Categories
ଆଞ୍ଚଳିକ

ଭିଡିଓ କନଫେରେନସ୍ ମାଧ୍ୟମରେ ଟାଙ୍ଗୀ ବ୍ଲକରେ କଂକ୍ରିଟ୍ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନା କଲେ ସାଂସଦ ଅପରାଜିତା ଷଡଙ୍ଗୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଳରାମପୁର ସାହିକୁ କଂକ୍ରିଟ୍ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନା କରାଯାଇଛି। ଭିଡିଓ କନଫେରେନସ୍ ମାଧ୍ୟମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପସ୍ଥିତିରେ ଏହି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନା କରାଯାଇଛି। ଭୁବନେଶ୍ୱର ସାଂସଦଙ୍କ ହାତ ପାଣ୍ଠିରୁ ମଂଜୁର ହୋଇଥିବା ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶ୍ରୀ ଶ୍ରୀ ବଳରାମ ଦେବଙ୍କ ମନ୍ଦିର ନିକଟରୁ ବଳରାମ ପୁର ସାହିକୁ ଏହି କଂକ୍ରିଟ୍ ରାସ୍ତା ନିର୍ମାଣ କରାଯିବ। ଆସନ୍ତା ସେପ୍ଟେମ୍ବର ମାସ ୫ ତାରିଖରେ ଏହି ରାସ୍ତାର ଶୁଭ ଉଦଘାଟନ ହେବାକୁ ସ୍ଥିର କରାଯାଇଛି। ଦୀର୍ଘ ବର୍ଷ ହେଲା ଏହି ରାସ୍ତା ନିର୍ମାଣ କରାଯିବା ପାଇଁ ସ୍ଥାନୀୟ ଲୋକ ମାନେ ଦାବି କରି ଆସୁଥିଲେ। ମାତ୍ର କୌଣସି ରାଜନେତା କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି କେହି ଦୃଷ୍ଟି ଦେଉ ନଥିବା ସାହି ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ରଘୁନାଥ ସାହୁ, ସାଂସଦ ପ୍ରତିନିଧୀ ପ୍ରଦୋଶ ହରି ଚନ୍ଦନ, ସମିତି ସଭ୍ୟ ବିବି ସାହୁ, ବିଜେପି ଯୁବ ନେତା ଗୀରିଶ ବେହେରା, ପ୍ରଭାସ ପ୍ରଧାନ, କୃଷ୍ଣ ଚନ୍ଦ୍ର ସାହୁଙ୍କ ସମେତ ଅନେକ ନେତୃସ୍ଥାନୀୟ ବ୍ୟକ୍ତିମାନେ କୋଭିଡ୍ କଟକଣାକୁ ପାଳନ କରି ଯୋଗ ଦେଇଥିଲେ। ସେହିଭଳି ଟାଙ୍ଗୀ ରତ୍ନମାଳୀ ପାଟଣାର ସରୋଜ କୁମାର ପାଇକରାୟଙ୍କ ବାସ ଗ୍ରୁହ ନିକଟରୁ ସାଂସଦଙ୍କ ହାତ ପାଣ୍ଠିରୁ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି।