Categories
ଜାତୀୟ ଖବର ବିଶେଷ ଖବର

ପୁଣି ଥରେ କଂଗ୍ରେସ ଆରମ୍ଭ କରିପାରେ ଭାରତ ଯୋଡୋ ଯାତ୍ରା, ଏଥର ପୂର୍ବରୁ ପଶ୍ଚିମ

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରାର ସଫଳତା ପରେ କଂଗ୍ରେସ ପୁଣିଥରେ ଏହି ଯାତ୍ରା ଆରମ୍ଭ କରିବାକୁ ଚିନ୍ତା କରୁଛି। ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ଦଳ ଏହି ଯୋଜନା କରିପାରେ ବୋଲି ସୂତ୍ରରୁ ପ୍ରକାଶ।

ଅର୍ଥାତ୍ ଏହି ତିନିମାସ ମଧ୍ୟରେ ଯେ କୌଣସି ସମୟରେ ଏହି ଯାତ୍ରା ଆରମ୍ଭ ହୋଇପାରିବ। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ୨.୦ ହାଇବ୍ରିଡ ମୋଡ଼ରେ ହେବ, ଯେଉଁଥିରେ ଅଂଶଗ୍ରହଣକାରୀମାନେ ଚାଲିବା ସହିତ ଗାଡ଼ି ବ୍ୟବହାର କରିବେ।

ପ୍ରଥମ ଭାରତ-ଜୋଡୋ ଯାତ୍ରା କେବେ ଆରମ୍ଭ ହେଲା ?

୨୦୨୨ ସେପ୍ଟେମ୍ବର ୭ରେ ତାମିଲନାଡୁର କନ୍ୟାକୁମାରୀରୁ ଭାରତ ଯୋଡ଼ୋ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହୋଇଥିଲା । ପାଖାପାଖି ୪,୦୮୦ କିଲୋମିଟର ଦୂରତା ଅତିକ୍ରମ କରି ୨୦୨୩ ଜାନୁଆରିରେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଏହି ଯାତ୍ରା ଶେଷ ହୋଇଥିଲା।

ଏହି ଯାତ୍ରା ୧୨୬ ଦିନରେ ୧୨ଟି ରାଜ୍ୟର ୭୫ଟି ଜିଲ୍ଲା ଦେଇ ଅତିକ୍ରମ କରି ଏହା ଭାରତର ଦୀର୍ଘତମ ପଦଯାତ୍ରାରେ ପରିଣତ ହୋଇଛି। କଂଗ୍ରେସ ନେତା ଏବଂ ଯାତ୍ରାରେ ଅଂଶଗ୍ରହଣ କରିଥିବା ଅନ୍ୟ ଅଂଶଗ୍ରହଣକାରୀମାନେ ସେହି ରାଜ୍ୟଗୁଡ଼ିକରେ ଜନସମାବେଶ ମଧ୍ୟରେ ତୃଣମୂଳ ସ୍ତରର ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

ଭାରତ ଯୋଡ଼ୋ ଯାତ୍ରାର ଉଦ୍ଦେଶ୍ୟ କ’ଣ ?

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଏହି ଜନ ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟିର ବିଭାଜନକାରୀ ରାଜନୀତି ବିରୋଧରେ ଭାରତକୁ ଏକାଠି କରିବା।

ବେକାରୀ ଓ ଅସମାନତା ଭଳି ଅନ୍ୟାନ୍ୟ ସାମାଜିକ-ଅର୍ଥନୈତିକ ସମସ୍ୟାକୁ ବୁଝିବା ଓ ସମାଧାନ କରିବା ମଧ୍ୟ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିବେଚନା କରିଥିଲା। କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ୨୦୨୩ ସେପ୍ଟେମ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଦଳ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଯୋଜନା କରୁଛି ଏବଂ ଏକ ଯୋଜନା ନିର୍ମାଣାଧୀନ ଅଛି।

କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟମାନେ ରାହୁଲ ଗାନ୍ଧିଙ୍କୁ ଆଉ ଏକ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ପ୍ରଥମ ଥର ଦକ୍ଷିଣରୁ ଉତ୍ତର ଦିଗକୁ ଯାତ୍ରା କରିଥିବାରୁ ଏଥର ଯାତ୍ରା ପୂର୍ବରୁ ପଶ୍ଚିମକୁ ଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ସୁନ୍ଦରଗଡ଼ରରେ ଭାରତ ଯୋଡ଼ ଯାତ୍ରା, ମୋଦୀ ନବୀନଙ୍କୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲାର ତଳସରା ନିର୍ବାଚନ ମଣ୍ଡଳୀର ଏତମା ଠାରୁ ଆରମ୍ଭ ହୋଇ କରମଡିହି ଠାରେ ପଂହଚିଛି। ଏହି ଯାତ୍ରା ବେଳେ ଶରତ ପଟ୍ଟନାୟକ ସିଧା ନବୀନ ଏବଂ ମୋଦୀ ସରକାରଙ୍କ ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ,  ସୁନ୍ଦରଗଡ ବାସିନ୍ଦାଙ୍କର ପ୍ରତିବାଦର ସ୍ୱର କ୍ଷୀଣ, ସେଥିପାଇଁ ନବୀନ ଶାସନ ସୁନ୍ଦରଗଡ଼ ବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି। ଏ ଜିଲ୍ଳାରେ ସରକାରୀ ଯୋଜନାର ଦୁର୍ନୀତି ଚରମସୀମାରେ ପଂହଚିଛି। ଭତା ଓ ଆୱାସ ଯୋଜନା ବିକ୍ରୀ ହେଉଛି। ବ୍ଲକ, ତହସିଲ, ଥାନା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଜୁଜନତା ଦଳର ଦଳୀୟ କାର୍ଯ୍ୟାଳୟ ଭାବେ କାର୍ଯ୍ୟକରୁଛି। ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ପ୍ରଭୃତି କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ଅନ୍ଧକାରରେ ରହିଛି।

ଅନ୍ୟପକ୍ଷରେ ଏଠିକାର ସାଂସଦ ବିଜେପି ଦଳର। ଏଣୁ ମୋଦିଙ୍କର ଆଛା ଦିନର ସ୍ୱପ୍ନ ଓ ବିକାଶର ପ୍ରତିଶ୍ରୁତି ଏଠାରେ ପ୍ରତାରଣାରେ ପରିଣତ ହୋଇଛି। ଉଭୟ ମୋଦି ଓ ନବୀନ ଶାସନ ଆଦିବାସୀ ଓ କୃଷକ ବିରୋଧି। ପିଡିଏସ ଚାଉଳ ଯୋଜନାକୁ ନେଇ ମୋଦି ଓ ନବୀନ ସରକାର ଯେପରି ଆତ୍ମ ପ୍ରଚାର କରୁଛନ୍ତି ଏବଂ କାଦୁଅ ଫୋପାଡ଼ାରେ ବ୍ୟସ୍ତ ରହିଛନ୍ତି ଏହା ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିନ୍ଦାଜନକ କଥା।

ସୋନିଆ ଗାନ୍ଧୀ ଏବଂ ଡ. ମନମୋହନ ସିଂଙ୍କ କ୍ଷୁଧାମୁକ୍ତ ଭାରତ ସ୍ୱପ୍ନର ପ୍ରତିଫଳନ ହେଉଛି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଯାହାବଳରେ ଅଧିକରୁ ଅଧିକ ସାଧାରଣ ଜନତାଙ୍କ ପାଖରେ ପିଡିଏସ ଚାଉଳ ପଂହଚି ପାରୁଛି। ଏଥିରେ ମୋଦି ଶାସନ ବା ନବୀନ ଶାସନର କୌଣସି ବାହାଦୁରୀ ନାହିଁ।

