Categories
ଆଜିର ଖବର ଜାତୀୟ ଖବର

ଆଜି ନବନିଯୁକ୍ତ ମାନଙ୍କୁ ୫୧,୦୦୦ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଏଜେଆଇ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ସମ୍ବୋଧିତ କରିବେ।

ରୋଜଗାର ମେଳା ସାରା ଦେଶରେ ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହି ପଦକ୍ଷେପ ଜରିଆରେ କେନ୍ଦ୍ର ସରକାରଙ୍କ ବିଭାଗ ତଥା ରାଜ୍ୟ ସରକାର/କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି। ଦେଶବ୍ୟାପୀ ଚୟନ ହୋଇଥିବା ନବନିଯୁକ୍ତ କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟସ୍‍ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ସରକାରଙ୍କ ସହ ଯୋଗ ଦେବେ।

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ। ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟିରେ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କ ସଶକ୍ତୀକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଠାରେ ‘ଯେକୌଣସି ଡିଭାଇସ୍’ ଶିକ୍ଷଣ ଫର୍ମାଟ ପାଇଁ ୬୮୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ରୋଜଗାର ମେଳା: ଆସନ୍ତାକାଲି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ସେପ୍ଟେମ୍ବର, ୨୦୨୩ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ସମ୍ବୋଧିତ କରିବେ।

ରୋଜଗାର ମେଳା ସାରା ଦେଶରେ ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ। ଏହି ପଦକ୍ଷେପ ଜରିଆରେ କେନ୍ଦ୍ର ସରକାରଙ୍କ ବିଭାଗ ତଥା ରାଜ୍ୟ ସରକାର/କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି। ଦେଶବ୍ୟାପୀ ଚୟନ ହୋଇଥିବା ନବନିଯୁକ୍ତ କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟସ୍‍ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ସରକାରଙ୍କ ସହ ଯୋଗ ଦେବେ।

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ। ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟିରେ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କ ସଶକ୍ତୀକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଠାରେ ‘ଯେକୌଣସି ଡିଭାଇସ୍’ ଶିକ୍ଷଣ ଫର୍ମାଟ ପାଇଁ ୬୮୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସମଗ୍ର ଦେଶରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ରେଳ ଯାତ୍ରୀ ମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ। ପ୍ରଧାନମନ୍ତ୍ରୀ ପତାକା ପ୍ରଦର୍ଶନ କରିବା ପରେ ଚଳାଚଳ ଆରମ୍ଭ

କରିଥିବା ନୂତନ ଟ୍ରେନ୍ ଗୁଡ଼ିକ ହେଉଛି:

୧. ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍
୨. ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍
୩. ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍
୪. ବିଜୟୱାଡା – ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍
୫. ପାଟନା – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍
୬. କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ
୭. ରାଉରକେଲା – ଭୁବନେଶ୍ୱର – ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍
୮. ରାଂଚି – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍
୯. ଜାମନଗର – ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍

ଏହି ଅବସରରେ ପ୍ରଧାନମନ୍ତ୍ରୀ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିି ଏହା ଦେଶରେ ଆଧୁନିକ ଯୋଗାଯୋଗର ଏକ ଅଭୂତପୂର୍ବ ଅବସର ବୋଲି କହିଥିଲେ। ଦେଶରେ ଭିତ୍ତିଭୂମି ବିକାଶର ଏହି ଗତି ଏବଂ ବ୍ୟାପକତା ୧୪୦ କୋଟି ଭାରତୀୟ ମାନଙ୍କର ଆକାଂକ୍ଷା ସହ ସମାନ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆରମ୍ଭ ହୋଇଥିବା ଟ୍ରେନ୍ ଗୁଡ଼ିକ ଅଧିକ ଆଧୁନିକ ଏବଂ ଆରାମଦାୟକ। ସେ କହିଛନ୍ତି ଯେ ଏହି ବନ୍ଦେ ଭାରତ ଟ୍ରେନ୍ ଗୁଡିକ ନୂତନ ଭାରତର ନୂତନ ଉତ୍ସାହର ପ୍ରତୀକ। ବନ୍ଦେ ଭାରତ ଟ୍ରେନ୍ରେ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି ବୋଲି ସେ ସୂଚନା ଦେବା ସହ ବନ୍ଦେ ଭାରତକୁ ନେଇ ବଢୁଥିବା ଉତ୍ସାହ ଉପରେ ଖୁସି ବ୍ୟକ୍ତ କରିଥିଲେ।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୫ଟି ବନ୍ଦେ ଭାରତ ଟ୍ରେନ୍ ଲୋକଙ୍କୁ ସେବା ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିରେ ଆଜି ଆଉ ୯ଟି ବନ୍ଦେ ଭାରତ ଯୋଡ଼ି ହେବାକୁ ଯାଉଛି ଏବଂ ସେ କହିଛନ୍ତି ଯେ ବନ୍ଦେ ଭାରତ ଦେଶର ପ୍ରତ୍ୟେକ ପ୍ରାନ୍ତକୁ ସଂଯୋଗ କରିବାର ଦିନ ଦୂର ନୁହେଁ। ଯେଉଁମାନେ ସମୟ ସଞ୍ଚୟ କରିବାକୁ ଚାହୁଁଛନ୍ତି ଏବଂ ସେହି ସମାନ ଦିନରେ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବନ୍ଦେ ଭାରତର ଉପଯୋଗୀତା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ବନ୍ଦେ ଭାରତ ସହ ଜଡିତ ସ୍ଥାନ ଗୁଡିକରେ ପର୍ଯ୍ୟଟନ ବୃଦ୍ଧି ଫଳରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ସେ ଆଲୋକପାତ କରିଥିଲେ।

ଦେଶର ସଫଳତା ପାଇଁ ପ୍ରତ୍ୟେକ ନାଗରିକ ଗର୍ବ ଅନୁଭବ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଆଶା ଓ ଆତ୍ମବିଶ୍ୱାସର ବାତାବରଣ ଉପରେ ଆଲୋକପାତ କରିଛନ୍ତି। ସେ ଚନ୍ଦ୍ରଯାନ – ୩ ଏବଂ ଆଦିତ୍ୟ ଏଲ୍ – ୧ର ଐତିହାସିକ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ। ସେହିଭଳି ଜି – ୨୦ ସଫଳତା ଭାରତର ଗଣତନ୍ତ୍ର, ଜନସଂଖ୍ୟା ଓ ବିବିଧତାର ଶକ୍ତିକୁ ପ୍ରଦର୍ଶିତ କରିଛି ବୋଲି ସେ କହିଥିଲେ।

ନାରୀ ଶକ୍ତି ବନ୍ଦନ ଆଇନ୍କୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ବୋଲି ସେ ଉଲ୍ଲେଖ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଉଲ୍ଲେଖ କରିଛନ୍ତି ଯେ ଅନେକ ରେଳ ଷ୍ଟେସନ ମହିଳା କର୍ମକର୍ତ୍ତାଙ୍କ ଦ୍ୱାରା ପରିଚାଳିତ ହେଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଆତ୍ମବିଶ୍ୱାସୀ ଭାରତ ତା’ର ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତା ଉପରେ ଏକା ସହିତ କାର୍ଯ୍ୟ କରୁଛି । ଭିତ୍ତିଭୂମି ବିକାଶରେ ନିରବଚ୍ଛିନ୍ନ ସମନ୍ୱୟ ରକ୍ଷା କରିବା ଏବଂ ପରିବହନ ଏବଂ ରପ୍ତାନୀ ସମ୍ବନ୍ଧୀୟ ଶୁଳ୍କ ହ୍ରାସ ପାଇଁ ନୂତନ ଲଜିଷ୍ଟିକ୍ ନୀତି ପାଇଁ ସେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ମାଷ୍ଟରପ୍ଲାନ୍ ବିଷୟରେ ଉଲ୍ଲେଖ କରିଥିଲେ । ଏକ ପରିବହନ ମାଧ୍ୟମ ଅନ୍ୟ ମାଧ୍ୟମକୁ ସମର୍ଥନ କରିବା ଉଚିତ ବୋଲି ସେ ବହୁବିଧ ସଂଯୋଗ ବିଷୟରେ ମଧ୍ୟ କହିଥିଲେ । ଏସବୁ ସାଧାରଣ ନାଗରିକ ମାନଙ୍କର ଯାତାୟାତକୁ ସହଜ କରିବା ନିମନ୍ତେ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସାଧାରଣ ନାଗରିକ ମାନଙ୍କର ଜୀବନରେ ରେଳବାଇର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ପୂର୍ବ ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପ୍ରତି ଅବହେଳା ପାଇଁ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ । ଭାରତୀୟ ରେଳବାଇର ରୂପାନ୍ତରଣ ପାଇଁ ବର୍ତ୍ତମାନର ସରକାରଙ୍କ ପ୍ରୟାସ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ବର୍ଦ୍ଧିତ ବଜେଟ ବିଷୟରେ ସୂଚନା ଦେଇଥିଲେ, ସେ କହିଥିଲେ ଯେ, ଚଳିତ ବର୍ଷର ରେଳ ବଜେଟ ୨୦୧୪ର ରେଳ ବଜେଟ୍ ଠାରୁ ୮ ଗୁଣ ଅଧିକ । ସେହି ଭଳି ଦୋହରୀକରଣ, ବିଦ୍ୟୁତୀକରଣ ଓ ନୂଆ ମାର୍ଗ ପାଇଁ କାମ ଚାଲିଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ବିକଶିତ ହେଉଥିବା ଏକ ଭାରତକୁ ଏବେ ଏହାର ରେଳ ଷ୍ଟେସନର ଆଧୁନିକୀକରଣ କରିବାକୁ ପଡିବ । ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଭାରତରେ ପ୍ରଥମ ଥର ପାଇଁ ରେଳ ଷ୍ଟେସନର ବିକାଶ ଓ ଆଧୁନିକୀକରଣ ପାଇଁ ଅଭିଯାନ ଆରମ୍ଭ ହୋଇଛି । ଆଜି ରେଳ ଯାତ୍ରୀ ମାନଙ୍କର ସୁବିଧା ପାଇଁ ଦେଶରେ ରେକର୍ଡ ସଂଖ୍ୟକ ଫୁଟଓଭର ବ୍ରିଜ୍, ଲିଫ୍ଟ ଓ ଏସ୍କେଲେଟର ନିର୍ମାଣ କରାଯାଉଛି ।

କିଛି ଦିନ ତଳେ ଦେଶର ୫୦୦ରୁ ଅଧିକ ପ୍ରମୁଖ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ଆରମ୍ଭ ହୋଇଛି । ଅମୃତ କାଳ ସମୟରେ ନିର୍ମିତ ଏହି ନୂତନ ଷ୍ଟେସନ ଗୁଡ଼ିକୁ ଅମୃତ ଭାରତ ଷ୍ଟେସନ କୁହାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଗାମୀ ଦିନରେ ଏହି ଷ୍ଟେସନ ଗୁଡ଼ିକ ନୂଆ ଭାରତର ପରିଚୟ ପାଲଟିବ ବୋଲି ସେ କହିଛନ୍ତି ।

ରେଳବାଇ ରେଳ ଷ୍ଟେସନ ପ୍ରତିଷ୍ଠାର ‘ସ୍ଥାପନା ଦିବସ’ ପାଳନ କରିବା ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ଏବଂ କୋଏମ୍ବାଟୁର, ଛତ୍ରପତି ଶିବାଜୀ ଟର୍ମିନାସ୍ ଏବଂ ମୁମ୍ବାଇରେ ଏହି ଉତ୍ସବ ବିଷୟରେ ଉଲ୍ଲେଖ କରିଥିଲେ । କୋଏମ୍ବାଟୁର ରେଳ ଷ୍ଟେସନକୁ ୧୫୦ ବର୍ଷ ପୂରଣ ହୋଇଛି । ଏବେ ରେଳ ଷ୍ଟେସନର ଜନ୍ମଦିନ ପାଳନର ଏହି ପରମ୍ପରାକୁ ଆହୁରି ବ୍ୟାପକ କରାଯିବ ଏବଂ ଏଥିରେ ଅଧିକରୁ ଅଧିକ ଲୋକ ସାମିଲ ହେବେ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନକୁ ଦେଶ ସଂକଳ୍ପରୁ ସିଦ୍ଧିର ମାଧ୍ୟମରେ ପରିଣତ କରିଛି । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ହେଲେ ପ୍ରତ୍ୟେକ ରାଜ୍ୟର ଏବଂ ପ୍ରତ୍ୟେକ ରାଜ୍ୟର ଜନସାଧାରଣଙ୍କ ବିକାଶ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ରେଳ ମନ୍ତ୍ରୀଙ୍କର ନିଜ ରାଜ୍ୟରେ ରେଳ ବିକାଶକୁ ଗୁରୁତ୍ୱ ଦେବାର ସ୍ୱାର୍ଥପର ଚିନ୍ତାଧାରା ଦେଶକୁ ବହୁତ କ୍ଷତି ପହଞ୍ଚାଇଛି ଏବଂ ବର୍ତ୍ତମାନ ଆମେ କୌଣସି ରାଜ୍ୟକୁ ପଛୁଆ ରଖି ପାରିବୁ ନାହିଁ । “ଆମକୁ ସବ୍କା ସାଥ୍, ସବକା ବିକାଶର ଏକ ପରିକଳ୍ପନା ସହିତ ଆଗକୁ ବଢ଼ିବାକୁ ପଡିବ ବୋଲି ସେ କହିଛନ୍ତି ।

କଠିନ ପରିଶ୍ରମୀ ରେଳ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଯାତ୍ରୀମାନଙ୍କ ପାଇଁ ପ୍ରତ୍ୟେକ ଯାତ୍ରାକୁ ସ୍ମରଣୀୟ କରିବାକୁ କହିଥିଲେ । ରେଳବାଇର ପ୍ରତ୍ୟେକ କର୍ମଚାରୀଙ୍କୁ ସହଜ ଯାତ୍ରା ପ୍ରତି ନିରନ୍ତର ସମ୍ବେଦନଶୀଳ ରହିବାକୁ ପଡିବ ଏବଂ ଯାତ୍ରୀ ମାନଙ୍କୁ ଏକ ଭଲ ଅନୁଭୂତି ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରେଳବାଇର ସ୍ୱଚ୍ଛତାର ନୂତନ ମାନଦଣ୍ଡକୁ ପ୍ରତ୍ୟେକ ନାଗରିକ ଦେଖିଛନ୍ତି । ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଅକ୍ଟୋବର ୧ ତାରିଖ ପୂର୍ବାହ୍ନ ୧୦ଟାରେ ପ୍ରସ୍ତାବିତ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅକ୍ଟୋବର ୨ରୁ ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଖଦି ଓ ସ୍ୱଦେଶୀ ଦ୍ରବ୍ୟ କ୍ରୟରେ ନିଜକୁ ପୁନଃ ସମର୍ପଣ କରିବା ସହ ସ୍ଥାନୀୟ ଜିନିଷ ପାଇଁ ଅଧିକ ଆଗ୍ରହ ପ୍ରକାଶ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଭାରତୀୟ ରେଳବାଇ ଏବଂ ସମାଜରେ ପ୍ରତ୍ୟେକ ସ୍ତରରେ ଘଟୁଥିବା ପରିବର୍ତ୍ତନ ଏକ ବିକଶିତ ଭାରତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ମୋର ବିଶ୍ୱାସ ରହିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପ୍ତ କରି କହିଥିଲେ । .

ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରଗଣ, ସାଂସଦ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଏହି ୯ଟି ଟ୍ରେନ୍ ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ୧୧ଟି ରାଜ୍ୟରେ ଯୋଗାଯୋଗ ବୃଦ୍ଧି କରିବ ।

ଏହି ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସେମାନଙ୍କ ଚଳାଚଳ ମାର୍ଗରେ ଦ୍ରୁତତମ ଟ୍ରେନ୍ ହେବ ଏବଂ ଯାତ୍ରୀଙ୍କ ଯଥେଷ୍ଟ ସମୟ ସଞ୍ଚୟ କରିବାରେ ସହାୟକ ହେବ । ଏହି ମାର୍ଗରେ ଚଳାଚଳ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ରାଉରକେଲା – ଭୁବନେଶ୍ୱର – ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ୩ ଘଣ୍ଟା ଦ୍ରୁତ ହେବ । ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଆଗୁଆ ଚାଲିବ । ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ୨ ଘଣ୍ଟା ଅଧିକ ସମୟ ଆଗୁଆ ଚାଲିବ । ରାଞ୍ଚି- ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍, ପାଟନା – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ଜାମନଗର – ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ୧ ଘଣ୍ଟା; ଏବଂ ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ ପ୍ରାୟ ଅଧ ଘଣ୍ଟା ଦ୍ରୁତ ଗତିରେ ଚାଲିବ ।

ଦେଶର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳୀ ଗୁଡ଼ିକର ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ରାଉରକେଲା – ଭୁବନେଶ୍ୱର – ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସହର ପୁରୀ ଏବଂ ମଦୁରାଇକୁ ସଂଯୋଗ କରିବ । ଏଥି ସହିତ ବିଜୟୱାଡ଼ା – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ରେନିଗୁଣ୍ଟା ମାର୍ଗ ଦେଇ ଚଳାଚଳ କରିବ ଏବଂ ତିରୁପତି ତୀର୍ଥସ୍ଥଳକୁ ସଂଯୋଗ ପ୍ରଦାନ କରିବ ।

ଏହି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଦେଶରେ ରେଳ ସେବାର ଏକ ନୂତନ ମାନଦଣ୍ଡ ଆରମ୍ଭ କରିବ । କବଚ ଟେକ୍ନୋଲୋଜି ସମେତ ବିଶ୍ୱସ୍ତରୀୟ ସୁବିଧା ଏବଂ ଉନ୍ନତ ନିରାପତ୍ତା ବୈଶିଷ୍ଟ୍ୟରେ ସଜ୍ଜିତ ଏହି ଟ୍ରେନ୍ ସାଧାରଣ ଲୋକ, ପେଶାଦାର, ବ୍ୟବସାୟୀ, ଛାତ୍ର ସମୁଦାୟ ଏବଂ ପର୍ଯ୍ୟଟକ ମାନଙ୍କୁ ଆଧୁନିକ, ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ମାଧ୍ୟମ ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଇଁ ପୁରୀ-ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିବେ।

ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଅନ୍ୟ ସାଂସଦ ତଥା ବିଧାୟକଙ୍କ ସହ ଭୁବନେଶ୍ୱର ଠାରେ ଉପସ୍ଥିତ ରହି ଏହି କାର୍ଯ୍ୟକୁ ଅନୁଗୃହୀତ୍ତ କରିବେ।

ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀର ପବିତ୍ର ସହର ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନକୁ ଇସ୍ପାତ ନଗରୀ ରାଉରକେଲା (ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ୍ ରାଜଧାନୀ) ସହିତ ସଂଯୋଗ କରିବ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଅନଗୁଳ ଠାରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆ ଏବଂ ଝାରସୁଗୁଡା ସହିତ ସଂଯୋଗ କରିବ। ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ ପ୍ରଦାନ କରିବ ଏବଂ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ।

ଏହି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ 7 ଘଣ୍ଟା 45 ମିନିଟରେ 505 କିଲୋମିଟର ଦୂରତା ଅତିକ୍ରମ କରିବ। ଟ୍ରେନ୍ ସଂଖ୍ୟା 20836 ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ 05.00 ଘଣ୍ଟାରେ ଯାତ୍ରା ଆରମ୍ଭ କରିବ ଏବଂ ସେହି ଦିନ 12: 45 ରେ ରାଉରକେଲାରେ ପହଞ୍ଚିବ। ପ୍ରତ୍ୟାବର୍ତ୍ତନ ଦିଗରେ, 20835 ରାଉରକେଲା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ 14:10 ଘଣ୍ଟାରେ ରାଉରକେଲା ଛାଡି ସେହି ଦିନ 21.40 ଘଣ୍ଟାରେ ପୁରୀରେ ପହଞ୍ଚିବ। ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନ ମାନଙ୍କରେ ରହିବ।

ଏହି ବନ୍ଦେ ଭାରତ ସେବା ପୁରୀ-ରାଉରକେଲା ମଧ୍ୟରେ ଚାଲୁଥିବା ଅନ୍ୟାନ ଟ୍ରେନ ମାନଙ୍କ ତୁଳନାରେ ହାରାହାରି ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ। ପୁରୀ-ଯୋଗ ନାଗରୀ ଋଷିକେଶ ଏକ୍ସପ୍ରେସ 11.50 ଘଣ୍ଟା ନେଇଥାଏ ଏବଂ ପୁରୀ-ହାଟିଆ ତପସ୍ୱିନି ଏକ୍ସପ୍ରେସ 10.25 ଘଣ୍ଟା ନେଇଥାଏ ଯାହାକି ଏହି ମାର୍ଗରେ ଦ୍ରୁତତମ ଟ୍ରେନ୍ ଅଟେ।

ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀମାନଙ୍କ ଆରାମ ପାଇଁ ଅଧିକ ଉନ୍ନତ ତଥା ଆରାମଦାୟକ ସୁବିଧା ଵିଶେଶ୍ୱତଃ ରହିଛି। ଯାତ୍ରୀମାନଙ୍କଠାରୁ ନିଆଯାଇଥିବା ମତାମତକୁ ଆଧାର କରି ଏହି ଵିଶେଶ୍ୱତଃ ଗୁଡିକ ନୂତନ ଭାବରେ ଏହି ଟ୍ରେନରେ ପ୍ରାବଧାନ କରାଯାଇଛି।

ଏହା ଉପକୂଳ, ମଧ୍ୟ ଏବଂ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକୁ ସଂଯୋଗ କରିବା ସହ ଉପକୂଳ ଏବଂ ପଶ୍ଚିମ ଓଡିଶା ଅଞ୍ଚଳର ଲୋକଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ୍ ଯାତ୍ରା କରିବାର ସ୍ୱପ୍ନକୁ ପୂରଣ କରିବ। ଏହି ଟ୍ରେନ୍ ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବାସହ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବହୁଳ ଭାବରେ ଉପକୃତ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଉତକେଲା ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ

ଭୁବନେଶ୍ଵର: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବିଜୟ କୁମାର ସିଂହ (ଅବସରପ୍ରାପ୍ତ) ଆଜି ଉତକେଲା ବିମାନବନ୍ଦର ଏବଂ ଉତକେଲା ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଚଳାଚଳକୁ ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉତକେଲା ବିମାନବନ୍ଦର ଓଡ଼ିଶା ସରକାରଙ୍କ ମାଲିକାନାରେ ରହିଛି। ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଉଡାନ ଯୋଜନାରେ ୩୧.୦୭ କୋଟି ଟଙ୍କା ବ୍ୟୟରେ ଏହାକୁ ଏକ ଆଞ୍ଚଳିକ ବିମାନବନ୍ଦର ଭାବରେ ବିକଶିତ କରାଯାଇଛି। ଉତକେଲା ବିମାନବନ୍ଦରର ରନଓ୍ବେର ଦୈର୍ଘ୍ୟ ୯୧୭ ମିଟର (୨୯୯୫ ଫୁଟ) ସହିତ ପ୍ରସ୍ଥ ୩୦ ମିଟର ରହିଛି। ଉତକେଲା ବିମାନବନ୍ଦରକୁ ମିଶାଇ ଓଡ଼ିଶାରେ ଏବେ ୫ଟି ବିମାନବନ୍ଦର ହେବ।

ନବନିର୍ମିତ ଉତକେଲା-ଭୁବନେଶ୍ୱର-ଉତକେଲା ବିମାନ ମାର୍ଗ ଆଞ୍ଚଳିକ ବିମାନ ଯୋଗାଯୋଗ ବୃଦ୍ଧି କରିବା ସହ ଏହି ଅଞ୍ଚଳର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଇଣ୍ଡିଆ ୱାନ୍ ଅଗଷ୍ଟ ୩୧ ତାରିଖରୁ ଏହି ରୁଟ୍ ରେ ବିମାନ ଚଳାଚଳ ଆରମ୍ଭ କରିଛି। ଉଡାନ ଯୋଜନାରେ ମଞ୍ଜୁର ହୋଇଥିବା ୯ ସିଟ୍ ବିଶିଷ୍ଟ ସେସନା ସି-୨୦୮ ବିମାନକୁ ଅପରେଟର ବ୍ୟବହାର କରିବେ। ଏହି ବିମାନ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳାଚଳ କରିବ:

ଉଦଘାଟନୀ ଭାଷଣରେ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ କହିଥିଲେ ଯେ ଉତକେଲା ଭୁବନେଶ୍ୱର ବିମାନ ଯୋଗାଯୋଗ ସଡ଼କ ପଥରେ ଯାତ୍ରା କରିବାକୁ ଲାଗୁଥିବା ସମୟକୁ ପ୍ରାୟ ୮ ଘଣ୍ଟା ହ୍ରାସ କରିବ। ଏବେ ଉତକେଲା-ଭୁବନେଶ୍ୱର ବିମାନରେ ଏହି ଦୂରତା ୧ ଘଣ୍ଟା ୨୦ ମିନିଟରେ ଅତିକ୍ରମ କରାଯାଇପାରିବ। ଅର୍ଥନୈତିକ କାର୍ଯ୍ୟକଳାପ ଆସିବା ସହ ବିଭିନ୍ନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିବାରୁ କଳାହାଣ୍ଡି ଅଞ୍ଚଳ ପାଇଁ ଏହା ଏକ ନୂଆ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ସିନ୍ଧିଆ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ବେସାମରିକ ବିମାନ ଚଳାଚଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କ ସହଯୋଗରେ କାର୍ଯ୍ୟ କରୁଛନ୍ତି।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଡକ୍ଟର ଭିକେ ସିଂହ (ଅବସରପ୍ରାପ୍ତ) କହିଛନ୍ତି ଯେ କେନ୍ଦ୍ର ସରକାର ଉତକେଲା ବିମାନବନ୍ଦରର ପୁନଃନିର୍ମାଣ ରେ ପ୍ରାୟ ୩୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ କଳାହାଣ୍ଡିକୁ ଭୁବନେଶ୍ୱର ଓ ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୋଗ କରାଯିବ ଯାହା ଏହି ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ଓଡ଼ିଶା ସରକାରଙ୍କ ଜଳସମ୍ପଦ ଓ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ରାଜୀବ ବଂଶଲ, ଓଡ଼ିଶା ସରକାରଙ୍କ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ଇଣ୍ଡିଆ ୱାନର ସିଇଓ ଅରୁଣ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିବେ ।

ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ), ସୀମା ସୁରକ୍ଷା ବଳ (ବିଏସଏଫ), ଶସସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ପ୍ରଦାନ କରୁଛି । ସାରା ଦେଶରୁ ମନୋନୀତ ହୋଇଥିବା ନୂତନ ନିଯୁକ୍ତ କର୍ମଚାରୀ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସବ୍‌- ଇନ୍ସପେକ୍ଟର (ଜେନେରାଲ ଡ୍ୟୁଟି) ଏବଂ ଅଣ- ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗ ଦେବେ ।

ଆଭ୍ୟନ୍ତରୀଣ ନିରାପତ୍ତା, ଆତଙ୍କବାଦ ମୁକାବିଲା, ବିଦ୍ରୋହ ମୁକାବିଲା, ବାମପନ୍ଥୀ ଉଗ୍ରବାଦ ବିରୋଧୀ ଏବଂ ଦେଶର ସୀମା ସୁରକ୍ଷା ଭଳି ବହୁମୁଖୀ ଭୂମିକା ନିର୍ବାହ କରିବାରେ ସିଏପିଏଫ୍ ଏବଂ ଦିଲ୍ଲୀ ପୁଲିସର ସୁଦୃଢ଼ୀକରଣ ଏହି ବାହିନୀକୁ ଅଧିକ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବାରେ ସହାୟକ ହେବ ।

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକ ମାନଙ୍କୁ ସେମାନଙ୍କ ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମୋଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଠାରେ ‘ଯେକୌଣସି ସ୍ଥାନରେ, ଯେକୌଣସି ଡିଭାଇସ୍‌\’ ଶିକ୍ଷଣ ଫର୍ମାଟରେ ୬୭୩ରୁ ଅଧିକ ଇ – ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି ।

Categories
ବିଶେଷ ଖବର

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇସ୍ରୋ ଟିମ୍ ସହ ଚନ୍ଦ୍ରଯାନ-୩ର ଅବତରଣ ଦେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇସ୍ରୋ ଟିମ୍ ସହ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ ୩ର ଅବତରଣ ଦେଖିଥିଲେ । ସଫଳ ଅବତରଣ ପରେ ତୁରନ୍ତ ପ୍ରଧାନମନ୍ତ୍ରୀ ଇସ୍ରୋ ଦଳକୁ ସମ୍ବୋଧିତ କରିବା ସହ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।

ପରିବାର ସଦସ୍ୟ ଭାବେ ଇସ୍ରୋ ଦଳକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି ଐତିହାସିକ ଘଟଣା ଏକ ରାଷ୍ଟ୍ରର ଚିରନ୍ତନ ଚେତନାରେ ପରିଣତ ହୋଇଥାଏ। ଏହି ମୁହୂର୍ତ୍ତ ଅବିସ୍ମରଣୀୟ, ଅଭୂତପୂର୍ବ। ଏହା ହେଉଛି ‘ବିକଶିତ ଭାରତ’ ପାଇଁ ଆହ୍ୱାନର ମୁହୂର୍ତ୍ତ, ଭାରତ ପାଇଁ ବିଜୟ ଆହ୍ୱାନ, ଏହା ହେଉଛି କଷ୍ଟକର ପଥ ଅତିକ୍ରମ କରି ବିଜୟର ‘ଚନ୍ଦ୍ରପଥ’ରେ ଚାଲିବାର ମୁହୂର୍ତ୍ତ। ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ହୃଦସ୍ପନ୍ଦନର ସାମର୍ଥ୍ୟ ଏବଂ ଭାରତର ନୂତନ ଶକ୍ତିର ଆତ୍ମବିଶ୍ୱାସର ପ୍ରତୀକ । ଏହା ହେଉଛି ଭାରତର ଉଦୀୟମାନ ଭାଗ୍ୟକୁ ଆହ୍ୱାନ କରିବାର ଏକ ମୁହୂର୍ତ୍ତ”, ଉତ୍ସାହିତ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ।  ‘ଅମୃତ କାଳ’ର ପ୍ରଥମ ଆଲୋକରେ ଏହା ହେଉଛି ସଫଳତାର ‘ଅମୃତ ବର୍ଷ’ ବୋଲି ଶ୍ରୀ ମୋଦୀ କହିଛନ୍ତି। ବୈଜ୍ଞାନିକମାନଙ୍କୁ ଉଦାହରଣ ଦେଇ ସେ କହିଥିଲେ, ଭାରତ ଏବେ ଚନ୍ଦ୍ରରେ ଅଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ନୂତନ ଭାରତର ପ୍ରଥମ ଉଡ଼ାଣ ଦେଖିଛୁ ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ସେ ବର୍ତ୍ତମାନ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଜୋହାନ୍ସବର୍ଗରେ ଅଛନ୍ତି କିନ୍ତୁ ଅନ୍ୟ ନାଗରିକଙ୍କ ପରି ତାଙ୍କ ମନ ମଧ୍ୟ ଚନ୍ଦ୍ରଯାନ ୩ ଉପରେ କେନ୍ଦ୍ରିତ ଥିଲା । ସେ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ଉତ୍ସବରେ ନିଜକୁ ନିମଗ୍ନ କରିଛନ୍ତି ଏବଂ ଏହି ବିଶେଷ ଅବସରରେ ସେ ପ୍ରତ୍ୟେକ ନାଗରିକଙ୍କ ସହ ଉତ୍ସାହର ସହ ଯୋଡ଼ି ହୋଇଛନ୍ତି । ଏହା ପ୍ରତ୍ୟେକ ପରିବାର ପାଇଁ ଏକ ଉତ୍ସବର ଦିନ । ବର୍ଷ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରିଥିବା ଟିମ୍ ଚନ୍ଦ୍ରଯାନ, ଇସ୍ରୋ ଏବଂ ଦେଶର ସମସ୍ତ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଉତ୍ସାହ, ଆନନ୍ଦ ଏବଂ ଭାବନାରେ ପରିପୂର୍ଣ୍ଣ ଏହି ଚମତ୍କାର ମୁହୂର୍ତ୍ତ ପାଇଁ ୧୪୦ କୋଟି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଆମ ବୈଜ୍ଞାନିକମାନଙ୍କ ନିଷ୍ଠା ଏବଂ ପ୍ରତିଭା ଦ୍ୱାରା ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଯେଉଁଠାରେ ବିଶ୍ୱର କୌଣସି ଦେଶ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରି ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଚନ୍ଦ୍ର ସହ ଜଡ଼ିତ ସମସ୍ତ ପୁରାଣ ଓ କାହାଣୀ ଏବେ ବଦଳିଯିବ ଏବଂ ଏହି ଲୋକକଥା ନୂଆ ପିଢ଼ି ପାଇଁ ଏକ ନୂଆ ଅର୍ଥ ପାଇବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଭାରତୀୟ ଲୋକକଥାରେ ଯେଉଁଠି ପୃଥିବୀକୁ ‘ମା’ ଏବଂ ଚନ୍ଦ୍ରକୁ ‘ମାମା’ ବୋଲି ବିବେଚନା କରାଯାଏ, ସେ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚନ୍ଦ୍ରକୁ ବହୁତ ଦୂରରେ ବୋଲି ବିବେଚନା କରାଯାଏ   । ଏହାକୁ ‘ଚନ୍ଦା ମାମା ଦୂର କେ’ ବୋଲି କୁହାଯାଏ, କିନ୍ତୁ ସେହି ସମୟ ଦୂର ନୁହେଁ ଯେତେବେଳେ ପିଲାମାନେ ‘ଚନ୍ଦା ମାମା ଏକ ଟୁର୍ କେ’ କହିବେ ଅର୍ଥାତ୍ ଚନ୍ଦ୍ର କେବଳ ଏକ ଭ୍ରମଣ ଦୂରରେ ଅଛି ।

ସମଗ୍ର ବିଶ୍ୱ, ପ୍ରତ୍ୟେକ ଦେଶ ଏବଂ ଅଞ୍ଚଳର ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ସଫଳ ଚନ୍ଦ୍ର ଅଭିଯାନ କେବଳ ଭାରତର ନୁହେଁ । ଏହି ବର୍ଷ ସାରା ବିଶ୍ୱ ଭାରତର ଜି-୨୦ ଅଧ୍ୟକ୍ଷତା ଦେଖୁଛି । ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ବିଷୟରେ ଆମର ଆଭିମୁଖ୍ୟ ସମଗ୍ର ବିଶ୍ୱରେ ପ୍ରତିଫଳିତ ହେଉଛି। ଆମେ ପ୍ରତିନିଧିତ୍ୱ କରୁଥିବା ଏହି ମାନବ-କେନ୍ଦ୍ରିତ ଆଭିମୁଖ୍ୟକୁ ସାରା ବିଶ୍ୱରେ   ସ୍ୱାଗତ କରାଯାଇଛି । ଆମର ଚନ୍ଦ୍ର ଅଭିଯାନ ମଧ୍ୟ ସମାନ ମାନବ-କେନ୍ଦ୍ରିତ ଆଭିମୁଖ୍ୟ ଉପରେ ଆଧାରିତ । ତେଣୁ ଏହି ସଫଳତା ସମଗ୍ର ମାନବଜାତିର। ଆଉ ଏହା ଭବିଷ୍ୟତରେ ଅନ୍ୟ ଦେଶମାନଙ୍କର ଚନ୍ଦ୍ର ଅଭିଯାନରେ ସହାୟକ ହେବ। ଶ୍ରୀ ମୋଦୀ ଆହୁରି କହିଛନ୍ତି, ମୋର ବିଶ୍ୱାସ ଯେ ଗ୍ଲୋବାଲ ସାଉଥ୍ ସମେତ ବିଶ୍ୱର ସମସ୍ତ ଦେଶ ଏଭଳି ସଫଳତା ହାସଲ କରିବାକୁ ସକ୍ଷମ। ଆମେ ସମସ୍ତେ ଚନ୍ଦ୍ର ଏବଂ ଏହାଠାରୁ ଊର୍ଦ୍ଧ୍ୱ କ୍ଷେତ୍ରକୁ ନେଇ ଆକାଂକ୍ଷା କରିପାରିବା।

