Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ମୋବାଇଲ ଦେଖାଇବା ଆଳରେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଭିନ୍ନ କ୍ଷମ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୀର୍ଘ ୫ ଦିନ ହେଲା ଫେରାର ଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ମୋବାଇଲ ପ୍ରଲୋଭନ ଦେଖାଇ ନାବାଳିକାକୁ ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ଅଭିଯୋଗ ମୁତାବକ ଗତ ୫ ଦିନ ତଳେ ଟାଙ୍ଗୀରେ ଜଣେ ଭିନ୍ନ କ୍ଷମ ନାବାଳିକାକୁ ଜୟଦେବ ନାମକ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିବାର ଥାନାରେ ଏତଲା କରାଯାଇଥିଲା। ଅଭିଯୁକ୍ତଜଣଙ୍କ ମୋବାଇଲ ଦେଖାଇବା ଆଳରେ ନାବାଳିକାକୁ ଦୁଷ୍କର୍ମ କରିଥିଲା। ତେବେ ସେହିଦିନ ଠାରୁ ଟାଙ୍ଗୀ ପୋଲିସ ଅଭିଯୁକ୍ତ ଜୟଦେବକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲା। କିନ୍ତୁ ଆଜି ଏହି ଘଟଣାର ଅଭିଯୁକ୍ତ ଯୁବକକୁ ପୋଲିସ ଧରିବାରେ ସଫଳ ହୋଇଥିଲା। ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ଟାଙ୍ଗୀ ବସ୍ ଷ୍ଟାଣ୍ଡ ନିକଟରୁ ଜୟଦେବକୁ ଗିରଫ କରିଥିଲେ। ବର୍ତ୍ତମାନ ଏହି ଘଟଣାକୁ ନେଇ ଟାଙ୍ଗୀ ପୋଲିସ ଅଧିକ ତଦନ୍ତ ଆରମ୍ଭ କରୁଥିବା ସୂଚନା ରହିଛି।