Categories
ଆଜିର ଖବର ଜାତୀୟ ଖବର

ବନାଗ୍ନି: ଭାରତର ଜି-୨୦ ଅଧ୍ୟକ୍ଷତା କାଳରେ ପ୍ରତିକାର ବ୍ୟବସ୍ଥା ପ୍ରୟାସ

ନୂଆଦିଲ୍ଲୀ: ବନାଗ୍ନି ବିଗତ କେତେ ଦଶନ୍ଧି ଧରି ସମଗ୍ର ବିଶ୍ୱରେ ବ୍ୟାପକ ଆକାର ଧାରଣ କରିଛି ଏବଂ ଏହା ଫଳରେ ବହୁ ଧନଜୀବନ ହାନି ଘଟୁଛି। ଜଙ୍ଗଲ ନିଆଁ ଯୋଗୁଁ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଅଙ୍ଗାରକାମ୍ଳ ଶୋଷଣ ଉତ୍ସ ବା କାର୍ବନ ସିଙ୍କ୍ ବିଶେଷ ପ୍ରଭାବିତ ହେଉଛି । କାନାଡାର ଉତ୍ତରାଞ୍ଚଳର ବନ (ବୋରିଲ ଫରେଷ୍ଟ) ଏବଂ ବ୍ରାଜିଲର ଆମାଜନ ଉପତ୍ୟକାର ବର୍ଷା ବନ ଏହି ବନାଗ୍ନି ଦ୍ୱାରା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ନୂଆ ଅନୁଧ୍ୟାନ ଅନୁସାରେ ୨୦୦୧ ତୁଳନାରେ ଏବେ ବନାଗ୍ନି ଦ୍ୱାରା ବର୍ଷକୁ ତିନି ନିୟୁତରୁ ଅଧିକ ହେକ୍ଟର ଜଙ୍ଗଲାଞ୍ଚଳ କ୍ଷତିଗ୍ରସ୍ତ ହେଉଛି । ସରଳ ଭାଷାରେ ଜଙ୍ଗଲ ନିଆଁ ପ୍ରତିବର୍ଷ ବିଶ୍ୱର ମୋଟ ବୃକ୍ଷର ଏକ ଚତୁର୍ଥାଂଶ ଗତ ୨୦ବର୍ଷରେ ନଷ୍ଟ କଲାଣି । ଦିନକୁ ଦିନ ବନାଗ୍ନି  ଘଟଣା ଅଧିକ ହେଉଛି ଓ ଏହାର ଭୟାବହତା ବଢୁଛି । ଅତଏବ ବିଶ୍ୱର ଜୀବମଣ୍ଡଳ ଓ ପରିବେଶ ପାଇଁ ଏହା ଅତ୍ୟନ୍ତ ଘାତକ ପ୍ରମାଣି ହେଉଛି  ଏହାର ଭୟାବହତା ବଢୁଛି । ଅତଏବ ବିଶ୍ୱର ଜୀବମଣ୍ଡଳ ଓ ପରିବେଶ ପାଇଁ ମଣିଷର କାର୍ଯ୍ୟକଳାପକୁ ପ୍ରଭାବିତ କରୁଛି ।

ବିଶ୍ୱର ଜଳବାୟୁ ପରିବର୍ତ୍ତନ ଏହି ବନାଗ୍ନି ଘଟଣାକୁ ଅଧିକ ପ୍ରଭାବିତ କରିଛି । ଏବେ ଯେଉଁ ପ୍ରଚଣ୍ଡ ତାପ ପ୍ରବାହ ଅନୁଭୂତ ହେଉଛି ତାହା ୧୫୦ବର୍ଷ ତଳେ ହୋଇଥିବା ଝାଂଜିଠାରୁ ପାଂଚଗୁଣ ଅଧିକ ଥର ପ୍ରଭାବିତ ହେଉଛି । ଏହାଫଳରେ ମାଟିର ବତର ଶୁଖିଯାଉଛି ଏବଂ ବନାଗ୍ନି ସୃଷ୍ଟି ଏହାକୁ ବ୍ୟାପିବାରେ ସାହାଯ୍ୟ କରୁଛି । ଜଙ୍ଗଲରେ ନିଆଁ ଲାଗିଲେ ପ୍ରଚୁର ଧୂଆଁ ସୃଷ୍ଟି ହୋଇ ଅଙ୍ଗାରକାମ୍ଳ ନିର୍ଗମନ ବଢେ ଏବଂ ଏହାର ପ୍ରଭାବ ଜଳବାୟୁ ପରବର୍ତନକୁ ତ୍ୱରାନ୍ୱିତ କରିଥାଏ । ମାଟିର ଜଳୀୟ ଅଂଶ ହ୍ରାସ ପାଇଲେ ଗଛଲତା ମରିବା ସହିତ ଜଙ୍ଗଲ କ୍ଷୟ ଘଟେ ।

ଭାରତୀୟ କାହାଣୀ-

ବିଶ୍ୱ ବନାଗ୍ନି ଜନିତ ସମସ୍ୟାର ମୁକାବିଲା ପାଇଁ ଭାରତ ତାହାର ପର୍ଯ୍ୟବେକ୍ଷଣ  ବ୍ୟବସ୍ଥାକୁ ଯଥେଷ୍ଟ ବଢାଇଛି । ଭାରତର ମୋଟ ଜଙ୍ଗଲର ୨୫ ଶତାଂଶ ଅତ୍ୟନ୍ତ ଅଗ୍ନିକାଣ୍ଡ ପ୍ରବଣ ଏହା  ସତ୍ୱେ ଜଙ୍ଗଲ ନିଆଁ ଯୋଗୁ ଭାରତୀୟ ବାନାଂଚଳରେ ମାତ୍ର ୩ ଶତାଂଠ ଗଛ ନଷ୍ଟ ହୁଏ । ଭାରତୀୟ ଜଙ୍ଗଲ ସର୍ଭେ ପକ୍ଷର ବନ ଅଗ୍ନି ନାମରେ ଏକ ଜିଓ-ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଏହା ସାହାଯ୍ୟରେ ସହଜରେ ବନାଗ୍ନିକୁ ଠାବ କରି ଆବଶ୍ୟକ ତଥ୍ୟ ସଂଗ୍ରହ କରି ହେଉଛି । ଏଥିରୁ ବନାଗ୍ନି ସଂକ୍ରାନ୍ତ ତଥ୍ୟ ଠିକ୍ ସମୟରେ ମିଳିବା ସହିତ ଏହାର ପ୍ରତିକାର ବ୍ୟବସ୍ଥା କରିବାର ସୁଯୋଗ ମିଳୁଛି । ଏହି ପୋର୍ଟାଲଟି ଏକ ସିଙ୍ଗଲ ପଏଂଟ ସୋର୍ସ ବା  ଏକସ୍ଥାନୀକ ଉତ୍ସ ଭାବରେ କାମ କରିପାରିବ । ଭାରତରେ ଘଟୁଥିବା ବନାଗ୍ନି ସମ୍ପର୍କରେ ଏଥିରୁ ତଥ୍ୟ ମିଳିପାରିବ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ) ଅଧୀନରେ ଭାରତ ଖୁବ ଶୀଘ୍ର ବନାଗ୍ନି ମୁକାବିଲା ବ୍ୟବସ୍ଥା ରଖିବାକୁ ଯାଉଛି । ଏହା ଫଳରେ ବନାଗ୍ନିର ତୁରନ୍ତ ମୁକାବିଲା କାମ ସୁନିଶ୍ଚିତ ହୋଇପାରିବ ।

ଟେକ୍ନାଲୋଜି ଓ ନିୟାମକ ବ୍ୟବସ୍ଥାରେ ଉନ୍ନତି ସହିତ କର୍ତ୍ତୃପକ୍ଷ  ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଛନ୍ତି । ଫଳରେ ବନାଗ୍ନି ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆସିଛି । ଯୁଗ୍ମ ବନାଗ୍ନି ପରିଚାଳନା (ଜେଏଫ୍‌ଏମ୍‌)ରେ ଜଙ୍ଗଲ ନିଆଁକୁ ଲିଭାଇବା ସ୍ଥାନୀୟ ଲୋକଙ୍କ ସହାୟତା ନିଆଯାଇଛି । ଏଥି ପାଇଁ ଦେଶସାରା ଗ୍ରାମ ସ୍ତରରେ ଜେଏଫ୍‌ଏମ୍ କମିଟିମାନ ଗଠନ କରାଯାଇଛି । ଏହି କମିଟି ମାନ ଜଙ୍ଗଲ ସୁରକ୍ଷା ଓ ବନାଗ୍ନି ପରିଚାଳନା କାମ ସ୍ଥାନୀୟ ଭାବେ ଦେଖୁଛନ୍ତି । ଏବେ ଭାରତରେ ୩୬, ୧୬୫ ଜେଏଫଏମ୍ କମିଟି ଅଛି । ଏହି କମିଟି ଉପରେ ୧୦.୨୪ ନିୟୁ୍‌ତ ହେକ୍ଟରରୁ ଅଧିକ ଜଙ୍ଗଲାଞ୍ଚଳର  ସୁରକ୍ଷା ନ୍ୟସ୍ତ କରାଯାଇଛି ।

ଗୋଷ୍ଠୀଭିତ୍ତିକ ବନାଗ୍ନି ପରିଚାଳନା ନୀତି କ୍ରମଶଃ ଲୋକପ୍ରିୟ ହେଉଛି । କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରେ  ଏହି କମିଟି ସକ୍ରିୟ  । କମିଟି ଲୋକଙ୍କ ମଧ୍ୟରେ ଚେତନା ସୃଷ୍ଟି କରି ବନାଗ୍ନିର ମୁକାବିଲା ଓ ଜଙ୍ଗଲ ସୁରକ୍ଷାରେ ସ୍ଥାନୀୟ ଲୋକଙ୍କୁ ସାମିଲ କରୁଛି । ଜନଚେତନା ସୃଷ୍ଟି କରିବାକୁ ପଥପ୍ରାନ୍ତ ନାଟକ, ଘରକୁ ଘର ଅଭିଯାନ, ଅଗ୍ନି ନିୟନ୍ତ୍ରଣ କକ୍ଷ ଗଠନ ଓ ୱାଚ ଟାୱାରମାନ ନିର୍ମାଣ କରାଯାଇଛି । ଏ କ୍ଷେତ୍ରରେ ଲୋକଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ କାମ ହେଉଛି । ଏହାର ଲାଭ ମିଳୁଛି । ଜଙ୍ଗଲ ବିଭାଗର ତଥ୍ୟ ଅନୁସାରେ ବର୍ଷକ ଭିତରେ ବନାଗ୍ନି ଘେନି ଲୋକଙ୍କ ସତର୍କତା ୫ଶତାଂଶ ବଢିଛି ଏବଂ ପୋଡି ଯାଇଥିବା ଜଙ୍ଗଲାଞ୍ଚଳର ପରିମାଣ ୫୮ଶତାଂଶ ହ୍ରାସ ପାଇଛି । ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ବନାଗ୍ନି ମୁକାବିଲା ପଦକ୍ଷେପ ଯୋଗୁଁ ନିଆଁ ଲାଗିବା ଘଟଣା କମିଛି ଏବଂ ଜଙ୍ଗଲର ଆୟତନ ଓ ଘନତ୍ୱ ବୃଦ୍ଧି ପାଇଛି । ଏହା ଦ୍ୱାରା ମଧ୍ୟ ମୃତ୍ତିକା କ୍ଷୟକୁ ରୋକାଯାଇ ପାରୁଛି । ସେଠାରେ ନୂଆ ଜଙ୍ଗଲ ସୃଷ୍ଟି କରାଯାଇ ୧୨ରୁ ୧୮ମାସ ମଧ୍ୟରେ ଜୈବ ବିବିଧତାର ଘନତ୍ୱ ଉଲ୍ଲେଖନୀୟ ଭାବେ ବଢାଇବାରେ କର୍ତ୍ତୃପକ୍ଷ ସଫଳ ହୋଇଛନ୍ତି ।

ଅତି ଦାରୁଣ ପାଣିପାଗ ଓ ତତ୍‌ଜନିତ ଘଟଣା ପରିପ୍ରେକ୍ଷୀରେ  ଭାରତ ବନାଗ୍ନି ପରିଚାଳନା ପାଇଁ ନିଜର ପ୍ରସ୍ତୁତିକୁ ଆହୁରି ବ୍ୟାପକ କରୁଛି । ଭାରତର ପାରମ୍ପରିକ ବନାଗ୍ନି ନିୟନ୍ତ୍ରଣ ବ୍ୟବସ୍ଥାକୁ ସମ୍ମାନ ଦେଇ କର୍ତ୍ତୃପକ୍ଷ ଉନ୍ନତି ଆଣି ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହା ଫଳରେ ନିଆଁ ଲାଗିବା ମାତ୍ରେ ତତ୍‌କାଳ ପ୍ରତିକାର ବ୍ୟବସ୍ଥା ଆରମ୍ଭ କରାଯାଉଛି । ଏହା ଫଳରେ ବନାଗ୍ନି ସଂଖ୍ୟା କମୁଛି ଓ ଜଙ୍ଗଲ ନଷ୍ଟ ପରିମାଣ ଯଥେଷ୍ଟ ହ୍ରାସ ପାଉଛି ।  ଭାରତ ଗୋଷ୍ଠୀ ଭିତ୍ତିକ ବନାଗ୍ନି ପରିଚାଳନାକୁ ଉତ୍ସାହିତ କରୁଛି। ଏଥିରେ ସ୍ଥାନୀୟ ଲୋକ ଓ ଗୋଷ୍ଠୀଙ୍କ ସାମର୍ଥ୍ୟ ଏବଂ ଶକ୍ତିକୁ ବ୍ୟବହାର କରାଯାଉଛି । ଆଧୁନିକ ପ୍ରଯୁକ୍ତି ଯଥା ଆଲର୍ଟ ସିଷ୍ଟମ, ଜିପିଏସ୍ ଟ୍ରାକର ବ୍ୟବହାର କରାଯାଇ ନିଆଁ ଲାଗିବା କ୍ଷଣି ସେ ସ୍ଥାନକୁ ଚିହ୍ନଟ କରାଯାଇ ଅଗ୍ନି ନିର୍ବାପନ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହା ଫଳରେ ଜଙ୍ଗଲର କ୍ଷେତ୍ରସ୍ତରୀୟ ପରିଚାଳକ ସାମିଲ ହେଉଛନ୍ତି ଏବଂ ନିଆଁ ଲାଗିବା ଓ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସଫଳତାର ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପ୍ରୟାସ ଫଳରେ ଭାରତର ବନାଗ୍ନି ଓ ତତ୍‌ଜନିତ କ୍ଷୟକ୍ଷତି ସଂଖ୍ୟା ହ୍ରାସ ପାଉଛି ।

ଜି-୨୦ର ଗୁରୁତ୍ୱ

ଜଳବାୟୁ ପରିବର୍ତ୍ତନ ପଛରେ ରହୁଥିବା ବନାଗ୍ନିଜନିତ ପ୍ରଭାବକୁ ମନରେ ରଖି ଭାରତର ଅଧ୍ୟକ୍ଷତାରେ ପରିଚାଳିତ ଜି-୨୦ର ଚଳିତ ବର୍ଷର ପ୍ରାରମ୍ଭିକ ଗାନ୍ଧିନଗର ଶିଖର ସମ୍ମିଳନୀରେ ଏକ କାର୍ଯ୍ୟପନ୍ଥା ବା ରୋଡ ମ୍ୟାପ ଉପସ୍ଥାପିତ ହୋଇଥିଲା । ଏହାର ନାମ ଥିଲା ଗାନ୍ଧିନଗର ଇମ୍ଲିମେଣ୍ଟେସନ ରୋଡ ମ୍ୟାପ ବା ଜିଆଇଆର । ଏହା ଛଡା ସେହି ସମ୍ମିଳନୀରେ ଗାନ୍ଧିନଗର ଇନ୍‌ଫରେମେସନ ପ୍ଲାଟଫର୍ମ ବା ଜିଆଇପି  ନାମରେ ଆଉ ଏକ ପ୍ରୟାସ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟପନ୍ଥା (ରୋଡ ମ୍ୟାପ) ଜି-୨୦ ଓ ସହଯୋଗୀ ରାଷ୍ଟ୍ରମାନଙ୍କ ମଧ୍ୟରେ ବନାଗ୍ନି ରୋକିବାରେ ସହଯୋଗ ବୃଦ୍ଧି, ପରିବେଶ ସୁରକ୍ଷା, ଜୀବମଣ୍ଡଳର ପୁରରୁଦ୍ଧାର ଓ ବାନଗ୍ନି  ଖଣି ଖନନ ଦ୍ୱାରା ନଷ୍ଟ ହେଉଥିବା ଜଙ୍ଗଲାଞ୍ଚଳର ପୁନରୁଦ୍ଧାରକୁ ଅଗ୍ରାଧିକାର ଦେଉଛି । ଏହାକୁ ବିଶ୍ୱସ୍ତରରେ ଏକ ବନାଗ୍ନି ମୁକାବିଲାର ଉପାୟଭାବେ ବ୍ୟବହାର କରିବାକୁ ଭାରତ ପ୍ରସ୍ତାବ ରଖିଛି ।