ଚନ୍ଦ୍ରଯାନ ମହା ଅଭିଯାନର ସଫଳତା ଭାରତର ଉଡ଼ାଣକୁ ଚନ୍ଦ୍ରର କକ୍ଷପଥ ଠାରୁ ଊର୍ଦ୍ଧ୍ୱକୁ ନେଇଯିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । “ଆମେ ଆମ ସୌରମଣ୍ଡଳର ସୀମାପରୀକ୍ଷା କରିବୁ ଏବଂ ମଣିଷ ପାଇଁ ବ୍ରହ୍ମାଣ୍ଡର ଅସୀମ ସମ୍ଭାବନାକୁ ଉପଲବ୍ଧି କରିବା ପାଇଁ କାର୍ଯ୍ୟ କରିବୁ”, ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଭବିଷ୍ୟତ ପାଇଁ ଧାର୍ଯ୍ୟ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ସୂର୍ଯ୍ୟର ବିସ୍ତୃତ ଅଧ୍ୟୟନ ପାଇଁ ଇସ୍ରୋ ଖୁବଶୀଘ୍ର ‘ଆଦିତ୍ୟ ଏଲ୍ -୧’ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବୋଲି ସୂଚନା ଦେଇଥିଲେ । ଶୁକ୍ରଗ୍ରହ ଇସ୍ରୋର ଅନ୍ୟତମ ଲକ୍ଷ୍ୟ ବୋଲି ସେ ସୂଚନା ଦେଇଥିଲେ। ମିଶନ ଗଗନଯାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଭାରତ ସୀମାହୀନ ଉପଲବ୍ଧି ହାସଲ କରିପାରିବ ବୋଲି ବାରମ୍ବାର ପ୍ରମାଣିତ କରୁଛି’’ ଯେଉଁଠାରେ ଭାରତ ଏହାର ପ୍ରଥମ ମାନବ ମହାକାଶ ଉଡ଼ାଣ ଅଭିଯାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତର ଆଧାର ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ଦିବସ ଆମ ସମସ୍ତଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଯିବାକୁ ପ୍ରେରଣା ଦେବ ଏବଂ ସଂକଳ୍ପକୁ ସାକାର କରିବା ପାଇଁ ବାଟ ଦେଖାଇବ ବୋଲି ସେ କହିଥିଲେ । ପରାଜୟର ଶିକ୍ଷାରୁ ବିଜୟ କିପରି ହାସଲ କରାଯାଏ ତାହା ଆଜିର ଦିନ ସୂଚିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ବୈଜ୍ଞାନିକମାନଙ୍କୁ ସେମାନଙ୍କ ଭବିଷ୍ୟତର ସମସ୍ତ ପ୍ରୟାସରେ ସଫଳତା କାମନା କରି ନିଜର ବକ୍ତବ୍ୟ ଶେଷ କରିଥିଲେ ।

Categories
ବିଶେଷ ଖବର

ସମଗ୍ର ଦେଶର ୫୦୮ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାରା ଦେଶରେ ୫୦୮ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୨୪,୪୭୦ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ପୁନଃ ବିକାଶ ହେବାକୁ ଥିବା ଏହି ୫୦୮ ଷ୍ଟେସନ ୨୭ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି, ସେଥିମଧ୍ୟରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ୫୫ଟି କରି, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍ଚିମବଙ୍ଗରେ ୩୭, ମଧ୍ୟପ୍ରଦେଶରେ ୩୪, ଅ।ସାମରେ ୩୨, ଓଡିଶାରେ ୨୫, ପଞ୍ଜାବରେ ୨୨, ଗୁଜୁରାଟ ଏବଂ ତେଲେଙ୍ଗାନାରେ ୨୧ଟି କରି, ଝାଡଡଖଣ୍ଡରେ ୨୦, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ୧୮ଟି କରି, ହରିୟାଣାରେ ୧୫, କର୍ଣ୍ଣାଟକରେ ୧୩ ଟି ରହିଛି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ନୂତନ ଭାରତ ଅମୃତ କାଳର ଆରମ୍ଭରେ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ଦ୍ରୁତ ଗତିରେ ଆଗେଇ ଚାଲିଛି। ନୂତନ ଶକ୍ତି, ନୂତନ ପ୍ରେରଣା ଏବଂ ନୂତନ ସଂକଳ୍ପ ଭରି ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଭାରତୀୟ ରେଳ ଇତିହାସରେ ଏକ ନୂତନ ଅଧ୍ୟାୟର ଆରମ୍ଭ। ସେ ସୂଚନା ଦେଇଛନ୍ତି ଯେ ଦେଶର ପ୍ରାୟ ୧୩୦୦ ଟି ରେଳ ଷ୍ଟେସନ ବର୍ତ୍ତମାନ ଆଧୁନିକତା ସହିତ “ଅମୃତ ଭାରତ ଷ୍ଟେସନ” ଭାବରେ ପୁନଃ ବିକାଶ ହେବ ଏବଂ ସେଗୁଡିକୁ ନୂତନ ଜୀବନ ମିଳିବ। ୧୩୦୦ ରେଳ ଷ୍ଟେସନ ମଧ୍ୟରୁ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପ୍ରାୟ ୨୫,୦୦୦ କୋଟି ଟଙ୍କା ବ୍ୟୟରେ ୫୦୮ ଅମୃତ ଭାରତ ଷ୍ଟେସନ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି।

ସେ କହିଛନ୍ତି ଯେ ରେଳବାଇ ତଥା ସାଧାରଣ ନାଗରିକଙ୍କ ସହ ଦେଶର ଭିତ୍ତିଭୂମି ବିକାଶ ପାଇଁ ପୁନଃବିକାଶ ପ୍ରକଳ୍ପ ଏକ ବୃହତ ଅଭିଯାନ ହେବ। ଏହାର ଲାଭ ଦେଶର ସମସ୍ତ ରାଜ୍ୟକୁ ମିଳିବ ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ୫୫ଟି ଅମୃତ ଷ୍ଟେସନ ବିକାଶିତ ହେବ, ମଧ୍ୟପ୍ରଦେଶର ୩୪ ଟି ଷ୍ଟେସନ ୧୦୦୦ କୋଟି ଟଙ୍କାରେ, ୧୫୦୦ କୋଟି ବ୍ୟୟରେ ମହାରାଷ୍ଟ୍ରର ୪୪ ଟି ଷ୍ଟେସନ ଏବଂ ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ କରାଯିବ। ଏହି ଐତିହାସିକ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ରେଳ ମନ୍ତ୍ରଣାଳୟର ପ୍ରଶଂସା କରିବା ସହ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ବିଶ୍ୱରେ ବଢୁଥିବା ଭାରତର ସ୍ଥିତି ଉପରେ ଆଲୋକପାତ କରିବା ସହ ଭାରତରେ ବଢୁଥିବା ବିଶ୍ୱସ୍ତରୀୟ ଆଗ୍ରହ ଉପରେ ଆଲୋକପାତ କରିଥିଲେ। ଏଥିପାଇଁ ସେ ଦୁଇଟି ପ୍ରମୁଖ କାରଣ ଦର୍ଶାଇଥିଲେ। ପ୍ରଥମତଃ ଭାରତର ଲୋକମାନଙ୍କ ଦ୍ୱାରା ଏକ ସ୍ଥିର ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସରକାରର ର୍ନିବାଚନ ଏବଂ ଦ୍ୱିତୀୟରେ, ସରକାର ଉଚ୍ଚାଭିଳାଷୀ ନିଷ୍ପତ୍ତି ନେଉଛନ୍ତି ଏବଂ ସେମାନଙ୍କର ଆକାଂକ୍ଷା ଅନୁଯାୟୀ ଲୋକଙ୍କ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ଭାରତୀୟ ରେଳ ମଧ୍ୟ ଏହାର ପ୍ରତୀକ ଅଟେ। ସେ ନିଜ ମତକୁ ବର୍ଣ୍ଣନା କରିବା ପାଇଁ ରେଳ କ୍ଷେତ୍ରର ସମ୍ପ୍ରସାରଣର ତଥ୍ୟ ଉପସ୍ଥାପନ କରିଥିଲେ।

ସେ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ପୋଲାଣ୍ଡ, ବ୍ରିଟେନ ଏବଂ ସ୍ୱିଡେନର ମିଳିତ ରେଳ ନେଟୱାର୍କ ଅପେକ୍ଷା ଦେଶରେ ବିଛାଯାଇଥିବା ଟ୍ରାକର ଲମ୍ବ ଅଧିକ। ଭାରତୀୟ ରେଳବାଇରେ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଗତ ବର୍ଷ କେବଳ ଦକ୍ଷିଣ କୋରିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆର ମିଳିତ ରେଳ ନେଟୱାର୍କ ଅପେକ୍ଷା ଭାରତ ଅଧିକ ରେଳ ଟ୍ରାକ୍ ବିଛାଇଛି। ଆଜି ସେ କହିଛନ୍ତି ଯେ ରେଳ ଯାତ୍ରାକୁ ସୁଗମ ତଥା ସହଜ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରେନ୍ ଠାରୁ ଷ୍ଟେସନ ପର୍ଯ୍ୟନ୍ତ ସର୍ବୋତ୍ତମ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରୟାସ ହେଉଛି। ପ୍ଲାଟଫର୍ମରେ ଉନ୍ନତ ଆସନ, ରୂପାନ୍ତରିତ ପ୍ରତୀକ୍ଷା ଗୃହ୍ ଏବଂ  ହଜାର ହଜାର ଷ୍ଟେସନରେ ମାଗଣା ୱାଇଫାଇ ବିଷୟରେ ସେ ଉଲ୍ଲେଖ କରିଛନ୍ତି।

ଭାରତୀୟ ରେଳବାଇରେ ଘଟିଥିବା ବିସ୍ତୃତ ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେକୌଣସି ପ୍ରଧାନମନ୍ତ୍ରୀ ଲାଲ କିଲ୍ଲାରୁ ଏହି ସଫଳତା ବିଷୟରେ କହିବାକୁ ଚାହାଁନ୍ତି । ତେବେ ପ୍ରଧାନମନ୍ତ୍ରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ଆଜିର ଭବ୍ୟ କାର୍ଯ୍ୟକ୍ରମରେ ସେ ନିଜେ ରେଳବାଇର ସଫଳତାକୁ ଦେଖି ପାରୁଛନ୍ତି ।

ପ୍ରଧାନମନ୍ତ୍ରୀ ରେଳବାଇର ସ୍ଥିତିକୁ ଦେଶର ଜୀବନ ରେଖା ବୋଲି କହିଛନ୍ତି ଏବଂ ଏହା ସହିତ ସହରଗୁଡିକର ପରିଚୟ ମଧ୍ୟ ରେଳ ଷ୍ଟେସନ ସହିତ ଜଡିତ ହୋଇଛି ଯାହା ସମୟ ସହିତ ସହରର ହୃଦୟରେ ପରିଣତ ହୋଇଛି । ଷ୍ଟେସନଗୁଡିକୁ ଏକ ଆଧୁନିକ ଫର୍ମ ଯୋଗାଇବା ପାଇଁ ଏହା ଏକାନ୍ତ ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏତେ ସଂଖ୍ୟକ ଷ୍ଟେସନର ଆଧୁନିକୀକରଣ ଦେଶରେ ବିକାଶ ପାଇଁ ଏକ ନୂତନ ବାତାବରଣ ସୃଷ୍ଟି କରିବ କାରଣ ସେଗୁଡିକ ପରିଦର୍ଶକମାନଙ୍କ ମଧ୍ୟରେ ଏକ ଭଲ ଭାବନା ସୃଷ୍ଟି କରିବେ । ନବୀକରଣ ହୋଇଥିବା ଷ୍ଟେସନଗୁଡିକ କେବଳ ପର୍ଯ୍ୟଟନ ବୃଦ୍ଧି କରିବ ନାହିଁ ବରଂ ନିକଟବର୍ତ୍ତୀ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ଆଗକୁ ବଢାଇବ । ସେ କହିଛନ୍ତି ଯେ “ୱାନ୍‍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ” ଯୋଜନା କାରିଗରମାନଙ୍କୁ ସାହାଯ୍ୟ କରିବ ଏବଂ ଜିଲ୍ଲାର ବ୍ରାଣ୍ଡିଂରେ ମଧ୍ୟ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ଆଜାଦୀ କା ଅମୃତ କାଲରେ ଦେଶର ଐତିହ୍ୟ ପାଇଁ ଗର୍ବ କରିବାକୁ ଦେଶ ମଧ୍ୟ ସଂକଳ୍ପ ନେଇଛି । ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ଅମୃତ ରେଳ ଷ୍ଟେସନଗୁଡିକ ନିଜର ଐତିହ୍ୟ ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବ କରିବାର ପ୍ରତୀକ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତ ଷ୍ଟେସନ୍ ଭାରତର ସାଂସ୍କୃତିକ ତଥା ସ୍ଥାନୀୟ ଐତିହ୍ୟର ଝଲକ ଉପସ୍ଥାପନ କରିବ । ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଜୟପୁର ରେଳ ଷ୍ଟେସନରେ ରାଜସ୍ଥାନର ହାୱା ମହଲ ଏବଂ ଅମର୍ ଦୁର୍ଗର ଝଲକ ରହିବ, ଜାମ୍ମୁ କାଶ୍ମୀରର ଜାମ୍ମୁ ତାଇ ରେଳ ଷ୍ଟେସନ ପ୍ରସିଦ୍ଧ ରଘୁନାଥ ମନ୍ଦିର ଦ୍ୱାରା ଅନୁପ୍ରାଣିତ ହେବ ଏବଂ ନାଗାଲାଣ୍ଡର ଦିମାପୁର ଷ୍ଟେସନ ସ୍ଥାନୀୟ ଅଞ୍ଚଳର ୧୬ ଟି ବିଭିନ୍ନ ଜନଜାତି  ସ୍ଥାପତ୍ୟ ପ୍ରଦର୍ଶନ କରିବ । ସେ କହିଛନ୍ତି ଯେ ପ୍ରତ୍ୟେକ ରେଳ ଷ୍ଟେସନ ଏହାର ପ୍ରାଚୀନ ଐତିହ୍ୟ ସହିତ ଦେଶର ଆଧୁନିକ ଆକାଂକ୍ଷାର ପ୍ରତୀକ ହେବ । ଐତିହାସିକ ପ୍ରାସଙ୍ଗିକତା ଏବଂ ତୀର୍ଥସ୍ଥାନକୁ ସଂଯୋଗ କରୁଥିବା “ଭାରତ ଗୌରବ ଯାତ୍ରା ଟ୍ରେନ୍‌” କୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଗତି ଦେବାରେ ରେଳବାଇର ଭୂମିକାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେଳବାଇରେ ରେକର୍ଡ ପୁଞ୍ଜି ବିନିଯୋଗ କରାଯାଇଛି । ଚଳିତ ବର୍ଷ ରେଳବାଇ ୨.୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ୍ ପାଇଛି, ଯାହା ୨୦୧୪ ତୁଳନାରେ ପାଞ୍ଚ ଗୁଣ ବୃଦ୍ଧି ପାଇଛି । ଆଜି ସେ କହିଛନ୍ତି ଯେ ରେଳବାଇର ସମ୍ପୂର୍ଣ୍ଣ ବିକାଶ ପାଇଁ କାର୍ଯ୍ୟ ଚାଲିଛି । ଗତ ୯ ବର୍ଷରେ ଲୋକୋମୋଟିଭ୍ ଉତ୍ପାଦନ ୯ ଗୁଣ ବୃଦ୍ଧି ପାଇଛି । ଅ।ଜି ୧୩ ଗୁଣ ଅଧିକ ଏଚଏଲବି କୋଚ୍ ପ୍ରସ୍ତୁତ କରାଯାଉଛି ।

ଉତ୍ତର-ପୂର୍ବରେ ରେଳ ସମ୍ପ୍ରସାରଣ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଲାଇନଗୁଡ଼ିକର ଦ୍ୱିଗୁଣିତ ହେବା, ଗେଜ୍ ପରିବର୍ତ୍ତନ, ବିଦ୍ୟୁତିକରଣ ଏବଂ ନୂତନ ମାର୍ଗ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି । ଶ୍ରୀ ମୋଦୀ କହିଛନ୍ତି, ଖୁବ ଶୀଘ୍ର ଉତ୍ତର-ପୂର୍ବର ସମସ୍ତ ରାଜ୍ୟ ରାଜଧାନୀ ରେଳ ନେଟୱାର୍କ ଦ୍ୱାରା ସଂଯୋଗ ହେବ । ୧୦୦ ବର୍ଷ ପରେ ନାଗାଲାଣ୍ଡ ଏହାର ଦ୍ୱିତୀୟ ଷ୍ଟେସନ ପାଇଛି ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଅଞ୍ଚଳରେ ନୂତନ ରେଳ ଲାଇନର କାର୍ଯ୍ୟକାରିତା ତିନି ଗୁଣ ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ୨୨୦୦ କିଲୋମିଟରରୁ ଅଧିକ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ର୍ନିମାଣ କରାଯାଇଛି ଯାହା ଦ୍ୱାରା ମାଲବାହୀ ଟ୍ରେନର ଯାତ୍ରା ସମୟ ହ୍ରାସ ପାଇବ । ବର୍ତ୍ତମାନ ମାଲପରିବହନ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ଏନସିଆରରୁ ପଶ୍ଚିମ ବନ୍ଦରରେ ପହଞ୍ଚୁଛି, ଯାହାକି ୭୨ ଘଣ୍ଟା ଲାଗୁଥିଲା । ସମୟର ୪୦ ପ୍ରତିଶତ ହ୍ରାସ ଅନ୍ୟ ମାର୍ଗରେ ମଧ୍ୟ ଦେଖାଯାଇଛି ଯାହା ଉଦ୍ୟୋଗୀ, ଶିଳ୍ପପତି ଏବଂ କୃଷକମାନଙ୍କୁ ବହୁତ ଲାଭ ଦେଉଛି ।

ରେଳ ସେତୁ ଅଭାବରୁ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ ୬୦୦୦ ରୁ କମ୍ ରେଳ ଓଭରବ୍ରିଜ୍ ଏବଂ ଅଣ୍ଡର ବ୍ରିଜ୍ ଥିଲା, କିନ୍ତୁ ଆଜି ଏହି ସଂଖ୍ୟା ୧୦,୦୦୦ ରୁ ଅଧିକ ହୋଇଯାଇଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବଡ଼ ଲାଇନ୍‍ରେ ମାନବବିହୀନ ଲେଭଲ କ୍ରସିଂ ସଂଖ୍ୟା ବର୍ତ୍ତମାନ ଶୂନକୁ ହ୍ରାସ ପାଇଛି । ଯାତ୍ରୀମାନଙ୍କ ସୁବିଧା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

