Categories
ଆଜିର ଖବର ରାଜ୍ୟ ଖବର

କୂଅରେ ପଡିଗଲା ଜଙ୍ଗଲି ଗାଢଭାଲୁ, ଅକ୍ଲାନ୍ତ ପରିଶ୍ରମ କରି ଉଦ୍ଧାର କଲା ବନବିଭାଗ

ନିରାକାରପୁର: ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡକୁ ପଳାଇ ଆସି କୂଅରେ ପଡିଲା ଜଙ୍ଗଲି ଗାଢ ଭାଲୁ। ଗାଢଭାଲୁକୁ କୂଅରୁ ଅକ୍କାନ୍ତ ପରିଶ୍ରମ କରି ଉଦ୍ଧାର କଲା ଟାଗିଂ ବନବିଭାଗ ଓ ଅଗ୍ନିଶମ ବିଭାଗ। ସୂଚନାରୁ ଜଣାପଡିଛି ଗତକାଲି ରାତିରେ ଚିତ୍ରକୂଟ ଜଙ୍ଗଲରୁ ଏକ ଗାଢଭାଲୁ କାଶିପୁର ଗାଁ ଆଡକୁ ପଳାଇ ଆସି ଗଗାଂ ପାଇକରାୟଙ୍କ କୂଅରେ ପଡିଯାଇଥିଲା।

ଗାଢଭାଲୁଟି କାଶିପୁର ଗ୍ରାମର ପଦ୍ମାବତୀ ଦଳାଇ ନାମକ ଜଣେ ମହିଳାଙ୍କୁ କାମୁଡି ରକ୍ତାକ୍ତ କରିଥିଲା। ମହିଳା ଜଣଙ୍କ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗାଢଭାଲୁକୁ ଦେଖିବା ପାଇଁ ଲୋକେ ଜମା ହୋଇଥିଲେ। ଟାଙ୍ଗୀ ବନବିଭାଗ ଗାଢ ଭାଲୁକୁ ଉଦ୍ଧାର କରି ଜଂଗଲରେ ଛାଡିବାକୁ ନେଇଥିବା ଜଣାପଡିଛି। ତେବେ ତା ପୂର୍ବରୁ ତାହାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ବନଵିଭାଗ ସୂଚନାରୁ ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରେଢାଖୋଲ ବନଖଣ୍ଡ ବଂଶାଜାଲ ନିକଟରେ ଅଜଣା ଗାଡି ଧକ୍କାରେ ଭାଲୁ ଓ ଛୁଆ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳୁ ସକାଳୁ ଚାରମାଳ ରେଞ୍ଜ ବଂଶାଜାଲ ସେକ୍ସନରେ ଏକ ଭାଲୁ ଓ ତାରଛୁଆ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ଜଙ୍ଗଲ ବିଭାଗ ସୂତ୍ରରୁ ପ୍ରକାଶ।

ସୂଚନା ଅନୁଯାୟୀ, ଆଜି ଭୋରରୁ ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅଧିନସ୍ଥ ବଂଶାଜାଲ ସେକ୍ସନ ପୁଡାବଲଣ୍ଡାରୁ ବଡମାଳ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତାର ସୁରୁବାଲି ଜୋର ଠାରୁ ୧କିମି ଦୂରରେ ଏରୁଣ୍ଡିବାହାଳ ଖେସରା ଜଙ୍ଗଲର ରାସ୍ତା ଉପରେ ଏକ ଅଜଣା ଗାଡି ଧକ୍କାରେ ଏକ ଭାଲୁ ଓ ତାର ଛୁଆ ମୃତ୍ୟୁବରଣ କରିଥିବା ବନବିଭାଗ ସୂତ୍ରରୁ ପ୍ରକାଶ। ଯାହା ଅନୁମାନ କରାଯାଉଛି ଭାଲୁଟି ରାସ୍ତା ପାର ହେଉଥିବା ସମୟରେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ଜଙ୍ଗଲ ବିଭାଗ ପ୍ରକାଶ କରିଛି।

ମୃତ ଭାଲୁର ଅନୁମାନିକ ବୟସ ୨୦ ବର୍ଷ ହୋଇଥିବା ବେଳେ ଛୁଆର ବୟସ ଦେଢବର୍ଷ ହୋଇଥିବା ବନବିଭାଗ କହିଛି। ମୃତ ଭାଲୁକୁ ଫରେଷ୍ଟର ବିଜୟ କୁମାର ବିଶ୍ୱାଳ, ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ, ରେଞ୍ଜଅଫିସର ଦର୍ଶନୀୟା ଭୋଇ ଜବତ କରି ରେଢାଖୋଲ ପ୍ରାଣୀଧନ କାର୍ଯ୍ୟାଳୟକୁ ଆଣିଥିଲେ। ରେଢାଖୋଲ ପ୍ରାଣୀଧନ ଚିକିତ୍ସକ ପ୍ରଦୀପ ସାହୁ ଶବ ବ୍ୟବଚ୍ଛେଦ କରିଥିଲେ। ଚାରମାଳରେ ଗାତ ଖୋଳି ମୃତ ଭାଲୁ ଓ ଛୁଆକୁ ପୋତି ଦିଆଯାଇଥିବା ଜଙ୍ଗଲ ବିଭାଗ କହିଛି।