ଭାରତର ଏହା ଏକ ଚମତ୍କାର ଉଦ୍ୟମ । ଜି-୨୦ର ସଦସ୍ୟମାନେ ଜଳବାୟୁ ପରିବର୍ତ୍ତନର ସଫଳ ମୁକାବିଲାକୁ  ଅଗ୍ରାଧିକାର ଦେଉଛନ୍ତି ଏବଂ ଭାରତ ଏ କ୍ଷେତ୍ରରେ ଆଗରେ ରହିଛି । ଏହି ପରିପ୍ରେକ୍ଷୀରେ ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଛି ସେଥିପ୍ରତି ଏହାର ସଦସ୍ୟ ରାଷ୍ଟ୍ରଙ୍କ ଆଗ୍ରହ  ନିଶ୍ଚୟ ପ୍ରଣିଧାନ ଯୋଗ୍ୟ । ଅତଏବ ଏହା ବିଶ୍ୱସ୍ତରରେ କେମିତି କାର୍ଯ୍ୟକାରୀ ହେବ ସେ ଦାୟିତ୍ୱ ଜି-୨୦ର ସବୁ ସଦସ୍ୟ ଓ ସହଯୋଗୀ ରାଷ୍ଟ୍ରଙ୍କର । ଏଥିରେ ସମସ୍ତଙ୍କର ସହଯୋଗ ଲୋଡା । ‘ଜିଆଇପି-ଜିଆଇଆର’ ପ୍ରୟାସ ଦ୍ୱାରା ବନାଗ୍ନିର ସଫଳ ମୁକାବିଲା ସହିତ ପରିବେଶ ସୁରକ୍ଷା ହୋଇପାରିବ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ ସହଜ ହେବ । ଏ କ୍ଷେତ୍ରରେ ଦେଶୀ ଜ୍ଞାନକୌଶଳ ଓ ଟେକ୍‌ନୋଲୋଜି ମଧ୍ୟ ରାଷ୍ଟ୍ରସମୂହ ନିଜ ନିଜ ମଧ୍ୟରେ ଆଦାନପ୍ରଦାନ କରିବା ଆବଶ୍ୟକ । ଏହି ଉଦ୍ୟମ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଉନ୍ନତ ତଥା ନିବିଡ କରିବା ସହିତ ବନାଗ୍ନି ଓ ପରିବେଶଗତ ସମସ୍ୟାର ସମାଧାନ କ୍ଷେତ୍ରରେ ବିଶେଷ ସହାୟକ ହେବ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜି ମହା ମୁକାବିଲା: ଜାଣନ୍ତୁ ଭାରତ ଓ ପାକିସ୍ତାନ ଦଳର କିପରି ରହିବ ଖେଳାଳି ଏକାଦଶ

ନୂଆଦିଲ୍ଲୀ: ଏସିଆ କପରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ମ୍ୟାଚ୍ ଆଜି ଖେଳାଯିବ। ପ୍ରଶଂସକମାନେ ଏହି ମହା ମୁକାବିଲା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ଏହାର ପ୍ରଥମ ମ୍ୟାଚ୍ ଖେଳିବ। ଏହା ଶ୍ରୀଲଙ୍କାରେ ପାକିସ୍ତାନ ଦଳର ପ୍ରଥମ ମ୍ୟାଚ୍ ହେବ।

ପରିସଂଖ୍ୟାନରେ ପାକିସ୍ତାନ ଆଗରେ ରହିଛି:

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏକଦିବସୀୟ ମ୍ୟାଚରେ ହେଡ ଟୁ ହେଡ ବିଷୟରେ ବାବର ଆଜାମଙ୍କ ଦଳ ଅଧିକ ରହିଛି। ଉଭୟ ଦଳ ଏପର୍ଯ୍ୟନ୍ତ ODI ରେ ୧୩୨ ଥର ମୁହାଁମୁହିଁ ହୋଇଛନ୍ତି। ଏହି ସମୟ ମଧ୍ୟରେ ଭାରତ ୫୫ ଟି ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ୭୩ ଟି ମ୍ୟାଚ୍ ଜିତିଛି।

IND ବନାମ PAK ମ୍ୟାଚ୍ ଲାଇଭ୍ ଟେଲିକାଷ୍ଟ ଏବଂ ଷ୍ଟ୍ରିମିଂ ବିବରଣୀ:

ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ୍ ଟିଭିରେ ଷ୍ଟାର ସ୍ପୋର୍ଟସ ନେଟୱାର୍କ ଏବଂ ଡିଡି ସ୍ପୋର୍ଟସ ଚ୍ୟାନେଲରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ମୋବାଇଲରେ ମ୍ୟାଚ୍ ଦେଖୁଥିବା ଦର୍ଶକମାନେ ହଟଷ୍ଟାରରେ ଏହି ମହା ମୁକାବିଲା ଦେଖିପାରିବେ। ହଟଷ୍ଟାର୍ ୨୦୨୩ ଏସିଆ କପ୍ ମ୍ୟାଚ୍ ମାଗଣାରେ ଷ୍ଟ୍ରିମିଂ କରୁଛି।

ଭାରତ-ପାକ୍ ମ୍ୟାଚ୍ ରେ ବର୍ଷା ଭିଲେନ୍ ହୋଇପାରେ:

ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ବର୍ଷା ଯୋଗୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଧୋଇ ହୋଇପାରେ। ବାସ୍ତବରେ ବାଲାଗୋଲା ଝଡ ଯୋଗୁଁ ପ୍ରବଳ ବର୍ଷା ହୋଇପାରେ। ଏଭଳି ପରିସ୍ଥିତିରେ ଭାରତ-ପାକ୍ ମ୍ୟାଚ୍ ବର୍ଷା ଦ୍ୱାରା ପ୍ରଭାବିତ ହୋଇପାରେ। ପାଣିପାଗ ରିପୋର୍ଟ ଅନୁଯାୟୀ, ମ୍ୟାଚ୍ ଆରମ୍ଭ ପୂର୍ବରୁ କ୍ୟାଣ୍ଡିରେ ୬୮ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ମ୍ୟାଚ୍ ସମୟରେ ଦିନସାରା ମେଘୁଆ ରହିବ ଏବଂ ମଝିରେ ମଝିରେ ବର୍ଷା ହେବ।

ବର୍ଷା ହେତୁ ଭାରତ-ପାକ୍ ମ୍ୟାଚ୍ ବାତିଲ ହେଲେ କଣ ହେବ ଜାଣନ୍ତୁ:

ଯଦି ବର୍ଷା ହେତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ବାତିଲ ହୁଏ ତେବେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏଁ ମିଳିବ। ଏଭଳି ପରିସ୍ଥିତିରେ ପାକିସ୍ତାନ ଦଳ ୩ ପଏଣ୍ଟ ସହ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିବ। ଏଥି ସହିତ ଭାରତୀୟ ଦଳ ପାଇଁ ଶେଷ ଗ୍ରୁପ୍ ମ୍ୟାଚ୍ ରେ ନେପାଳ ବିପକ୍ଷରେ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଯଦି ପାକିସ୍ତାନ ବିପକ୍ଷ ମ୍ୟାଚ୍ ବାତିଲ ହେବା ପରେ ଟିମ୍ ଇଣ୍ଡିଆ ନେପାଳ ବିପକ୍ଷରେ ହାରିଯାଏ, ତେବେ ଭାରତ ଏସିଆ କପ୍ ରୁ ବିଦାୟ ନେବ।

ପାକିସ୍ତାନର ସମ୍ଭାବ୍ୟ ଏକାଦଶ ଖେଳାଳି: ଇମାମ-ଉଲ-ହକ, ଫଖର ଜମାନ, ବାବର ଆଜାମ (କ୍ୟାପଟେନ), ମହମ୍ମଦ ରିଜୱାନ (ୱିକେଟ୍ କିପର), ଇଫ୍ତିଖର ଅହମ୍ମଦ, ସଲମାନ ଆଗା, ମହମ୍ମଦ ନୱାଜ, ଶାଦବ ଖାନ, ହରିସ ରାଉଫ, ନସିମ ଶାହା ଏବଂ ଶାହିନ ଶାହ ଆଫ୍ରିଦି।

ଭାରତର ସମ୍ଭାବ୍ୟ ଏକାଦଶ ଖେଳାଳି: ଇଶାନ କିଶନ (ୱିକେଟ୍ ରକ୍ଷକ), ଶୁଭମାନ ଗିଲ, ବିରାଟ କୋହଲି, ରୋହିତ ଶର୍ମା (କ୍ୟାପଟେନ), ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ।

Categories
ଆଜିର ଖବର ଖେଳ ଜାତୀୟ ଖବର

ମହା ମୁକାବିଲା ପୂର୍ବରୁ କୋହଲିଙ୍କ ଚେତାବନୀ: ପାକିସ୍ତାନୀ ଦଳର ଏହି ଶକ୍ତି ଠାରୁ ରହିବାକୁ ପଡ଼ିବ ସତର୍କ

ନୂଆଦିଲ୍ଲୀ: ସମସ୍ତ କ୍ରିକେଟ୍ ପ୍ରେମୀ ଏସିଆ କପ୍-୨୦୨୩ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାମୁକାବିଲା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେପ୍ଟେମ୍ବର ୨ ତାରିଖରେ ଶ୍ରୀଲଙ୍କାର କାଣ୍ଡିସ୍ଥିତ ପଲ୍ଲେକେଲେ କ୍ରିକେଟ୍ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ବିଷୟରେ ଦୁଇ ଦଳ ମଧ୍ୟରେ ବୟାନବାଜି ଦେଖିବାକୁ ମିଳୁଛି। ଏସିଆ କପ୍-୨୦୨୩ ରେ ନେପାଳ ବିପକ୍ଷରେ ଏକ ବଡ଼ ବିଜୟ ପଞ୍ଜିକରଣ କରିବା ପରେ ପାକିସ୍ତାନ ଏହି ମ୍ୟାଚରେ ଖେଳିବାକୁ ଯାଉଛି। ଏଥି ସହିତ ଭାରତୀୟ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଏଭଳି ପରିସ୍ଥିତିରେ ପୁଣି ଥରେ ସମସ୍ତଙ୍କ ଆଖି ନିଶ୍ଚିତ ଭାବରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ କେନ୍ଦ୍ରିତ ହେବାକୁ ଯାଉଛି।

ଅନ୍ତର୍ଜାତୀୟ କ୍ରିକେଟରେ ପାକିସ୍ତାନ ବିପକ୍ଷରେ ବିରାଟ କୋହଲିଙ୍କ ଭଲ ରେକର୍ଡ ରହିଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କୋହଲି ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ବୋଲିଂ ଉପରେ ଚେତାବନୀ ଦେଇଛନ୍ତି। କୋହଲିଙ୍କ କହିବାନୁସାରେ, ପାକିସ୍ତାନ ଦଳର ବୋଲିଂ ଆକ୍ରମଣ କୌଣସି ସମୟରେ ମ୍ୟାଚ ବଦଳାଇବାର କ୍ଷମତା ରଖିଛି।

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ଷ୍ଟାର ସ୍ପୋର୍ଟସରେ ଏକ ବାର୍ତ୍ତାଳାପ ସମୟରେ କହିଛନ୍ତି ଯେ, ମୁଁ ଭାବୁଛି ସେମାନଙ୍କ ବୋଲିଂ ୟୁନିଟ୍ ବହୁତ ଶକ୍ତିଶାଳୀ ଯାହା ନିଶ୍ଚିତ ଭାବରେ ଏହାର ପ୍ରଭାବ ଦେଖାଏ। ପାକିସ୍ତାନର ବୋଲିଂ ଅର୍ଡର ଏପରି ଯେ ଏହା ଯେକୌଣସି ମ୍ୟାଚ୍‌ର ଜୁଆର ଆଣିପାରେ। ତେଣୁ ମୁଁ ବିଶ୍ୱାସ କରେ ସେମାନଙ୍କୁ ସାମ୍ନା କରିବାକୁ ହେଲେ ନିଜର ସର୍ବଶ୍ରେଷ୍ଠ ଦେବାକୁ ପଡିବ।

କୋହଲି ଚଳିତ ବର୍ଷ ODI ରେ ହାରାହାରି ୫୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି:

ବିରାଟ କୋହଲିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ୫୦ ଓଭର ଫର୍ମାଟରେ ଏପର୍ଯ୍ୟନ୍ତ ୨୦୨୩ ମସିହାରେ ଦେଖାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଖରାପ ପର୍ଯ୍ୟାୟ ଦେଇ ଗତି କରିଥିବା କୋହଲି ଚଳିତ ବର୍ଷ ODI ରେ ୫୦ ରୁ ଅଧିକ ହାରରେ ବ୍ୟାଟିଂ କରିଛନ୍ତି। କୋହଲି ୫୩.୩୮ ହାରରେ ୯ ଇନିଂସରେ ୪୨୭ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୨ ଟି ଶତକ ଏବଂ ୧ ଟି ଅର୍ଦ୍ଧ ଶତକର ଇନିଂସ ମଧ୍ୟ ଅନ୍ତର୍ଭୁକ୍ତ। ODI ରେ ପାକିସ୍ତାନ ବିପକ୍ଷ ୧୩ ଟି ମ୍ୟାଚରେ କୋହଲି ୪୮.୭୩ ହାରରେ ଖେଳିଛନ୍ତି, ଯେଉଁଥିରେ ସେ ୨ ଟି ଶତକ ଏବଂ ୨ ଟି ଅର୍ଦ୍ଧଶତକ ସହ ୫୩୬ ରନ୍ ସଂଗ୍ରହ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପାକିସ୍ତାନୀ ପ୍ରଶଂସକଙ୍କ ପାଇଁ ଖରାପ ଖବର, ଭାରତ ବିରୋଧ ମ୍ୟାଚ ପୂର୍ବରୁ ଆହତ ହେଲେ ଶାହିନ୍ ଆଫ୍ରିଦି

ନୂଆଦିଲ୍ଲୀ: ଏସିଆ କପ୍ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯାଇଥିଲା ଯେଉଁଥିରେ ପାକିସ୍ତାନ କେବଳ ଜିତିନଥିଲା, ବରଂ ସେପ୍ଟେମ୍ବର ୨ ତାରିଖରେ ଭାରତ ବିପକ୍ଷ ବଡ ମ୍ୟାଚ୍ ପୂର୍ବରୁ ମଧ୍ୟ ସମସ୍ୟା ସୃଷ୍ଟି କରିଥିଲା। ବାସ୍ତବରେ ନେପାଳ ବିପକ୍ଷ ମ୍ୟାଚରେ ପାକିସ୍ତାନର ମୁଖ୍ୟ ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି କିଛି ଅସୁବିଧାରେ ସମ୍ମୁଖୀନ ହୋଇଥିଲେ।

ଅସୁବିଧାର ସମ୍ମୁଖୀନ ହେବା ପରେ ଶାହିନ୍ ପଡ଼ିଆରୁ ବାହାରକୁ ଯାଇଥିଲେ। ଶାହିନ୍ ପଡ଼ିଆରୁ ବାହାରକୁ ଯିବା ତାଙ୍କ ଆଘାତର ଭୟ ସୃଷ୍ଟି କରୁଛି। ପଡ଼ିଆ ବାହାରକୁ ଯିବା ପୂର୍ବରୁ ଶାହିନ୍ ଦଳର ଡାକ୍ତର ଏବଂ ଫିଜିଓଙ୍କ ସହ ମଧ୍ୟ କଥା ହୋଇଥିଲେ। ଭାରତ ବିପକ୍ଷ ମେଗା ମ୍ୟାଚରେ ଶାହିନ୍ ପାକିସ୍ତାନର ମୁଖ୍ୟ ବୋଲର ହେବେ। ନୂଆ ବଲ ସହିତ ଶାହିନ୍ ଭାରତୀୟ ଟପ୍ ଅର୍ଡର ପାଇଁ ଅସୁବିଧା ସୃଷ୍ଟି କରିପାରନ୍ତି।

ଯଦି ଶାହିନ୍ କୌଣସି ପ୍ରକାର ଆଘାତ ପାଆନ୍ତି, ତେବେ ଏହା କେବଳ ଭାରତ ନୁହେଁ ସମଗ୍ର ଏସିଆ କପ୍ ଏବଂ ଆଗାମୀ ବିଶ୍ୱକପ୍ ପାଇଁ ମଧ୍ୟ ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ। ଏଥି ସହିତ ନେପାଳ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଶାହିନ୍ ୫ ଓଭର ବୋଲିଂ କରିଥିଲେ, ଯେଉଁଥିରେ ସେ ୨୭ ରନ୍ ଦେଇ ୨ ଟି ୱିକେଟ୍ ନେଇଥିଲେ ଏବଂ ପରେ ସମସ୍ୟା ହେତୁ ସେ ପଡ଼ିଆରୁ ବାହାରକୁ ଯାଇଥିଲେ।

