Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଋଷି ସୁନକ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ!: ବର୍ତ୍ତମାନ ୧୦ ଟି ଦେଶରେ ନେତୃତ୍ୱ ନେଉଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ ବଂଶଜ ଋଷି ସୁନକ ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଛନ୍ତି। ବୁଧବାର ଦିନ ବୋରିସ୍ ଜନସନଙ୍କ ସ୍ଥାନ ନେବା ପାଇଁ ସେ ଦୌଡର ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ଭାବରେ ଦଳର ନେତୃତ୍ୱ ଗ୍ରହଣ କରିବାକୁ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯଦି ସୁନକ ବ୍ରିଟିଶ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ବ୍ରିଟେନ ଏକାଦଶ ଦେଶ ହେବ, ଯେଉଁଠାରେ ଭାରତୀୟ ଲୋକ ବିଦେଶରେ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ପଦରେ ବସିବେ।

ଏପର୍ଯ୍ୟନ୍ତ ବିଶ୍ଵର ୧୦ ଟି ଦେଶରେ ଭାରତୀୟମାନେ କ୍ଷମତାରେ ଅଛନ୍ତି। ସେହି ଦେଶଗୁଡ଼ିକ ହେଲା-

୧- ମରିସସ୍
୨- ପର୍ତ୍ତୁଗାଲ୍
୩- ମାଲେସିଆ
୪- ସିଙ୍ଗାପୁର
୫- ସୁରିନାମ
୬- ତ୍ରିନିଦାଦ ଏବଂ ଟୋବାଗୋ
୭- ଗୁୟାନା
୮- ଫିଜି
୯- ଆୟର୍ଲାଣ୍ଡ
୧୦- ସେସେଲସ୍

ବର୍ତ୍ତମାନ ଦୁନିଆରେ ଏପରି ୬ ଟି ଦେଶ ଅଛି ଯେଉଁଠାରେ ଭାରତୀୟ ମୂଳ ଲୋକ ନେତୃତ୍ଵ ନେଉଛନ୍ତି। ଏହି ଦେଶଗୁଡିକ ହେଲା: –

ପର୍ତ୍ତୁଗାଲ: ଏଠାରେ ଆଣ୍ଟୋନିଓ କୋଷ୍ଟା ୨୬ ନଭେମ୍ବର ୨୦୧୫ ଠାରୁ ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି।
ମରିସସ୍: ୨୩ ଜାନୁୟାରୀ ୨୦୧୭ ଠାରୁ ପ୍ରବୀଣ ଜଗନ୍ନାଥ ଏଠାରେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ପୃଥ୍ବୀରାଜ ସିଂ ରୁପୁନ୍ ଦେଶର ରାଷ୍ଟ୍ରପତି ଏବଂ ସେ ୨ ଡିସେମ୍ବର ୨୦୧୯ ଠାରୁ କାର୍ଯ୍ୟ କରୁଛନ୍ତି।
ସିଙ୍ଗାପୁର: ହଲିମା ୟାକୁବ୍ ଏଠାରେ ରାଷ୍ଟ୍ରପତି, ଯିଏ ୧୪ ସେପ୍ଟେମ୍ବର ୨୦୧୭ ଠାରୁ ଏହି ପଦବୀରେ ରହିଛନ୍ତି।
ଗୁୟାନା: ରାଷ୍ଟ୍ରପତି ଇରଫାନ ଅଲି ୨ଅଗଷ୍ଟ ୨୦୨୦ ଠାରୁ ଏଠାରେ କ୍ଷମତାରେ ଅଛନ୍ତି।
ସେସଲସ୍: ୱେବେଲ ରାମକଲାୱାନ୍ ୨୬ ଅକ୍ଟୋବର ୨୦୨୦ ଠାରୁ ଏଠାରେ ରାଷ୍ଟ୍ରପତି ଅଟନ୍ତି।
ସୁରିନାମ: ଖାନ ସନ୍ତୋଖି ୧୬ ଜୁଲାଇ ୨୦୨୦ ଠାରୁ ଏଠାରେ ରାଷ୍ଟ୍ରପତି ଅଟନ୍ତି।