Categories
ଆଞ୍ଚଳିକ

ବାଣପୁର: ଭିକ୍ଷୁକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଅଜଣା ଭିକ୍ଷୁକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାର ଦେଖିବାକୁ ମିଳିଛି। ଭିକ୍ଷୁକ ଜଣକ କିଛି ଦିନ ହେବ ମା’ ଭଗବତୀ ମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି କରି ଚଳୁଥିବା ବେଳେ ଆଜି ହଠାତ ମନ୍ଦିର ପାର୍ଶ୍ୱରେ ଥିବା ରାସ୍ତା ପାର୍ଶ୍ୱରେ ମରି ପଡିଥିବାର ଦେଖିବାକୁ ମିଳିଛି। ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆଇନ ଅନୁଯାୟୀ ୭୨ ଘଣ୍ଟା ମୃତଦେହକୁ ସରଂକ୍ଷିତ ରଖିବ। ତତସହିତ ଯଦି କୌଣସି ବ୍ୟକ୍ତି ମୃତ ଭିକ୍ଷୁକଙ୍କ ପରିଚୟ ପାଇବେ ତେବେ ପୋଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି ବାଣପୁର ଆଇଆଇସି ଜୟ ପ୍ରକାଶ ପରିଡ଼ା।

Categories
ଆଜିର ଖବର ରାଜ୍ୟ ଖବର

ଭିକ୍ଷୁକଙ୍କୁ ଆତ୍ମନିର୍ଭର କରାଇବ ବିଏମସି: ଚିହ୍ନଟ କରିବା ଲାଗି ବିଏମସି କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ବିଏମସି ପକ୍ଷରୁ ଭିକ୍ଷୁକଙ୍କୁ ଆତ୍ମନିର୍ଭର କରିବା ନେଇ ନିଷ୍ପତ୍ତି ନିଆଯାଇଛି। ବିଏମସିରେ ଭିକ୍ଷୁକଙ୍କୁ ଭିକ୍ଷାବୃତ୍ତି ବନ୍ଦ କରାଇ ଥଇଥାନ କରିବାକୁ ନିଷ୍ପତ୍ତି ହୋଇଛି। ବିଏମସିର ପ୍ରତି ଆଞ୍ଚଳିକ କାର୍ଯ୍ଯାଳୟରେ ଥାଇଥାନ କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଉଛି।

ସେଥିପାଇଁ ଭିକ୍ଷୁକଙ୍କୁ ଚିହ୍ନଟ କରିବା ପାଇଁ ବିଏମସି କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବାସହୀନ ଓ ନିରାଶ୍ରୟଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ନେଇ ଯୋଜନା କରାଯାଉଛି। ସେଠାରେ ସେମାନଙ୍କୁ ଆତ୍ମନିର୍ଭର ହେବା ନେଇ ପରାମର୍ଶ ଦିଆଯିବ।