ମ୍ୟାଚ ସମୟରେ ମୁଲତାନର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସରୁ ଅଧିକ ଥିଲା। ଅତ୍ୟଧିକ ଉତ୍ତାପ ଏବଂ ଆର୍ଦ୍ରତା ମଧ୍ୟ ଶାହିନ୍ ଙ୍କ ସମସ୍ୟାର କାରଣ ହୋଇପାରେ। କୌଣସି ବିପଦ ନ ନେଇ ପାକିସ୍ତାନ ଶାହିନଙ୍କୁ ପଡ଼ିଆରୁ ପଠାଇ ଦେଇଥିଲା। ଶାହିନ୍ ନେପାଳ ବିପକ୍ଷରେ ପ୍ରଥମ ଓଭରରେ ଦୁଇଟି ୱିକେଟ୍ ନେଇଥିଲେ।

ସେପ୍ଟେମ୍ବର ୨ ରେ ଭାରତ ସହ ବଡ଼ ମ୍ୟାଚ୍ ହେବ:

ଉଲ୍ଲେଖନୀୟ କଥା ହେଉଛି, ସେପ୍ଟେମ୍ବର ୨ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ମ୍ୟାଚ୍ ହେବ, ଯେଉଁଥିପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ଶ୍ରୀଲଙ୍କାର ପଲ୍ଲେକଲ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ।

Categories
ଆଜିର ଖବର ଜାତୀୟ ଖବର

୧୫ ଲକ୍ଷ କିଲୋମିଟର ସୂର୍ଯ୍ୟ ଆଡ଼କୁ ଯିବ ଆଦିତ୍ୟ ଏଲ୍-୧: ଜାଣନ୍ତୁ ଭାରତ ପାଇଁ କାହିଁକି  ଗୁରୁତ୍ୱପୂର୍ଣ୍ଣ ସୌର ମିଶନ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ମିଶନର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବେ ସୂର୍ଯ୍ୟ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଛି। ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଆଦିତ୍ୟ ଏଲ୍-୧ ମିଶନ ମହାକାଶରେ ପାଣିପାଗର ଗତିଶୀଳତା, ସୂର୍ଯ୍ୟର ତାପମାତ୍ରା, ପୃଥିବୀ ଉପରେ ଅଲଟ୍ରାଭାୟୋଲେଟ୍ ରଶ୍ମିର ପ୍ରଭାବ, ବିଶେଷକରି ଓଜୋନ ସ୍ତର ଉପରେ ଅଧ୍ୟୟନ କରିବାରେ ସକ୍ଷମ ହେବ । ସେପ୍ଟେମ୍ବର ୨ତାରିଖରେ ଆଦିତ୍ୟ-ଏଲ୍୧ ମିଶନ ଆରମ୍ଭ ହେବାର ସମ୍ଭାବନା ରହିଛି। ସୂର୍ଯ୍ୟଉପରେ ଅଧ୍ୟୟନ କରିବାରେ ଏହା ହେବ ପ୍ରଥମ ଭାରତୀୟ ମହାକାଶ ଅଭିଯାନ ।

ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ମିଶନ ଅଧୀନରେ ବିଭିନ୍ନ ପ୍ରକାରର ତଥ୍ୟ ସଂଗ୍ରହ କରାଯିବ ଯାହାଦ୍ୱାରା ବାତ୍ୟା ରିପୋର୍ଟ ହେବାମାତ୍ରେ ସତର୍କ ସୂଚନା ଜାରି କରାଯାଇପାରିବ ।
ଆଦିତ୍ୟ ଏଲ-୧ ଅଭିଯାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ସୋଲାର ଅଲ୍ଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ (ଏସ୍ୟୁଟି) ପୁଣେସ୍ଥିତ ଇଣ୍ଟର ୟୁନିଭର୍ସିଟି ସେଣ୍ଟର ଫର ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ (ଆଇୟୁସିଏଏ)ଦ୍ୱାରା ବିକଶିତ କରାଯାଇଛି । ଆଇୟୁସିଏଏ ବୈଜ୍ଞାନିକ ତଥା ଏସୟୁଟି ମୁଖ୍ୟ ଅନୁସନ୍ଧାନକାରୀ ପ୍ରଫେସର । ଦୁର୍ଗେଶ ତ୍ରିପାଠୀ କହିଛନ୍ତି ଯେ ଇସ୍ରୋର ସୂର୍ଯ୍ୟ ଅଭିଯାନ ହେଉଛି ଆଦିତ୍ୟ ଏଲ୍ -୧, ଯାହା ପୃଥିବୀରୁ ସୂର୍ଯ୍ୟକୁ ୧୫ ଲକ୍ଷ କିଲୋମିଟର ଯାଇ ସୂର୍ଯ୍ୟଉପରେ ଅଧ୍ୟୟନ କରିବ ।

ସେ କହିଛନ୍ତି ଯେ ସୂର୍ଯ୍ୟରୁ ବିପୁଳ ପରିମାଣର ଅଲଟ୍ରାଭାୟୋଲେଟ୍ ରଶ୍ମି ନିର୍ଗତ ହୋଇଥାଏ ଏବଂ ଏହି ଟେଲିସ୍କୋପ୍ (ଏସ୍ ଆଇଟି) ୨୦-୪୦୦୦ ଆଙ୍ଗଷ୍ଟ୍ରମର ତରଙ୍ଗଲମ୍ବର ଅଲଟ୍ରାଭାୟୋଲେଟ୍ ରଶ୍ମି ଉପରେ ଅଧ୍ୟୟନ କରିବ । ତ୍ରିପାଠୀ କହିଛନ୍ତି ଯେ ବିଶ୍ୱରେ ଏହି ସ୍ତରର ଅଲଟ୍ରାଭାୟୋଲେଟ୍ ରଶ୍ମି ପୂର୍ବରୁ ଅଧ୍ୟୟନ କରାଯାଇ ନାହିଁ ।
ଚନ୍ଦ୍ର ପରେ ସୂର୍ଯ୍ୟ ଜିତିବା ପାଇଁ ପ୍ରସ୍ତୁତ ହେଉଛି, ଦେଖନ୍ତୁ ଭବିଷ୍ୟତରେ ଇସ୍ରୋ କେଉଁ ମିଶନ ଆରମ୍ଭ କରିବାକୁ ଯାଉଛି

ଆଦିତ୍ୟ-ଏଲ୍-୧ ମିଶନର ଲକ୍ଷ୍ୟ ହେଉଛି ଏଲ୍-୧ ଚାରିପଟେ ଥିବା କକ୍ଷପଥରୁ ସୂର୍ଯ୍ୟକୁ ଅଧ୍ୟୟନ କରିବା । ଏହି ମହାକାଶଯାନରେ ୭ଟି ପେଲୋଡ୍ ରହିବ ଯାହା ଫଟୋସ୍ଫିୟର (ଫଟୋସ୍ଫିୟର), କ୍ରୋମୋସ୍ଫିୟର (ସୂର୍ଯ୍ୟର ଦୃଶ୍ୟମାନ ପୃଷ୍ଠର ଠିକ୍ ଉପର) ଏବଂ ସୂର୍ଯ୍ୟର ବାହ୍ୟସ୍ତର (କରୋନା)କୁ ବିଭିନ୍ନ ତରଙ୍ଗ ବ୍ୟାଣ୍ଡରେ ନିରୀକ୍ଷଣ କରିବାରେ ସାହାଯ୍ୟ କରିବ ।
ଆଇୟୁସିଏଏର ଆଉ ଜଣେ ବୈଜ୍ଞାନିକ ପ୍ରଫେସର ଡ. ସୂର୍ଯ୍ୟର ଉପର ପୃଷ୍ଠରେ କିଛି ବିସ୍ଫୋରଣ ହୋଇଥାଏ, କିନ୍ତୁ ଏହା କେବେ ହେବ ଏବଂ ଏହାର ପ୍ରଭାବ କ’ଣ ହେବ ତାହା ଜଣାପଡ଼ିନାହିଁ । ଏଭଳି ସ୍ଥିତିରେ ଏହି ଟେଲିସ୍କୋପର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ସେଗୁଡ଼ିକର ଅଧ୍ୟୟନ କରିବା। ଏଥିପାଇଁ ଆମେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ଉପାଦାନ ବିକଶିତ କରିଛୁ ଯାହା ଏହାର ତଥ୍ୟ (ବିସ୍ଫୋରଣ) ସଂଗ୍ରହ ଏବଂ ମୂଲ୍ୟାଙ୍କନ କରିବ ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଏସିଆନ୍ ଗେମ୍ସରେ ଭାଗ ନେବା ପାଇଁ ୬୩୪ କ୍ରୀଡ଼ାବିତଙ୍କ ଅଂଶଗ୍ରହଣକୁ ସ୍ବୀକୃତି ପ୍ରଦାନ

ନୂଆଦିଲ୍ଲୀ: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ (ଏମୱାଇଏଏସ୍) ଆଗାମୀ ଏସିଆନ୍ ଗେମ ରେ ୩୮ କ୍ରୀଡ଼ା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ୬୩୪ ଜଣ ଖେଳାଳୀଙ୍କୁ ସ୍ବୀକୃତି ପ୍ରଦାନ କରିଛି, ଯାହା ଭାରତୀୟ ଅଲମ୍ପିକ ସଂଘ (ଆଇଓଏ) ଦ୍ବାରା ଅନୁମୋଦିତ ୮୫୦ ଖେଳାଳିଙ୍କ ବିପକ୍ଷରେ ନିର୍ଦ୍ଧାରିତ ଚୟନ ମାନଦଣ୍ଡକୁ ପୂରଣ କରୁଛି।

ଏସିଆନ୍ ଗେମ୍ ର ଗତ ସଂସ୍କରଣ ୨୦୧୮ ରେ ମୋଟ୍ ୫୭୨ ଆଥଲେଟ୍ ଭାଗ ନେଇଥିଲେ। ଏହି ଖେଳରେ ଭାରତ ୧୬ ଟି ସ୍ବର୍ଣ୍ଣ ସହିତ ମୋଟ୍ ୭୦ ଟି ପଦକ ହାସଲ କରିଥିଲା।

Categories
ବିଶେଷ ଖବର

“ଭାରତ ଲାଲଫିତାରୁ ଦୂରେଇ ରେଡ୍ କାର୍ପେଟକୁ ଯାଇଛି”: ଜି-୨୦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଜି-୨୦ ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ବୈଠକକୁ ଭିଡିଓ ଲିଙ୍କ୍ ମାଧ୍ୟମରେ ସମ୍ବୋଧିତ କରିଛନ୍ତି।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ପିଙ୍କ ସିଟି ଜୟପୁରକୁ ଭବ୍ୟ ସ୍ୱାଗତ କରିବା ସହ କହିଥିଲେ ଯେ ଏହି ଅଞ୍ଚଳ ଏହାର ଗତିଶୀଳ ଏବଂ ଉଦ୍ୟୋଗୀ ଲୋକଙ୍କ ପାଇଁ ଜଣାଶୁଣା। ଭାରତ ବାଣିଜ୍ୟ ଚିନ୍ତାଧାରା, ସଂସ୍କୃତି ଏବଂ ପ୍ରଯୁକ୍ତିବିଦ୍ୟାର ଆଦାନ ପ୍ରଦାନ କରିବା ସହିତ ସମଗ୍ର ଇତିହାସରେ ଲୋକଙ୍କୁ ନିକଟତର କରିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ବାଣିଜ୍ୟ ଓ ଜଗତୀକରଣ ମଧ୍ୟ କୋଟି କୋଟି ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟରୁ ମୁକ୍ତ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଭାରତୀୟ ଅର୍ଥନୀତିର ବିଶ୍ୱସ୍ତରୀୟ ବିଶ୍ୱାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତକୁ ଖୋଲାପଣ, ସୁଯୋଗ ଏବଂ ବିକଳ୍ପର ମିଶ୍ରଣ ଭାବରେ ଦେଖାଯାଉଛି। ବିଗତ ୯ ବର୍ଷ ମଧ୍ୟରେ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଭାରତ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆମେ ୨୦୧୪ରେ “ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର”ର ଯାତ୍ରା ଆରମ୍ଭ କରିଥିଲୁ”। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଏବଂ ସ୍ୱଚ୍ଛତା ବୃଦ୍ଧି, ଡିଜିଟାଇଜେସନ୍ ର ପ୍ରସାର ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ସ୍ଥାପନ କରିଛି ଏବଂ ଶିଳ୍ପ ଜୋନ୍ ନିର୍ମାଣ କରିଛି। “ଆମେ ଲାଲଫିତା ଠାରୁ ଦୂରେଇ ରେଡ୍ କାର୍ପେଟ୍ କୁ ଯାଇଛୁ ଏବଂ ଏଫଡିଆଇକୁ ଉଦାର କରିଛୁ” ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଭଳି ପଦକ୍ଷେପ ବିଷୟକୁ ମଧ୍ୟ ସ୍ପର୍ଶ କରିଥିଲେ ଯାହା ଉତ୍ପାଦନକୁ ପ୍ରୋତ୍ସାହିତ କରିଛି ଏବଂ ଦେଶରେ ନୀତି ସ୍ଥିରତା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଆଗାମୀ କିଛି ବର୍ଷ ମଧ୍ୟରେ ଭାରତକୁ ତୃତୀୟ ବୃହତ୍ତମ ବିଶ୍ୱ ଅର୍ଥନୀତି ରେ ପରିଣତ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ମହାମାରୀଠାରୁ ଆରମ୍ଭ କରି ଭୂ-ରାଜନୈତିକ ଉତ୍ତେଜନା ପର୍ଯ୍ୟନ୍ତ ସାମ୍ପ୍ରତିକ ବୈଶ୍ୱିକ ଆହ୍ୱାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିଶ୍ୱ ଅର୍ଥନୀତିକୁ ପରୀକ୍ଷା କରିଛି ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ଉପରେ ବିଶ୍ୱାସ ପୁନରୁଦ୍ଧାର କରିବା ଜି-୨୦ ରାଷ୍ଟ୍ର ଭାବରେ ଆମର ଦାୟିତ୍ୱ। ଭବିଷ୍ୟତର ବିପଦକୁ ସହ୍ୟ କରିପାରୁଥିବା ସ୍ଥିର ଏବଂ ଅନ୍ତର୍ଭୁକ୍ତ ବୈଶ୍ବିକ ମୂଲ୍ୟ ଶୃଙ୍ଖଳା ନିର୍ମାଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ, ଦୁର୍ବଳତା ଆକଳନ, ବିପଦକୁ ହ୍ରାସ କରିବା ଏବଂ ସ୍ଥିରତା ବୃଦ୍ଧି କରିବା ପାଇଁ ମ୍ୟାପିଂ ଗ୍ଲୋବାଲ ଭାଲ୍ୟୁ ଚେନ୍ ପାଇଁ ଏକ ଜେନେରିକ ଫ୍ରେମୱାର୍କ ପ୍ରସ୍ତୁତ କରିବା ପାଇଁ ଭାରତର ପ୍ରସ୍ତାବର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।

