Categories
ଆଜିର ଖବର ରାଜ୍ୟ ଖବର

ରାଷ୍ଟ୍ରୀୟ ପଛୁଆ ବର୍ଗ ଓ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ପାଳନ

ଭୁବନେଶ୍ଵର: ଭାରତ ମୁକ୍ତି ମୋର୍ଚ୍ଚା ତତ୍ୱାବଧାନରେ ନ୍ୟାୟ ପାଇଁ ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା, ଭିଟାମାଟି ସୁରକ୍ଷା ଅଭିଯାନ, ଗଞ୍ଜାମ ଜ଼ିଲ୍ଲା ବାଉରୀ ଖଡାଳ ସମାଜ ବିକାଶ ମଞ୍ଚ, ଦକ୍ଷିଣାଞ୍ଚଳ ମହିଳା ସଂଘ ଏବଂ ଅନ୍ୟାନ୍ୟ ଦଳିତ ସଂଗଠନ ମିଳିବ ଆନୁକୂଲ୍ୟରେ ଆଜି ଭାରତ ବନ୍ଦ ପାଳନ କରାଯାଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ ଓବିସି ମୋର୍ଚ୍ଚା ର ବିଜୟ ସ୍ୱାଇଁ,ଭାରତ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ସୁମା ଦାସ,ଗଞ୍ଜାମ ଜ଼ିଲ୍ଲା ବାଉରୀ ଖଡାଳ ସମାଜ ବିକାଶ ମଞ୍ଚର କୁମର ଦାସ, ଭିଟାମାଟି ସୁରକ୍ଷା ଅଭିଯାନର ସଭାପତି ରମେଶ ଶବର, ଦକ୍ଷିଣାଞ୍ଚଳ ମହିଳା ସଂଘର ନୀଳାଦ୍ରି ବେହେରା ଓ ରାଜେନ୍ଦ୍ର ବେହେରା ପ୍ରମୁଖ ନେତୃତ୍ୱରେ ଆଜି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗତ ୧୭ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଡରେ ଡ଼ଃ ବାବାସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଉଦେଶ୍ୟରେ ଦୃଢ଼ ପ୍ରତିବାଦ କରିବା ସହିତ ଓବିସି ଜନସଂଖ୍ୟା ଗଣନା, ଇଭିଏମ ବ୍ୟବହାର ବନ୍ଦ କରିବା ଓ ନିର୍ବାଚନ ପାଇଁ ବାଲଟା ପେପର କାର୍ଯ୍ୟକାରୀ କରିବା ଆଦି ପ୍ରସଙ୍ଗକୁ ନେଇ କଡା ସମାଲୋଚନା କରିଥିଲେ।

ଅମିତ ଶାହାଙ୍କ ଇସ୍ତଫା ଦାବି କରିବା ସହିତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ଅତିରିକ୍ତ ଜ଼ିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟିଙ୍କ ଜରିଆରେ ପ୍ରଦାନ କରାଯାଇଛି। ପରେ ଜାତୀୟ ରାଜପଥ ୧୬କୁ ଅବରୋଧ କରି ଆନ୍ଦୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ନାୟକ, ଜଗନ୍ନାଥ ପ୍ରଧାନ, କାଳୁ ଚରଣ ନାୟକ, ବିପ୍ର ନାୟକ ଓ ଭିକାରି ଦାସଙ୍କ ସମେତ ବହୁ ସଂଖ୍ୟାରେ ଦଳିତ ମହିଳା ଓ ପୁରୁଷ ଆନ୍ଦୋଳନରେ ସାମିଲ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆରଏସଏସ ମୁଖ୍ୟାଳୟ ଅଭିମୁଖେ ଶୋଭାଯାତ୍ରା କରୁଥିବା ବିଏମଏମ କର୍ମଚାରୀଙ୍କୁ ଅଟକ ରଖିଲା ପୋଲିସ