ଭାରତୀୟ ରେଳବାଇକୁ ଆଧୁନିକ ତଥା ପରିବେଶ ଅନୁକୂଳ କରିବା ଉପରେ ଆମର ଗୁରୁତ୍ୱ ରହିଛି ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେଳ ଲାଇନର ଶତ ପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ ହେବ ଯାହା ଦ୍ୱାରା ଭାରତର ସମସ୍ତ ଟ୍ରେନ୍ କେବଳ ବିଦ୍ୟୁତ ଦ୍ୱାରା ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ସୌର ପ୍ୟାନେଲରୁ ବିଦ୍ୟୁତ୍‍ ଉତ୍ପାଦନ କରୁଥିବା ଷ୍ଟେସନ ସଂଖ୍ୟା ୧୨୦୦ ରୁ ଅଧିକକୁ ବୃଦ୍ଧି ପାଇଛି । ନିକଟ ଭବିଷ୍ୟତରେ ପ୍ରତ୍ୟେକ ରେଳ ଷ୍ଟେସନରୁ ସବୁଜ ଶକ୍ତି ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପ୍ରାୟ ୭୦,୦୦୦ କୋଚରେ ଏଲଇଡି ଲାଇଟ୍ ଲଗାଯାଇଛି ଏବଂ ୨୦୧୪ ତୁଳନାରେ ଟ୍ରେନରେ ବାୟୋ-ଟଏଲେଟ୍ ସଂଖ୍ୟା ୨୮ ଗୁଣ ବୃଦ୍ଧି ପାଇଛି । ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ସମସ୍ତ ଅମୃତ ଷ୍ଟେସନ ଗିନ୍‍ ବିଲିଡିଂ ମାନଦଣ୍ଡ ପୂରଣ ଦିଗରେ ନିର୍ମାଣ କରାଯିବ । ୨୦୩୦ ସୁଦ୍ଧା ଭାରତ ଏପରି ଏକ ଦେଶ ହେବ ଯାହାର ରେଳ ନେଟୱାର୍କ ନିଟ୍ ଶୂନ ର୍ନିଗମନ ଉପରେ ଚାଲିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ରେଳ ଆମ ପ୍ରିୟଜନଙ୍କ ସହ ଯୋଡି ହେବା ପାଇଁ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛି, ଦେଶକୁ ଯୋଡିବା ପାଇଁ ଏହା କାମ କରିଛି । ବର୍ତ୍ତମାନ ଏକ ଭଲ ପରିଚୟ ଏବଂ ଆଧୁନିକ ଭବିଷ୍ୟତ ସହିତ ରେଳ ସଂଯୋଗ କରିବା ଆମର ଦାୟିତ୍ୱ । ନୂତନ ସଂସଦ ଭବନ, କର୍ତ୍ତବ୍ୟ ପଥ, ଯୁଦ୍ଧ ସ୍ମାରକ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟି ଭଳି ପ୍ରକଳ୍ପକୁ ବିରୋଧ କରାଯିବାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ନକାରାତ୍ମକ ରାଜନୀତିଠାରୁ ଦୂରରେ ରହି ଆମେ ଦେଶର ବିକାଶ କାର୍ଯ୍ୟକୁ ଏକ ମିଶନ ଭାବେ ଗ୍ରହଣ କରିଛୁ ଏବଂ ଭୋଟ୍ ବ୍ୟାଙ୍କ ଏବଂ ଦଳ ରାଜନୀତି ଯାହା ହେଉନା କାହିଁକି ଏହାକୁ ପ୍ରାଥମିକତା ଦେଇଛୁ ।

ରେଳବାଇ କେବଳ ୧.୫ ଲକ୍ଷରୁ ଅଧିକ ଯୁବକଙ୍କୁ ଚାକିରୀ ଯୋଗାଇ ଦେଇଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭିତ୍ତିଭୂମି ଉପରେ ଲକ୍ଷ ଲକ୍ଷ କୋଟି ଟଙ୍କା ବିନିଯୋଗ କରି ନିଯୁକ୍ତି ମଧ୍ୟ ସୃଷ୍ଟି ହେଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରୋଜଗାର ମେଳା ମାଧ୍ୟମରେ ୧୦ ଲକ୍ଷ ଯୁବକଙ୍କୁ ଚାକିରୀ ଯୋଗାଇବା ପାଇଁ କେନ୍ଦ୍ର ସରକାର ମଧ୍ୟ ଏକ ଅଭିଯାନ ଚଳାଉଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ହେଉଛି ଏକ ପରିବର୍ତ୍ତିତ ଭାରତର ଚିତ୍ର ଯେଉଁଠାରେ ବିକାଶ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି ଏବଂ ଯୁବକମାନେ ଦେଶର ବିକାଶରେ ନୂତନ ଡେଣା ଲଗାଉଛନ୍ତି ।

ଏହି କାର୍ଯ୍ୟକ୍ରମକୁ ଆଶୀର୍ବାଦ କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ବହୁ ସ୍ୱାଧୀନତା ସଂଗ୍ରାମୀ ଏବଂ ଅନେକ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ଉପସ୍ଥିତି ସ୍ୱୀକାର କରିଛନ୍ତି । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅଗଷ୍ଟ ମାସର ମହତ୍ୱକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ବିପ୍ଳବ, କୃତଜ୍ଞତା ଏବଂ କର୍ତ୍ତବ୍ୟର ମାସ ଏବଂ ଅନେକ ଐତିହାସିକ ଘଟଣାରେ ପରିପୂର୍ଣ୍ଣ ଯାହା ଭାରତ ଇତିହାସକୁ ଏକ ନୂତନ ଦିଗ ଦେଇଛି । ଅଗଷ୍ଟ ୭ ରେ ପାଳନ କରାଯାଉଥିବା ଏବଂ ସ୍ୱଦେଶୀ ଅ।ନ୍ଦୋଳନ ପାଇଁ ଉତ୍ସର୍ଗୀକୃତ ଜାତୀୟ ହସ୍ତତନ୍ତ ଦିବସ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ୭ ଅଗଷ୍ଟର ଏହି ତାରିଖ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଲୋକାଲ୍ ଫର୍‍ ଭୋକାଲ୍ ହେବାର ସଂକଳ୍ପକୁ ଦୋହରାଇବାର ଦିନ ଅଟେ । ସେ ପବିତ୍ର ଗଣେଶ ଚତୁର୍ଥୀ ପର୍ବ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଗଣେଶ ଚତୁର୍ଥୀକୁ ଏକ ପରିବେଶ ଅନୁକୂଳ ଭାବେ ପାଳନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପରିବେଶ ଅନୁକୂଳ ପଦାର୍ଥରେ ପ୍ରତିମାଗୁଡ଼ିକୁ ନିର୍ମାଣ ପାଇଁ ଚେଷ୍ଟା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ କାରିଗର, ହସ୍ତଶିଳ୍ପ କାରିଗର ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ଦ୍ୱାରା ର୍ନିମିତ ଉତ୍ପାଦ କିଣିବାକୁ ସେ ପରାମର୍ଶ ଦେଇଥିଲେ ।

୯ ଅଗଷ୍ଟ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଐତିହାସିକ ତାରିଖ ଥିଲା ଯେତେବେଳେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ଏହା ଭାରତର ସ୍ୱାଧୀନତା ସଂଗ୍ରାମରେ ନୂତନ ଶକ୍ତି ସୃଷ୍ଟି କରିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରୁ ଅନୁପ୍ରାଣିତ ହୋଇ ଆଜି ସମଗ୍ର ଦେଶ ପ୍ରତ୍ୟେକ ମନ୍ଦ, ଦୁର୍ନୀତି, ବଂଶାନୁବାଦ ଏବଂ ତୁଷ୍ଟିକରଣ ପାଇଁ ଭାରତ ଛାଡିବାକୁ ଗର୍ଜନ କରୁଛି ।

ପ୍ରଧାନମନ୍ତ୍ରୀ ଆଗାମୀ ବିଭାଜନ ଭୟାବହ ସ୍ମୃତି ଦିବସ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଆମେ ଅଗଣିତ ଲୋକଙ୍କୁ ସ୍ମରଣ କରୁଛୁ ଯେଉଁମାନେ ବିଭାଜନର ବିପୁଳ ମୂଲ୍ୟ ଦେଇଥଲେ ଏବଂ ଏହି ଧକ୍କା ପରେ ନିଜକୁ ଏକାଠି କରିଥିବା ତଥା ଦେଶର ବିକାଶରେ ସହଯୋଗ କରୁଥିବା ଲୋକଙ୍କ ଅବଦାନକୁ ସ୍ୱୀକାର କରିଥିଲୁ । ସେ କହିଛନ୍ତି ଯେ ଏହି ଦିନ ଆମ ଏକତାକୁ ଅକ୍ଷୁର୍ଣ୍ଣ ରଖିବାର ଦାୟିତ୍ୱ ଦେଇଥାଏ । ଶ୍ରୀ ମୋଦୀ କହିଛନ୍ତି ଆମର ସ୍ୱାଧୀନତା ଦିବସ ହେଉଛି ଆମର ତ୍ରିରଙ୍ଗା ଏବଂ ଆମ ଦେଶର ଅଗ୍ରଗତି ପ୍ରତି ଆମର ପ୍ରତିବଦ୍ଧତାକୁ ପୁନରାବୃତ୍ତି କରିବାର ସମୟ । ଗତ ବର୍ଷ ଭଳି, ଏଥର ମଧ୍ୟ ଆମକୁ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବାକୁ ପଡ଼ିବ ।  ସେ ସୋସିଆଲ ମିଡିଆରେ ଏବଂ ଫ୍ଲାଗ ମାର୍ଚରେ ଲୋକଙ୍କ ଉତ୍ସାହକୁ ଲକ୍ଷ୍ୟ କରି ଏହି ଅଭିଯାନ ସହ ଜଡିତ ହେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ନାଗରିକଙ୍କ ଦ୍ୱାରା ଦିଆଯାଇଥିବା ଟିକସ ଦୁର୍ନୀତିରେ ବ୍ୟୟବରାଦ ହୋଇଥିବା ଧାରାକୁ ସରକାର ବଦଳାଇ ଦେଇଛନ୍ତି ଏବଂ ଆଜି ଲୋକମାନେ ଅନୁଭବ କରୁଛନ୍ତି ଯେ ସେମାନଙ୍କ ଅର୍ଥ ଦେଶ ର୍ନିମାଣରେ ବ୍ୟବହୃତ ହେଉଛି । ସୁବିଧାଜନକ ତଥା ସହଜ ଜୀବନ ଯାପନ ଯୋଗୁଁ ଟିକସ ଦେଉଥିବା ଲୋକଙ୍କ ସଂଖ୍ୟା ବଢୁଛି ବୋଲି ସେ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ ସେହି ସମୟ ବିଷୟରେ ଉଲ୍ଲେଖ କରିଛନ୍ତି ଯେତେବେଳେ ଦେଶରେ ୨ ଲକ୍ଷ ଟଙ୍କା ଆୟ ଉପରେ ଟିକସ ଦିଆଯାଉଥିବାବେଳେ ଆଜି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଆଦାୟ ହୋଇନାହିଁ । ଏହା ସତ୍ୱେ ଦେଶରେ ସଂଗୃହିତ ଆୟକର ପରିମାଣ ବଢୁଛି ଏବଂ ଦେଶରେ ମଧ୍ୟବିତ୍ତ ବର୍ଗର ପରିସର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନେଇ ଏକ ସ୍ପଷ୍ଟ ବାର୍ତ୍ତା ପଠାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଲୋକଙ୍କ ସଂଖ୍ୟା ଚଳିତ ବର୍ଷ ୧୬% ବୃଦ୍ଧି ପାଇଛି ଯାହା ସରକାରଙ୍କ ଉପରେ ବିଶ୍ୱାସ ବୃଦ୍ଧି ଏବଂ ଦେଶରେ ହେଉଥିବା ନୂତନତ୍ୱକୁ ଦର୍ଶାଉଛି । ଆଜି ଲୋକମାନେ ଦେଖୁଛନ୍ତି କି ଦେଶରେ ରେଳବାଇର କିପରି ନବୀକରଣ ହେଉଛି, ମେଟ୍ରୋର ବିସ୍ତାର ହେଉଛି । ସେ ନୂତନ ଏକ୍ସପ୍ରେସୱେ ଏବଂ ବିମାନବନ୍ଦରର ବିକାଶ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଏହିପରି ପରିବର୍ତ୍ତନ କରଦାତାଙ୍କ ଟଙ୍କା ସହିତ ଏକ ନୂତନ ଭାରତର ବିକାଶର ଭାବନାକୁ ବଢାଇଥାଏ । ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ୫୦୮ ରେଳ ଷ୍ଟେସନର ପୁନଃବିକାଶ ମଧ୍ୟ ଏହି ଦିଗରେ ନିଆଯାଇଛି । ମୁଁ ଆପଣଙ୍କୁ ନିଶ୍ଚିତ କରୁଛି, ଅମୃତ ଭାରତ ଷ୍ଟେସନ୍ ଭାରତୀୟ ରେଳବାଇର ଏହି ପରିବର୍ତ୍ତନକୁ ଏକ ନୂତନ ଉଚ୍ଚତାକୁ ନେଇଯିବ ।

ପୃଷ୍ଠଭୂମି

ଅତ୍ୟାଧୁନିକ ସାଧାରଣ ପରିବହନ ସେବା ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ ଅନେକ ସମୟରେ ଜୋର ଦେଇ ଆସୁଛନ୍ତି । ରେଳବାଇ ସମଗ୍ର ଦେଶରେ ଲୋକଙ୍କ ପରିବହନର ପସନ୍ଦଯୋଗ୍ୟ ଧାରା ବୋଲି ଉଲ୍ଲେଖ କରି ସେ ରେଳ ଷ୍ଟେସନରେ ବିଶ୍ୱ ସ୍ତରୀୟ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଦୃଷ୍ଟିକୋଣ ଅନୁଯୟୀ ସାରା ଦେଶରେ ୧୩୦୯ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଛି।

ଏହି ଯୋଜନାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୫୦୮ ଷ୍ଟେସନର ପୁନଃ ବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ୨୪,୪୭୦ କୋଟିରୁ ଅଧିକ ମୂଲ୍ୟରେ ଏହି ଷ୍ଟେସନଗୁଡ଼ିକର ପୁନଃ ର୍ନିମାଣ କରାଯିବ । ସହରର ଉଭୟ ପାର୍ଶ୍ଵ ର ସଠିକ୍ ଏକୀକରଣ ସହିତ ଏହି ଷ୍ଟେସନଗୁଡିକର ବିକାଶ ପାଇଁ “ସିଟି ସେଣ୍ଟର” ଭାବରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଛି । ଏହି ସମନ୍ୱିତ ଆଭିମୁଖ୍ୟ ରେଳ ଷ୍ଟେସନକୁ କେନ୍ଦ୍ର କରି ସହରର ସାମଗ୍ରିକ ସହରୀ ବିକାଶର ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ।

ଏହି ୫୦୮ ଷ୍ଟେସନ ୨୭ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି, ସେଥିମଧ୍ୟରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ୫୫ଟି କରି, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍ଚିମବଙ୍ଗରେ ୩୭, ମଧ୍ୟପ୍ରଦେଶରେ ୩୪, ଆସାମରେ ୩୨, ଓଡିଶାରେ ୨୫, ପଞ୍ଜାବରେ ୨୨, ଗୁଜୁରାଟ ଏବଂ ତେଲେଙ୍ଗାନାରେ ୨୧, ଝାଡଖଣ୍ଡରେ ୨୦, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ୧୮ଟି କରି, ହରିୟାଣାରେ ୧୫, କର୍ଣ୍ଣାଟକରେ ୧୩ ଟି ରହିଛି ।

ଏହି ପୁନଃ ର୍ନିମାଣ ଆଧୁନିକ ଯାତ୍ରୀ ସୁବିଧା ଯୋଗାଇବା ସହିତ ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ଭଲ ଡିଜାଇନ୍ ହୋଇଥିବା ଟ୍ରାଫିକ୍ ବ୍ୟବସ୍ଥା, ଇଣ୍ଟର – ମୋଡାଲ୍ ଏକୀକରଣ ଏବଂ ଭଲ ଡିଜାଇନ୍ ହୋଇଥିବା ସଙ୍କେତ ନିଶ୍ଚିତ କରିବ । ଷ୍ଟେସନ କୋଠାଗୁଡ଼ିକର ଡିଜାଇନ୍ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା ଅନୁପ୍ରାଣିତ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ବଦଳିବ ବାଲୁଗାଁ ରେଳ ଷ୍ଟେସନର ରୂପରେଖ: ଅମୃତ ଭାରତ ଷ୍ଟେସନ ଯୋଜନାରେ ହେଲା ସାମିଲ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଏକ ଐତିହାସିକ ପଦକ୍ଷେପ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ପୂର୍ବାହ୍ନ ୧୧ ଘଟିକାରେ ସମଗ୍ର ଦେଶରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୦୮ ରେଳ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ୫୦୮ ଷ୍ଟେସନ ମଧ୍ୟରେ ଓଡିଶାର ୨୫ ଗୋଟି ଷ୍ଟେସନ ସାମିଲ ହୋଇଥିବା ବେଳେ ଖୋର୍ଦ୍ଧା ରୋଡ ରେଳ ଡିଭିଜନର ବାଲୁଗାଁ ଷ୍ଟେସନ ଅନ୍ୟତମ।

ଏହି ପରିପ୍ରେକ୍ଷୀରେ ଆଜି ବାଲୁଗାଁ ରେଳ ଷ୍ଟେସନ ପରିସରରେ ଉକ୍ତ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଖୋର୍ଦ୍ଧା ରୋଡ ରେଳ ବିଭାଗ ପକ୍ଷରୁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା। ଯେଉଁଥିରେ ଅତିଥି ଭାବେ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଡା ସମ୍ବିତ ପାତ୍ର, କୋଚିନ ସିପ ୟାର୍ଡ଼ ନିର୍ଦ୍ଦେଶକ ପୃଥ୍ଵୀରାଜ ହରିଚନ୍ଦନ, ରେଳ ବିଭାଗ ଚିଫ ଇଲେକ୍ଟ୍ରିକାଲ ଲୋକୋମୋଟିଭ ଇଞ୍ଜିନିଅର ମଞ୍ଜିତ ସିଂହ ସନସନୱାଲ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ସମାଜସେବୀ ନିରଞ୍ଜନ ସେଠି ଓ ଦୁଷ୍ମନ୍ତ ହରିଚନ୍ଦନ ଆଦି ଯୋଗଦେଇଥିଲେ।

ଏହି ଅବସରରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ମୁଖ୍ୟ ଅତିଥି ସମ୍ବିତ ପାତ୍ର ଓଡିଶାକୁ ନରେନ୍ଦ୍ର ମୋଦି ସରକାର ବିଗତ ୯ ବର୍ଷରେ ୫୨ ହଜାର କୋଟି ଏବଂ କେବଳ ଚଳିତ ଆର୍ଥିକ ବର୍ଷରେ ୧୨ ହଜାର କୋଟି ଟଙ୍କାର ରେଳ ଅନୁଦାନ ଦେଇଥିବାରୁ ଧନ୍ୟବାଦ ଦେଇ ଆଗାମୀ ଦିନରେ ଓଡିଶାବାସି ମୋଦିଙ୍କ ସହିତ ରହିବାକୁ ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ଆହ୍ୱାନ ଦେଇଥିଲେ।