“ବାଣିଜ୍ୟରେ ପ୍ରଯୁକ୍ତିବିଦ୍ୟାର ପରିବର୍ତ୍ତନଶୀଳ ଶକ୍ତି ର୍ନିବିବାଦୀୟ”, ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଏବଂ ଭାରତର ଅନଲାଇନ୍ ଏକକ ପରୋକ୍ଷ ଟିକସ – ଜିଏସଟି ଆଡକୁ ଅଗ୍ରସର ହେବାର ଉଦାହରଣ ଦେଇଥିଲେ ଯାହା ଆନ୍ତଃରାଜ୍ୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବାରେ ଏକକ ଆଭ୍ୟନ୍ତରୀଣ ବଜାର ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା। ବାଣିଜ୍ୟ ଲଜିଷ୍ଟିକ୍ସକୁ ଶସ୍ତା ଏବଂ ଅଧିକ ସ୍ୱଚ୍ଛ କରିବା ପାଇଁ ଭାରତର ୟୁନିଫାଏଡ୍ ଲଜିଷ୍ଟିକ୍ସ ଇଣ୍ଟର-ଫେସ୍ ପ୍ଲାଟଫର୍ମ କୁ ମଧ୍ୟ ସେ ସ୍ପର୍ଶ କରିଥିଲେ। ସେ ‘ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ କମର୍ସ’ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଏହାକୁ ଏକ ଗେମ୍-ଚେଞ୍ଜର ବୋଲି କହିଥିଲେ ଯାହା ଡିଜିଟାଲ୍ ମାର୍କେଟପ୍ଲେସ୍ ଇକୋ-ସିଷ୍ଟମକୁ ଗଣତାନ୍ତ୍ରିକ କରିବ। ପେମେଣ୍ଟ ବ୍ୟବସ୍ଥା ପାଇଁ ଆମେ ଆମର ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ସହ ଏହା କରିସାରିଛୁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରକ୍ରିୟାକୁ ଡିଜିଟାଇଜ୍ କରିବା ଏବଂ ଇ-କମର୍ସର ବ୍ୟବହାର ବଜାର ପ୍ରବେଶକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ଏହି ଗୃପ୍‍ ‘ବାଣିଜ୍ୟ ଦସ୍ତାବିଜର ଡିଜିଟାଲାଇଜେସନ୍ ପାଇଁ ଉଚ୍ଚସ୍ତରୀୟ ନୀତି’ ଉପରେ କାର୍ଯ୍ୟ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଏହି ନୀତିଗୁଡ଼ିକ ସୀମାପାର ଇଲେକ୍ଟ୍ରୋନିକ୍ ବାଣିଜ୍ୟ ପଦକ୍ଷେପ କୁ କାର୍ଯ୍ୟକାରୀ କରିବା ରେ ଏବଂ ଅନୁପାଳନ ବୋଝ ହ୍ରାସ କରିବାରେ ଦେଶମାନଙ୍କୁ ସାହାଯ୍ୟ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସୀମାପାର ଇ-କମର୍ସର ଅଭିବୃଦ୍ଧିର ଆହ୍ୱାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବୃହତ ଏବଂ କ୍ଷୁଦ୍ର ବିକ୍ରେତାଙ୍କ ମଧ୍ୟରେ ସମାନ ପ୍ରତିଯୋଗିତା ସୁନିଶ୍ଚିତ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଉପଯୁକ୍ତ ମୂଲ୍ୟ ଆବିଷ୍କାର ଏବଂ ଅଭିଯୋଗ ପରିଚାଳନା ବ୍ୟବସ୍ଥାରେ ଉପଭୋକ୍ତାମାନେ ସମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଭାରତ ଏକ ନିୟମ ଭିତ୍ତିକ, ଖୋଲା, ଅନ୍ତର୍ଭୁକ୍ତ ଏବଂ ବହୁପାକ୍ଷିକ ବାଣିଜ୍ୟ ବ୍ୟବସ୍ଥାରେ ବିଶ୍ୱାସ କରେ ଯାହାର ମୂଳରେ ଡବ୍ଲ୍ୟୁଟିଓ ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଦର୍ଶାଇଛନ୍ତି ଯେ ଦ୍ୱାଦଶ ଡବ୍ଲ୍ୟୁଟିଓ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଭାରତ ଦକ୍ଷିଣ ବିଶ୍ବର ଚିନ୍ତାକୁ ସମର୍ଥନ କରିଛି ଯେଉଁଠାରେ ସଦସ୍ୟମାନେ ଲକ୍ଷ ଲକ୍ଷ କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସହମତି ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ। ବିଶ୍ୱ ଅର୍ଥନୀତିରେ ଏମଏସଏମଇର ପ୍ରମୁଖ ଭୂମିକାକୁ ଦୃଷ୍ଟିରେ ରଖି ସେମାନଙ୍କ ଉପରେ ଅଧିକ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। “ଏମଏସଏମଇଗୁଡ଼ିକରେ ୬୦ରୁ ୭୦ ପ୍ରତିଶତ ନିଯୁକ୍ତି ପାଆନ୍ତି ଏବଂ ବିଶ୍ୱ ଜିଡିପିରେ ୫୦ ପ୍ରତିଶତ ଯୋଗଦାନ କରନ୍ତି”, ପ୍ରଧାନମନ୍ତ୍ରୀ ସେମାନଙ୍କ ସଶକ୍ତୀକରଣ ସାମାଜିକ ସଶକ୍ତୀକରଣରେ ପରିଣତ ହେଉଥିବାରୁ ସେମାନଙ୍କୁ ନିରନ୍ତର ସମର୍ଥନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

“ଆମ ପାଇଁ ଏମଏସଏମଇ ର ଅର୍ଥ ହେଉଛି – ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ସର୍ବାଧିକ ସହାୟତା”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଭାରତ ଅନଲାଇନ୍ ପ୍ଲାଟଫର୍ମ – ସରକାରୀ ଇ-ମାର୍କେଟପ୍ଲେସ୍ ମାଧ୍ୟମରେ ଏମଏସଏମଇଗୁଡ଼ିକୁ ସାଧାରଣ କ୍ରୟରେ ସଂଯୁକ୍ତ କରିଛି ଏବଂ ପରିବେଶ ଉପରେ ‘ଜିରୋ ଡିଫେକ୍ଟ’ ଏବଂ ‘ଜିରୋ ଇଫେକ୍ଟ’ର ନୀତି ଗ୍ରହଣ କରିବା ପାଇଁ ଏମଏସଏମଇ କ୍ଷେତ୍ର ସହିତ କାର୍ଯ୍ୟ କରୁଛି। ବିଶ୍ୱ ବାଣିଜ୍ୟ ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭାରତୀୟ ରାଷ୍ଟ୍ରପତିଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ ଆଲୋକପାତ କରିଥିଲେ। ପ୍ରସ୍ତାବିତ ‘ଏମ୍ଏସ୍ଏମ୍ଇଗୁଡ଼ିକୁ ସୂଚନାର ନିରବଚ୍ଛିନ୍ନ ପ୍ରବାହକୁ ପ୍ରୋତ୍ସାହିତ କରିବା ପାଇଁ ଜୟପୁର ପଦକ୍ଷେପ’ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏମ୍ଏସ୍ଏମ୍ଇଗୁଡ଼ିକ ସମୁଖୀନ ହେଉଥିବା ବଜାର ଏବଂ ବ୍ୟବସାୟ ସମ୍ବନ୍ଧୀୟ ସୂଚନାରେ ପର୍ଯ୍ୟାପ୍ତ ଉପଲବ୍ଧତାର ଆହ୍ୱାନର ମୁକାବିଲା କରିବ। ଗ୍ଲୋବାଲ ଟ୍ରେଡ୍ ହେଲ୍ପ ଡେସ୍କର ଉନ୍ନତିକରଣ ଦ୍ୱାରା ବିଶ୍ୱ ବାଣିଜ୍ୟରେ ଏମଏସଏମଇର ଅଂଶଗ୍ରହଣ ବୃଦ୍ଧି ପାଇବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ନିବେଶ ପ୍ରକ୍ରିୟାରେ ବିଶ୍ୱାସ ଫେରାଇ ଆଣିବା ଏକ ପରିବାର ଭାବରେ ଜି-୨୦ ସଦସ୍ୟଙ୍କ ସାମୂହିକ ଦାୟିତ୍ୱ। ବିଶ୍ୱ ବାଣିଜ୍ୟ ବ୍ୟବସ୍ଥା ଧୀରେ ଧୀରେ ଅଧିକ ପ୍ରତିନିଧିତ୍ବପୂର୍ଣ୍ଣ ଏବଂ ଅନ୍ତର୍ଭୁକ୍ତ ଭବିଷ୍ୟତରେ ପରିଣତ ହେବା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟକାରୀ ଗୋଷ୍ଠୀ ମିଳିତ ଭାବେ ଆଗକୁ ବଢ଼ିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ISRO ବୈଜ୍ଞାନିକମାନେ ୧୭ ମାସ ଧରି ପାଇ ନାହାଁନ୍ତି ଦରମା: ଚନ୍ଦ୍ରଯାନ ମିଶନ ମଧ୍ୟରେ ଦିଗବିଜୟ ସିଂଙ୍କ ବଡ ଦାବି

ନୂଆଦିଲ୍ଲୀ: ଭାରତ ଏହାର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ -୩ ମାଧ୍ୟମରେ ଇତିହାସ ସୃଷ୍ଟି କରିବାକୁ କିଛି ଘଣ୍ଟା ଦୂରରେ। ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬:୦୪ ରେ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବ ବୋଲି ଆଶା କରାଯାଉଛି। ଏହି ମିଶନ ହେତୁ, ISRO ବୈଜ୍ଞାନିକମାନେ ସର୍ବତ୍ର ପ୍ରଶଂସିତ ହେଉଛନ୍ତି। ଏହି ସମୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଚନ୍ଦ୍ରଯାନ-୩ ମିଶନକୁ ସଫଳ କରିବାକୁ ଚେଷ୍ଟା କରିଥିବା ବୈଜ୍ଞାନିକମାନେ ୧୭ ମାସ ପର୍ଯ୍ୟନ୍ତ ଦରମା ପାଇ ନାହାଁନ୍ତି।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ, “ଆମର ISRO ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩ କୁ ଚନ୍ଦ୍ରରେ ଅବତରଣ କରିବା ପାଇଁ ଏକ ସଫଳ ପ୍ରୟାସ କରିଛନ୍ତି। ଆମେ ପ୍ରାର୍ଥନା କରୁଛୁ ଯେ, ଚନ୍ଦ୍ରଯାନଙ୍କ ସଫଳ ଅବତରଣ ହେଉ। କିନ୍ତୁ ଖବରକାଗଜରେ ଖବର ଆସୁଛି ଯେ, ଏହି କାର୍ଯ୍ୟ କରିଥିବା ବୈଜ୍ଞାନିକମାନେ ୧୭ ମାସ ଧରି ଦରମା ପାଇ ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ଉଚିତ୍। ”

ବିଦ୍ୟାଳୟରେ ଲାଇଭ୍ ଷ୍ଟ୍ରିମିଂ ପ୍ରଦର୍ଶିତ ହେବ;

ପ୍ରକାଶ ଥାଉ ଯେ, ମଧ୍ୟପ୍ରଦେଶର ସମସ୍ତ ବିଦ୍ୟାଳୟରେ ଚନ୍ଦ୍ରଯାନ-୩ ର ଅବତରଣ ସିଧା ଦେଖାଯିବ। ଆଜି ସନ୍ଧ୍ୟା ୫.୩୦ ରୁ ୬.୩୦ ପର୍ଯ୍ୟନ୍ତ ଲାଇଭ୍ ଷ୍ଟ୍ରିମିଂ ପ୍ରଦର୍ଶିତ ହେବ। ସମସ୍ତ ବିଦ୍ୟାଳୟକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପରଦିନ ୨୪ ଅଗଷ୍ଟରେ ଲାଇଭ୍ ଦେଖିପାରୁନଥିବା ଛାତ୍ରମାନଙ୍କୁ ରେକର୍ଡିଂ ପ୍ରଦର୍ଶିତ ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି -୨୦ ମ୍ୟାଚ୍, ପଢନ୍ତୁ ପାଣିପାଗ ଅପଡେଟ

ନୂଆଦିଲ୍ଲୀ: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଖେଳାଯିବ। ଭାରତ ୨-୦ରେ ଆଗୁଆ ରହିଛି। ବର୍ତ୍ତମାନ ସେମାନେ ଏକ କ୍ଳିନ ସ୍ୱିପ୍ ଉଦ୍ଦେଶ୍ୟରେ ପଡିଆକୁ ଓହ୍ଲାଇବେ। ସିରିଜର ପ୍ରଥମ ମ୍ୟାଚ୍ ସମୟରେ ବର୍ଷା ହୋଇଥିଲା। ଏହି କାରଣରୁ ମ୍ୟାଚ୍ ପ୍ରଭାବିତ ହୋଇଥିଲା। ଏବେ ତୃତୀୟ ମ୍ୟାଚ୍‌ରେ ମଧ୍ୟ ବର୍ଷା ହେବାର ଆଶଙ୍କା ରହିଛି। ଦିନର ଆରମ୍ଭରେ ଆକାଶ ମେଘୁଆ ରହିବ। ସେହି ସମୟରେ ଖରା ମଧ୍ୟ ହୋଇପାରେ। କିନ୍ତୁ ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ଷା ଯୋଗୁଁ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ପ୍ରଭାବିତ ହୋଇଥିଲା। ଏହି କାରଣରୁ, ମ୍ୟାଚ୍ ର ଫଳାଫଳ ଡକୱର୍ଥ-ଲୁଇସ୍ ନିୟମରେ ଘୋଷଣା ହୋଇଥିଲା। ଏବେ ତୃତୀୟ ମ୍ୟାଚ୍‌ରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ବର୍ଷା ହୁଏ, ଖେଳ ଆରମ୍ଭ ବିଳମ୍ବ ହୋଇପାରେ। ଏହା ସହିତ, ଅଧିକ ବର୍ଷା ହେଲେ ଡକୱର୍ଥ-ଲୁଇସ୍ ନିୟମ ମଧ୍ୟ ବ୍ୟବହାର କରାଯାଇପାରେ।

ଉଲ୍ଲେଖନୀୟ କଥା ହେଉଛି, ଭାରତ ସିରିଜର ପ୍ରଥମ ମ୍ୟାଚ୍ କୁ ୨ ରନ୍ ରେ ଜିତି ନେଇଥିଲା। ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ସେମାନେ ୩୩ ରନ୍‌ରେ ଜିତିଥିଲେ। ଟିମ୍ ଇଣ୍ଡିଆ ପାଇଁ ଦ୍ୱିତୀୟ ମ୍ୟାଚ୍‌ରେ ରିଙ୍କୁ ସିଂ ୩୮ ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବରେ ମନୋନୀତ କରାଯାଇଥିଲା। ଏଥିସହିତ ରିତୁରାଜ ଗାଇକ୍ଵାଡ ୫୮ ରନର ଇନିଂସ ଖେଳିଥିଲେ। ତୃତୀୟ ମ୍ୟାଚରେ ଭାରତ ସମ୍ଭବତଃ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇପାରେ। ତେବେ ଆୟର୍ଲାଣ୍ଡ ପାଇଁ ବିଜୟ ପଞ୍ଜିକରଣ କରିବା ସହଜ ହେବ ନାହିଁ। ସେମାନେ ଲଗାତାର ଦୁଇଟି ମ୍ୟାଚ୍ ହାରିଛନ୍ତି। ବର୍ତ୍ତମାନ ସେମାନେ ନୂତନ ରଣନୀତି ସହିତ ପଡିଆକୁ ପ୍ରବେଶ କରିବେ।

ତୃତୀୟ ଟି -୨୦ ମ୍ୟାଚ୍ ପାଇଁ ଖେଳାଳିଙ୍କ ସମ୍ଭାବ୍ୟ ତାଲିକା:

ଭାରତ: ଯଶସ୍ୱୀ ଜୟସ୍ଵାଲ, ରିତୁରାଜ ଗାଇକ୍ଵାଡ, ତିଲକ ବର୍ମା, ସଞ୍ଜୁ ସାମସନ (ୱିକେଟ କିପର), ରିଙ୍କୁ ସିଂ, ଜିତେଶ ଶର୍ମା / ଶିବମ ଦୁବେ, ଶାହବାଜ ଅହମ୍ମଦ / ୱାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ପ୍ରସିଦ୍ଧ କୃଷ୍ଣ, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ / ମୁକେଶ କୁମାର।

Categories
ଆଜିର ଖବର ଜାତୀୟ ଖବର

ବୁଧବାର ଚନ୍ଦ୍ରରେ ଅବତରଣ କରିବ ଭାରତର ଚନ୍ଦ୍ରଯାନ-୩: ଅବଗତ କରାଇଲେ ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବୁଧବାର, ୨୩ ଅଗଷ୍ଟ ୨୦୨୩ ସନ୍ଧ୍ୟାରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂଗଠନ)ର ଅଧ୍ୟକ୍ଷ ତଥା ମହାକାଶ ବିଭାଗ ସଚିବ ଡ. ଏସ୍ ସୋମନାଥ ଆଜି ନୂଆଦିଲ୍ଲୀରେ ପହଞ୍ଚି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କରି ଚନ୍ଦ୍ରଯାନ-୩ର ସ୍ଥିତି ଏବଂ ପ୍ରସ୍ତୁତି ବିଷୟରେ ଅବଗତ କରାଇଛନ୍ତି।

ଇସ୍ରୋ ଅଧ୍ୟକ୍ଷ ଚନ୍ଦ୍ରଯାନ-୩ର ସ୍ଥିତି ଓ ଗତିବିଧି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇ କହିଛନ୍ତି ଯେ ସମସ୍ତ ପ୍ରଣାଳୀ ଠିକ୍ ଭାବେ କାର୍ଯ୍ୟ କରୁଛି ଏବଂ ବୁଧବାର କୌଣସି ଆକସ୍ମିକ ପରିସ୍ଥିତି ଦେଖାଦେବାର ସମ୍ଭାବନା ନାହିଁ। ଆଗାମୀ ଦୁଇ ଦିନ ମଧ୍ୟରେ ଚନ୍ଦ୍ରଯାନ-୩ର ସ୍ଥିତି ଉପରେ ଲଗାତାର ନଜର ରଖାଯିବ। ଦୁଇ ଦିନ ପୂର୍ବରୁ ଅବତରଣର ଚୂଡ଼ାନ୍ତ ସିକ୍ୱେନ୍ସ ଲୋଡ୍ କରି ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ଡକ୍ଟର ଜିତେନ୍ଦ୍ର ସିଂ ଏଥର ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ ଉପରେ ଆସ୍ଥା ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏହା ଗ୍ରହ ଅନୁସନ୍ଧାନର ଏକ ନୂତନ ଇତିହାସ ରଚିବ ବୋଲି ଆଶା ବ୍ୟକ୍ତ କରିଥିଲେ।

ଡକ୍ଟର ଜିତେନ୍ଦ୍ର ସିଂ ଏଥର ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ ଉପରେ ଆସ୍ଥା ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏହା ଗ୍ରହ ଅନୁସନ୍ଧାନର ଏକ ନୂତନ ଇତିହାସ ରଚିବ ବୋଲି ଆଶା ବ୍ୟକ୍ତ କରିଥିଲେ।