ନାଗପୁର: ନାଗପୁରରେ ଥିବା ରାଷ୍ଟ୍ରିୟ ସ୍ଵୟଂସେବକ ସଂଘର ମୁଖ୍ୟାଳୟକୁ ଘେରିବା ପାଇଁ ଚେଷ୍ଟା କରାଯାଇଛି। ଏହି ଘେରାଓ ଭାରତ ମୁକ୍ତି ମୋର୍ଚ୍ଚା ନାମକ ଏକ ସଂସ୍ଥା ଦ୍ୱାରା କରାଯାଇଛି। ଏହି ମାମଲାରେ ପୋଲିସ ମୁଖ୍ୟାଳୟ ବାହାରେ କିଛି ଲୋକଙ୍କୁ ଅଟକ ରଖିଛି। ଆରଏସଏସ କାର୍ଯ୍ୟାଳୟ ବାହାରେ ସୁରକ୍ଷାକୁ ମଧ୍ୟ ବୃଦ୍ଧି କରାଯାଇଛି। ଭାମନ ମେଶ୍ରମଙ୍କ ନେତୃତ୍ୱାଧୀନ ଭାରତ ମୁକ୍ତି ମୋର୍ଚ୍ଚା ଆଜି ନାଗପୁରର ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ (ଆରଏସଏସ) ମୁଖ୍ୟାଳୟକୁ ଅବରୋଧ କରିବାକୁ ଉଦ୍ୟମ କରି କହିଛନ୍ତି ଯେ, ସଂଘର ଆଦର୍ଶ ଭାରତୀୟ ସମ୍ବିଧାନ ଅନୁଯାୟୀ ନୁହେଁ। ସେପଟେ ପୋଲିସ ଭମାନ ମେଶ୍ରମଙ୍କୁ ହେପାଜତକୁ ନେଇଛି।

ଏହାପୂର୍ବରୁ ଅକ୍ଟୋବର ୬ ତାରିଖରେ ଶୋଭାଯାତ୍ର କରିବାକୁ ପୋଲିସ ଅନୁମତି ନଦେବାରୁ ବିଏମଏମ ନାଗପୁର ହାଇକୋର୍ଟଙ୍କ ନିକଟରେ ପହଞ୍ଚିଥିଲା। ତେବେ କୋର୍ଟ କୌଣସି ଆଶ୍ଵସ୍ତି ପ୍ରଦାନ କରିନଥିଲେ। ଏହା ସତ୍ତ୍ୱେ ବିଏମଏମ କାର୍ଯ୍ୟକର୍ତ୍ତାମାନେ କଡବି ଛକ ନିକଟରେ ଏକାଠି ହୋଇଥିଲେ, ଯେଉଁଥିପାଇଁ ପୋଲିସ ସେମାନଙ୍କୁ ଅଟକ ରଖିଛି ​​ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ପ୍ରକାଶ ଥାଉକି, ଭମାନ ମେଶ୍ରମ ଏବଂ ତାଙ୍କ ସଂଗଠନ ଏହି ଆନ୍ଦୋଳନ ପାଇଁ ଜିଦ ଧରିଥିବାରୁ ନାଗପୁର ନଗର ପୋଲିସ ସୁରକ୍ଷା ଦ୍ରୁଷ୍ଟି କୋଣରୁ ସମଗ୍ର ଇନ୍ଦୋରା ଅଞ୍ଚଳରେ ଧାରା ୧୪୪ ଲଗାଇଛି।

ରିପୋର୍ଟ ଅନୁଯାୟୀ, ଭାରତ ମୁକ୍ତି ମୋର୍ଚ୍ଚାର ଶତାଧିକ କର୍ମଚାରୀ ଏହି ପଦଯାତ୍ରାରେ ଯୋଗଦେବା ପାଇଁ ନାଗପୁରରେ ପହଞ୍ଚିଥିଲେ। ଏହି ପଦଯାତ୍ରା ପାଇଁ ପୋଲିସ ଅନୁମତି ଦେଇନଥିଲା। ଯେତେବେଳେ ପୋଲିସ ସେମାନଙ୍କୁ ଅଟକାଇଲା, କାର୍ଯ୍ୟକର୍ତ୍ତାମାନେ ନିଜେ ଇନ୍ଦୋରା ଚୌକରେ ଧାରଣା ଆରମ୍ଭ କରିଥିଲେ। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର୍ଯ୍ୟକର୍ତ୍ତାମାନଙ୍କୁ ହେପାଜତକୁ ନେଇଥିଲା। ଏହି ସମୟରେ ବିକ୍ଷୋଭକାରୀମାନେ ଆରଏସଏସ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ। ଧମଚକ୍ର ପ୍ରବର୍ତ୍ତନ ଦିବସ ଏବଂ ସହରରେ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାରୁ ଭାରତ ମୁକ୍ତି ମୋର୍ଚ୍ଚା ସଂଗଠନକୁ ଏହି ବିରୋଧ କରିବାକୁ ପୋଲିସ ଅନୁମତି ଦେଇ ନଥିଲା।