ଓଡ଼ିଶାର ଯୁବ ସମାଜ ଆଜି ବେକାରୀ ତାଡ଼ନାରେ ହନ୍ତସନ୍ତ। ଶ୍ରୀ ପଟ୍ଟନାୟକ ଉଭୟ ମୋଦି ଓ ନବୀନ ସରକାରର ପତନରେ ଯୁବ ସମାଜର ପ୍ରଗତି ରହିଛି ବୋଲି କହିଥିଲେ। ଭାରତ ଯୋଡ଼ ଯାତ୍ରା ଓଡ଼ିଶାର ଲକ୍ଷ୍ୟ ହେଉଛି ଓଡ଼ିଶାରେ ରାଜନୈତିକ ଓ ଅଥନୈତିକ ସ୍ଥିତିର ପରିବର୍ତନ।

ଏଣୁ ଯୁବ ସମାଜ, କୃଷକ, ମହିଳା ନିଜର ଅଧିକାରୀ ଓ ସୁରକ୍ଷା ପାଇଁ ଏଥିରେ ଯୋଗଦେବାକୁ ଏବଂ ସ୍ୱରକୁ ଶାଣିତ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। ଓଡ଼ିଶାର ବିକାଶ ଏବଂ ସୁଶାସନ ଆଣିବା ପାଇଁ ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ଅଭିପ୍ରେତ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସନ୍ତୋଷ ସିଂ ସାଲୁଜା, ମାନସ ଚୌଧୁରୀ, ବିଧୁଭୂଷଣ ତ୍ରିପାଠୀ, ସଂଜୟ ତ୍ରିପାଠୀ, ରବି ରାୟ, ବାଙ୍କନିଧି ବେହେରା, ଜ୍ଞାନ ପଟ୍ଟନାୟକ, ମନୋଜ ସାହୁ, ଦୀପକ ମହାପାତ୍ର, ରାଜକିଶୋର ଷଢ଼ଙ୍ଗୀ, ମାନସ ମଲ୍ଲିକ, ଆନ୍ଥୋନୀ କୁଲୁ, ନାଜିଆ ହୁସେନ, ପୁରୋଷତମ ବାରିକ, ଗୋରେତି ଖେସ, ସାବିର ହୁସେନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି ଭାରତ ଯୋଡ଼ ଯାତ୍ରା-ଓଡ଼ିଶାର ମିଡିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଭାରତ ଯୋଡ଼ ଯାତ୍ରା- ୧୧ ତମ ଦିନରେ ବାରିପଦା ସହର କଲା ପରିକ୍ରମା

ଭୁବନେଶ୍ୱର:  ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ “ଭାରତ ଯୋଡ଼ ଯାତ୍ର- ଓଡ଼ିଶା” ର ଯାତ୍ରୀ, ବରିଷ୍ଠ କଂଗ୍ରେସ ନେତା, ମୟୁରଭଞ୍ଜ ଜିଲ୍ଲାର କଂଗ୍ରେସ ନେତା ଓ କର୍ମୀ ଏବଂ ମୟୁରଭଞ୍ଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ପାଲବଣି ଠାରୁ ପ୍ରଭାତରେ “ଭାରତ ଯୋଡ଼ ଯାତ୍ରା-ଓଡ଼ିଶର ୧୧ ତମ ଦିନର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ଙ୍କର ଆୟୋଜନ କ୍ରମେ ସମସ୍ତ ଯାତ୍ରୀ ବାରିପଦା ସହରସାରା ପରିକ୍ରମା କରିଥିଲେ । ଏହାପରେ ବିଶୋଇ ବଜାର ମଧ୍ୟ ପରିକ୍ରମ କଲେ । ମୁର୍ଗାବାଡ଼ି ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହାପରେ ସଂଧ୍ୟାରେ ଭାରତ ଯୋଡ଼ ଯାତ୍ରା- ଓଡ଼ିଶା ରାଇରଙ୍ଗପୁର ସହର ପରିକ୍ରମା କରିଥିଲା । ଆଜିର କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବହୁ ଆଦିବାସୀ ଓ ଦଳିତ ପରିବାର ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହ ମିଶି ଜିଲ୍ଲାର ଅବସ୍ଥା ସଂପର୍କରେ ସିଧାସଳଖ ଅବଗତ ହୋଇଥିଲେ ।