ଇସ୍ରୋ କହିଛି ଯେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩, ୨୦୨୩ ସନ୍ଧ୍ୟା ପ୍ରାୟ ୬ଟା ୦୪ ମିନିଟ୍ ରେ ଚନ୍ଦ୍ରରେ ଅବତରଣ କରିବ। ପୂର୍ବରୁ ହାର୍ଡ ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଚନ୍ଦ୍ରଯାନ-୨ ଅଭିଯାନ ଆଂଶିକ ଭାବେ ସଫଳ ହୋଇଥିଲା। ତେବେ ଏଥର ଇସ୍ରୋ ସଫଳତାର ସହ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ମଡ୍ୟୁଲ ଏବଂ ଚନ୍ଦ୍ରଯାନ-୨ ଅର୍ବିଟର ମଧ୍ୟରେ ଦ୍ୱିପାକ୍ଷିକ ଯୋଗାଯୋଗ ସ୍ଥାପନ କରିଛି। ଆଜି ଇସ୍ରୋ ଚନ୍ଦ୍ରଯାନ-୩ ଦ୍ୱାରା ଉତ୍ତୋଳିତ ଚନ୍ଦ୍ରର ଦୂର ଭାଗର ନୂଆ ଫଟୋ ସେୟାର କରିଛି।

ଆମେରିକା, ରୁଷିଆ ଓ ଚୀନ୍ ପରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିବ, କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ଏକମାତ୍ର ଦେଶ ହେବ।

ଚନ୍ଦ୍ରଯାନ-୩ ମିଶନର ତିନୋଟି ପ୍ରାଥମିକ ଉଦ୍ଦେଶ୍ୟ ରହିଛି (କ) ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଏବଂ ସଫ୍ଟ ଲ୍ୟାଣ୍ଡିଂ ପ୍ରଦର୍ଶନ କରିବା; (ଖ) ଚନ୍ଦ୍ରପୃଷ୍ଠରେ ରୋଭର ବା ବୁଲିବା ଯାନକୁ ସୁରକ୍ଷିତ ଭାବେ ରୋଭିଂ ବା ଘୂରିବୁଲିବା କାର୍ଯ୍ୟ ପ୍ରଦର୍ଶନ କରିବା ଏବଂ (ଗ) ବୈଜ୍ଞାନିକ ପରୀକ୍ଷଣ କରିବା।

ଏହି ଅବସରରେ ଡ. ଜିତେନ୍ଦ୍ର ସିଂହ କହିଛନ୍ତି, ଭାରତର ଚନ୍ଦ୍ରଯାନ-୧ ମହାକାଶ ଯାନ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତି ଆବିଷ୍କାର କରିବା ପାଇଁ କରିଥିଲା ଏବଂ ଏହା ବିଶ୍ୱ ପାଇଁ ଏକ ନୂଆ ଆବିଷ୍କାର ଥିଲା। ଆମେରିକାର ନାସା (ନ୍ୟାସନାଲ ଏରୋନୋଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ) ଭଳି ପ୍ରମୁଖ ମହାକାଶ ଏଜେନ୍ସି ମଧ୍ୟ ଏହି ଆବିଷ୍କାରରେ ଆକର୍ଷିତ ହୋଇଥିଲେ ଏବଂ ପରବର୍ତ୍ତୀ ପରୀକ୍ଷଣ ପାଇଁ ଏହି ସୂଚନାକୁ ବ୍ୟବହାର କରିଥିଲେ।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜିଏସଏଲଭି ମାର୍କ ୩ (ଏଲଭିଏମ ୩) ଜରିଆରେ ଗତ ଜୁଲାଇ ୧୪ ତାରିଖ ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ ଅଭିଯାନ ଚନ୍ଦ୍ର ଆଡ଼କୁ ଉତକ୍ଷେପଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆମର ଲକ୍ଷ୍ୟ ଉଚ୍ଚାଭିଳାଷୀ ଏବଂ ଆମର ନିଷ୍ଠା ଅଟଳ: ଜି20 ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ କହିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ‘‘ଆମର ଲକ୍ଷ୍ୟ ସ୍ପଷ୍ଟ, ଆମର ଲକ୍ଷ୍ୟ ଉଚ୍ଚାଭିଳାଷୀ ଏବଂ ଆମର ନିଷ୍ଠା ଅଟଳ। ” କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ରସାୟନ ଏବଂ ସାର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଗାନ୍ଧୀନଗରରେ ଜି20 ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ଭାରତୀୟ ଫାର୍ମାସ୍ୟୁଟିକାଲ୍ ଉଦ୍ୟୋଗର ଲିଡର ଏବଂ ଜି20 ମନ୍ତ୍ରୀ ତଥା ପ୍ରତିନିଧିଙ୍କୁ ସମ୍ବୋଧିତ କରିବା ଅବସରରେ ନିଜର ମୁଖ୍ୟ ଭାଷଣରେ ଏହା କହିଛନ୍ତି।

ଫାର୍ମାସ୍ୟୁଟିକାଲ୍ସ ଏବଂ ମେଡିକାଲ୍ ଉପକରଣ କ୍ଷେତ୍ରରେ ଭାରତର ଶକ୍ତିକୁ ଡ. ମାଣ୍ଡଭିୟ ଗର୍ବର ସହ ସ୍ୱୀକାର କରି ଫାର୍ମାସ୍ୟୁଟିକାଲ୍ ଉତ୍କର୍ଷତା ପାଇଁ ବିଶ୍ୱସ୍ତରୀୟ ହବ୍ ଭାବରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ବିଶ୍ୱ ଫାର୍ମାସ୍ୟୁଟିକାଲ୍ ଦୃଶ୍ୟପଟ୍ଟରେ ଭାରତ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି। ସୁଲଭ, ଉଚ୍ଚ-ଗୁଣାତ୍ମକ ଔଷଧ ଯୋଗାଇବା ପାଇଁ ଦେଶର ଉତ୍ସର୍ଗୀକୃତ କାର୍ଯ୍ୟ ସହିତ ବିଶ୍ବର ଉପଲବ୍ଧତା ପାଇଁ ଏହାର ମହତ୍ତ୍ବପୂର୍ଣ୍ଣ ଅବଦାନକୁ ଭାରତ ବିଶ୍ବର ଟିକା ଆବଶ୍ୟକତାର 60% ଏବଂ ଜେନେରିକ୍ ରପ୍ତାନୀର 20-22% ଯୋଗାଇ ଦେଇଛି।

ଡକ୍ଟର ମାଣ୍ଡଭିୟ ମାନବତାର କଲ୍ୟାଣ ପାଇଁ ବିଶେଷ ଭାବରେ କୋଭିଡ୍-19 ମହାମାରୀ ସମୟରେ ପ୍ରଦର୍ଶିତ କରାଯାଇଥିବା ଭାରତର ଅତୁଟ ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥିଲେ। ସେ ଏକ ବିଶ୍ବ ନେତା ଭାବରେ ଭାରତର ଭୂମିକା ଉପରେ ଗୁରୁତ୍ବ ପ୍ରଦାନ କରି କହିଛନ୍ତି, ‘‘ମହାମାରୀ ବିପକ୍ଷରେ ଲଢ଼େଇରେଭାରତରେ ପ୍ରାୟ ପ୍ରାୟ 185 ଦେଶକୁ ଅତ୍ୟାବଶ୍ୟକ ଔଷଧ ଉପଲବ୍ଧ କରାଇଛି।

ତାଙ୍କର ମୁଖ୍ୟ ଭାଷଣ ସ୍ବାସ୍ଥ୍ୟ ସେବାର ଭବିଷ୍ୟ, ମାତ୍ରା ଆଧାରିତ ଦୃଷ୍ଟିକୋଣ ରୁ ମୂଲ୍ୟ ଆଧାରିତ ନେତୃତ୍ବ ମଡେଲ ପର୍ଯ୍ୟନ୍ତ ହୋଇଥିବା ପରିବର୍ତ୍ତନର ଚାରି ପାଖରେ କେନ୍ଦ୍ରିତ ଭାରତର ଭିଜନ ଉପରେ ଆଧାରିତ ଥିଲା। ସେ କହିଛନ୍ତି ‘‘ସ୍ବାସ୍ଥ୍ୟ ସେବାରେ ଗୁଣବତ୍ତା, ସୁଗମ ପହଞ୍ଚ ଏବଂ ସୁଲଭତା ପ୍ରତି ଆମର ଅତୁଟ ପ୍ରତିବଦ୍ଧତା ରହିଛି।’’ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ, ଭାରତ ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସାର୍ଥକ ପରିବର୍ତ୍ତନ ଆଣିବା ପାଇଁ ପ୍ରତିବଦ୍ଧ ଅଟନ୍ତି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣା ଏବଂ ବିକାଶର ସବୁଠାରୁ ମହତ୍ତ୍ୱକୁ ସ୍ୱୀକାର କରି ଡ. ମାଣ୍ଡଭିୟ ଏକ ଅଭିନବ ପରିବେଶ ପ୍ରତିପାଦନ କରିବା ପାଇଁ ଭାରତର ପଦକ୍ଷେପ ଘୋଷଣା କରିଥିଲେ। ସେ ପ୍ରକାଶ କରିଛନ୍ତି ଯେ ଫାର୍ମା-ମେଡିକାଲ ଉପକରଣ କ୍ଷେତ୍ରରେ ଗବେଷଣା ଏବଂ ବିକାଶ ତଥା ନୂତନତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଏକ ଜାତୀୟ ନୀତି ପ୍ରଣୟନ କରିବାର ଶେଷ ପର୍ଯ୍ୟାୟରେ ଅଛି।

ଡ. ମାଣ୍ଡଭିୟଙ୍କ ସମ୍ପୂର୍ଣ୍ଣ ସମ୍ବୋଧନରେ ପଦକ୍ଷେପ ଗ୍ରହଣ କରିବାର ଆହ୍ବାନ ଗୁଞ୍ଜରିତ ହେଉଥିଲା। ସେ ସମସ୍ତ ଦେଶ, ସରକାରୀ ସଂସ୍ଥା, ଉଦ୍ୟୋଗ ଜଗତର ମହାରଥୀ, ସ୍ବାସ୍ଥ୍ୟ ସେବା ପେଶାଦାର ଏବଂ ଗବେଷଣାକାରୀଙ୍କୁ ଏକଜୁଟ୍ ହୋଇ ଏହି ସଂଯୁକ୍ତ ପ୍ରଚେଷ୍ଟାରେ ସାମିଲ୍ ହେବା ପାଇଁ ଆମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି, ‘‘ଆମର ସାମୁହିକ ଶକ୍ତିରେ ଫାର୍ମାସ୍ୟୁଟିକାଲ୍ ଏବଂ ଚିକିତ୍ସା ଉପକରଣ କ୍ଷେତ୍ରରେ ଅଭୁତପୂର୍ବ ଶିଖର ପର୍ଯ୍ୟନ୍ତ ନେଇଯିବାର କ୍ଷମତା ଅଛି।’’ ଡା. ମାଣ୍ଡଭିୟ ଗୁରୁତ୍ବ ପ୍ରଦାନ କରି କହିଛନ୍ତି, ‘‘ସ୍ବାସ୍ଥ୍ୟ ସେବା କେବଳ ଏକ କ୍ଷେତ୍ର ନୁହେଁ, ବରଂ ଏକ ମିଶନ୍ ଅଟେ ଏବଂ ଏହା ପ୍ରତ୍ୟେକ ନାଗରିକଙ୍କୁ ଉଚ୍ଚତମ ଗୁଣବତ୍ତାଯୁକ୍ତ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ଭାରତର ପ୍ରତିବଦ୍ଧତାର ଅନୁରୂପ ଅଟେ। ଆମର ଫାର୍ମାସ୍ୟୁଟିକାଲ୍ ଏବଂ ଚିକିତ୍ସା ଉପକରଣ ଉଦ୍ୟୋଗ ଏହି ମିଶନରେ ଏକ ମହତ୍ତ୍ବପୂର୍ଣ୍ଣ ଭାଗିଦାରୀ ହୋଇପାରିଛି।

ଇଣ୍ଡୋନେସିଆର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ବୁଡି ଜି ସାଡିକିନ ଏବଂ ନେଦରଲ୍ୟାଣ୍ଡର ମନ୍ତ୍ରୀ ଡ. ଏର୍ନଷ୍ଟ କୁଇପର୍ସ ଉଦଘାଟନୀ ଭାଷଣରେ ସ୍ୱାସ୍ଥ୍ୟ ଏବଂ ଫାର୍ମାକୋଲୋଜିରେ ଭାରତର ସଫଳତା ଉପରେ ଆଲୋକପାତ କରିଥିଲେ ଏବଂ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। “ଭାରତରେ ଉତ୍ପାଦିତ ଔଷଧ ନେଦରଲ୍ୟାଣ୍ଡ, ୟୁରୋପରେ ଏବଂ ସମଗ୍ର ବିଶ୍ୱରେ ଜୀବନ ରକ୍ଷା କରିଥାଏ। ମୁଁ ଭାରତ ସହିତ ତୀବ୍ର ସହଯୋଗକୁ ଅପେକ୍ଷା କରିଛି। ଅଭିନବ ଔଷଧରେ ଭାଗିଦାରୀ ପାଇଁ ଅତୁଳନୀୟ ସୁଯୋଗ ଅଛି । ଜେନେରିକ୍ ଏବଂ ନିର୍ଦ୍ଦିଷ୍ଟ ଔଷଧରେ ଭାରତର କ୍ଷମତା ଏବଂ ଜ୍ଞାନ ସହିତ ଆମେ ଭାରତ ସହିତ ଅଧିକ ସମନ୍ୱିତ ସହଯୋଗକୁ ଅପେକ୍ଷା କରିଛୁ” ବୋଲି ଡ. କୁଇପର କହିଛନ୍ତି।

ଆଜି ଇଣ୍ଡୋନେସିଆର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଡକ୍ଟର ମାଣ୍ଡଭିୟ ଏକ ସଫଳ ଦ୍ୱିପାକ୍ଷିକ ବୈଠକ କରିଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ଏବଂ ବିକାଶର ଅନେକ ପ୍ରସଙ୍ଗ ଉପରେ ସେମାନେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ରସାୟନ ଏବଂ ସାର ମନ୍ତ୍ରଣାଳୟର ଫାର୍ମାସ୍ୟୁଟିକାଲ୍ସ ବିଭାଗର ସଚିବ ସୁଶ୍ରୀ ଏସ ଅପର୍ଣ୍ଣା ଏହି ବିଷୟ ଉପରେ ଗୁରୁତ୍ବପ୍ରଦାନ କରିଛନ୍ତି ଯେ ଏହି ପ୍ରକାରର ମଞ୍ଚ ଉଦ୍ୟୋଗ ଓ ସମଗ୍ର ବିଶ୍ବର ସରକାରଙ୍କୁ ପରସ୍ପର ଠାରୁ ଶିଖିବା ଏବଂ ସାର୍ବଭୌମିକ ସ୍ବାସ୍ଥ୍ୟ କଭରେଜ୍ ସହିତ ମିଳିତ ଲକ୍ଷ୍ୟ ଦିଗରେ ପରସ୍ପରକୁ ସମର୍ଥନ କରିବାର ସୁଯୋଗ ପ୍ରଦାନ କରିଥାଏ।

ସେ କୋଭିଡ -19 ମହାମାରୀରୁ ଶିଖାଯାଇଥିବା ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ମହାମାରୀ ଆମକୁ ଶିକ୍ଷା ଦେଇଛି ଯେ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିର ପ୍ରତିକ୍ରିୟା ନିଜ ଇଚ୍ଛାରେ ସୃଷ୍ଟି ହୋଇପାରିବ ନାହିଁ, କାରଣ ଏଥିପାଇଁ ଦୀର୍ଘକାଳୀନ ବିକାଶ ଏବଂ ନିବେଶ ଆବଶ୍ୟକ।

ଡା. ମାଣ୍ଡଭିୟ ନିଜର ନାଗରିକଙ୍କୁ ସୁଲଭ, କମ୍ ମୂଲ୍ୟରେ ଏବଂ ଗୁଣବତ୍ତାଯୁକ୍ତ ଔଷଧ ଉପଲବ୍ଧ କରିବାରେ ଭାରତର ସଫଳତାକୁ ଉଲ୍ଲେଖ କରି ଇଣ୍ଡୋନେସିଆର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ବୁଡି ଜି ସାଦିକିନଙ୍କ ସହିତ ଜି20 ପ୍ରତିନିଧି ଏବଂ ମନ୍ତ୍ରୀମାନଙ୍କର ଏକ ପ୍ରତିନିଧିମଣ୍ଡଳ ଜନ ଔଷଧୀ କେନ୍ଦ୍ରର ପରିଦର୍ଶନର ନେୃତୃତ୍ବ ନେଇଛନ୍ତି।

ଏହି ପରିଦର୍ଶନ ପରେ ଶ୍ରୀ ବୁଡି ଗୁନାଦି ସାଦିକିନ୍ କହିଛନ୍ତି ଯେ ଇଣ୍ଡୋନେସିଆରେ ନିଜର ଲୋକମାନଙ୍କୁ କିଛି ଭଲ ଔଷଧ ଦେବାକୁ ଚାହୁଁଛି। ମୁଁ ବିଭିନ୍ନ ଦେଶର ଅନେକ ମଡେଲ୍ ଦେଖିଛି ଏବଂ ଭାରତର ଜନ ଔଷଧୀ କେନ୍ଦ୍ର ମଡେଲ୍ ଲୋକମାନଙ୍କୁ ଗୁଣବତ୍ତାଯୁକ୍ତ, ସହଜ ଓ ସୁଗମ ତଥା ସୁଲଭ ମୂଲ୍ୟରେ ଔଷଧ ଉପଲବ୍ଧ କରିବା ଦିଗରେ ବିଶ୍ବରେ ସବୁଠାରୁ ଉତ୍କୃଷ୍ଟ ଅଟେ।

Categories
ଆଜିର ଖବର ଜାତୀୟ ଖବର

ଭାରତର ଅର୍ଥ ବ୍ୟବସ୍ଥା ଏହି ଚ୍ୟାଲେଞ୍ଜିଂ ସମୟରେ ଆଶାର କିରଣ ଭାବେ ଚମକିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ପାଇଁ ଆଶାବାଦୀ ହେବାର କାରଣ ସମ୍ପର୍କରେ ମନିକଣ୍ଟ୍ରୋଲ ୱେବସାଇଟ୍ ଦ୍ୱାରା ପ୍ରବନ୍ଧ ଏବଂ ଇନଫୋଗ୍ରାଫିକ୍ସ ସଂଗ୍ରହ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥନୀତିର ଦୃଢ଼ ଅଭିବୃଦ୍ଧି ଏବଂ ସ୍ଥିରତାକୁ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ଟୁଇଟରରେ କହିଛନ୍ତି ଯେ, ‘‘ ଭାରତର ଅର୍ଥ ବ୍ୟବସ୍ଥା ଏହି ଚ୍ୟାଲେଞ୍ଜିଂ ସମୟରେ ଆଶାର କିରଣ ଭାବେ ଚମକିଛି। ଦୃଢ଼ ଅଭିବୃଦ୍ଧି ଏବଂ ଦୃଢ଼ ମନୋବଳ ସହିତ ଭବିଷ୍ୟତ ଆଶାଜନକ ଲାଗୁଛି। ଆସନ୍ତୁ ଏହି ଗତିକୁ ବଜାୟ ରଖିବା ଏବଂ ୧୪୦ କୋଟି ଭାରତୀୟଙ୍କ ପାଇଁ ସମୃଦ୍ଧି ସୁନିଶ୍ଚିତ କରିବା।‘‘

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

କିଛି ସମୟ ପରେ ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦, ବର୍ଷା କରିପାରେ ସମସ୍ୟା, ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ: ଆଉ କିଛି ସମୟ ମଧ୍ୟରେ, ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଡବଲିନ୍ ସ୍ଥିତ ଭିଲେଜରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ। ମ୍ୟାଚର ଟସ୍ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହେବ।

ଆୟର୍ଲାଣ୍ଡ ବିପକ୍ଷ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଅନେକ ଯୁବ ଖେଳାଳିଙ୍କ ସହିତ ସଜ୍ଜିତ। ଏହି ସିରିଜରେ ଭାରତକୁ ଏକ ଭିନ୍ନ ଦଳ ପଠାଯାଇଛି, କାରଣ ମୁଖ୍ୟ ଦଳ ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଇପିଏଲ୍ ତାରକା ରିଙ୍କୁ ସିଂ ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି -୨୦ ରେ ଡେବ୍ୟୁ କରିପାରନ୍ତି। ଏହା ସହିତ ଶିବମ୍ ଦୁବେ ମଧ୍ୟ ଦୀର୍ଘ ସମୟ ପରେ ଦଳକୁ ଫେରିପାରନ୍ତି।

ଭାରତ-ଆୟର୍ଲାଣ୍ଡ ମ୍ୟାଚରେ ବର୍ଷା ସମସ୍ୟା!:

ପାଣିପାଗ ବିଭାଗ ଅନୁଯାୟୀ, ଡବଲିନ୍‌ର ତାପମାତ୍ରା ପ୍ରାୟ ୧୫ ଡିଗ୍ରୀ ସେଲସିୟସ ହେବ। ଏହା ବ୍ୟତୀତ ଘଣ୍ଟା ପ୍ରତି ୧୫-୩୦ କିଲୋମିଟର ବେଗରେ ପବନ ବହିବ। ଆହୁରି ମଧ୍ୟ ୬ ମିଲିମିଟର ବର୍ଷା ହେବ। ବିଶ୍ବାସ କରାଯାଏ ଯେ, ପ୍ରଥମ ଟି -୨୦ ମ୍ୟାଚ୍ ସମୟରେ ମଧ୍ୟବର୍ତ୍ତୀ ବର୍ଷା ବ୍ୟାଘାତ ସୃଷ୍ଟି କରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜ୍, ପଢନ୍ତୁ କେଉଁଠାରେ ମାଗଣାରେ ଦେଖିବେ ଲାଇଭ୍ ମ୍ୟାଚ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଅଗଷ୍ଟ ୧୮ ତାରିଖରୁ ଆୟର୍ଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳିବ। ଏହି ସମସ୍ତ ମ୍ୟାଚ୍ ଡବଲିନ୍ ରେ ଖେଳାଯିବ। ଜସପ୍ରୀତ ବୁମ୍ରାଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଭାରତରେ ଅଧିକାଂଶ ଯୁବ ଖେଳାଳିଙ୍କୁ ଦଳ ଅନ୍ତର୍ଭୁକ୍ତ କରିଛି। ଯଦି ଆମେ ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ବିଷୟରେ କହିବା, ତେବେ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ସେମାନେ ଏହି ସିରିଜକୁ ମାଗଣାରେ ଦେଖିପାରିବେ। ଜିଓ ସିନେମାରେ ଭାରତ-ଆୟର୍ଲାଣ୍ଡ ଟି -୨୦ ସିରିଜ୍ ଦେଖିବାକୁ ମିଳିବ।

ବାସ୍ତବରେ, ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟି -୨୦ ସିରିଜର ଅଧିକାର ଜିଓ ସିନେମା ଏବଂ ସ୍ପୋର୍ଟସ ୧୮ ସହିତ ଅଛି। ତେଣୁ ପ୍ରଶଂସକମାନେ ଏହାକୁ ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ମାଧ୍ୟମରେ ଜିଓ ସିନେମାରେ ଦେଖିପାରିବେ। ଏହା ସହିତ, ଆପଣ ଏହାକୁ ଟିଭିରେ ମଧ୍ୟ ମାଗଣାରେ ଦେଖିପାରିବେ। ଏହା ଡିଡି ନ୍ୟାସନାଲରେ ମଧ୍ୟ ପ୍ରସାରିତ ହେବ। ଏହାପୂର୍ବରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ସିରିଜ୍ ମଧ୍ୟ ଡିଡି ନ୍ୟାସନାଲରେ ପ୍ରସାରିତ ହୋଇଥିଲା।

ଯଦି ଆମେ ଭାରତର ଏକାଦଶ ଖେଳାଳି ବିଷୟରେ କହିବା, ତେବେ ରିଙ୍କୁ ସିଂ ଏଥିରେ ସ୍ଥାନ ପାଇପାରନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗରେ ରିଙ୍କୁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହା ସହିତ ସେ ଘରୋଇ ମ୍ୟାଚ୍‌ରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ରିତୁରାଜ ଗାଇକ୍ଵାଡ ଏବଂ ଯଶସ୍ଵୀ ଜୟସ୍ଵାଲ ଖୋଲିବାର ସୁଯୋଗ ପାଇପାରନ୍ତି। କ୍ୟାପଟେନ ବୁମ୍ରା ୱିକେଟ କିପିଂ ପାଇଁ ଖେଳାଳି ଏକାଦଶରେ ସଞ୍ଜୁ ସାମସନଙ୍କୁ ସ୍ଥାନ ଦେଇପାରନ୍ତି। ଜିତେଶ ଶର୍ମା ମଧ୍ୟ ଦଳର ଏକ ଅଂଶ ଅଟନ୍ତି। କିନ୍ତୁ ତାଙ୍କୁ ଅପେକ୍ଷା କରିବାକୁ ପଡିପାରେ।

ଉଲ୍ଲେଖନୀୟ କଥା ହେଉଛି, ଏପର୍ଯ୍ୟନ୍ତ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ମୋଟ ୫ ଟି -୨୦ ମ୍ୟାଚ୍ ଖେଳାଯାଇଛି। ଟିମ୍ ଇଣ୍ଡିଆ ଏହି ପାଞ୍ଚଟି ମ୍ୟାଚ୍ ଜିତିଛି। ଆୟର୍ଲାଣ୍ଡର ଅଧିନାୟକ ପଲ୍ ଷ୍ଟିରଲିଂ ଜଣେ ଅଭିଜ୍ଞ ଖେଳାଳି। ଷ୍ଟର୍ଲିଂ ଏଥର ଏକ ନୂଆ ରଣନୀତି ସହିତ ପଡିଆକୁ ଓହ୍ଲାଇବେ। ଭାରତର ବି ଦଳ ସେମାନଙ୍କ ସାମ୍ନାରେ ରହିବ। ଭାରତୀୟ ଦଳରେ ଅନେକ ଅଭିଜ୍ଞ ଖେଳାଳି ନାହାଁନ୍ତି। ଏଥିରୁ ଆୟର୍ଲାଣ୍ଡ ଉପକୃତ ହୋଇପାରେ। ଷ୍ଟର୍ଲିଂ ବିଷୟରେ କହିବାକୁ ଗଲେ ସେ ୧୨୯ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚରେ ୩୩୯୭ ରନ୍ ସଂଗ୍ରହ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ହୋଇଥିବା ବୁଝାମଣାପତ୍ରକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଗଣତନ୍ତ୍ରର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଅଷ୍ଟ୍ରେଲିଆ ସରକାରଙ୍କ ସ୍ୱାସ୍ଥ୍ୟ ଓ ବୟସ୍କ ଯତ୍ନ ବିଭାଗ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ସମ୍ପର୍କିତ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ କରିଛନ୍ତି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଦ୍ୱିପାକ୍ଷିକ ବିନିମୟ କାର୍ଯ୍ୟକ୍ରମ କ୍ରୀଡ଼ା ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଭିତ୍ତିଭୂମି କ୍ଷେତ୍ରରେ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ। କ୍ରୀଡାବିତ୍ ଏବଂ ପ୍ରଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଏବଂ ବିକାଶ; କ୍ରୀଡ଼ା ଶାସନ ଓ ସଚ୍ଚୋଟତା; କ୍ରୀଡ଼ାରେ ତୃଣମୂଳ ସ୍ତରର ଅଂଶଗ୍ରହଣ; ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା; କ୍ରୀଡ଼ାରେ ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ ଫଳରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଆମ କ୍ରୀଡ଼ାବିତ୍ ମାନଙ୍କର ପ୍ରଦର୍ଶନରେ ଉନ୍ନତି ଆସିବ ଏବଂ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବ।

ଅଷ୍ଟ୍ରେଲିଆ ସହ କ୍ରୀଡ଼ା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରୁ ମିଳିଥିବା ଲାଭ ଜାତି, ବର୍ଣ୍ଣ, ଅଞ୍ଚଳ, ଧର୍ମ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତ କ୍ରୀଡ଼ାବିତ୍‌ଙ୍କ ପାଇଁ ସମାନ ଭାବରେ ଲାଗୁ ହେବ।

Categories
ଆଜିର ଖବର ଜାତୀୟ ଖବର

ଔଷଧ ନିୟନ୍ତ୍ରଣ କ୍ଷେତ୍ରରେ ଭାରତ ଏବଂ ସୁରିନାମ ମଧ୍ୟରେ ହୋଇଥିବା ରାଜିନାମାକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଜୁନ୍ 4, 2023 ଦିନ ଇଣ୍ଡିଆନ୍ ଫାର୍ମାକୋପିୟା କମିଶନ (ଆଇପିସି), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ସୁରିନାମ ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ଏକ ରାଜିନାମା (ଏମଓୟୁ) ବିଷୟରେ ଅବଗତ କରାଯାଇଥିଲା। ଭାରତର ରାଷ୍ଟ୍ରପତିଙ୍କ ସୁରିନାମ ଗସ୍ତ ସମୟରେ ଏହା ସ୍ୱାକ୍ଷରିତ ହୋଇଛି।

ଦଳଗୁଡିକ ନିଜ ନିଜ ନିୟମ ଏବଂ ନିୟମାବଳୀ ଅନୁଯାୟୀ ଔଷଧର ନିୟନ୍ତ୍ରଣ କ୍ଷେତ୍ରରେ ଘନିଷ୍ଠ ସହଯୋଗର ବିକାଶ ଏବଂ ସୂଚନା ଆଦାନପ୍ରଦାନର ଗୁରୁତ୍ୱକୁ ସ୍ୱୀକାର କରନ୍ତି ଏବଂ ନିମ୍ନଲିଖିତ ରାଜିନାମା କରିଛନ୍ତି:

ସୁରିନାମରେ ଔଷଧ ପାଇଁ ଭାରତୀୟ ଫାର୍ମାକୋପିୟା (ଆଇପି) ମାନକ ପୁସ୍ତକ ଭାବରେ ଗ୍ରହଣ କରିବ ଯାହା ଦ୍ବାରା ସୁରିନାମରେ ଉତ୍ପାଦିତ ତଥା / କିମ୍ବା ଆମଦାନୀ ହେଉଥିବା ଔଷଧର ଗୁଣବତ୍ତା ନିଶ୍ଚିତ ହେବ।

ଆଇପି ପ୍ରତି ଭାରତୀୟ ଉତ୍ପାଦକମାନଙ୍କ ଦ୍ବାରା ଜାରି କରାଯାଇଥିବା ବିଶ୍ଳେଷଣର ସାର୍ଟିଫିକେଟ୍ ଗ୍ରହଣ କରିବା ଏବଂ ସୁରିନାମରେ ଔଷଧର ନକଲ ପରୀକ୍ଷଣର ଆବଶ୍ୟକତାକୁ ଦୂର କରିବା।

ଗୁଣବତ୍ତା ନିୟନ୍ତ୍ରଣ ବିଶ୍ଳେଷଣ ସମୟରେ ବ୍ୟବହୃତ ହେବାକୁ ଯଥେଷ୍ଟ କମ୍ ମୂଲ୍ୟରେ ଆଇପିସି ରୁ ଆଇପିଆରଏସ ଏବଂ ଅଶୁଦ୍ଧତା ମାନ ପାଇବା।

ଜେନେରିକ୍ ଔଷଧର ବିକାଶ ଏବଂ ସୁରିନାମରେ ସୁଲଭ ଔଷଧର ଉପଲବ୍ଧତା ପାଇଁ ଅବଦାନ ପାଇଁ ଉତ୍ତମ ପରିସର ରହିବା।

ନିୟାମକ ଢାଞ୍ଚା, ଆବଶ୍ୟକତା ଏବଂ ପ୍ରକ୍ରିୟାରେ ଫାର୍ମାକୋପିଆର ଏକ ବୁଝାମଣାକୁ ପ୍ରୋତ୍ସାହିତ କରିବା।

ଆଇପି ର ମନୋଗ୍ରାଫ୍ ବିକାଶ ସହିତ ଜଡିତ ସୂଚନା ଏବଂ ଡକ୍ୟୁମେଣ୍ଟେସନ୍ ଆଦାନପ୍ରଦାନକୁ ସୁଗମ କରିବା।

ଜନସ୍ୱାସ୍ଥ୍ୟ ସହ ଜଡିତ କିମ୍ବା ସେମାନଙ୍କ ସେବା ପ୍ରଦାନରେ ନିୟାମକ କର୍ତ୍ତୃପକ୍ଷଙ୍କ ଦକ୍ଷତା ବୃଦ୍ଧି କରିବା, ନିଜ ନିଜ ଜନସଂଖ୍ୟାର ଆବଶ୍ୟକତା ପୂରଣ କରିବା।

ମନୋଗ୍ରାଫ୍ ଏବଂ ଭବିଷ୍ୟତର ଟେକ୍ନୋଲୋଜିର ବିକାଶରେ ପାରସ୍ପରିକ ଲାଭ କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ସୁଯୋଗ ଅନ୍ୱେଷଣ କରିବା।

ରାଜିନାମା ଦ୍ବାରା ବୈଦେଶିକ ମୁଦ୍ରା ଆୟ ସହିତ ଚିକିତ୍ସା ଦ୍ରବ୍ୟ ରପ୍ତାନିରେ ସହଜ ହେବ। ଏହା ଏକ ଆତ୍ମ ନିର୍ଭର ଭାରତ ପାଇଁ ଏକ ପଦକ୍ଷେପ ହେବ।

