେ ଦକ୍ଷିଣ ଆଫ୍ରିକା ମହିଳା ଦଳ ଶେଷ ବଲରେ ୨୭୫ ରନର ଲକ୍ଷ୍ୟ ପୂରଣ କରିଥିଲା। ଯାହାଫଳରେ ଭାରତୀୟ ଦଳକୁ ନିରାଶ ହେବାକୁ ପଡିଛି। ଦଳର ବିଶ୍ଵକପ ସେମିଫାଇନାଲରେ ଖେଳିବା ଆଶା ଭାଙ୍ଗିଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ଵକପ ସେମିଫାଇନାଲ ପାଇଁ ଲଢେଇ: ଦକ୍ଷିଣ ଆଫ୍ରିକାକୁ ୨୭୫ ରନ୍ ଟାର୍ଗେଟ ଦେଲା ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ: ଆଜି ମହିଳା ବିଶ୍ୱକପରେ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍। ଏହି ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଦଳ ମୁହାଁମୁହିଁ ହୋଇଛନ୍ତି। ସେମିଫାଇନାଲରେ ପ୍ରବେଶ କରିବାକୁ ଭାରତୀୟ ଦଳକୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତିବାକୁ ପଡିବ। ତେଣୁ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ହରାଇ ୨୭୪ ରନ୍ ସଂଗ୍ରହ କରିଥିଲା। ଖ୍ରୀଷ୍ଟଚର୍ଚରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତର ତିନି ଖେଳାଳି ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ।

ଏହି ମ୍ୟାଚରେ ଭାରତୀୟ ଅଧିନାୟକ ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ପ୍ରମାଣ କରି ଭାରତୀୟ ଦଳର ଓପନର୍ ସ୍ମୃତି ମଣ୍ଡନା (୭୧) ଏବଂ ଶେଫାଲୀ ବର୍ମା (୫୩) ପ୍ରଥମ ୱିକେଟ୍ ପାଇଁ ୯୧ ରନ୍ ଭାଗିଦାରୀ କରିଥିଲେ। ଏହି ଦୁଇ ଖେଳାଳିଙ୍କ ପରେ ଅଧିନାୟକ ମିତାଲି ରାଜ (୬୮) ଏବଂ ହରମାନପ୍ରୀତ କୌର (୪୮) ମଧ୍ୟ ଚମତ୍କାର ଇନିଂସ ଖେଳିଥିଲେ। ଆଜିର ମ୍ୟାଚ୍‌ରେ ୟସ୍ତିକା ଭାଟିଆ (୨), ପୂଜା ବସ୍ତ୍ରକାର (୩) ଏବଂ ରିଚା ଘୋଷ (୩) ଭଲପ୍ରଦର୍ଶନ କରିପାରି ନଥିଲେ। ନିର୍ଦ୍ଧାରିତ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୭୪ ରନ୍ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ମସାବାତା କଲଆସ୍ ଏବଂ ଶବ୍ନିମ ଇସମାଇଲ ୨ ଟି ଲେଖାଏଁ ଏବଂ ଅୟୋବୋଙ୍ଗା ଖାକା ଏବଂ ଚୋଲେ ଟ୍ରଓନ୍ ୧ ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

ମହିଳା ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିବାକୁ ଭାରତକୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତିବାକୁ ପଡିବ। ବର୍ତ୍ତମାନ ଟିମ୍ ଇଣ୍ଡିଆ ୬ ଟି ମ୍ୟାଚରେ ୩ ଟି ବିଜୟ ଏବଂ ୩ ଟି ପରାଜୟ ପରେ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ୫ ନମ୍ବର ସ୍ଥାନରେ ରହିଛି। କେବଳ ଟପ୍ -୪ ଦଳ ସେମିଫାଇନାଲରେ ପ୍ରବେଶ କରିବେ। ସମସ୍ତ ଦଳର ଲିଗ୍ ମ୍ୟାଚ୍ ସମାପ୍ତ ହୋଇଛି। ଏହା ହେଉଛି ଶେଷ ଲିଗ୍ ମ୍ୟାଚ୍। ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଦଳ ଚତୁର୍ଥ ସ୍ଥାନରେ ଅଛି, ଯେଉଁଥିରେ ୭ ପଏଣ୍ଟ ରହିଛି। ଯଦି ଭାରତୀୟ ଦଳ ଏହି ମ୍ୟାଚରେ ଜିତେ, ତେବେ ଏହା ୮ ପଏଣ୍ଟ ପାଇବ ଏବଂ ଏହା ସିଧାସଳଖ ସେମିଫାଇନାଲରେ ପହଞ୍ଚିବ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତୀୟ ମହିଳା ଦଳକୁ ବିଶ୍ୱକପ ସେମିଫାଇନାଲରେ ପହଞ୍ଚିବା ପାଇଁ ଏହା ହେଉଛି ରାସ୍ତା

ନୂଆଦିଲ୍ଲୀ: ମହିଳା କ୍ରିକେଟ୍ ବିଶ୍ୱକପରେ ବର୍ତ୍ତମାନ ଲିଗ୍ ପର୍ଯ୍ୟାୟରେ କେବଳ ତିନୋଟି ମ୍ୟାଚ୍ ବାକି ଅଛି। ଏହି ତିନୋଟି ମ୍ୟାଚର ଫଳାଫଳ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ଦୁଇଟି ସେମିଫାଇନାଲିଷ୍ଟ ଦଳ ସ୍ଥିର ହେବ। ବର୍ତ୍ତମାନ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିଶ୍ୱକପର ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି। ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ପରବର୍ତ୍ତୀ ଦୁଇଟି ଦଳ ପାଇଁ ଲଢୁଛନ୍ତି। ଏଭଳି ପରିସ୍ଥିତିରେ, ଭାରତୀୟ ମହିଳା ଦଳ କେଉଁ ପରିସ୍ଥିତିରେ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିପାରିବ, ଏଠାରେ ପଢନ୍ତୁ..

ସମୀକରଣ ନମ୍ବର -୧: ବିଶ୍ୱକପ୍‌ର ୬ ଟି ମ୍ୟାଚ ମଧ୍ୟରୁ ୩ ଟି ଜିତିବା ପରେ ଭାରତୀୟ ମହିଳା ଦଳ ବର୍ତ୍ତମାନ ୬ ପଏଣ୍ଟ ସହ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି। ଲିଗ୍ ପର୍ଯ୍ୟାୟରେ ଭାରତୀୟ ଦଳର ଗୋଟିଏ ମ୍ୟାଚ୍ ବାକି ଅଛି। ମାର୍ଚ୍ଚ ୨୭ ତାରିଖରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବାକୁ ପଡିବ। ଯଦି ଭାରତୀୟ ଦଳ ଏହି ମ୍ୟାଚ୍ ଜିତେ, ତେବେ ଦଳକୁ ୮ ପଏଣ୍ଟ ମିଳିବ। ଏଭଳି ପରିସ୍ଥିତିରେ ସିଧାସଳଖ ବିଶ୍ୱକପର ସେମିଫାଇନାଲରେ ଦଳ ପ୍ରବେଶ କରିବ।

ସମୀକରଣ ନମ୍ବର-୨: ଯଦିଓ ଭାରତୀୟ ଦଳ ଏହି ମ୍ୟାଚ୍ ହାରିଯାଏ, ତଥାପି ସେମିଫାଇନାଲରେ ପ୍ରବେଶ କରିପାରିବ, କିନ୍ତୁ ଏଥିପାଇଁ ଏହା ଆବଶ୍ୟକ ଯେ ସେମାନେ ଏହି ମ୍ୟାଚକୁ ଅଳ୍ପ ବ୍ୟବଧାନରେ ହାରିବେ। ଏହି ମ୍ୟାଚ୍ ପୂର୍ବରୁ ବାଂଲାଦେଶ ଦଳ ଇଂଲଣ୍ଡକୁ ବଡ ବ୍ଯବଧାନରେ ପରାଜିତ କରେ। ଏହା ସହିତ, ଏହା ମଧ୍ୟ ଆବଶ୍ୟକ ଯେ ମାର୍ଚ୍ଚ ୨୬ ତାରିଖରେ ହେବାକୁ ଥିବା ମ୍ୟାଚରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିବ କିମ୍ବା ଯଦି ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚରେ ଜିତିବ, ତେବେ ଏହା ବହୁତ କମ୍ ବ୍ୟବଧାନରେ ଜିତିବ।

ସମୀକରଣ ନମ୍ବର- ୩: ଯଦି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ର ଫଳାଫଳ ମିଳିବ ନାହିଁ, ତେବେ ଭାରତ ସେମିଫାଇନାଲରେ ପ୍ରବେଶ କରିବ। କାରଣ ଏଭଳି ପରିସ୍ଥିତିରେ ଭାରତକୁ ୭ ପଏଣ୍ଟ ମିଳିବ ଏବଂ ରନ୍ ରେଟ୍ ଅନୁଯାୟୀ ଏହା ୱେଷ୍ଟଇଣ୍ଡିଜ୍ (୭ ପଏଣ୍ଟ) ଶୀର୍ଷରେ ରହିବ।