ଆସନ୍ତା କାଲି ଯଶିପୁର ଠାରୁ ଭାରତ ଯୋଡ଼ ଯାତ୍ରା- ଓଡ଼ିଶାର ୧୨ ତମ ଦିନର କାର୍ଯ୍ୟକ୍ରମ ଆରମ୍ଭ ହେବ । ଆଜିର କାର୍ଯ୍ୟକ୍ରମରେ ସୁଶ୍ରୀ ସୁଶିଳା ତିରିଆ, ଗଣେଶ୍ୱର ବେହେରା, ମାନସ ଚୌଧୁରୀ, ଭୁଜବଳ ମାଝୀ, ବନ୍ଦିତା ପରିଡ଼ା, ସରସ୍ୱତୀ ହେମ୍ବ୍ରମ, ପ୍ରଦୀପ ରଥ,ଅରବିନ୍ଦ ଦାସ, ଶ୍ୟାମସୁନ୍ଦର ହାଂସଦା, ଶ୍ୟାମଚରଣ ହାଂସଦା, ନିରୋଜ ଲୋଚନ ଦାସ, ପ୍ରଭାସକର ମହାପାତ୍ର, ବିଜନ କୁମାର ଦାସ, ଅଶୋକ କୁମାର ଗିରି, ଜ୍ୟୋତି ପ୍ରକାଶ ରଥ, ବାଙ୍କନିଧି ବେହେରା ସାମିଲ ହୋଇଥିଲେ।

ସେହିପରି ଗୌରୀ ନାୟକ, ପ୍ରକାଶ ଜେନା, ସଂଜୟ ତ୍ରିପାଠୀ, ବିସ୍ମୟ ମହାପାତ୍ର, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଅଜୟ ମହାପାତ୍ର, ସୁବ୍ରତ ମହାପାତ୍ର, ମହମ୍ମଦ ସାହାଦୁଲ୍ଲା, ସୁଶାନ୍ତ ତ୍ରିପାଠୀ, କୈଳାସ ସାହୁ, ବିରେଲ ର୍ସିକା, ସୁବାଷ ପାତ୍ର, ଦୀପକ କୁମାର ମହାପାତ୍ର, ବିଭୁତି ଭୂଷଣ ମହାପାତ୍ର, ନାରାୟଣ ମହାପାତ୍ର, ରାକେଶ ସିଂ, ମୋତିଲାଲ ଦାସ, ଅଂଶୁମାନ ଦାସ, ସୁସ୍ମିତା ଘୋଷାଲ, ଶାନ୍ତନୁ ପାଲ, ପ୍ରଦୀପ ମିଶ୍ର ଓ ବିଜୟ ସିଂ ଉପସ୍ଥିତ ଥିଲେ ବୋଲି ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଭାରତ ଯୋଡ଼ ଯାତ୍ରା –ଓଡ଼ିଶାର ମିଡ଼ିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସପ୍ତମ ଦିନରେ ପହଁଚିଲା ଓଡିଶାରେ ଭାରତ ଯୋଡ ଯାତ୍ରା

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସପ୍ତମ ଦିନର ଭାରତ ଯୋଡ଼–ଓଡ଼ିଶା ଭଦ୍ରକ ଜିଲ୍ଲାର ଧାମନଗର ଛକ ଠାରୁ ଆରମ୍ଭ ହୋଇଥିଲା। ଏକ ବିଶାଳା ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ଭଦ୍ରକ ସହାର ଆଡ଼କୁ ଅଗ୍ରସର ହେଲେ। ବାଟରେ ବାରିକପୁର, ବହୁଦରଡ଼ା, ବିଷ୍ଣୁପର, ଚିଙ୍ଗିଡ଼ିପୁର ଓ ଗେଲପୁର ଛକଠାରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଭଦ୍ରକ ସହର ଦେଇ ପଦଯାତ୍ରା ଭଦ୍ରକ କଂଗ୍ରେସ କାର୍ଯ୍ୟାଳୟରେ ପଂହଚିଥିଲା ଏବଂ ସେଠାରେ ମଧ୍ୟାହ୍ନ ଭୋଜନ ସମାପନ ପରେ ପୁର୍ନବାର ପଦଯାତ୍ରା ଆରମ୍ଭ ହୋଇଥିଲା। ରାଣିତାଲ ଠାରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସଂଜୀବ ଗିରି, ଅନନ୍ତ ପ୍ରସାସ ସେଠୀ, ନବଜ୍ୟୋତି ପଟ୍ଟନାୟକ, ଅଶୋକ ଦାସ, ମଧୁସ୍ମିତା ସେଠୀ, ଗୌତମ ସାହୁ, ରଞ୍ଜନ ଦାସ, ତୁଷାରକାନ୍ତି ତପସ୍ୱୀ ଏବଂ ଅନ୍ୟାନ୍ୟ କର୍ମକର୍ତମାନେ ପିସିସି ସଭାପତିଙ୍କୁ ସ୍ୱାଗତ କରିଥିଲେ। ଜାମୁଝାଡ଼ି ଠାରେ ଶ୍ରୀ ଶରତ ପଟ୍ଟନାୟକଙ୍କୁ ଅଶୋକ ଦାସ ଏବଂ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଏବଂ ବିଭିନ୍ନ ପଦାଧିକାରୀ ତାଙ୍କୁ ଉଛସିତ ସମ୍ବର୍ଦ୍ଧିତ କରିଥିଲେ।

ଭଦ୍ରକର ସହୀଦ ନଗର ଓ ରକ୍ତତୀର୍ଥ ଇରମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ଓ ବଳିଦାନର ସ୍ମୃତି ମନ୍ଥନ କରିଥିଲେ। ଭଦ୍ରକ ଜିଲ୍ଲାର ଜନସାଧାରଣଙ୍କର ତିନୋଟି ପ୍ରମୁଖ ଦାବୀ ପ୍ରଦଶେ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଏବଂ କଂଗ୍ରେସ ଦଳର ବରିଷ୍ଠ କଂଗ୍ରେସ ନେତୃବର୍ଗ ତଥା ଭାରତ ଯୋଡ଼ ଯାତ୍ରୀଙ୍କ ସମ୍ମୁଖରେ ରଖିଥିଲେ।

ଭଦ୍ରକରେ ଅତିଶୀଘ୍ର ଏକ ମେଡିକାଲ କଲେଜ, ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ସବୁ ବିଭାଗରେ ପୂର୍ଣ୍ଣାଙ୍ଗ ଡାକ୍ତର, ଆଧୁନିକ ଯନ୍ତ୍ରପାତି ତଥା ରୋଗୀ ଶଯ୍ୟା ବୃଦ୍ଧି, ଧାମରା ବନ୍ଦରରେ ଭଦ୍ରକ ଜିଲ୍ଲାର ଲୋକମାନଙ୍କୁ ନିଯୁକ୍ତିରେ ଅଗ୍ରାଧିକାର, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ରୁପାନ୍ତରିକରଣ ତଥା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନାମ ଲେଖା ଜାଲିଆତିରେ ସଂପୃକ୍ତ ବ୍ୟକ୍ତବିଶେଷଙ୍କୁ କୋଠର ଦଣ୍ଡବିଧାନ ହେଉ ବୋଲି ଦାବି ରଖିଥିଲେ।