ଭାରତୀୟ ଫାର୍ମାକୋପିଆର ଆନ୍ତର୍ଜାତୀୟ ସ୍ୱୀକୃତି! ଭାରତୀୟ ଔଷଧ କ୍ଷେତ୍ର ପାଇଁ ମାନକଙ୍କର ଅନେକ ଲାଭ ଅଛି। ଏଗୁଡିକରେ ଅନ୍ତର୍ଭୁକ୍ତ ରହିଛି:

ଏହା ଦ୍ବାରା ଦେଶର ଔଷଧ ଦ୍ରବ୍ୟର ରପ୍ତାନିରେ ବୃଦ୍ଧି କରିବ କାରଣ ଏହା ଡବଲ୍ ରେଗୁଲେସନ, ପରୀକ୍ଷଣରେ ନକଲ ଏବଂ ଆମଦାନୀ ପରବର୍ତ୍ତୀ ଚେକ୍ କୁ ଦୂର କରିବ। ଭାରତୀୟ ଔଷଧ ରପ୍ତାନିକାରୀମାନେ ଏହିପରି ଏକ ପ୍ରତିଯୋଗିତାମୂଳକ ଲାଭ ପାଇବେ ଏବଂ ବାଣିଜ୍ୟ ଅଧିକ ଲାଭଦାୟକ ହେବ।

ଏହା ସହିତ, ଆମଦାନୀ କରୁଥିବା ଦେଶଗୁଡ଼ିକ ସୁଲଭ ମୂଲ୍ୟରେ ଗୁଣାତ୍ମକ ଭାରତୀୟ ଚିକିତ୍ସା ଉତ୍ପାଦ ପାଇପାରିବେ।

ଆମଦାନୀ କରୁଥିବା ଦେଶଗୁଡିକରେ ଉତ୍ପାଦକମାନଙ୍କ ପାଇଁ ଉତ୍ତମ ପରିସର ରହିବ ଓ ଏହା ସହିତ ନାଗରିକଙ୍କ ପାଇଁ ସୁଲଭ ମୂଲ୍ୟରେ ଜେନେରିକ୍ ଔଷଧର ଉପଲବ୍ଧ ହେବ।

ବିଭିନ୍ନ ରେଫରେନ୍ସ ମାନକ ଏବଂ ଅଶୁଦ୍ଧ ମାନକ ଏହି ଉତ୍ପାଦକମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ।

ନିୟାମକ ପ୍ରଣାଳୀରେ ପରିବର୍ତ୍ତନ ଭାରତରୁ ଔଷଧ ରପ୍ତାନି ବୃଦ୍ଧିରେ ସହାୟକ ହୋଇପାରେ ଏବଂ ଫଳସ୍ୱରୂପ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଶିକ୍ଷିତ ବୃତ୍ତିଗତଙ୍କ ପାଇଁ ଉତ୍ତମ ନିଯୁକ୍ତି ସୁଯୋଗରେ ସାହାଯ୍ୟ କରିଥାଏ।

ଇଣ୍ଡିଆନ୍  ଫାର୍ମାକୋପିୟା (ଆଇପି) ଆନୁଷ୍ଠାନିକ ଭାବରେ ପାଞ୍ଚ (5) ଦେଶ ଦ୍ୱାରା ସ୍ୱୀକୃତିପ୍ରାପ୍ତ: ଆଫଗାନିସ୍ତାନ, ଘାନା, ନେପାଳ, ମରିସସ୍ ଏବଂ ରିପବ୍ଲିକ୍ ଅଫ୍ ସୁରିନାମ। ମନ୍ତ୍ରଣାଳୟ ଯେଉଁ ଦେଶଗୁଡ଼ିକୁ ଆଇପିକୁ ସ୍ବୀକୃତି ପ୍ରଦାନ କରିଛନ୍ତି ସେମାନଙ୍କୁ ଏହାକୁ ବିସ୍ତାର କରିବାକୁ ଚେଷ୍ଟା କରୁଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୮୯ ଟଙ୍କାରୁ ବୃଦ୍ଧି ପାଇ ୫୯ ହଜାରରେ ପହଞ୍ଚିଛି ସୁନା: ଭାରତରେ ଚାହିଦା ୮୦୦ ଟନ୍, ଉତ୍ପାଦନ ହେଉଛି ମାତ୍ର ୧ ଟନ୍

ନୂଆଦିଲ୍ଲୀ: ଆମ ଦେଶରେ ପ୍ରତିବର୍ଷ ୮୦୦ ଟନ୍ ସୁନା ବ୍ୟବହାର ହୋଇଥାଏ। ସେଥିମଧ୍ୟରୁ ଭାରତରେ ମାତ୍ର ୧ ଟନ୍ ଉତ୍ପାଦନ ହେଉଥିବାବେଳେ ବାକି ସୁନା ଆମଦାନୀ ହୋଇଥାଏ। ଚୀନ ପରେ ଭାରତ ହେଉଛି ସୁନାର ସବୁଠାରୁ ବଡ଼ ଉପଭୋକ୍ତା।

ସ୍ୱାଧୀନତା ସମୟରେ ଅର୍ଥାତ୍ ୭୬ ବର୍ଷ ପୂର୍ବେ ୧୯୪୭ରେ ୧୦ ଗ୍ରାମ ସୁନା ମୂଲ୍ୟ ୮୯ ଟଙ୍କା ଥିବାବେଳେ ଏବେ ତାହା ୫୯,୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଏହାର ମୂଲ୍ୟ ୬୬୧ ଗୁଣା ବୃଦ୍ଧି ପାଇଛି।

ଖଣିରୁ ସୁନା ଉତ୍ତୋଳନ କରାଯାଇ ଶୁଦ୍ଧ କରାଯାଏ

ସୁନା ସାଧାରଣତଃ ଏକାକୀ କିମ୍ବା ପାରଦ କିମ୍ବା ରୁପା ସହିତ ମିଶ୍ରିତ ପଦାର୍ଥ ଭାବରେ ମିଳିଥାଏ। ଏହା କାଲଭେରିଟ୍, ସିଲଭାନାଇଟ, ପେଟାଜିଟ୍ ଏବଂ କ୍ରାନାଇଟ୍ ଓରେସ୍ (ଓଆର) ଆକାରରେ ମଧ୍ୟ ମିଳିଥାଏ। ବର୍ତ୍ତମାନ ଅଧିକାଂଶ ସୁନା ପଥର ଖୋଲା ଗାତରୁ କିମ୍ବା ଭୂତଳ ଖଣିରୁ ଆସିଥାଏ।

ଯେଉଁଠି ସୁନା ପୃଷ୍ଠରେ ସାମାନ୍ୟ ରହିଥାଏ, ସେଠାରେ ଛୋଟ ଛୋଟ ଗାତ ତିଆରି କରାଯାଇ ଡାଇନାମାଇଟରେ ଭର୍ତ୍ତି କରାଯାଇ ବିସ୍ଫୋରଣ କରାଯାଏ। ଏହି ବିସ୍ଫୋରଣର ଖଣ୍ଡଗୁଡ଼ିକୁ ଟ୍ରକରେ ଭର୍ତ୍ତି କରି ସୁନା ବାହାର କରିବାକୁ ପଠାଯାଏ। ଯେଉଁଠି ସୁନା ଭୂପୃଷ୍ଠଠାରୁ ବହୁତ ତଳେ ରହିଛି, ସେଠାରେ ଭୂତଳ ଖନନ ହୋଇଥାଏ । ଏଥିରେ ଗଭୀର ଲମ୍ବା ସ୍ତମ୍ଭ ଖୋଳାଯାଇଥାଏ। ସେହି ସ୍ତମ୍ଭଗୁଡ଼ିକରେ ହରିଜୋଣ୍ଟାଲ ଗୁମ୍ଫା ନିର୍ମାଣ କରାଯାଏ। ତା’ପରେ ସେହି ଗୁମ୍ଫା ଭିତରକୁ ଯାଇ ସେଠାରୁ ବିସ୍ଫୋରଣ କରି ପଥର ଖଣ୍ଡ ସଂଗ୍ରହ କରଯାଇଥାଏ।

ବର୍ତ୍ତମାନ ସୁଦ୍ଧା ପୃଥିବୀରୁ ୨ ଲକ୍ଷ ଟନ୍ ସୁନା ଉତ୍ତୋଳନ କରାଯାଇଛି

ୟୁଏସ୍ ଜିଓଲୋଜିକାଲ ସର୍ଭେ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପୃଥିବୀରୁ ପ୍ରାୟ ୨ ଲକ୍ଷ ଟନ୍ ସୁନା ଉତ୍ତୋଳନ କରାଯାଇଛି ଏବଂ ଏବେ ମାତ୍ର ୫୦ ହଜାର ଟନ୍ ବାକି ରହିଛି। ସେହିପରି ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଅନୁଯାୟୀ ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ପୃଥିବୀରେ ସମୁଦାୟ ୫.୮୬ ଟନ୍ ସୁନା ବଳକା ରହିଛି।

ଆମେରିକା ଟ୍ରେଜେରି ତୁଳନାରେ ଭାରତରେ ରହିଛି ୩ ଗୁଣ ଅଧିକ ସୁନା

ୱାର୍ଲ୍ଡ ଗୋଲ୍ଡ କାଉନସିଲର ଏକ ରିପୋର୍ଟ ଅନୁଯାୟୀ, ୨୦୧୯ରେ ଭାରତର ପରିବାର ପାଖରେ ୨୫,୦୦୦ ଟନ୍‌ରୁ ଅଧିକ ସୁନା ଥିଲା ଏବଂ ୨୦୨୧ ରେ ଟ୍ରେଜେରି ବ୍ୟୁରୋ ଅଫ୍ ଦି ଫାଇନାନ୍ସିଆଲ ସର୍ଭିସର ତଥ୍ୟ ଅନୁଯାୟୀ, ଆମେରିକା ସରକାରଙ୍କ ଟ୍ରେଜେରିରେ ୮,୦୦୦ ଟନ୍‌ରୁ ଅଧିକ ସୁନା ରହିଛି। ଅର୍ଥାତ୍ ଆମେରିକା ସରକାରଙ୍କ ଟ୍ରେଜେରିଠାରୁ ପ୍ରାୟ ତିନି ଗୁଣ ଅଧିକ ସୁନା ଆମ ଦେଶର ଘରମାନଙ୍କରେ ରଖାଯାଇଛି।

୭୬ ବର୍ଷରେ ୬୬୧ ଗୁଣା ମହଙ୍ଗା ହେଲା ସୁନା

ଆଜି ଦେଶ ସ୍ୱାଧୀନତାର ୭୬ ବର୍ଷ ପୂରଣ କରିଛି। ଗତ ୭୬ ବର୍ଷ ମଧ୍ୟରେ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି। ୧୯୪୭ ମସିହାରେ ୧୦ ଗ୍ରାମ ସୁନା ମୂଲ୍ୟ ୮୮.୬୨ ଟଙ୍କା ଥିବାବେଳେ ଏବେ ଏହା ୫୯,୦୦୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ସେବେଠାରୁ ଏହାର ମୂଲ୍ୟ ୬୬୧ ଗୁଣ ବୃଦ୍ଧି ପାଇଛି। ସେହିପରି ରୁପା କିଲୋଗ୍ରାମ ପିଛା ୧୦୭ ଟଙ୍କା ଥିବାବେଳେ ଏବେ ଏହା ୭୦ ହଜାର ଉପରେ ରହିଛି।

Categories
ବିଶେଷ ଖବର

ଅଟଳ ଚୀନ ଯାଇଥିବାବେଳେ ପୋଷ୍ଟରରେ କ’ଣ ଲେଖିଥିଲେ ବିମାନବନ୍ଦରରେ ଠିଆ ହୋଇଥିବା ମହିଳା!

ନୂଆଦିଲ୍ଲୀ: ୧୯୬୨ ଯୁଦ୍ଧ ପରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା। ପାଖାପାଖି ୨୦ ବର୍ଷ ହେଲା କୌଣସି ବଡ଼ ସରକାରୀ ଗସ୍ତ ହୋଇନଥିଲା। ଅଟଳ ବିହାରୀ ବାଜପେୟୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲାବେଳେ ୧୯୭୯ ଫେବ୍ରୁଆରିରେ ଚୀନ ଯାଇଥିଲେ। ବିମାନବନ୍ଦରରେ ତାଙ୍କ ପ୍ରଶଂସକମାନେ ଫୁଲ ଓ ମାଳ ଧରି ଠିଆ ହୋଇଥିଲେ। ଏଠାରେ ଜଣେ ମହିଳା ଏକ ପୋଷ୍ଟର ଧରି ଠିଆ ହୋଇଥିଲେ, ‘୬୨ ବର୍ଷକୁ ଭୁଲିବେ ନାହିଁ’ ବୋଲି ସେଥିରେ ଲେଖାଥିଲା। ଗୋଟିଏ ବ୍ୟାନରରେ ଲେଖାଥିଲା, ‘ଅଧିକୃତ ଅଞ୍ଚଳକୁ ଫେରାଇ ନିଅ।’ ୧୯୬୨ମସିହାରେ ଚୀନ୍ ଭାରତରେ ପ୍ରବେଶ କରି ୧୪,୦୦୦ ବର୍ଗ ମାଇଲ ଅଞ୍ଚଳ ଦଖଲ କରିଥିଲା। ଏହି ଅଞ୍ଚଳର ଅଧିକାଂଶ ଅଂଶ ଉତ୍ତର-ପୂର୍ବ କଶ୍ମୀରର ହିମାଳୟ ଅଞ୍ଚଳ ଯାହା ଏବେ ବି ଚୀନ କବ୍ଜାରେ ରହିଛି। ସେତେବେଳେ ମୋରାରଜୀ ଦେଶାଇଙ୍କ ସରକାର ଥିଲା। ଅଟଳଙ୍କ ଗସ୍ତର ଆବଶ୍ୟକତା ନେଇ ରୁଷ ନେତାମାନେ ପ୍ରଶ୍ନ କରୁଥିଲେ ମଧ୍ୟ ସେ ବେଜିଂ ଯାଇଥିଲେ।

ସଂସଦରେ ବୟାନ ଦେଲେ ଅଟଳ

ଅଟଳ ଚୀନ ପ୍ରଧାନମନ୍ତ୍ରୀ ହୁଆ ଗୁଓଫେଙ୍ଗ, ଉପପ୍ରଧାନମନ୍ତ୍ରୀ ଡେଙ୍ଗ ଜିଆଓପିଙ୍ଗ ଏବଂ ବୈଦେଶିକ ମନ୍ତ୍ରୀ ହୁଆଙ୍ଗ ହୁଆଙ୍କୁ ଭେଟିଥିଲେ। ଫେରିବା ପରେ ସେ ସଂସଦକୁ ତାଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ। ଅଟଳ କହିଥିଲେ ଯେ, ଗୁରୁତ୍ୱପୂର୍ଣ୍ଣ ସୀମା ବିବାଦର ସମ୍ଭାବ୍ୟ ସମାଧାନ ପାଇଁ ଦୁଇ ସରକାର ରାଜି ହେବା କିଛି କମ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ। ୮ ପୃଷ୍ଠାର ବିବୃତ୍ତିରେ ବାଜପେୟୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ଦୁଇ ଦେଶ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାକୁ ହୁଏ ତେବେ ଅସମାଧାନ ସୀମା ବିବାଦର ସନ୍ତୋଷଜନକ ସମାଧାନ ଜରୁରୀ। ବାଜପେୟୀଙ୍କ ଏହି ଗସ୍ତକୁ ଭାରତ-ଚୀନ ସମ୍ପର୍କରେ ବରଫ ତରଳିବା ପାଇଁ ଏକ ପଦକ୍ଷେପ ଭାବେ ବିବେଚନା କରାଯାଉଥିଲା।

ତେବେ ଏହି ସମୟରେ ଚୀନ ପୁଣି ଥରେ ପ୍ରତିବନ୍ଧକ ଲଗାଇଥିଲା। ବାସ୍ତବ ନିୟନ୍ତ୍ରଣ ରେଖାରେ ବିବାଦର ସମାଧାନ ପାଇଁ ଆଉ ୧୭ ଘଣ୍ଟିଆ ବୈଠକ ଶେଷ ହୋଇନଥିଲା। ସୀମା ବିବାଦକୁ ନେଇ ଦୁଇ ଦିନ ଧରି ଉଚ୍ଚସ୍ତରୀୟ ସାମରିକ ଆଲୋଚନା ଚାଲିଥିଲେ ମଧ୍ୟ ଚୀନ ପଛଘୁଞ୍ଚା ଦେବାକୁ ମନା କରିଦେଇଥିଲା। ପୂର୍ବ ଲଦାଖରେ ଚାଲିଥିବା ବିବାଦର କେତେକ ସ୍ଥାନରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ତିନି ବର୍ଷ ଧରି ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିଲା। ବ୍ୟାପକ କୂଟନୈତିକ ଓ ସାମରିକ ଆଲୋଚନା ପରେ ଉଭୟ ପକ୍ଷ ବିଭିନ୍ନ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିଥିଲେ। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଡେପସାଙ୍ଗ ବିମାନ, ଦୌଲତ ବେଗ ଓଲ୍ଡି ଏବଂ ଡେମଚୋକରେ ପାଟ୍ରୋଲିଂ କରିବା ପାଇଁ ଭାରତୀୟ ସୈନ୍ୟଙ୍କ ଅଧିକାରରେ ଚୀନ ରାଜି ହୋଇନଥିଲା।

