Categories
ଜାତୀୟ ଖବର ବିଶେଷ ଖବର

ଭାଇରାଲ ହେବାରେ ଲାଗିଛି ସୋନିଆ ଗାନ୍ଧୀଙ୍କ ଜୋତାଫିତା ବାନ୍ଧୁଥିବା ରାହୁଳଙ୍କ ଫଟୋ

ନୂଆଦିଲ୍ଲୀ: ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଗତକାଲିଠାରୁ ସୋନିଆ ଗାନ୍ଧୀ ଏବ ରାହୁଳ ଗାନ୍ଧୀଙ୍କ ଏକ ଫଟୋ ଜୋରଦାର ଭାଇରାଲ ହେବାରେ ଲାଗିଛି। ତାହା ହେଲା ସୋନିଆଙ୍କ ଜୋତାର ଫିତାକୁ ରାହୁଳ ଗାନ୍ଧୀ ବାନ୍ଧୁଥିବାର ଫଟୋ। ଗତକାଲି କର୍ଣ୍ଣାଟକର ଭାରତ ଯୋଡ ପଦଯାତ୍ରାରେ ସୋନିଆ ଚାଲୁଥିବା ବେଳେ ତାଙ୍କର ଜୋତାଫିତା ଢିଲା ହୋଇଗଲା। ତୁରନ୍ତ ପାଖରେ ଥିବା ତାଙ୍କ ପୁତ୍ର ରାହୁଳ ଗାନ୍ଧୀ ତାହାକୁ ବାନ୍ଧି ଟାଇଟ କଲେ।

ଏହି ଫଟୋଟି ସୋସିଆଲ ମିଡିଆର ଆସିବା ପରେ ତୁରନ୍ତ ଭାଇରାଲ ହେବାରେ ଲାଗିଲା। କେବଳ ଭାଇରାଲ ନୁହେଁ ବଂର ରାଜନୈତିକ ଦଳ ଭିତରେ ବେଶ ବୟାନବାଜି ମଧ୍ୟ ଆରମ୍ଭ ହୋଇଗଲା। ବିଜେପି ତରଫରୁ ଏହାକୁ ପ୍ରବଳ ଆକ୍ରମଣ କରାଯାଇଥିବା ବେଳେ କଂଗ୍ରେସ ତାହାକୁ ପ୍ରତିଜବାବ ଦେବାରେ ଲାଗିଛି। ଏପରିକି କେତେକ ୟୁଜରସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାଙ୍କ ପାଦ ଧୋଉଥିବାର ଫଟୋ ସହିତ ଏହି ଫଟୋକୁ ସଂଯୋଗ କରି ମତାମତ ମଧ୍ୟ ଦେଉଛନ୍ତି।

ବିଜେପି ସମର୍ଥକମାନେ ଏହି ଫଟୋକୁ ନେଇ ନିଜର ମତରେ ଉଲ୍ଲେଖ କରିଛନ୍ତି ଯେ, ଏହା ମାଆପୁଅଙ୍କ ନାଟକ ବାଜୀ। ଏହାର ଜବାବରେ କଂଗ୍ରେସ ତରଫରୁ ମଧ୍ୟ ମୋଦୀ ତାଙ୍କ ମାଆଙ୍କ ପାଦ ଧୋଉଥିବାରୁ ଦୃଶ୍ୟକୁ ଯାତ୍ରୀପାର୍ଟି ବୋଲି କହିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ, ମୋଦୀ ଘରେ ପାଦ ଧୋଉଥିବା ବେଳେ ବରଦା ଦିଆ ଫଟୋ ଉଠାଯାଇଛି। ହେଲେ ରାହୁଳ ଗାନ୍ଧୀଙ୍କ ଏହି ଫଟୋ ସର୍ବସମ୍ମୁଖରେ ଉଠାଯାଇଛି।

ଗତକାଲି ସୋନିଆ ଗାନ୍ଧୀ ଭାରତ ଯୋଡ ପଦଯାତ୍ରାରା ଯୋଗ ଦେଇଥିଲେ। ସେ କର୍ଣ୍ଣାଟକର ମାଣ୍ଡାୟା ଜିଲ୍ଲାରୁ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ସୋନିଆ ଗାନ୍ଧୀ ସହିତ ରାହୁଳ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହି ପଦଯାତ୍ରାକୁ ବିପୁଳ ସଂଖ୍ୟାରେ ଜନ ସମର୍ଥନ ମିଳିଥିଲା। କର୍ଣ୍ଣାଟକର ନିର୍ବାଚନ ପାଖେଇ ଆସୁଥିବାରୁ ଏହି ପଦଯାତ୍ରା ବେଶ ଫଳପ୍ରଦ ହେବ ବୋଲି ରାଜ୍ୟ କଂଗ୍ରେସ ଖୁସି ପ୍ରକଟ କରିଛି।

ତେବେ ଏହି ପଦଯାତ୍ରାରେ ସୋନିଆ କିଛି ସମୟ ଚାଲିବା ପରେ କାରରେ ବାହାକୁ ଚାଲିଯାଇଥିଲେ। ଏହାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ବିରୋଧୀ ପ୍ରବଳ ସମାଲୋଚନା କରିଥିଲେ। ହେଲେ ସୋନିଆ କିଛି ସମୟ ପରେ ଆସି ସେ ସେହି ପଦଯାତ୍ରାରେ ଯୋଗଦେଇଥିଲେ। ସେ କିଛି ସମୟ ବିଶ୍ରାମ କରିବା ପରେ ପୁଣି ଯୋଗଦେଇଥିଲେ।

ଆଶା କରାଯାଉଥିଲା ଯେ ସୋନିଆ ଏହି ପଦଯାତ୍ରାରେ ପ୍ରାୟ ତିରିଶ ମିନିଟ ଚାଲିବେ। ହେଲେ ପରବର୍ତ୍ତି ସମୟରେ ଦେଖାଯାଇଥିଲା ଯେ, ସେ ଏହି ପଦଯାତ୍ରାରେ ପ୍ରାୟ ଦୁଇ ଘଣ୍ଟା ଧରି ସାମିଲ ହୋଇଥିଲେ। ସୋନିଆ ଗାନ୍ଧୀଙ୍କ ଏହା ହେଉଛି ଏକ ରାଜନୈତିକ କାର୍ଯ୍ୟକ୍ରମରେ ଲମ୍ବା ସମୟ ଧରି ଯୋଗଦାନ କରିବା। କାରଣ ଅସୁସ୍ଥତା ପାଇଁ ସୋନିଆ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଏତେ ଲମ୍ବା ସମୟ ଧରି ନିଜକୁ ସାମିଲ କରାଇପାରୁ ନ ଥିଲେ।