ବାଲୁଗାଁ ଷ୍ଟେସନର ରୂପରେଖ ବଦଳିବାକୁ ଯାଉଥିଲା ବେଳେ ଏହା ପୁରୀ ଲୋକସଭା ତଥା ଚିଲିକା ନିର୍ବାଚନମଣ୍ଡଳୀର ଏକ ବିଜନେସ ହବ ପାଲଟିବବୋଲି ଶ୍ରୀ ପାତ୍ର କହିଛନ୍ତି।

ପରିଶେଷରେ ବରିଷ୍ଠ ନାଗରିକ ସଂଗଠନର ସଦସ୍ୟମାନେ ଶ୍ରୀ ପାତ୍ରଙ୍କୁ ସାକ୍ଷାତ କରି ବାଲୁଗାଁ ରେଳ ଷ୍ଟେସନରେ କିଛି ମୁଖ୍ୟ ଟ୍ରେନ ରହଣିକୁ ନେଇ ଦାବିପତ୍ର ପ୍ରଦାନ କରିଥିଲେ।

ସୂଚନା ଥାଉକି ୨୧.୪ କୋଟି ବ୍ୟୟରେ ବାଲୁଗାଁ ଷ୍ଟେସନର ପୁନଃ ର୍ନିମାଣ କରାଯିବ। ସହରର ଉଭୟ ପାଶ୍ୱର୍ର ସଠିକ୍ ଏକୀକରଣ ସହିତ ଏହି ଷ୍ଟେସନର ବିକାଶ ପାଇଁ “ସିଟି ସେଣ୍ଟର” ଭାବରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି। ଏହି ସମନ୍ୱିତ ଆଭିମୁଖ୍ୟ ରେଳ ଷ୍ଟେସନକୁ କେନ୍ଦ୍ର କରି ସହରର ସାମଗ୍ରିକ ସହରୀ ବିକାଶର ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ।

ଏହି ପୁନଃ ର୍ନିମାଣ ଆଧୁନିକ ଯାତ୍ରୀ ସୁବିଧା ଯୋଗାଇବା ସହିତ ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ଭଲ ଡିଜାଇନ୍ ହୋଇଥିବା ଟ୍ରାଫିକ୍ ବ୍ୟବସ୍ଥା, ଇଣ୍ଟର – ମୋଡାଲ୍ ଏକୀକରଣ ଏବଂ ଭଲ ଡିଜାଇନ୍‍ ହୋଇଥିବା ସଙ୍କେତ ନିଶ୍ଚିତ କରିବ। ଷ୍ଟେସନ କୋଠାଗୁଡ଼ିକର ଡିଜାଇନ୍ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା ଅନୁପ୍ରାଣିତ ହେବ।

ତେବେ ବାଲୁଗାଁ ଷ୍ଟେସନର କୟାକଳ୍ପ ପରିବର୍ତ୍ତନ ପାଇଁ ଏହାକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରିଥିବାରୁ ଚିଲିକା ବାସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅଗଷ୍ଟ ୬ରେ ୫୦୮ ରେଳ ଷ୍ଟେସନର ପୁନଃର୍ନିମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏକ ଐତିହାସିକ ପଦକ୍ଷେପ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଗଷ୍ଟ ୬ତାରିଖ ପୂର୍ବାହ୍ନ ୧୧ଟା ସମୟରେ ସମଗ୍ର ଦେଶରେ ୫୦୮ ରେଳ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଅତ୍ୟାଧୁନିକ ସାଧାରଣ ପରିବହନ ସେବା ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ ଅନେକ ସମୟରେ ଜୋର ଦେଇ ଆସୁଛନ୍ତି। ରେଳବାଇ ସମଗ୍ର ଦେଶରେ ଲୋକଙ୍କ ପରିବହନର ପସନ୍ଦଯୋଗ୍ୟ ମାଧ୍ୟମ ବୋଲି ଉଲ୍ଲେଖ କରି ସେ ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଦୃଷ୍ଟିକୋଣ ଅନୁଯାୟୀ ସାରା ଦେଶରେ ୧୩୦୯ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଥିଲା।

ଏହି ଯୋଜନାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୫୦୮ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଉଛି। ୨୪,୪୭୦ କୋଟିରୁ ଅଧିକ ମୂଲ୍ୟରେ ଏହି ଷ୍ଟେସନଗୁଡ଼ିକର ପୁନଃ ର୍ନିମାଣ କରାଯିବ। ସହରର ଉଭୟ ପାଶ୍ୱର୍ର ସଠିକ୍ ଏକୀକରଣ ସହିତ ଏହି ଷ୍ଟେସନଗୁଡିକର ବିକାଶ ପାଇଁ “ସିଟି ସେଣ୍ଟର” ଭାବରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଛି। ଏହି ସମନ୍ୱିତ ଆଭିମୁଖ୍ୟ ରେଳ ଷ୍ଟେସନକୁ କେନ୍ଦ୍ର କରି ସହରର ସାମଗ୍ରିକ ସହରୀ ବିକାଶର ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ।

ଏହି ୫୦୮ ଷ୍ଟେସନ ୨୭ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି, ସେଥିମଧ୍ୟରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ୫୫ଟି କରି, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍ଚିମବଙ୍ଗରେ ୩୭, ମଧ୍ୟପ୍ରଦେଶରେ ୩୪, ଆସାମରେ ୩୨, ଓଡିଶାରେ ୨୫, ପଞ୍ଜାବରେ ୨୨, ଗୁଜୁରାଟ ଏବଂ ତେଲେଙ୍ଗାନାରେ ୨୧, ଝାଡଖଣ୍ଡରେ ୨୦, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ୧୮ଟି କରି, ହରିୟାଣାରେ ୧୫, କର୍ଣ୍ଣାଟକରେ ୧୩ ଟି ରହିଛି।

ଏହି ପୁନଃ ର୍ନିମାଣ ଆଧୁନିକ ଯାତ୍ରୀ ସୁବିଧା ଯୋଗାଇବା ସହିତ ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ଭଲ ଡିଜାଇନ୍ ହୋଇଥିବା ଟ୍ରାଫିକ୍ ବ୍ୟବସ୍ଥା, ଇଣ୍ଟର – ମୋଡାଲ୍ ଏକୀକରଣ ଏବଂ ଭଲ ଡିଜାଇନ୍‍ ହୋଇଥିବା ସଙ୍କେତ ନିଶ୍ଚିତ କରିବ। ଷ୍ଟେସନ କୋଠାଗୁଡ଼ିକର ଡିଜାଇନ୍ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା ଅନୁପ୍ରାଣିତ ହେବ।

Categories
ବିଶେଷ ଖବର

ଜାତୀୟ ରୋଜଗାର ମେଳାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି ଏବଂ ବିଭିନ୍ନ ସରକାରୀ ବିଭାଗ ତଥା ସଂସ୍ଥାରେ ନୂତନ ଭାବେ ନିଯୁକ୍ତଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନବ ନିଯୁକ୍ତ ମାନେ ସରକାରଙ୍କ ରାଜସ୍ୱ ବିଭାଗ, ଆର୍ଥିକ ସେବା, ଡାକ, ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ, ଜଳ ସମ୍ପଦ, କାର୍ମିକ ଏବଂ ତାଲିମ ଏବଂ ଗୃହ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ସମୟରେ ଦେଶର ୪୪ ଟି ସ୍ଥାନ ରୋଜଗାର ମେଳା ସହିତ ଯୋଡିହୋଇ ଥିଲା।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ଯୁବ ନିଯୁକ୍ତି ପାଇଁ ଏକ ସ୍ମରଣୀୟ ଦିନ ନୁହେଁ ବରଂ ଦେଶ ପାଇଁ ଏକ ଐତିହାସିକ ଦିନ ଅଟେ, କାରଣ ଆଜିର ଦିନରେ ୧୯୪୭ ମସିହାରେ ପ୍ରଥମ ଥର ପାଇଁ ସାମ୍ବିଧାନିକ ସଭା ଦ୍ୱାରା ତ୍ରିରଙ୍ଗାକୁ ଗ୍ରହଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଯେ ଏକ ନୂତନ ଉତ୍ସାହର ବିଷୟ ଯେ ନବ ନିଯୁକ୍ତମାନେ ସରକାରୀ ସେବା ପାଇଁ ସେମାନଙ୍କ ନିଯୁକ୍ତି ପତ୍ର ଗ୍ରହଣ କରୁଛନ୍ତି। ସେ କହିଛନ୍ତି ଯେ ଏହା ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠାର ଫଳାଫଳ ଯେ ସେମାନେ ଭାରତ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ ଏକ ବିକଶିତ ଭାରତର ଲକ୍ଷ୍ୟରେ ଯୋଗଦାନ କରିବାର ସୁଯୋଗ ପାଇଛନ୍ତି। ଏହି ମହତ୍ୱପୂର୍ଣ୍ଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି।

ସ୍ୱାଧୀନତାର ଅମୃତ କାଳରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ନାଗରିକ ଭାରତକୁ “ବିକଶିତ ଭାରତ” କରିବା ପାଇଁ ସଂକଳ୍ପ ନେଇଛନ୍ତି। ସେ କହିଛନ୍ତି ଯେ ନୂତନ ନିଯୁକ୍ତି ତଥା ଦେଶ ପାଇଁ ଆସନ୍ତା ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସେ ନିକଟ ଅତୀତରେ ବିଶ୍ୱରୁ ଭାରତ ପ୍ରତି ବିଶ୍ୱାସ, ମହତ୍ୱ ଏବଂ ଆକର୍ଷଣର ଅଧିକ ଉପଯୋଗ କରିବାକୁ କହିଥିଲେ। ସେ ଭାରତର ଆର୍ଥିକ ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଥିଲେ ଯେ ଏହା ବିଶ୍ୱର ୧୦ମ ରୁ ୫ମ ବୃହତ୍ତମ ଅର୍ଥନୀତିରେ ପହଞ୍ଚିଛି । ସେ ଆହୁରି ମଧ୍ୟ ଦୋହରାଇଛନ୍ତି ଯେ ଅଧିକାଂଶ ଅର୍ଥନୀତି ବିଶେଷଜ୍ଞଙ୍କ ଅନୁଯାୟୀ ଭାରତ ବିଶ୍ୱର ଶ୍ରେଷ୍ଠ ୩ ଅର୍ଥନୀତି ମଧ୍ୟରୁ ଗୋଟିଏ ହେବାକୁ ଯାଉଛି । ବିଶ୍ୱର ଶ୍ରେଷ୍ଠ ୩ୟ ଅର୍ଥନୀତି ହେବା ଭାରତ ପାଇଁ ଏକ ସ୍ମରଣୀୟ ସଫଳତା ହେବ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ପ୍ରତ୍ୟେକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ସାଧାରଣ ନାଗରିକଙ୍କ ଆୟ ମଧ୍ୟ ବୃଦ୍ଧି କରିବ। ନୂତନ ଅଧିକାରୀମାନେ ଏହାର ଅମୃତ କାଳରେ ଦେଶ ସେବା କରିବାର ସୁବର୍ଣ୍ଣ ସୁଯୋଗ ପାଇଥିବାରୁ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇବା ପାଇଁ ଆଜିଠାରୁ ଭଲ ସମୟ ଆଉ କିଛି ହୋଇପାରିବ ନାହିଁ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ସେ ପରାମର୍ଶ ଦେଇଛନ୍ତି ଯେ ଦେଶର ପ୍ରାଥମିକତା ହେଉଛି ଦେଶର ଲୋକଙ୍କ ସେବା କରିବା ଏବଂ ଜୀବନର ସହଜତା ବଢାଇବା ପାଇଁ ସେମାନଙ୍କର ସମସ୍ୟାର ସମାଧାନ କରିବା ବିକାଶିତ ଭାରତର ଲକ୍ଷ୍ୟ ସହିତ ସମାନ ହେବା ଉଚିତ। ତୁମର ଏକ ଛୋଟ ପ୍ରୟାସ କାହାର ଜୀବନରେ ଏକ ବଡ଼ ପରିବର୍ତ୍ତନ ସୃଷ୍ଟି କରିପାରିବ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକେ ହେଉଛି ଭଗବାନଙ୍କର ରୂପ ଏବଂ ସେମାନଙ୍କୁ ସେବା କରିବା ଭଗବାନଙ୍କ ସେବା କରିବା ପରି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ନବନିଯୁକ୍ତ ବ୍ୟକ୍ତିମାନେ ଅନ୍ୟମାନଙ୍କର ସେବା କରିବାର ବିଶ୍ୱାସ ସହିତ କାର୍ଯ୍ୟ କରିବା ଉଚିତ ଯାହାକି ସର୍ବଶ୍ରେଷ୍ଠ ସନ୍ତୋଷର ଭାବନାକୁ ଉନ୍ମୁକ୍ତ କରିବ।

ଆଜିର କାର୍ଯ୍ୟକ୍ରମରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବହୁ ସଂଖ୍ୟକ ନିଯୁକ୍ତି ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଅର୍ଥନୀତିର ବିସ୍ତାରରେ ବ୍ୟାଙ୍କିଙ୍ଗ କ୍ଷେତ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ। ଗତ ନଅ ବର୍ଷର ଯାତ୍ରାକୁ ସ୍ମରଣ କରି ଶ୍ରୀ ମୋଦୀ କହିଛନ୍ତି, ଆଜି ଭାରତ ସେହି ଦେଶମାନଙ୍କ ମଧ୍ୟରେ ଅଛି ଯେଉଁମାନଙ୍କର ବ୍ୟାଙ୍କିଙ୍ଗ କ୍ଷେତ୍ର ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। ଅତୀତରେ ଏହି କ୍ଷେତ୍ର ଉପରେ ରାଜନୈତିକ ସ୍ୱାର୍ଥର ଖରାପ ପ୍ରଭାବ ଉପରେ ସେ ଆଲୋକପାତ କରିଥିଲେ। ଅତୀତର “ଫୋନ୍‍ ବ୍ୟାଙ୍କିଙ୍ଗ୍‌” ବିଷୟରେ ଉଲ୍ଲେଖ କରିଥିଲେ ଯେତେବେଳେ ପ୍ରଭାବଶାଳୀମାନଙ୍କ ଫୋନ୍ କଲରେ ଋଣ ବଣ୍ଟନ କରାଯାଉଥିଲା। ଏହି ଋଣ କେବେ ପରିଶୋଧ କରାଯାଏ ନାହିଁ ବୋଲି ସେ କହିଛନ୍ତି। ଏହି ଦୁର୍ନୀତିଗୁଡିକ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ମେରୁଦଣ୍ଡ ଭାଙ୍ଗି ଦେଇଛି ବୋଲି ସେ କହିଛନ୍ତି । ସ୍ଥିତିର ପୁନରୁଦ୍ଧାର ପାଇଁ ୨୦୧୪ ପରେ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ସେ ତାଲିକାଭୁକ୍ତ କରିଛନ୍ତି। ସରକାରୀ ବ୍ୟାଙ୍କଗୁଡିକର ପରିଚାଳନାକୁ ମଜବୁତ କରିବା, ବୃତ୍ତିଗତତା ଉପରେ ଚାପ ଏବଂ ଛୋଟ ବ୍ୟାଙ୍କଗୁଡିକର ବୃହତ ବ୍ୟାଙ୍କଗୁଡିକରେ ମିଶ୍ରଣ ସଂକ୍ରାନ୍ତରେ ସେ ଉଲ୍ଲେଖ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ୫ ଲକ୍ଷ ପର୍ଯ୍ୟନ୍ତ ଜମା ଉପରେ ବୀମା କରି ୯୯ ପ୍ରତିଶତରୁ ଅଧିକ ଜମା ସୁରକ୍ଷିତ ହୋଇ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଏକ ନୂତନ ବିଶ୍ୱାସ ସୃଷ୍ଟି କରିଛି। ଦେବାଳିଆ ସଂକେତ ପରି କାର୍ଯ୍ୟ ଦ୍ୱାରା ବ୍ୟାଙ୍କଗୁଡିକ କ୍ଷତିରୁ ରକ୍ଷା ପାଇଲେ। ଅଧିକନ୍ତୁ, ଯେଉଁମାନେ ସେମାନଙ୍କ ସମ୍ପତ୍ତି ସଂଲଗ୍ନ କରି ସରକାରୀ ସମ୍ପତ୍ତି ଲୁଟ୍ କରିଛନ୍ତି ସେମାନଙ୍କ ଉପରେ କଡା ପଦକ୍ଷେପ ନେଇ କ୍ଷତି ଏବଂ ଏନପିଏ ପାଇଁ ଜଣାଶୁଣା ବ୍ୟାଙ୍କଗୁଡିକ ସେମାନଙ୍କର ରେକର୍ଡ ଲାଭ ପାଇଁ ଆଲୋଚନାରେ ଅଛନ୍ତି।

ବ୍ୟାଙ୍କିଙ୍ଗ କ୍ଷେତ୍ରର କର୍ମଚାରୀଙ୍କ କଠିନ ପରିଶ୍ରମରେ ପ୍ରଧାନମନ୍ତ୍ରୀ ଗର୍ବ ଅନୁଭବ କରିଛନ୍ତି। ସେ କହିଛନ୍ତି, ବ୍ୟାଙ୍କିଙ୍ଗ କ୍ଷେତ୍ରର ଲୋକମାନେ ମୋତେ କିମ୍ବା ମୋର ଲକ୍ଷ୍ୟକୁ କେବେ ବି ନିରାଶ କରିନାହାଁନ୍ତି। ଜନ ଧନ ଆକାଉଣ୍ଟ ଯୋଜନାରେ ୫୦ କୋଟି ଜନ ଧନ ଆକାଉଣ୍ଟ ଖୋଲିବା ଭଳି ଏକ ବୃହତ ସଫଳତା ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ମହାମାରୀ ସମୟରେ କୋଟି କୋଟି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବାରେ ଏହା ବହୁତ ସାହାଯ୍ୟ କରିଥିଲା।