ଆଜି ସମଗ୍ର ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦୈବ ଅଟଳ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦିଲ୍ଲୀରେ ରହିଛି ‘ସଦୈବ ଅଟଳ’ ବାଜପେୟୀଙ୍କ ସ୍ମାରକୀ। ୨୦୧୮ ମସିହା ଆଜିର ଦିନରେ ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଥିଲା। ବାଜପେୟୀଙ୍କୁ ୨୦୧୫ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ସେ ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଥିଲେ। ସେ ତିନି ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୬ରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ମାତ୍ର ୧୩ ଦିନ ଥିଲା। ଏହାପରେ ୧୯୯୮ରେ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୧୩ ମାସ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ୧୯୯୯ରେ ସେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ପୂରଣ କରିବାରେ ସେ ହେଉଛନ୍ତି ପ୍ରଥମ ଅଣକଂଗ୍ରେସ ନେତା।

ପଣ୍ଡିତ ନେହେରୁ ଆରମ୍ଭରୁ ଅଟଳ ବିହାରୀ ବାଜପେୟୀଙ୍କ ବକ୍ତୃତା କୌଶଳର ପ୍ରଶଂସକ ଥିଲେ। ବାଜପେୟୀଙ୍କ ମନରେ ତାଙ୍କ ପ୍ରତି ସମାନ ସମ୍ମାନ ଥିଲା। ପଣ୍ଡିତ ନେହେରୁଙ୍କ ଦେହାନ୍ତ ପରେ ଅଟଳ ବିହାରୀ ବାଜପେୟୀ କବିତା ମାଧ୍ୟମରେ ନେହେରୁଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଟଳ କହିଥିଲେ, ଆଜି ଏକ ସ୍ୱପ୍ନର ଅନ୍ତ ଘଟିଛି। ଗୋଟିଏ ଗୀତ ନିରବ ହୋଇଗଲା । ସବୁଦିନ ପାଇଁ ନିଆଁ ଲିଭାଇ ଯାଇଥିଲା। ଅଟଳ କହିଥିଲେ ଯେ ଏହା ଏକ ଦୀପର ନିଆଁ ଥିଲା ଯାହା ସାରା ରାତି ଜଳୁଥିଲା । ସେ ସବୁ ଅନ୍ଧାରକୁ ସାମ୍ନା କରି ଆମକୁ ବାଟ ଦେଖାଇଲେ ।

Categories
ଆଜିର ଖବର ଜାତୀୟ ଖବର

୨୪ ଘଣ୍ଟା ଜରୁରୀ!, କେବଳ ଚନ୍ଦ୍ର ଆଡ଼କୁ ଗତି କରିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରର ଅତି ନିକଟତର ହୋଇଛି। ଏହାର ଏକ ସପ୍ତାହ ପରେ ଭାରତର ଯାନ ଚନ୍ଦ୍ରରେ ଅବତରଣ କରିବ। ହଁ, ଏବେ ଶେଷ ଡେଇଁବା ବାକି ଅଛି। ଆଜି ଚନ୍ଦ୍ରପୃଷ୍ଠର ଅତି ନିକଟରେ ପହଞ୍ଚିବା ପରେ ଚନ୍ଦ୍ରଯାନ-୩କୁ ୧୫୩ କିଲୋମିଟର ବା ୧୬୩ କିଲୋମିଟର କକ୍ଷପଥରେ ଛଡ଼ାଯାଇଥିଲା। ଏହା ସହିତ ଚନ୍ଦ୍ରର କକ୍ଷପଥରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ବୋଲି ଇସ୍ରୋ କହିଛି। ବର୍ତ୍ତମାନ ଆମ ଚନ୍ଦ୍ରଯାନ-୩ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ଆସିଛି। ଏବେ ଉଭୟ ପ୍ରୋପଲସନ ମଡ୍ୟୁଲ ଏବଂ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେବ। ଏହାକୁ ସରଳ ଭାଷାରେ ବୁଝିବା ପାଇଁ ଚନ୍ଦ୍ରଯାନ ଭିତରେ ବସିଥିବା ‘ହିରୋ’ ଏବେ ଯାତ୍ରାକୁ ଭିନ୍ନ କରିଦେବ। ଏହି ଲ୍ୟାଣ୍ଡରର ନାମ ବିକ୍ରମ। ଏହା ଭିତରେ ପ୍ରଜ୍ଞାନ ରହିଛି। ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ଅବତରଣ କରିବା ପରେ ପ୍ରଜ୍ଞାନ ବାହାରକୁ ଆସିବ। ସମଗ୍ର ଦେଶରେ ପ୍ରାର୍ଥନା କରାଯାଉଛି। ଅଗଷ୍ଟ ୧୭ରେ ପରବର୍ତ୍ତୀ କିଛି ଘଣ୍ଟା ପରେ ଲ୍ୟାଣ୍ଡର ପ୍ରୋପଲସନ ମଡ୍ୟୁଲରୁ ଅଲଗା ହୋଇଯିବ। ଅଗଷ୍ଟ ୨୩ ତାରିଖ ସନ୍ଧ୍ୟାରେ ଏହାର ଯାନ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ପ୍ରସ୍ତୁତି ଚଳାଇଛି।

ଚନ୍ଦ୍ରଯାନ-୩ ଅପଡେଟ୍: ଜାଣନ୍ତୁ ଆଜି କ’ଣ ହେଲା, ଆସନ୍ତାକାଲି କ’ଣ ହେବ

ହଁ, ଏହି ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ଚନ୍ଦ୍ର ପୃଷ୍ଠର ନିକଟତର ହେବା ସମୟରେ କକ୍ଷପଥକୁ ହ୍ରାସ କରିବା ପାଇଁ ଆଜି ସକାଳେ ପଞ୍ଚମ ତଥା ଅନ୍ତିମ ମାନୁଆଲ ସମ୍ପୂର୍ଣ୍ଣ ହୋଇଛି। ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର ମଡ୍ୟୁଲ, ପ୍ରୋପଲସନ ମଡ୍ୟୁଲ ଓ ରୋଭର ରହିଛି। ଆଜି ସକାଳ ସାଢ଼େ ୮ଟାରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କରୁ ଚୂଡ଼ାନ୍ତ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୭ ତାରିଖରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅପରେସନ କରାଯିବ। ହଁ, ପ୍ରୋପଲସନ ଏବଂ ଲ୍ୟାଣ୍ଡର ମଡ୍ୟୁଲ ଏହାର ଚନ୍ଦ୍ରଯାନ-୩ ଠାରୁ ଭିନ୍ନ ହେବ। ସେମାନେ ଭିନ୍ନ ଭାବରେ ଆଗକୁ ଯାତ୍ରା କରିବେ। ପ୍ରୋପଲ୍ସନ୍ ମଡ୍ୟୁଲ ଚନ୍ଦ୍ରର କକ୍ଷପଥରେ ରହିବ। ଏହାବ୍ୟତୀତ ଏହାର ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଗତି କରିବ। ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଚନ୍ଦା ମାମାଙ୍କୁ ଛୁଇଁବା ପାଇଁ ଇସ୍ରୋ ପକ୍ଷରୁ ପ୍ରସ୍ତୁତି କରାଯାଇଛି।

Categories
ବିଶେଷ ଖବର

ଦେଶ ବିଶ୍ୱରେ ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥା ସ୍ଥାନ ପାଇବାର ଶ୍ରେୟ ୧୪୦କୋଟି ଭାରତୀୟଙ୍କୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ବିଶ୍ୱର ଦଶମରୁ ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥାର ରାଷ୍ଟ୍ର ହେବାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪୦କୋଟି ଭାରତବାସୀଙ୍କୁ ଦେଇଛନ୍ତି। ୭୭ତମ ସ୍ୱାଧୀନତା ଦିବସ ଅବସରରେ ଆଜି (୧୫.୮.୨୦୨୩) ଲାଲକିଲ୍ଳାର ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହା ପ୍ରକାଶ କରିଛନ୍ତି। ଏହି ସରକାର ବାଟମାରଣା ରୋକିବା, ଏକ ମଜବୁତ ଅର୍ଥ ବ୍ୟବସ୍ଥା ସୃଷ୍ଟି କରିବା ତଥା ଗରିବ କଲ୍ୟାଣରେ ସର୍ବାଧିକ ଅର୍ଥ ବ୍ୟୟ କରିବାରୁ ଏପରି ହୋଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ, “ ଆଜି ମୁଁ ଜନସାଧାରଣଙ୍କୁ କହିବାକୁ ଚାହୁଁଛି ଯେ ଯେତେବେଳେ ଦେଶ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧିଶାଳୀ ହୁଏ, ସେତେବେଳେ ଏହା କେବଳ ରାଜକୋଷ ପୂରଣ କରେ ନାହିଁ, ଏହା ଦେଶ ଓ ଦେଶବାସୀଙ୍କ ସାମର୍ଥ୍ୟ ବୃଦ୍ଧି ମଧ୍ୟ କରିଥାଏ। ଦଶବର୍ଷ ପୂର୍ବରୁ ଭାରତ ସରକାର ରାଜ୍ୟଗୁଡିକ ନିମନ୍ତେ ୩୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ। ଗତ ନଅବର୍ଷ ମଧ୍ୟରେ ଏହି ପରିମାଣ ୧୦୦ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହି ସବୁ ସଂଖ୍ୟା ଗଣିତରୁ ଏଭଳି ଅବସ୍ଥାନ୍ତର ସାମର୍ଥ୍ୟ ବୃଦ୍ଧି ଯୋଗୁଁ ହୋଇଥିବା ଆପଣମାନେ ଅନୁମାନ କରିପାରୁଥିବେ।

ଆତ୍ମ ନିଯୁକ୍ତିକୁ ନେଇ ଶ୍ରୀ ମୋଦୀ କହିଥିଲେ ଯେ “୨୦ଲକ୍ଷ କୋଟି ଟଙ୍କାରୁ ଅଧିକ ଦେଶର ଯୁବାଗୋଷ୍ଠୀଙ୍କୁ ଆତ୍ମନିଯୁକ୍ତି ପାଇଁ ସେମାନଙ୍କ ବ୍ୟବସାୟ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏଥିରେ ଆଠକୋଟି ଜନସାଧାରଣ କେବଳ ବ୍ୟବସାୟ କଲେ ନାହିଁ, ବରଂ ସେମାନେ ପ୍ରତ୍ୟେକ ଜଣେ ବା ଦୁଇଜଣଙ୍କୁ ନିଯୁକ୍ତି ଦେଲେ। ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ସୁବିଧା ପାଇଥିବା ଆଠ କୋଟି ନାଗରିକ ୮ରୁ୧୦କୋଟି ନୂଆ ଲୋକଙ୍କୁ ନିଯୁକ୍ତି ମଧ୍ୟ ଯୋଗାଇଲେ।”

କୋଭିଡ-୧୯ ବୈଶ୍ୱିକ ମହାମାରୀ ବେଳର ପ୍ରସଙ୍ଗ ଉତ୍‌ଥାପନ କରି ଶ୍ରୀ ମୋଦୀ କହିଥିଲେ ଯେ “କରୋନା ଭୂତାଣୁ ସମସ୍ୟା କାଳରେ ମଧ୍ୟ ଏମ୍‌ଏସ୍‌ଏମ୍‌ଏଇକୁ ଦେବାଳିଆ ଅବସ୍ଥାରୁ ରକ୍ଷା କରିବା ପାଇଁ ୩.୫ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ସେମାନଙ୍କୁ ମରିବା ପରିବର୍ତ୍ତେ ଶକ୍ତି ପ୍ରଦାନ କରାଯାଇଥିଲା।”

ନୂତନ ଓ ଆକାଂକ୍ଷିତ ମଧ୍ୟବିତ୍ତ ଶ୍ରେଣୀକୁ ନେଇ ଶ୍ରୀ ମୋଦୀ କହିଥିଲେ ଯେ “ଯେତେବେଳେ ଦେଶର ଦାରିଦ୍ର‌୍ୟ ହ୍ରାସ ପାଏ, ସେତେବେଳେ ମଧ୍ୟବିତ୍ତ ଶ୍ରେଣୀର ଶକ୍ତି ମଧ୍ୟ ଅନେକ ବୃଦ୍ଧି ପାଇଥାଏ। ମୁଁ ଆପଣମାନଙ୍କୁ ଗ୍ୟାରେଣ୍ଟିର ସହ ପ୍ରତିଶ୍ରୁତି ଦେଉଛି ଯେ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥା ହେବ। ଆଜି ଦେଶର ସାଢେ ୧୩କୋଟି ଲୋକ ଦାରିଦ୍ର‌୍ୟ ସୀମାରେଖାରୁ ଊର୍ଦ୍ଧ୍ୱକୁ ଆସି ମଧ୍ୟବିତ୍ତ ଶ୍ରେଣୀର ଶକ୍ତି ବୃଦ୍ଧି କରିଛନ୍ତି। ଯେତେବେଳେ ଗରିବର କ୍ର୍ରୟ କ୍ଷମତା ବୃଦ୍ଧି ପାଏ। ମଧ୍ୟବତ୍ତ ଶ୍ରେଣୀର ବ୍ୟାବସାୟିକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ। ଯେତେବେଳେ ଗ୍ରାମଗୁଡିକର କ୍ରୟ ଶକ୍ତି ବୃଦ୍ଧି ପାଏ, ସେତେବେଳେ ସହର ଓ ନଗରୀଗୁଡିକର ଆର୍ଥିକ ପଦ୍ଧତିରେ ମଧ୍ୟ ଦୃତ ଅଭିବୃଦ୍ଧି ଘଟିଥାଏ। ଏହା ଆମ ଆର୍ଥିକ ଚକ୍ର ସହ ଅଙ୍ଗାଙ୍ଗୀଭାବେ ଜଡିତ। ଏହି ଶକ୍ତି ନେଇ ଆମେ ଆଗକୁ ବଢିବୁ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ “ଯେତେବେଳେ ଆୟକରରେ ରିହାତି ସୀମା ୨ଲକ୍ଷରୁ ବଢି ୭ଲକ୍ଷ ହେଲା ଏହାର ସବୁଠାରୁ ଅଧିକ ସୁବିଧା ଚାକିରିଆ ବା ମଧ୍ୟବିତ୍ତ ଶ୍ରେଣୀଙ୍କୁ ହିଁ ମିଳିଥିଲା।”

ନିକଟରେ ବିଶ୍ୱ ସମ୍ମିଳିତ ଭାବେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିାଲେ ଯେ “ବିଶ୍ୱ ଏବେ ମଧ୍ୟ କୋଭିଡ-୧୯ ବୈଶ୍ୱିକ ମହାମାରୀ କବଳରୁ ମୁକୁଳି ପାରିନାହିଁ ଓ ଯୁଦ୍ଧ ସମସ୍ୟାକୁ ଆହୁରି ଘନୀଭୂତ କରିଛି। ଆଜି ବିଶ୍ୱ ମୁଦ୍ରାସ୍ପିତିର ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛି।”

ମୁଦ୍ରାସ୍ପୀତି ସମସ୍ୟାର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଭାରତ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବା ନେଇ ସବୁଠାରୁ ଭଲ ଉଦ୍ୟମ କରିଛି। ଆମେ ନିଜକୁ ବିଶ୍ୱଠାରୁ ଅଲଗା ଭାବିବା ମଧ୍ୟ ଅନୁଚିତ। ମୋତେ ମୋ ଦେଶବାସୀଙ୍କ ମୁଦ୍ରାସ୍ପୀତି ବୋଝ ହ୍ରାସ କରିବା ପାଇଁ ଆହୁରି ଅଧିକ ପଦକ୍ଷେପ ନେବାକୁ ପଡିବ। ମୁଦ୍ରାସ୍ପୀତିକୁ ମନେଇବା ପାଇଁ ମୋର ଉଦ୍ୟମ ଅବ୍ୟାହତ ରହିବ।”

Categories
ଆଜିର ଖବର ଜାତୀୟ ଖବର

ମଣିପୁର ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମଣିପୁର ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି ଏବଂ ସେଠାରେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେବ ବୋଲି ୭୭ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲାରୁ କହିଛନ୍ତି।

ସେ କହିଛନ୍ତି, ମଣିପୁରରେ କିଛି ଦିନ ହେଲା ଅଶାନ୍ତି, ହିଂସା ଜାରି ରହିଛି ଏବଂ ମହିଳାଙ୍କ ମର୍ଯ୍ୟାଦା ଉପରେ ଆକ୍ରମଣ ହେଉଥିବା ଖବର ଆସୁଛି। ମଣିପୁର ଲୋକ ଗତ କିଛି ସମୟ ଧରି ଶାନ୍ତି ବଜାୟ ରଖିଛନ୍ତି ଏବଂ ସେମାନେ ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ସେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ‘ରାଜ୍ୟ ଓ କେନ୍ଦ୍ର ସରକାର ସେହି ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ମିଳିମିଶି କାମ କରୁଛନ୍ତି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ’।