ଭଦ୍ରକ ସହରକୁ ଏକ ନିଶାମୁକ୍ତ ସହର ଏବଂ ଭାଇଚାରାର ସହର ରୂପେ ଗଢ଼ିତୋଳିବା ପାଇଁ ଦାବି ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଜୟଦେବ ଜେନା, ମାନସ ଚୌଧୁରୀ, କିଶୋର ଜେନା, ନଳିନୀ ମହାନ୍ତି, ପଂଚାନନ ମଣ୍ଡଳ, ବନ୍ଦିତା ପରିଡ଼ା, ହରେକୃଷ୍ଣ ସେଠୀ, ପ୍ରଦୀପ ମହାପାତ୍ର, ସଂଜୟ ତ୍ରିପାଠୀ, ପଦ୍ମାକର ଗୁରୁ, ଦେବେନ୍ଦ୍ର ମହାନ୍ତି, ବିସ୍ମୟ ମହାପାତ୍ର, ବାଙ୍କନିଧି ବେହେରା, କୈଳାସ ସାହୁ, ମହମ୍ମଦ ସାହାଦୁଲ୍ଲା, ପ୍ରଦ୍ୟୁମ୍ନ ଦାସ, ନାରାୟଣ ପାଢ଼ୀ, ସେକ୍ ସାହିଲ କାଦିର, ସୁବ୍ରତ ବେଉରା, ମହମ୍ମଦ ସାହାନୱାଜ, ଇଲିଆସ ଅଲ୍ଲି ଖାନ, ମନୋଜ ସାହୁ, ଉଷାରାଣୀ ବେହେରା, ରାଜ ଲାହା, ଆଶ୍ରଫ ଅଲ୍ଲୀ ଖାନ, ରାଜେଶ ପଣ୍ଡା, ହୃଦାନନ୍ଦ ସେଠୀ, ଦୀପକ ମହାପାତ୍ର, ସୟଦ ମଇଫୁଜ, ସଶିକାନ୍ତ ଜେନା, ମନୋଜ ସାହୁ, କାର୍ତିକେଶ୍ୱର କାଣ୍ଡି, ଜାନକୀ ମଲ୍ଲିକ, ସବିତା ଚାନ୍ଦ, ପ୍ରଶନ୍ନ କୁମାର ଧଳ, ଜ୍ୟୋତି ରଞ୍ଜନ ନାୟକ, ଶିଶିର ରଥ, ସୁଦର୍ଶନ ସାହୁ, ସାଗର ପରିଡ଼ା ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ ବୋଲି ଭାରତ ଯୋଡ଼ ଯାତ୍ରା –ଓଡ଼ିଶା”ର ମିଡିଆ ଇନଚାର୍ଜ ପ୍ରକାଶ ମିଶ୍ର ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚତୁର୍ଥ ଦିନର କଂଗ୍ରେସର ଭାରତ ଯୋଡ଼ ଯାତ୍ରା- ଓଡ଼ିଶା ବଡ଼ଚଣାରୁ ହେଲା ଆରମ୍ଭ

ଭୁବନେଶ୍ୱର: ଆଜି ପ୍ରଭାତରୁ ଚତୁର୍ଥ ଦିନର “ଭାରତ ଯୋଡ ଯାତ୍ରା-ଓଡ଼ିଶା” ବଡ଼ଚଣା ପେଟ୍ରୋଲ ଟାଙ୍କି ଠାରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା। ଯାଜପୁର ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ, ଚାଷୀ, ଶ୍ରମିକ, ବେକାର ଯୁବକ, ଛାତ୍ର ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର ବ୍ୟକ୍ତିବିଷେଶ ଏଥିରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ସ୍ଥାନରେ ସ୍ଥାନୀୟ ଅଧିବାସୀମାନେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ସ୍ୱାଗତ କରିବା ସହ ସେଠିକାର ସ୍ଥାନୀୟ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଗଣେଶ୍ୱର ବେହେରା, ଭୁଜବଳ ମାଝୀ, ମାନସ ଚୌଧୁରୀ, ବନ୍ଦିତା ପରିଡ଼ା, ମନୋଜ ରାଉତ, ବିଶ୍ୱରଞ୍ଜନ ମହାନ୍ତି, ଅଂଶୁମାନ ମହାନ୍ତି, ରାଜନାରାୟଣ ମହାପାତ୍ର, ଦେବେନ୍ଦ୍ର ନାଥ ଶର୍ମା, ଚିନ୍ମୟ ବେଉରା, ଅଭିଷେକ ମହାନନ୍ଦ, ଶ୍ରୀନାଥ ମିଶ୍ର, କିଷାନ ପଣ୍ଡା, ସନ୍ତୋଷ ବେହେରା, ଅମୀୟ ପଟ୍ଟନାୟକ, ହଳଧର ସେଠୀ ପ୍ରମୁଖ ଯୋଗଦେଇଥିଲେ।

