Categories
ଆଜିର ଖବର ରାଜ୍ୟ ଖବର

ମୃତ ପ୍ରମାଣ ପତ୍ର ଦେବା ପାଇଁ ଡାକ୍ତରଖାନା କର୍ମଚାରୀ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ମୃତ ପ୍ରମାଣ ପତ୍ର ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ଏହିପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ହଳଦିଆ ସିଏଚସି ରେ ଘଟିଛି। ଆଜି ଦିନ ପ୍ରାୟ 12ଟା ବେଳେ ସେଠାକାର କ୍ଲର୍କ ଅନୁପ କୁମାର ଶତପଥୀ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଶ୍ରୀ ଶତପଥୀ ଜଣେ ଅଭିଯୋଗକାରୀଙ୍କ ଜେଜେ ବାପାଙ୍କ ମୃତ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ। ତାଙ୍କର ପୈତୃକ ସଂପତ୍ତି ବିକ୍ରି ପାଇଁ ସେ ଏହି ଆବେଦନ କରିଥିଲେ। ହେଲେ ଶ୍ରୀ ଶତପଥୀ ତାଙ୍କୁ ବହୁବାର ଅଫିସକୁ ଦଉଡାଇଥିଲେ। ଶେଷରେ ସେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୋଜନା ମୁତାବିକ ଆଜି ଭିଜିଲାନ୍ସ ତାଙ୍କୁ ଧରିବା ସହିତ ତାଙ୍କ ହାତରୁ ଲାଞ୍ଚ ଟଙ୍କା ମଧ୍ୟ ଉଦ୍ଧାର କରିଛି। ତାଙ୍କ ନାମରେ ମାମଲା ଋଜୁ ପରେ ଅଧିକ ତଦନ୍ତ ଚାଲିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୦ ଲକ୍ଷ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଭିଜିଲାନ୍ସ ଅଧିକାରୀ

ଭୁବନେଶ୍ଵର: ଭିଜିଲାନ୍ସ ପଞ୍ଝାରେ ନିଜେ ଭିଜିଲାନ୍ସ ଅଧିକାରୀ। ଭିଜିଲାନ୍ସ ଜାଲରେ ଫସିଗଲେ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନସ୍ପେକ୍ଟର ମାନସୀ ଜେନା। ମାମଲାକୁ ବନ୍ଦ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମାନସୀ। ଜଣେ ସରକାରୀ ଅଧିକାରୀଙ୍କ କେସକୁ ବନ୍ଦ କରିବା ପାଇଁ ସେ ଲାଞ୍ଚ ନେଉଥିଲେ। ସେହି ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା। ଉକ୍ତ ଅଧିକାରୀଜଣଙ୍କ ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଲାଞ୍ଚ ନେଉଥିଲେ। ବର୍ତ୍ତମାନ ମାନସୀ ଜେନା ଓ ମୁକେଶ ସାହୁଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରହିଥିବା ସୂଚନା ରହିଛି।