ଏମଏସଏମଇ କ୍ଷେତ୍ରର ଉନ୍ନତି ପାଇଁ ପ୍ରୟାସ ବିଷୟରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ଉଦ୍ୟୋଗୀ ଯୁବକମାନଙ୍କୁ ବନ୍ଧକମୁକ୍ତ ଋଣ ଯୋଗାଉଛି। ଏହି ଯୋଜନାକୁ ସଫଳ କରିଥିବାରୁ ସେ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ପ୍ରଶଂସା କରିଛନ୍ତି। ସେହିଭଳି ବ୍ୟାଙ୍କିଙ୍ଗ କ୍ଷେତ୍ର ଏହି ଅବସରରେ ଉଠିଥିଲା ଯେତେବେଳେ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ପାଇଁ ଋଣ ପରିମାଣକୁ ଦ୍ୱିଗୁଣିତ କଲେ ଏବଂ ଛୋଟ ଉଦ୍ୟୋଗଗୁଡିକର ସୁରକ୍ଷା ଦ୍ୱାରା ୧.୫ କୋଟି ନିଯୁକ୍ତି ବଞ୍ଚାଇ ଏମଏସଏମଇ ସେକ୍ଟରକୁ ସାହାଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିକୁ ଏକ ବଡ଼ ସଫଳତା ଦେଇଥିବାରୁ ସେ ବ୍ୟାଙ୍କ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏସଭିଏନିଧି ଯୋଜନାରେ ୫୦ ଲକ୍ଷରୁ ଅଧିକ ରାସ୍ତାକଡ ବିକ୍ରେତାଙ୍କୁ ସାହାଯ୍ୟ କରାଯାଇଥିଲା। ମୁଁ ନିଶ୍ଚିତ, ତୁମେ ତୁମର “ନିଯୁକ୍ତି ପତ୍ର” ସହିତ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଗରିବଙ୍କ ସଶକ୍ତିକରଣର ସାଧନ କରିବା ପାଇଁ ତୁମେ ଏକ “ସଙ୍କଳ୍ପ ପତ୍ର” (ସଙ୍କଳ୍ପ ଚିଠି) ଭାବେ ଗ୍ରହଣ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ପ୍ରତି ନୀତି ରିପୋର୍ଟରୁ ଜଣାପଡିଛି ଯେ ବିଗତ ୫ ବର୍ଷ ମଧ୍ୟରେ ୧୩ କୋଟି ଭାରତୀୟଙ୍କୁ ଦାରିଦ୍ର ସୀମାରେଖା ଉପରକୁ ଅଣାଯାଇଛି। ଏଥିରେ ସରକାରୀ କର୍ମଚାରୀଙ୍କ କଠିନ ପରିଶ୍ରମକୁ ସେ ସ୍ୱୀକାର କରିଛନ୍ତି ଏବଂ ପକ୍କା ଘର, ଶୌଚାଳୟ ଏବଂ ବିଦ୍ୟୁତ ସଂଯୋଗ ପାଇଁ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି। ଯେତେବେଳେ ଏହି ଯୋଜନା ଗରିବ ଲୋକଙ୍କ ନିକଟରେ ପହଞ୍ଚିଲା, ସେତେବେଳେ ସେମାନଙ୍କର ମନୋବଳ ମଧ୍ୟ ବୃଦ୍ଧି ପାଇଲା। ଏହି ସଫଳତା ହେଉଛି ଏହାର ପ୍ରତୀକ ଯେ ଯଦି ଆମେ ମିଳିତ ଭାବେ ଭାରତରୁ ଦାରିଦ୍ର‌ ହଟାଇବା ପାଇଁ ଉଦ୍ୟମ କରିବୁ, ତେବେ ଭାରତରୁ ଦାରିଦ୍ର‌ ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିବ। ନିଶ୍ଚିତ ଭାବେ ଏଥିରେ ଦେଶର ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶରେ ଦାରିଦ୍ର‌ ହ୍ରାସର ଅନ୍ୟ ଏକ ଦିଗକୁ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି, ଯାହାକି ନବ-ମଧ୍ୟବିତ୍ତ ଶ୍ରେଣୀର ସମ୍ପ୍ରସାରଣ, ଯାହା ନିଯୁକ୍ତି ନିଯୁକ୍ତି ସୁଯୋଗ ସୃଷ୍ଟି କରେ। ନବ-ମଧ୍ୟବିତ୍ତ ଶ୍ରେଣୀର ବଢୁଥିବା ଚାହିଦା ଏବଂ ଆକାଂକ୍ଷା ଉତ୍ପାଦନକୁ କ୍ଷେତ୍ରକୁ ଆଗେଇ ନେଉଛି। ସେ ଦର୍ଶାଇଛନ୍ତି ଯେ ଦେଶର କାରଖାନା ଏବଂ ଶିଳ୍ପରେ ଉତ୍ପାଦନ ବୃଦ୍ଧିରୁ ଦେଶର ଯୁବକ ହିଁ ଅଧିକ ଲାଭବାନ ହୁଅନ୍ତି। ମୋବାଇଲ୍ ଫୋନ୍ ରପ୍ତାନି ହେଉ, ୨୦୨୩ ର ପ୍ରଥମ ୬ ମାସରେ ବିକ୍ରି ହୋଇଥିବା କାର ସଂଖ୍ୟା ଏବଂ ବୈଦ୍ୟୁତିକ ଯାନ ପାଇଁ ରେକର୍ଡ ବିକ୍ରି ହେଉ ଭାରତ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଏଭଳି ସମସ୍ତ କାର୍ଯ୍ୟ ଦେଶରେ ରୋଜଗାର ଏବଂ ନିଯୁକ୍ତିର ସୁଯୋଗ ବଢାଉଛି।

ସମଗ୍ର ବିଶ୍ୱ ଭାରତର ପ୍ରତିଭା ଉପରେ ନଜର ରଖିଛି ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ଅନେକ ବିକଶିତ ଅର୍ଥନୀତି ଦେଶରେ ହାରାହାରି ବୟସ ଅଧିକ ହେତୁ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଉଛି। ତେଣୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଯୁବକମାନଙ୍କ ପରିଶ୍ରମ ଏବଂ ଦକ୍ଷତା ବୃଦ୍ଧି ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। ଭାରତର ଆଇଟି ପ୍ରତିଭା, ଡାକ୍ତର ଏବଂ ନର୍ସଙ୍କ ଚାହିଦାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଦେଶ ତଥା ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ପ୍ରତିଭା ପ୍ରତି ସମ୍ମାନ କ୍ରମାଗତ ଭାବେ ବଢୁଛି। ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ସରକାର ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଇଛନ୍ତି ଯେଉଁଠାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ପ୍ରାୟ ୧.୫ କୋଟି ଯୁବକଙ୍କୁ ତାଲିମ ଦିଆଯାଇଛି। ସେ ୩୦ ଟି ସ୍କିଲ ଇଣ୍ଡିଆ ଆନ୍ତର୍ଜାତୀୟ କେନ୍ଦ୍ର ପ୍ରତିଷ୍ଠା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ଦ୍ୱାରା ଯୁବକମାନେ ବିଶ୍ୱ ସ୍ତରୀୟ ସୁଯୋଗ ପାଇଁ ପ୍ରସ୍ତୁତ ହୋଇପାରିବେ। ପ୍ରଧାନମନ୍ତ୍ରୀ ଦେଶରେ ନୂତନ ମେଡିକାଲ କଲେଜ, ଆଇଟିଆଇ, ଆଇଆଇଟି ଏବଂ ବୈଷୟିକ ପ୍ରତିଷ୍ଠାନ ଗଠନ ଉପରେ ମଧ୍ୟ ଉଲ୍ଲେଖକକରି ସୂଚନା ଦେଇଛନ୍ତି ଯେ ୨୦୧୪ ପର୍ଯ୍ୟନ୍ତ ଆମ ଦେଶରେ କେବଳ ୩୮୦ ଟି ମେଡିକାଲ କଲେଜ ଥିବାବେଳେ ଗତ ୯ ବର୍ଷ ମଧ୍ୟରେ ଏହି ସଂଖ୍ୟା ୭୦୦ ରୁ ଅଧିକ ହୋଇସାରିଛି। ସେ ନର୍ସିଂ କଲେଜ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ବିଶ୍ୱର ଚାହିଦା ପୂରଣ କରୁଥିବା ଦକ୍ଷତା ଭାରତର ଯୁବକମାନଙ୍କ ପାଇଁ ଲକ୍ଷ ଲକ୍ଷ ନୂତନ ସୁଯୋଗ ସୃଷ୍ଟି କରିବାକୁ ଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଅଭିଭାଷଣକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ସମସ୍ତ ନବନିଯୁକ୍ତ ବ୍ୟକ୍ତି ଏକ ସକରାତ୍ମକ ପରିବେଶରେ ସରକାରୀ ସେବାରେ ଯୋଗ ଦେଉଛନ୍ତି ଏବଂ ଏହି ସକରାତ୍ମକ ଚିନ୍ତାଧାରାକୁ ଆଗକୁ ନେବାର ଦାୟିତ୍ୱ ବର୍ତ୍ତମାନ ସେମାନଙ୍କ କାନ୍ଧରେ ରହିଛି। ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶିକ୍ଷା ଏବଂ ଆତ୍ମ ବିକାଶର ପ୍ରକ୍ରିୟା ଜାରି ରଖିବାକୁ ଏବଂ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏକ ଅନଲାଇନ୍ ଶିକ୍ଷା ପ୍ଲାଟଫର୍ମ ଆଇଜିଓଟି କର୍ମଯୋଗୀରୁ ସର୍ବାଧିକ ଲାଭ ଉଠାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ପୃଷ୍ଠଭୂମି

ରୋଜଗାର ସୃଷ୍ଟି ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି କ୍ଷେତ୍ରରେ ଏକ ସୁଯୋଗ ସୃଷ୍ଟିକାରୀ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ନୂତନ ଭାବେ ନିଯୁକ୍ତ ବ୍ୟକ୍ତିମାନେ ମଧ୍ୟ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଥିବା ଏକ ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ତାଲିମ ଦେବାର ସୁଯୋଗ ପାଇଛନ୍ତି, ଯେକୌଣସି ସ୍ଥାନରେ ଶିକ୍ଷଣ ଫର୍ମାଟ୍ ପାଇଁ ୪୦୦ ରୁ ଅଧିକ ଇ-ଲର୍ନିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି ।

Categories
ବିଶେଷ ଖବର

ଆଜି ରୋଜଗାର ମେଳାରେ ୭୦ ହଜାର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ପୂର୍ବାହ୍ନ ୧୦.୩୦ ରେ ନବ ନିଯୁକ୍ତ ମାନଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନବନିଯୁକ୍ତଙ୍କୁ ସମ୍ବୋଧିତ କରିବେ।

ଦେଶର ୪୪ ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ। ଏହି ନିଯୁକ୍ତି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର /କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଦିଆଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ ନିଯୁକ୍ତିରେ ରାଜସ୍ୱ ବିଭାଗ, ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ, ଜଳ ସମ୍ପଦ ବିଭାଗ, କାର୍ମିକ ଏବଂ ତାଲିମ ଏବଂ ଗୃହ ମନ୍ତ୍ରଣାଳୟ ସମେତ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ / ବିଭାଗରେ ଯୋଗଦେବେ।

ରୋଜଗାର ସୃଷ୍ଟି ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର୍ ମେଳା ଏକ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି କ୍ଷେତ୍ରରେ ଏକ ସୁଯୋଗ ସୃଷ୍ଟିକାରୀ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ନୂତନ ଭାବେ ନିଯୁକ୍ତ ବ୍ୟକ୍ତିମାନେ ମଧ୍ୟ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଥିବା ଏକ ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ତାଲିମ ଦେବାର ସୁଯୋଗ ପାଇଛନ୍ତି, ଯେକୌଣସି ସ୍ଥାନରେ ଶିକ୍ଷଣ ଫର୍ମାଟ୍ ପାଇଁ ୫୮୦ ରୁ ଅଧିକ ଇ-ଲର୍ନିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୨୨ରେ ରୋଜଗାର ମେଳାରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୨୨ ଜୁଲାଇ, ୨୦୨୩ ପୂର୍ବାହ୍ନ ୧୦.୩୦ ରେ ନବ ନିଯୁକ୍ତ ମାନଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନବନିଯୁକ୍ତଙ୍କୁ ସମ୍ବୋଧିତ କରିବେ।

ଦେଶର ୪୪ ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ। ଏହି ନିଯୁକ୍ତି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର /କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଦିଆଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ ନିଯୁକ୍ତିରେ ରାଜସ୍ୱ ବିଭାଗ, ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ, ଜଳ ସମ୍ପଦ ବିଭାଗ, କାର୍ମିକ ଏବଂ ତାଲିମ ଏବଂ ଗୃହ ମନ୍ତ୍ରଣାଳୟ ସମେତ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ / ବିଭାଗରେ ଯୋଗଦେବେ।

ରୋଜଗାର ସୃଷ୍ଟି ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର୍ ମେଳା ଏକ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି କ୍ଷେତ୍ରରେ ଏକ ସୁଯୋଗ ସୃଷ୍ଟିକାରୀ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ନୂତନ ଭାବେ ନିଯୁକ୍ତ ବ୍ୟକ୍ତିମାନେ ମଧ୍ୟ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଥିବା ଏକ ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ତାଲିମ ଦେବାର ସୁଯୋଗ ପାଇଛନ୍ତି, ଯେକୌଣସି ସ୍ଥାନରେ ଶିକ୍ଷଣ ଫର୍ମାଟ୍ ପାଇଁ ୫୮୦ ରୁ ଅଧିକ ଇ-ଲର୍ନିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି।

Categories
ବିଶେଷ ଖବର

ବୀର ସାବରକର ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 10:30 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୀର ସାବରକର ଅନ୍ତର୍ଜାତୀୟ ବିମାନବନ୍ଦର ପୋର୍ଟ ବ୍ଲେୟାରର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଉଦଘାଟନ କରିବେ।

ସଂଯୋଗୀକରଣ ଭିତ୍ତିଭୂମି ବୃଦ୍ଧି ସରକାରଙ୍କ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ପ୍ରାୟ 710 କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲଡିଂର ଉଦଘାଟନ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱୀପର ଯୋଗାଯୋଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରାୟ 40,800 ବର୍ଗମିଟର ସମୁଦାୟ ନିର୍ମିତ କ୍ଷେତ୍ର ସହିତ, ନୂତନ ଟର୍ମିନାଲ୍ ବିଲଡିଂ ବାର୍ଷିକ ପ୍ରାୟ 50 ଲକ୍ଷ ଯାତ୍ରୀଙ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ। ଦୁଇଟି ବୋଇଙ୍ଗ -767-400 ଏବଂ ଦୁଇଟି ଏୟାରବସ୍ -321 ପ୍ରକାରର ବିମାନ ପାଇଁ ଉପଯୁକ୍ତ ଆପ୍ରୋନ୍ ମଧ୍ୟ ପୋର୍ଟ ବ୍ଲେୟାର ବିମାନବନ୍ଦରରେ ଟ. 80 କୋଟି ମୂଲ୍ୟରେ ନିର୍ମାଣ କରାଯାଇଛି, ଯାହା ବର୍ତ୍ତମାନ ବିମାନବନ୍ଦରକୁ ଏକ ସମୟରେ ଦଶଟି ବିମାନ ପାର୍କିଂ ପାଇଁ ଉପଯୁକ୍ତ କରିଛି।

ପ୍ରକୃତିରୁ ଅନୁପ୍ରାଣିତ, ବିମାନବନ୍ଦର ଟର୍ମିନାଲର ସ୍ଥାପତ୍ୟ ଡିଜାଇନ୍ ସମୁଦ୍ର ଏବଂ ଦ୍ୱୀପପୁଞ୍ଜକୁ ଚିତ୍ର କରୁଥିବା ଏକ ଶେଲ୍ ଆକୃତିର ଗଠନ ସହିତ ସମାନ। ନୂତନ ବିମାନବନ୍ଦର ଟର୍ମିନାଲ୍ ବିଲଡିଂରେ ଅନେକ ଗୁଡ଼ିଏ ବୈଶିଷ୍ଟ୍ୟ ରହିଛି ଯଥା ଉତ୍ତାପ ବୃଦ୍ଧି ହ୍ରାସ କରିବା ପାଇଁ ଡବଲ୍ ଇନସୁଲେଟେଡ୍ ଛାତ ପ୍ରଣାଳୀ, ବିଲଡିଂ ଭିତରେ ପ୍ରାକୃତିକ ଆଲୋକ ବ୍ୟବହାର, ଏଲଇଡି ଲାଇଟ୍, କମ୍ ଉତ୍ତାପ ବୃଦ୍ଧି ଗ୍ଲାସ୍ ପାଇଁ ଦିନରେ ପ୍ରଚୁର ପ୍ରାକୃତିକ ସୂର୍ଯ୍ୟ କିରଣ ଯୋଗାଇବା ପାଇଁ ସ୍କାଏଲାଇଟ୍ ରହିଛି। ଭୂତଳ ଜଳ ଟାଙ୍କିରେ ବର୍ଷା ଜଳ ଧରିବା, 100% ବିଶୋଧିତ ବର୍ଜ୍ୟଜଳ ସହିତ ଲ୍ୟାଣ୍ଡସ୍କେପ୍ ପାଇଁ ପୁନଃବ୍ୟବହାର କରାଯାଉଥିବା 100% ବିଶୋଧିତ ବର୍ଜ୍ୟଜଳ ଏବଂ 500 କିଲୋୱାଟ କ୍ଷମତା ବିଶିଷ୍ଟ ସୌର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଦ୍ବୀପପୁଞ୍ଜର ପରିବେଶ ଉପରେ ସର୍ବନିମ୍ନ ନକାରାତ୍ମକ ପ୍ରଭାବକୁ ସୁନିଶ୍ଚିତ କରିଥାଏ।

ଆଣ୍ଡାମାନ ଏବଂ ନିକୋବାରର ଦ୍ୱୀପପୁଞ୍ଜର ଏକ ପ୍ରବେଶ ପଥ ଭାବରେ ପୋର୍ଟ ବ୍ଲେୟାର ପର୍ଯ୍ୟଟକଙ୍କ ପାଇଁ ଏକ ଲୋକପ୍ରିୟ ଗନ୍ତବ୍ୟସ୍ଥଳ। ବିସ୍ତୃତ ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲଡିଂ ଏୟାର ଟ୍ରାଫିକ୍ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବଢ଼ାଇବାରେ ସାହାଯ୍ୟ କରିବ। ଏହା ସ୍ଥାନୀୟ ଗୋଷ୍ଠୀଙ୍କ ପାଇଁ ବର୍ଦ୍ଧିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏବଂ ଅଞ୍ଚଳର ଅର୍ଥନୀତିକୁ ଉନ୍ନତ କରିବାରେ ସାହାଯ୍ୟ କରିବ।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରାୟ ୭୦,୦୦୦ ନବ ନିଯୁକ୍ତ ମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ପୂର୍ବାହ୍ନ ୧୦: ୩୦ ମିନିଟ୍‌ରେ ନୂତନ ଭାବେ ନିଯୁକ୍ତ ବ୍ୟକ୍ତିବିଶେଷ ମାନଙ୍କୁ ପ୍ରାୟ ୭୦,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନିଯୁକ୍ତି ପାଇଥିବା ଲୋକ ମାନଙ୍କୁ ସମ୍ବୋଧିତ କରିବେ।