ସେହିପରି ସୁବ୍ରତ ମହାପାତ୍ର, ପ୍ରଦୀପ ମହାପାତ୍ର, ସତ୍ୟବ୍ରତ ନାୟକ, ସୁଶାନ୍ତ ତ୍ରିପାଠୀ, ପଦ୍ମାକର ଗୁରୁ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ସତ୍ୟପ୍ରିୟ ସାମଲ, ମାନସ କର, ସନ୍ତୋଷ ବେହେରା, ଅନନ୍ତ ଦାସ, ରିତାଶ୍ରୀ ମହାନ୍ତି, ମନୋଜ ବିଶ୍ୱାଳ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବିପ୍ଳବ ଶିଲାଦିତ୍ୟ, ବାଙ୍କନିଧି ବେହେରା, ବିଷ୍ଣୁ ରାଉତ, ନଳିନୀକାନ୍ତ ନାୟକ, ଦୁର୍ଯ୍ୟୋଧନ ବେହେରା, ଗଦାଧର ଦାସ, ଆଶିଷ ମଲ୍ଲିକ, ଦୀପକ ମହାପାତ୍ର, ବଳଭଦ୍ର ଦାସ, ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

Video News : ପଦଯାତ୍ରା ଚାଲିଥିବା ବେଳେ ହଠାତ ରାହୁଳ ଗାନ୍ଧୀ କାହିଁକି ଦୌଡି ପଳେଇଲେ

Congress Bharat Jodo Yatra: ଆଜି କଂଗ୍ରେସର ‘ଭାରତ ଯୋଡା ଯାତ୍ରା’ରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ତାହା ହେଲା ଭାରତ ଯୋଡ ଯାତ୍ରାରେ ଚାଲୁଥିବା ବେଳେ ହଠାତ ରାହୁଳ ଗାନ୍ଧୀ ଜୋରରେ ଦୌଡିବାକୁ ଲାଗିଲେ। ରାହୁଲ ଗାନ୍ଧୀଙ୍କ ହଠାତ୍ ଦୈଡିବାରୁ ତାଙ୍କ ସୁରକ୍ଷା କର୍ମୀ, ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ସଭାପତି ରେଭନ୍ତ ରେଡ୍ଡୀ ଏବଂ ଅନ୍ୟମାନେ ମଧ୍ୟ ଦୌଡ଼ିବା ଆରମ୍ଭ କରିଥିଲେ। ରାହୁଲ ଗାନ୍ଧୀଙ୍କ ଏପରି ଦୈଡିବା ଦେଖି କିଛି ଲୋକ ଆଶ୍ଚଯ୍ୟ ହୋଇଯାଇଥିଲେ।

କଂଗ୍ରେସ ଦଳର ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ ଦଳର ନେତା ତଥା କର୍ମକର୍ତ୍ତାଙ୍କ ସହ ରବିବାର ସକାଳେ ଜଡଚର୍ଲା ଠାରୁ ପଦଯାତ୍ରା ଆରମ୍ଭ କରିଥିଲେ। ସେ ସେଠାରେ ୨୨ କିଲୋମିଟର ଦୂରତା ଅତିକ୍ରମ କରିବେ। ତେବେ ସେ କେତେକ ସ୍କୁଲ ପିଲାଙ୍କ ସହିତ ଯାଉଥିବା ବେଳେ ସେ ହଠାତ ଦୌଡିବାକୁ ନେଇ ଆଜି ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

 

 

ଆଜି ତେଲେଙ୍ଗାନାରେ କଂଗ୍ରେସର ‘ଭାରତ ଯୋଡା ଯାତ୍ରା’ର ହେଉଛି ପଞ୍ଚମ ଦିନ। ରାହୁଲ ଗାନ୍ଧୀ ରବିବାରର ପଦଯାତ୍ରା ଶେଷ କରିବା ପୂର୍ବରୁ ସନ୍ଧ୍ୟାରେ ସାଦନଗରର ସୋଲିପୁର ଛକଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ। ଗତକାଲି ଶନିବାର ରାତିରେ ଜଡଚାର୍ଲା ଏକ୍ସ ରୋଡ ଛକରେ ବୈଠକ କରିଥିଲେ। ତା ପୂର୍ବରୁ ସେ ଏକ ୨୦ କିଲୋମିଟର ପଦଯାତ୍ରା ଅତିକ୍ରମ କରିଥିଲେ।

ଏହି ଯାତ୍ରା ତେଲେଙ୍ଗାନାର ସାତୋଟି ଲୋକସଭା ଏବଂ ୧୯ ଟି ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ୩୭୫ କିଲୋମିଟର ଦୂରତା ଅତିକ୍ରମ କରିବ। ଏହା ପରେ ନଭେମ୍ବର ୭ ରେ ମହାରାଷ୍ଟ୍ରରେ ଏହି ପଦଯାତ୍ରା ପ୍ରବେଶ କରିବ। ନଭେମ୍ବର ୪ ତାରିଖରେ, ଏହି ପଦଯାତ୍ରା ଗୋଟିଏ ଦିନ ବିରତି ରହିବ।

 

 

ଏହି ପଦଯାତ୍ରା ୭ ସେପ୍ଟେମ୍ବରରେ ତାମିଲନାଡୁରୁ ଆରମ୍ଭ ହୋଇଥିଲା। ୱାୟାନାଦର ସାଂସଦ ତଥା କଂଗ୍ରେସ ନେତା ରାହୁଳ ଗାନ୍ଧୀ ‘ଭାରତ ଯୋଡା ଯାତ୍ରା’ ସମୟରେ କ୍ରୀଡା, ବ୍ୟବସାୟ ଏବଂ ମନୋରଞ୍ଜନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତଥା ବିଭିନ୍ନ ସମ୍ପ୍ରଦାୟର ବୁଦ୍ଧିଜୀବୀ ତଥା ନେତାମାନଙ୍କୁ ଭେଟୁଛନ୍ତି। ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟମାନେ କହିଛନ୍ତି ଯେ ରାହୁଳ ତେଲେଙ୍ଗାନାର ପୂଜାପାଠ, ମସଜିଦ ଏବଂ ମନ୍ଦିର ପରିଦର୍ଶନ କରିବେ ଏବଂ ସେଠାରେ ପ୍ରାର୍ଥନା ମଧ୍ୟ କରିବେ।

‘ଭାରତ ଯୋଡା ଯାତ୍ରା’ ତେଲେଙ୍ଗାନାରେ ଆରମ୍ଭ କରିବା ପୂର୍ବରୁ ରାହୁଲ କେରଳ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ଏହା ଶେଷ କରିଛନ୍ତି। ତେଲେଙ୍ଗାନାରେ ଏହି ଯାତ୍ରାକୁ ସମନ୍ୱୟ କରିବା ପାଇଁ  ପ୍ରଦେଶ କଂଗ୍ରେସ ୧୦ ଟି ସ୍ୱତନ୍ତ୍ର କମିଟି ଗଠନ କରିଛି।