Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପ୍ରେମକାହାଣୀର ଦୁଃଖଦ ଅନ୍ତ: ଭିଡ଼ିଓ କଲ୍ କରି ଆତ୍ମହତ୍ୟା କଲା ପ୍ରେମିକା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୌଣସି ଏକ ଚଳଚ୍ଚିତ୍ରର ଦୁଃଖଦ ଅନ୍ତ ଭଳି ଏକ ଘଟଣା ବ୍ରହ୍ମପୁର ଅଂଚଳର ଦେଖିବାକୁ ମିଳିଛି। ଜନୈକ ପ୍ରେମିକା ନିଜ ପ୍ରେମିକକୁ ଭିଡ଼ିଓ କଲ୍ କରି ଆତ୍ମହତ୍ୟା କରିଥିବା ଭଳି ଏକ ଦୁଃଖଦାୟକ ଘଟଣାକୁ ଦେଖିଲେ ଏହା କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ ବୋଲି ଚର୍ଚ୍ଚା ହେଉଛି। ଘଟଣାଟି ଘଟିଛି ବୈଦ୍ୟନାଥପୁର ଅନନ୍ତ ନଗରଠାରେ ଥିବା ହଷ୍ଟ୍ରେଲ୍ ରୁମ୍‌ରେ। ପ୍ରେମିକା ସାଇସୁରି ପ୍ରେମିକ ସୁମନଙ୍କୁ ନିଜ ଜୀବନସାଥୀ ଭାବେ ନ ପାଇପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଅଂଚଳର ସାଇସୁରି ସରାଭ ନାମ୍ନି ଜଣେ ଯୁବତଙ୍କ ସହ ବ୍ରହ୍ମପୁର ଖାରବେଳନଗରରେ ରହୁଥିବା ସୁମନ ସାହୁଙ୍କ ସହ ପ୍ରେମସଂପର୍କ ଗଢ଼ି ଉଠିଥିଲା। ଉଭୟେ କଲେଜ ଅମଳର ବନ୍ଧୁତା ଥିବାରୁ ପ୍ରେମ ଅତି ନିବିଡ଼ ହୋଇଥିଲା। ସୁମନ କିଛି ଗୋଟେ ରୋଜଗାର କରିବା ପରେ ସାଇସୁରିକୁ ବିବାହ କରିବ ବୋଲି କଥା ଦେଇ ମିଳାମିଶା କରୁଥିଲା। ଇତିମଧ୍ୟରେ ଏହି ଖବର ସୁମନଙ୍କ ପରିବାର ଲୋକ ଜାଣିବା ପରେ ସାଇସୁରିଙ୍କୁ ନ ମିଶିବାକୁ ତାଗଦ୍ କରିବା ସହ ପୁଅକୁ ମଧ୍ୟ ବୁଝାଇଥିଲେ।

ଏଭଳି ଘଟଣା ଯୋଗୁଁ କିଛି ଦିନ ତଳେ ଉଭୟ ପ୍ରେମିକ-ପ୍ରେମିକା ମଧ୍ୟ ଝଗଡ଼ା ମଧ୍ୟ ହୋଇ କଥାକଟା କଟି ହୋଇଥିଲା। ଉଭୟେ କିଛି ମାସ ହେଲା କଥାବାର୍ତ୍ତା କରୁନଥିଲେ। କିନ୍ତୁ କିଛିଦିନ ତଳେ ଉଭୟେ କଥାବାର୍ତ୍ତା କରିବା ସହ ପୁଣି ପୁରୁଣା ପ୍ରେମକୁ ଆଗକୁ ବଢ଼ାଇଥିଲେ।

ତେବେ ସୁମନର ମା’ ଏହି ବିଷୟ ନେଇ ସାଇସୁରିକୁ ବହୁବାର ବୁଝାଇବା ସହ ସୁମନଠାରୁ ଭଲ ପୁଅ ତତେ ମିଳିବ କହି ଅନ୍ୟ କେଉଁଠି ବାହା ହେବାକୁ ମଧ୍ୟ କହୁଥିଲେ। ମଝିରେ ମଝିରେ ସେମାନେ ଘରୁ ଚାଲିଯିବାକୁ ମଧ୍ୟ ଚେଷ୍ଟା କରୁଥିଲେ ମଧ୍ୟ ସୁମନର କୌଣସି ରୋଜଗାର ନଥିବାରୁ ସୁମନ ଆଗକୁ ବଢ଼ି ପାରୁନଥିଲା। ସୋମବାର ଦିନ ପୁଣି ସାଇସୁରି ସୁମନଙ୍କ ମା’ଙ୍କୁ ଫୋନ୍ କରି ବାହାହେବା ପାଇଁ ଜିଦ୍ କରିବାରୁ ତାଙ୍କଠାରୁ ସଂପର୍କ ନ ରଖିବା ପାଇଁ ତାଗିଦ୍ କରିଥିଲେ। ଏହାପରେ ସାଇସୁରି ସିଧା ସୁମନକୁ ଭିଡ଼ିଓ କଲିଂ କରି ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି କହି ବେକରେ ରଶି ଲଗାଇ ଲଟକି ଯାଓଥିଲେ। ସୁମନ ନେହେରା ହୋଇଥିଲେ ମଧ୍ୟ ସାଇସୁରି ଆତ୍ମହତ୍ୟା କରିଥିବା ସୁମନ କହିଛନ୍ତି।

ତେବେ ସଂଗେ ସଂଗେ ସୁମନ ନିକଟରେ ରହୁଥିବା ଅନ୍ୟ ଛାତ୍ରୀଙ୍କୁ ଜଣାଇବା ପରେ ଝିଅମାନେ ସାଇସୁରିର ହଷ୍ଟ୍ରେଲ୍‌ରେ ପହଞ୍ଚିଥିଲେ ମଧ୍ୟ ଭିତରପଟୁ କବାଟ ଦିଆଯାଇଥିବାରୁ ଆଉ ଖୋଲିପାରିନଥିଲେ। ପରେ ସୁମନ ସେଠାରେ ପହଞ୍ଚି କବାଟ ଭାଙ୍ଗିବା ସହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌କୁ ନେଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହେବା ପରେ ମେଡ଼ିକାଲ୍ ଫାଣ୍ଡି ପ୍ରେମିକ ସୁମନ ସାହୁଙ୍କୁ ଅଟକ ରଖି ପଚରାଉଚରା କରୁଛି।