ଦେଶର ୪୩ ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ। ଏହି ପଦକ୍ଷେପକୁ ସମର୍ଥନ କରି କେନ୍ଦ୍ର ସରକାରୀ ବିଭାଗରେ ତଥା ରାଜ୍ୟ ସରକାରଙ୍କ ଅଧୀନରେ/କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକରେ ନିଯୁକ୍ତି ଦିଆଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ ନିଯୁକ୍ତ ବ୍ୟକ୍ତିମାନେ ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ପରମାଣୁ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ଅଡିଟ୍ ଏବଂ ଆକାଉଣ୍ଟସ୍ ବିଭାଗୂଏବଂ ଗୃହ ମନ୍ତ୍ରଣାଳୟ ଇତ୍ୟାଦ ସମେତ ବିଭିନ୍ନ ବିଭାଗରେ ସରକାରୀ ସ୍ତରରେ ଯୋଗ ଦେବେ।

ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ହେଉଛି ଏକ ଅନନ୍ୟ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକ ମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ସାର୍ଥକ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ନୂତନ ଭାବେ ନିଯୁକ୍ତ ବ୍ୟକ୍ତିମାନେ ମଧ୍ୟ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଥିବା ଏକ ଅନଲାଇନ୍ ମୋଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ପ୍ରଶିକ୍ଷିତ କରିବାର ସୁଯୋଗ ପାଇଛନ୍ତି, ଯେଉଁଠାରେ ୪୦୦ ରୁ ଅଧିକ ଇ- ଲର୍ନିଂ ପାଠ୍ୟକ୍ରମ ‘ଯେକୌଣସି ସ୍ଥାନରେ, କୌଣସି ଉପକରଣ’ ଶିକ୍ଷଣ ଫର୍ମାଟ୍ ପାଇଁ ଉପଲବ୍ଧ ହୋଇଛି।

Categories
ବିଶେଷ ଖବର

ଆସନ୍ତାକାଲି ରୋଜଗାର ମେଳା ଅଧୀନରେ ପ୍ରାୟ ୭୦,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୧୩ ଜୁନ୍, ୨୦୨୩ ପୂର୍ବାହ୍ନ ୧୦: ୩୦ ମିନିଟ୍ରେ ନୂତନ ଭାବେ ନିଯୁକ୍ତ ବ୍ୟକ୍ତିବିଶେଷ ମାନଙ୍କୁ ପ୍ରାୟ ୭୦,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନିଯୁକ୍ତି ପାଇଥିବା ଲୋକ ମାନଙ୍କୁ ସମ୍ବୋଧିତ କରିବେ।

ଦେଶର ୪୩ ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ। ଏହି ପଦକ୍ଷେପକୁ ସମର୍ଥନ କରି କେନ୍ଦ୍ର ସରକାରୀ ବିଭାଗରେ ତଥା ରାଜ୍ୟ ସରକାରଙ୍କ ଅଧୀନରେ/କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକରେ ନିଯୁକ୍ତି ଦିଆଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ ନିଯୁକ୍ତ ବ୍ୟକ୍ତିମାନେ ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ପରମାଣୁ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ଅଡିଟ୍ ଏବଂ ଆକାଉଣ୍ଟସ୍ ବିଭାଗୂଏବଂ ଗୃହ ମନ୍ତ୍ରଣାଳୟ ଇତ୍ୟାଦ ସମେତ ବିଭିନ୍ନ ବିଭାଗରେ ସରକାରୀ ସ୍ତରରେ ଯୋଗ ଦେବେ।

ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ହେଉଛି ଏକ ଅନନ୍ୟ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉତ୍ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକ ମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ସାର୍ଥକ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ନୂତନ ଭାବେ ନିଯୁକ୍ତ ବ୍ୟକ୍ତିମାନେ ମଧ୍ୟ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଥିବା ଏକ ଅନଲାଇନ୍ ମୋଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ପ୍ରଶିକ୍ଷିତ କରିବାର ସୁଯୋଗ ପାଇଛନ୍ତି, ଯେଉଁଠାରେ ୪୦୦ ରୁ ଅଧିକ ଇ- ଲର୍ନିଂ ପାଠ୍ୟକ୍ରମ ‘ଯେକୌଣସି ସ୍ଥାନରେ, କୌଣସି ଉପକରଣ’ ଶିକ୍ଷଣ ଫର୍ମାଟ୍ ପାଇଁ ଉପଲବ୍ଧ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ମଧ୍ୟାହ୍ନ 12 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କୁ ଗତି ଏବଂ ଆରାମରେ ଯାତ୍ରା କରିବାର ମାଧ୍ୟମ ଯୋଗାଇବ। ଏହା ମଧ୍ୟ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ। ଗୌହାଟି ନ୍ୟୁ ଜଲପାଇଗୁଡ଼ି ସହିତ ସଂଯୋଗ କରିବା ସହିତ ଏହି ଟ୍ରେନ୍ ଦୁଇଟି ସ୍ଥାନକୁ ସଂଯୋଗ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ଏକ ଘଣ୍ଟା ଯାତ୍ରା ସମୟ ସଞ୍ଚୟ କରିବାରେ ସାହାଯ୍ୟ କରିବ। ବନ୍ଦେ ଭରତ ଏହି ଯାତ୍ରାକୁ 5 ଘଣ୍ଟା 30 ମିନିଟରେ କଭର୍ କରିବେ, ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ସମାନ ଯାତ୍ରା ପାଇଁ 6 ଘଣ୍ଟା 30 ମିନିଟ୍ ସମୟ ନେଇଥାଏ।

ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ବିଦ୍ୟୁତକରଣ ବିଭାଗର 182 ରୁଟ୍ କିମି ଉତ୍ସର୍ଗ କରିବେ। ଏହା ଅଧିକ ବେଗରେ ଚାଲୁଥିବା ଟ୍ରେନ୍ ଏବଂ ଟ୍ରେନର ଚାଲିବା ସମୟ ହ୍ରାସ ସହିତ ପ୍ରଦୂଷଣ ମୁକ୍ତ ପରିବହନ ଯୋଗାଇବାରେ ସାହାଯ୍ୟ କରିବ। ମେଘାଳୟରେ ପ୍ରବେଶ କରିବା ପାଇଁ ଏହା ବୈଦ୍ୟୁତିକ ଟ୍ରାକ୍ସନରେ ଚାଲୁଥିବା ଟ୍ରେନ୍ ପାଇଁ ମଧ୍ୟ ଦ୍ୱାର ଖୋଲିବ।

ପ୍ରଧାନମନ୍ତ୍ରୀ ଆସାମର ଲୁମଡିଙ୍ଗରେ ଏକ ନୂତନ ନିର୍ମିତ ଡେମୁ/ ମେମୁ ସେଡର ମଧ୍ୟ ଉଦଘାଟନ କରିବେ। ଏହି ନୂତନ ସୁବିଧା ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଡେମୁ ରେକ୍‌ସକୁ ବଜାୟ ରଖିବାରେ ସହାୟକ ହେବ, ଯାହାକି ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ।

Categories
ବିଶେଷ ଖବର

ଆଜି ଓଡିଶାରେ ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପୁରୀ ଏବଂ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଓଡିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଯିବ। ଏହି ଟ୍ରେନ୍ ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ, ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ।

ପ୍ରଧାନମନ୍ତ୍ରୀ ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପୁନଃବିକାଶ ହେଉଥିବା ଷ୍ଟେସନଗୁଡିକରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱ ସ୍ତରର ଅଭିଜ୍ଞତା ପ୍ରଦାନ କରୁଥିବା ସମସ୍ତ ଆଧୁନିକ ସୁବିଧା ରହିବ।

ଓଡ଼ିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ। ଏହା ଅପରେଟିଂ ଏବଂ ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବ ଏବଂ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ର୍ନିଭରଶୀଳତା ହ୍ରାସ କରିବ।

ପ୍ରଧାନମନ୍ତ୍ରୀ ସମ୍ବଲପୁର-ଟିଟିଲାଗଡ ରେଳ ଲାଇନର ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ମଧ୍ୟରେ ଏକ ନୂତନ ବ୍ରଡ ଗଜ ରେଳ ଲାଇନ, ମନୋହରପୁର-ରାଉରକେଲା-ଝାରସୁଗୁଡା-ଜାମଗା ମଧ୍ୟରେ ତୃତୀୟ ଲାଇନ୍ ଏବଂ ବିଛୁପାଲି -ଝାରତରଭା ମଧ୍ୟରେ ନୂତନ ବ୍ରଡ-ଗଜ୍ ଲାଇନର ଲୋକାର୍ପଣ କରିବେ । ଓଡିଶାର ଇସ୍ପାତ ଏବଂ ଖଣି କ୍ଷେତ୍ରରେ ଦ୍ରୁତ ଶିଳ୍ପ ବିକାଶ ହେତୁ ଏଗୁଡିକ ବର୍ଦ୍ଧିତ ପରିବହନ ଚାହିଦା ପୂରଣ କରିବ ଏବଂ ଏହି ରେଳ ସେକ୍ସନରେ ଯାତ୍ରୀ ପରିବହନ ଉପରେ ଚାପକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ।

Categories
ବିଶେଷ ଖବର

ରୋଜଗାର ମେଳା: ଆଜି ୭୧,୦୦୦ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ପୂର୍ବାହ୍ନ ୧୦.୩୦ ରେ ନୂତନ ଭାବରେ ନିଯୁକ୍ତ କର୍ମଚାରୀଙ୍କୁ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନବ ନିଯୁକ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ କରିବେ।

ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ, ଭାରତ ସରକାର, ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୩୬ ନବନିଯୁକ୍ତଙ୍କୁ, ବିଶ୍ୱେଶ୍ୱର ଟୁଡୁ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି, ଭାରତ ସରକାର, କଟକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୦୪ ନବନିଯୁକ୍ତଙ୍କୁ ଏବଂ ଫଗନ ସିଂ କୁଲାଷ୍ଟେ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଇସ୍ପାତ ଏବଂ ଗ୍ରାମୀଣ ବିକାଶ, ଭାରତ ସରକାର, ବିଶାଖାପାଟନମ୍ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୯୦ ନବନିଯୁକ୍ତଙ୍କୁ ଯଥାକ୍ରମେ ନିଯୁକ୍ତି ପତ୍ର ବଣ୍ଟନ କରିବେ।

ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ କର୍ମଚାରୀମାନେ ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଡାକ ସହାୟକ, ଇନକମ୍ ଟାକ୍ସ ଇନସପେକ୍ଟର ପରି ବିଭିନ୍ନ ପଦ/ପଦବୀରେ ଯୋଗଦେବେ। ଏହା ସହି ତରହିଛି ଟ୍ୟାକ୍ସ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ସିନିୟର ଡ୍ରଟସମ୍ୟାନ୍, ଜେଇ/ ସୁପରଭାଇଜର, ଆସିଷ୍ଟାଣ୍ଟ ପ୍ରଫେସର, ଶିକ୍ଷକ, ଲାଇବ୍ରେରିଆନ୍, ନର୍ସ, ପ୍ରୋବେସନାରୀ ଅଫିସର, ପିଏ, ଏମଟିଏସ ଓ ଆହୁରି ଅନେକ।

ନୂତନ ଭାବେ ନିଯୁକ୍ତ ନିଯୁକ୍ତ କର୍ମଚାରୀମାନେ ମଧ୍ୟ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ଗ୍ରହଣ କରିବାର ସୁଯୋଗ ପାଇବେ, ଯାହା ବିଭିନ୍ନ ସରକାରୀ ବିଭାଗର ସମସ୍ତ ନୂତନ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଏକ ଅନଲାଇନ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ ଅଟେ।

Categories
ଆଜିର ଖବର ଜାତୀୟ ଖବର

ଏପ୍ରିଲ 13ରେ 71,000 ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ 13 ଏପ୍ରିଲ, 2023, 10:30 ପୂର୍ବାହ୍ନରେ ନୂତନ ଭାବରେ ନିଯୁକ୍ତ କର୍ମଚାରୀଙ୍କୁ ପ୍ରାୟ 71,000 ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନବ ନିଯୁକ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ କରିବେ।

ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ କର୍ମଚାରୀମାନେ ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଡାକ ସହାୟକ, ଇନକମ୍ ଟାକ୍ସ ଇନସପେକ୍ଟର ପରି ବିଭିନ୍ନ ପଦ / ପଦବୀରେ ଯୋଗଦେବେ। ଏହା ସହି ତରହିଛି ଟ୍ୟାକ୍ସ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ସିନିୟର ଡ୍ରଟସମ୍ୟାନ୍, ଜେଇ / ସୁପରଭାଇଜର, ଆସିଷ୍ଟାଣ୍ଟ ପ୍ରଫେସର, ଶିକ୍ଷକ, ଲାଇବ୍ରେରିଆନ୍, ନର୍ସ, ପ୍ରୋବେସନାରୀ ଅଫିସର, ପିଏ, ଏମଟିଏସ ଓ ଆହୁରି ଅନେକ।

ନୂତନ ଭାବେ ନିଯୁକ୍ତ ନିଯୁକ୍ତ କର୍ମଚାରୀମାନେ ମଧ୍ୟ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ଗ୍ରହଣ କରିବାର ସୁଯୋଗ ପାଇବେ, ଯାହା ବିଭିନ୍ନ ସରକାରୀ ବିଭାଗର ସମସ୍ତ ନୂତନ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଏକ ଅନଲାଇନ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ ଅଟେ।

Categories
ବିଶେଷ ଖବର ବ୍ୟବସାୟ

‘ଇନଭେଷ୍ଟ କର୍ଣ୍ଣାଟକ ୨୦୨୨’ ର ଉଦଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କର୍ଣ୍ଣାଟକ ରାଜ୍ୟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ନିବେଶକ ବୈଠକ ‘ଇନଭେଷ୍ଟ କର୍ଣ୍ଣାଟକ ୨୦୨୨’  (ନିବେଶ କର୍ଣ୍ଣାଟକ ୨୦୨୨) ର ଉଦଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଗତକାଲି କର୍ଣ୍ଣାଟକରେ ପାଳନ କରାଯାଇଥିବା ସେମାନଙ୍କର ରାଜ୍ୟୋତ୍ସବ ପାଇଁ ଲୋକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ , କର୍ଣ୍ଣାଟକ ରାଜ୍ୟ ହେଉଛି ପରମ୍ପରା ଏବଂ ପ୍ରଯୁକ୍ତି ବିଦ୍ୟା, ପ୍ରକୃତି ଏବଂ ସଂସ୍କୃତି, ଚମତ୍କାର ସ୍ଥାପତ୍ୟ ଏବଂ ଜୀବନ୍ତ ଷ୍ଟାର୍ଟ – ଅପ୍ ଗୁଡିକର ମିଶ୍ରଣ। ପ୍ରତିଭା କିମ୍ବା ପ୍ରଯୁକ୍ତି ବିଦ୍ୟାର କଥା ଯେତେବେଳେ ଉଠେ, ସେତେବେଳେ  ‘ବ୍ରାଣ୍ଡ ବେଙ୍ଗାଲୁରୁ’ ମନକୁ ସର୍ବପ୍ରଥମେ ଆସେ। ଏହି ନାମ କେବଳ ଭାରତରେ ନୁହେଁ , ସମଗ୍ର ବିଶ୍ୱରେ ଭଲ ଭାବରେ ପ୍ରତିଷ୍ଠିତ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ।

କର୍ଣ୍ଣାଟକରେ ନିବେଶକ ମାନଙ୍କ ବୈଠକର ଆୟୋଜନ ଉପରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଏହା ପ୍ରତିଯୋଗୀତାର ତଥା ସହଯୋଗୀ ସଂଘୀୟତାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି କହିଥିଲେ। ସେ କହିଥିଲେ ଯେ , ବିନିର୍ମାଣ ଏବଂ ଉତ୍ପାଦନ ମୁଖ୍ୟ ରୂପରେ ରାଜ୍ୟ ସରକାରଙ୍କର ନୀତି ଗୁଡିକ ଦ୍ୱାରା ଏବଂ ନିୟନ୍ତ୍ରଣ ଉପରେ ନିର୍ଭରଶୀଳ ହୋଇଥାଏ। ସେ ଆହୁରି ମଧ୍ୟ କହିଥିଲେ ଯେ,  “ଏହି ଅନ୍ତର୍ଜାତୀୟ ନିବେଶକ ବୈଠକ ମାଧ୍ୟମରେ ରାଜ୍ୟମାନେ ନିର୍ଦ୍ଦିଷ୍ଟ କ୍ଷେତ୍ର ଗୁଡିକୁ ଲକ୍ଷ୍ୟଭୁକ୍ତ କରି ପାରିବେ ଏବଂ ଅନ୍ୟ ଦେଶ ମାନଙ୍କ ସହିତ ଏକ ସହଭାଗୀତା ସୃଷ୍ଟି କରି ପାରିବେ”। ଏହି ବୈଠକରେ ହଜାର ହଜାର କୋଟି ଟଙ୍କାର ଭାଗୀଦାରିତା ହେବାର ଯୋଜନା ରହିଛି, ଯାହାର ପରିଣାମ ସ୍ୱରୂପ ଦେଶର ଯୁବକ ମାନଙ୍କ ନିମନ୍ତେ ନିଯୁକ୍ତିର ସୁଯୋଗ ଅଧିକରୁ ଅଧିକ ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକ ବିଂଶ ଶତାବ୍ଦୀରେ ବର୍ତ୍ତମାନ ଭାରତ ଯେଉଁ  ସ୍ଥିତିରେ ଅଛି, ସେଥିରୁ ବାହାରି ଭାରତକୁ କେବଳ ଆଗକୁ ବଢ଼ିବାକୁ ପଡିବ। ଗତ ବର୍ଷ ଭାରତରେ ୮୪ ବିଲିୟନ ଡଲାରର ବିଦେଶୀ ପୁଞ୍ଜି ନିବେଶ ହୋଇଥିଲା। ଭାରତ ପ୍ରତି ବିଶ୍ୱ ସ୍ତରୀୟ ଆଶାବାଦୀ ଭାବନା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ,  “ଏହି ସମୟ ହେଉଛି ଅନିଶ୍ଚିତତାର ସମୟ, ତଥାପି ମଧ୍ୟ ଅଧିକାଂଶ ଦେଶ ଭାରତୀୟ ଅର୍ଥନୀତିର ମୂଳ ସିଦ୍ଧାନ୍ତ ଉପରେ ବିଶ୍ୱାସ କରୁଛନ୍ତି। ବିଭାଜନର ଏହି ସମୟ ମଧ୍ୟରେ, ଭାରତ ବିଶ୍ୱ ସହିତ ଆଗକୁ ଆଗକୁ ଗତି କରୁଛି ଏବଂ ବିଶ୍ୱ ସହିତ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଉଛି ବୋଲି ସେ ଟିପ୍ପଣୀ ଦେଇଥିଲେ। ବାଧାପ୍ରାପ୍ତ ଯୋଗାଣ ଶୃଙ୍ଖଳା ସମୟରେ ଔଷଧ ଏବଂ ଟୀକା ଯୋଗାଣ ବିଷୟରେ ଭାରତ ବିଶ୍ୱକୁ ନିଶ୍ଚିତ କରି ପାରିଥିଲା ବୋଲି ସେ କହିଥିଲେ। ବଜାର ପରିପୂର୍ଣ୍ଣତାର ପରିବେଶ ସତ୍ୱେ ଆମର ନାଗରିକ ମାନଙ୍କର ଆକାଂକ୍ଷା ଗୁଡିକ ହେତୁ ଆମର ଘରୋଇ ବଜାର ସୁଦୃଢ଼ ଅଟେ। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ବିଶ୍ୱ ସ୍ତରରେ ଦେଖା ଦେଇଥିବା ସଙ୍କଟ ସମୟରେ ମଧ୍ୟ ବିଶେଷଜ୍ଞ ମାନେ, ବିଶ୍ଳେଷକ ମାନେ ଏବଂ ଅର୍ଥନୀତିଜ୍ଞ ମାନେ ଭାରତକୁ ଏକ ଉଜ୍ଜ୍ୱଳ ସ୍ଥାନ ବୋଲି ଉପସ୍ଥାପିତ କରିଥିଲେ। ଶ୍ରୀ ମୋଦୀ କହିିଥିଲେ ଯେ, “ ଆମେ ଦିନକୁ ଦିନ ଭାରତର ଅର୍ଥ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଆମର ମୌଳିକ ସିଦ୍ଧାନ୍ତ ଗୁଡିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛୁ।”  ଭାରତୀୟ ଅର୍ଥ ବ୍ୟବସ୍ଥାର ପ୍ରକ୍ଷେପବକ୍ରକୁ ବୁଝିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ୯ – ୧୦  ବର୍ଷ ପୂର୍ବର ଦୃଷ୍ଟିକୋଣରେ ପରିବର୍ତ୍ତନ ସମ୍ପର୍କରେ କହିଥିଲେ,  ଯେତେବେଳେ ଦେଶ ନୀତି ଏବଂ କାର୍ଯ୍ୟାନ୍ୱୟନ ସମ୍ବନ୍ଧୀୟ ବିଷୟ ଗୁଡିକ ସହ ସଂଘର୍ଷ କରୁଥିଲା। ସେ ସୂଚିତ କରିଥିଲେ ଯେ  “ନାଲି ଫିତାର ଫାନ୍ଦରେ ନିବେଶକ ମାନଙ୍କୁ ପକାଇବା ପରିବର୍ତ୍ତେ ଆମେ ନିବେଶ ପାଇଁ ଲାଲ୍ ଗାଲିଚାର ପରିବେଶ ସୃଷ୍ଟି କରିଛୁ ଏବଂ ନୂତନ ଜଟିଳ ଆଇନ୍ ତିଆରି କରିବା ପରିବର୍ତ୍ତେ ଆମେ ଏହାକୁ ଯୁକ୍ତିସଙ୍ଗତ କରିଛୁ।”

ପ୍ରଧାନମନ୍ତ୍ରୀ କହିିଥିଲେ ଯେ, “କେବଳ ଦୃଢ଼ ସଂସ୍କାର, ବୃହତ ଭିତ୍ତିଭୂମି ଏବଂ ଶ୍ରେଷ୍ଠ ପ୍ରତିଭା ଦ୍ୱାରା ଏକ ନୂତନ ଭାରତ ନିର୍ମାଣ ସମ୍ଭବ। ଆଜି ସରକାରୀ ସ୍ତରରେ ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ସଂସ୍କାର କାର୍ଯ୍ୟ କରା ଯାଉଛି। ”  ସେ ଜିଏସ୍‌ଟି, ଆଇବିସି, ବ୍ୟାଙ୍କ ସଂସ୍କାର, ୟୁପିଆଇ, ୧୫୦୦ ପୁରୁଣା ଆଇନ ଗୁଡିକୁ ଶେଷ କରିବା ଏବଂ ୪୦ହଜାର ଅନାବଶ୍ୟକ ନିୟମ ବିଷୟରେ ଉଲ୍ଲେଖ କରିଥିôଲେ। ସେ ଏହା ମଧ୍ୟ କହିଥିଲେ ଯେ ବିଭିନ୍ନ ପ୍ରକାରର କମ୍ପାନୀ ଆଇନ୍ ବ୍ୟବସ୍ଥାର ଅନେକ ପ୍ରାବଧାନକୁ ଅପରାଧ ମୁକ୍ତ କରିବା, ମୁଖହୀନ ଆକଳନ କରିବା, ବିଦେଶୀ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ପାଇଁ ନୂତନ ଉପାୟ, ଡ୍ରୋନ୍ ନିୟମର ଉଦାରୀକରଣ, ଭୂ – ସ୍ଥାନିକ ଏବଂ ମହାକାଶ କ୍ଷେତ୍ର ଏବଂ ପ୍ରତିରକ୍ଷା କ୍ଷେତ୍ର ଭଳି ଅନେକ ପ୍ରମୁଖ କ୍ଷେତ୍ରରେ ନିଆ ଯାଇଥିବା ପଦକ୍ଷେପ ଅଭୂତପୂର୍ବ ଶକ୍ତି ଆଣିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୮ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ବିମାନ ବନ୍ଦର ଗୁଡିକର ସଂଖ୍ୟା ଦ୍ୱିଗୁଣିତ ହୋଇଛି ଏବଂ ୨୦ଟିରୁ ଅଧିକ ସହର ମାନଙ୍କରେ ମେଟ୍ରୋ ସେବାର ବିସ୍ତାର ହୋଇଛି।

ପିଏମ୍ – ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଥିଲେ ଯେ, ଏହା ଏକୀଭୂତ ଭିତ୍ତିଭୂମି ବିକାଶ ପାଇଁ ଉଦ୍ଦିଷ୍ଟ ଯୋଜନା। ସେ କହିଥିଲେ ଯେ, କେବଳ ଭିତ୍ତିଭୂମି ବିକାଶ ପାଇଁ ନୁହେଁ , ବରଂ ପୂର୍ବରୁ ରହିଥିବା ଭିତ୍ତିଭୂମି ପାଇଁ ମଧ୍ୟ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଥିବାବେଳେ ଯୋଜନା କାର୍ଯ୍ୟକାରୀ କରିବାରେ ସବୁଠାରୁ ଦକ୍ଷ ମାର୍ଗ ଉପରେ ଆଲୋଚନା କରା ଯାଇଛି। ଶେଷ – ମାଇଲ ପର୍ଯ୍ୟନ୍ତ ସଂଯୋଗ ଏବଂ ଏହାକୁ ବିଶ୍ୱ ସ୍ତରୀୟ କରି ଉତ୍ପାଦ କିମ୍ବା ସେବାରେ ଉନ୍ନତି ଆଣିବାର ଉପାୟ ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଏହି ଯାତ୍ରାରେ ଯୁବକ ମାନଙ୍କ ଦ୍ୱାରା କରା ଯାଇଥିବା ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଭାରତର ପ୍ରତ୍ୟେକ କ୍ଷେତ୍ର ଯୁବ ମାନଙ୍କର ଶକ୍ତି ଦ୍ୱାରା ପ୍ରେରିତ ହେଉଛି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ , “ବିକାଶର ଲକ୍ଷ୍ୟ ଗୁଡିକୁ କେବଳ ପୁଞ୍ଜି ନିବେଶ ଏବଂ ମାନବ ପୁଞ୍ଜି ଉପରେ ଧ୍ୟାନ କେନ୍ଦ୍ରିତ କରି ହାସଲ କରା ଯାଇପାରିବ। ଏହି ଚିନ୍ତାଧାରାକୁ ଆଗକୁ ବୃଦ୍ଧି କରି ଆମେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରୁଛୁ। ଆମର ଲକ୍ଷ୍ୟ ହେଉଛି ଉତ୍ପାଦନ ବୃଦ୍ଧି କରିବା ସହିତ ମାନବ ପୁଞ୍ଜିରେ ମଧ୍ୟ ଉନ୍ନତି ଆଣିବା।” ସ୍ୱାସ୍ଥ୍ୟ ସୁନିଶ୍ଚିତ ଯୋଜନା ଗୁଡିକ ସହିତ ଉତ୍ପାଦନ ପ୍ରୋତ୍ସାହନ ; ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ସହିତ ବ୍ୟବସାୟ କରିବାର ସହଜତା; ରାଜପଥ ନେଟୱାର୍କ ସହିତ ଶୌଚାଳୟ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା; ଭବିଷ୍ୟତର ଭିତ୍ତିଭୂମି ସରଂଚନା ଏବଂ ସ୍ମାର୍ଟ ବିଦ୍ୟାଳୟ ଭଳି ଏକକାଳୀନ କରା ଯାଉଥିବା କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଦେଶର ପରିବେଶ ଅନୁକୂଳ ଅଭିବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ,  “ସବୁଜ ଅଭିବୃଦ୍ଧି ଏବଂ ନିରନ୍ତର ଶକ୍ତି ଦିଗରେ ଆମର ପଦକ୍ଷେପ ଅଧିକରୁ ଅଧିକ ନିବେଶକ ମାନଙ୍କୁ ଆକର୍ଷିତ କରିଛି । ଯେଉଁମାନେ ପୃଥିବୀକୁ ମୂଲ୍ୟ ଫେରାଇବାକୁ ଚାହୁଁଛନ୍ତି ଏବଂ ଏହି ପୃଥିବୀ ପ୍ରତି ସେମାନଙ୍କର ଦାୟିତ୍ୱ ପୂରଣ କରିବାକୁ ଚାହୁଁଛନ୍ତି, ସେମାନେ ଅନେକ ଆଶା ସହିତ ଭାରତ ଆଡକୁ ଦେଖୁଛନ୍ତି।”

କର୍ଣ୍ଣାଟକରେ ଡବଲ ଇଞ୍ଜିନ ବିଶିଷ୍ଟ ସରକାରଙ୍କ ଶକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ରାଜ୍ୟର ଅନେକ କ୍ଷେତ୍ରର ଦ୍ରୁତ ବିକାଶର ଅନ୍ୟତମ କାରଣ। ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କର୍ଣ୍ଣାଟକ ସହଜ ବ୍ୟବସାୟ କ୍ଷେତ୍ରରେ ଶୀର୍ଷ ମାନ୍ୟତା ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ଏବଂ ଏହାକୁ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ଦୃଷ୍ଟିରୁ ଶୀର୍ଷ ରାଜ୍ୟ ତାଲିକାରେ ନିଜକୁ ଅନ୍ତର୍ଭୁକ୍ତ କରିବାର ଶ୍ରେୟ ଦିଆ ଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ,  “ଫର୍ଚୁନ୍ ୫୦୦ କମ୍ପାନୀ ଗୁଡିକ ମଧ୍ୟରୁ ୪୦୦ଟି କମ୍ପାନୀ ଏଠାରେ ଅଛି ଏବଂ ଭାରତର ୧୦୦ ପ୍ଲସ୍ ୟୁନିକର୍ଣ୍ଣ ମଧ୍ୟରୁ ୪୦ରୁ ଅଧିକ କର୍ଣ୍ଣାଟକରେ ରହିଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, କର୍ଣ୍ଣାଟକ ରାଜ୍ୟକୁ ଆଜି ବିଶ୍ୱର ସର୍ବବୃହତ ଟେକ୍ନୋଲୋଜି କ୍ଲଷ୍ଟର ଭାବେ ଗଣା ଯାଉଛି ଯାହା ଶିଳ୍ପ, ସୂଚନା ପ୍ରଯୁକ୍ତି ବିଦ୍ୟା, ଫିନ୍‌ଟେକ୍‌, ବାୟୋଟେକ୍‌, ଷ୍ଟାର୍ଟ – ଅପ୍ ସହିତ ସ୍ଥାୟୀ ଶକ୍ତିର ଘର ଅଟେ। ସେ କହିଛନ୍ତି, “ପ୍ରତ୍ୟେକ କ୍ଷେତ୍ରରେ ବିକାଶର ଏକ ନୂଆ କାହାଣୀ ଲେଖା ଯାଉଛି।” ସେ ଆହୁରି ମଧ୍ୟ କହିଥିଲେ ଯେ କର୍ଣ୍ଣାଟକର ଅନେକ ବିକାଶ ମାନକ କେବଳ ଭାରତର ଅନ୍ୟ ରାଜ୍ୟ ଗୁଡିକୁ ନୁହେଁ , କେତେକ ଦେଶକୁ ମଧ୍ୟ ଆହ୍ୱାନ ଦେଉଛି। ଭାରତର ଉତ୍ପାଦନ କ୍ଷେତ୍ର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଜାତୀୟ ସେମିକଣ୍ଡକ୍ଟର ମିଶନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସୂଚାଇ ଦେଇଥିଲେ ଯେ ଏଠାରେ ଥିବା ପ୍ରଯୁକ୍ତି ସମ୍ବନ୍ଧିତ ପାରିବେଶିକ ବ୍ୟବସ୍ଥା ଚିପ ଡିଜାଇନ ଏବଂ ଉତ୍ପାଦନକୁ ନୂତନ ଶିଖରରେ ପହଂଚାଇବ।

ଜଣେ ନିବେଶକର ଦୃଷ୍ଟିକୋଣ ସହିତ ଭାରତର ଦୂରଦୃଷ୍ଟି ମଧ୍ୟରେ ରହିଥିବା ସମାନତାକୁ ଚିତ୍ରଣ କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ,  ଜଣେ ନିବେଶକ ମଧ୍ୟମ ଏବଂ ଦୀର୍ଘମିଆଦି ଦୂରଦୃଷ୍ଟି ସହିତ ଆଗକୁ ବଢ଼ିଥାଏ, ଭାରତ ନିକଟରେ ମଧ୍ୟ ଏକ ପ୍ରେରଣାଦାୟକ ଦୀର୍ଘମିଆଦୀ ଦୂରଦୃଷ୍ଟି ରହିଛି। ସେ ନାନୋ ୟୁରିଆ, ହାଇଡ୍ରୋଜେନ ଶକ୍ତି, ସବୁଜ ଆମୋନିଆ, କୋଇଲା ଗ୍ୟାସୀକରଣ ଏବଂ ମହାକାଶ ଉପଗ୍ରହର ଉଦାହରଣ ଦେଇ କହିଥିଲେ ଯେ ଆଜି ଭାରତ ବିଶ୍ୱାସର ବିକାଶ ମନ୍ତ୍ର ସହିତ ଆଗକୁ ବଢ଼ୁୁଛି। ସେ ଏହା କହିଥିଲେ ଯେ, ଏହା ହେଉଛି ଭାରତର ଅମୃତ କାଳ ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶର ଲୋକମାନେ ଏକ ନୂତନ ଭାରତ ଗଠନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନକୁ ଶେଷ କରି କହିଥିଲେ ଯେ,  ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ସ୍ଥିର କରିଛି ଏବଂ ଏଥି ପାଇଁ ନିବେଶ ଏବଂ ଭାରତର ପ୍ରେରଣା ଏକତ୍ର ହେବା ଉଚିତ୍‌, କାରଣ ଏହା ଫଳରେ ସମାବେଶୀ, ଗଣତାନ୍ତ୍ରିକ ତଥା ଶକ୍ତିଶାଳୀ ଭାରତର ବିକାଶ ସାରା ବିଶ୍ୱରେ ତ୍ୱରାନ୍ୱିତ ହେବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ,  “ଭାରତରେ ନିବେଶର ଅର୍ଥ ହେଉଛି ଅନ୍ତର୍ଭୁକ୍ତିରେ ନିବେଶ କରିବା, ଗଣତନ୍ତ୍ରରେ ନିବେଶ କରିବା, ବିଶ୍ୱ ପାଇଁ ନିବେଶ କରିବା ଏବଂ ଏକ ଉତ୍ତମ, ସ୍ୱଚ୍ଛ ଏବଂ ଏକ ସୁରକ୍ଷିତ ଗ୍ରହ ପାଇଁ ନିବେଶ କରିବା”।

 ପୃଷ୍ଠଭୂମି

ସମ୍ଭାବ୍ୟ ନିବେଶକ ମାନଙ୍କୁ ଆକୃଷ୍ଟ କରିବା ଏବଂ ପରବର୍ତ୍ତୀ ଦଶନ୍ଧି ପାଇଁ ଏକ ବିକାଶ ଯୋଜନା ସ୍ଥିର କରିବା ଏହି ବୈଠକର ଉଦ୍ଦେଶ୍ୟ ରହିଛି। ବେଙ୍ଗାଲୁରୁରେ ୨ ରୁ ୪ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ୮୦ ରୁ ଅଧିକ ବକ୍ତା ଅଧିବେଶନ ହେବ। ଏହି ବକ୍ତା ମାନଙ୍କ ମଧ୍ୟରେ କୁମାର ମଙ୍ଗଲମ୍ ବିର୍ଲା, ସଜ୍ଜନ ଜିନ୍ଦଲ ଏବଂ ବିକ୍ରମ କିର୍ଲୋସ୍କରଙ୍କ ଭଳି ଅନେକ ବରିଷ୍ଠ ଶିଳ୍ପପତି ମଧ୍ୟ ଅଛନ୍ତି। ଏହା ସହିତ, ତିନି ଶହରୁ ଅଧିକ ପ୍ରଦର୍ଶକ ଏବଂ ଦେଶ ଅଧିବେଶନ ସହିତ ଅନେକ ବ୍ୟବସାୟିକ ପ୍ରଦର୍ଶନୀ ଗୁଡିକ ସମାନ୍ତରାଳ ଭାବରେ ଏଠାରେ ଚାଲିବ। ଦେଶ ଅଧିବେଶନ ଗୁଡିକ ପ୍ରତ୍ୟେକ ଅଂଶୀଦାର ଦେଶ  ଯଥା –  ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ଦକ୍ଷିଣ କୋରିଆ, ଜାପାନ ଏବଂ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ହେବ – ଯେଉଁଠାରେ ସେମାନଙ୍କ ଦେଶର ଉଚ୍ଚ ମନ୍ତ୍ରୀସ୍ତରୀୟ ଅଧିକାରୀ ଏବଂ ଶିଳ୍ପ ପ୍ରତିନିଧି ମାନେ ଯୋଗ ଦେବେ। ବିଶ୍ୱ ସ୍ତରର ଏହି କାର୍ଯ୍ୟକ୍ରମ କର୍ଣ୍ଣାଟକକୁ ଏହାର ସଂସ୍କୃତିକୁ ସାରା ବିଶ୍ୱକୁ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବ।