Categories
ଆଜିର ଖବର ରାଜ୍ୟ ଖବର

5T ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ପୁରୀ ଗସ୍ତ, ଉନ୍ନୟନ କାର୍ଯ୍ୟ ତଦାରଖ

ପୁରୀ: ଆଜି ସକାଳୁ ପୁରୀ ଗସ୍ତ କରିଥିଲେ 5T ସଚିବ ଭି. କେ ପାଣ୍ଡିଆନ । ସେ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ଚତୁଃର୍ପାଶ୍ୱର ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

ଶ୍ରୀନଅର ସମ୍ମୁଖରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରାତନ କୋଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ସପ୍ତାହରେ ଉଚ୍ଛେଦ କରାଯାଇଛି । ଶ୍ରୀମନ୍ଦିରର ୭୫ ମିଟର ଐତିହ୍ୟ କରିଡର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଜମି ସରକାର ଅଧିଗ୍ରହଣ କରି ସାରିଛନ୍ତି । ସେ ସେବାୟତ ତଥା ଅଧିକାରୀଙ୍କ ସହିତ ଆଲୋଚନା କରି ଫେରିଆସିଛନ୍ତି। ତେବେ ଖବର ଅନୁସାରେ ପାଣ୍ଡିୟାନ ପ୍ରତି ଶନିବାର ଦିନ ଶ୍ରୀଜୀୟୁଙ୍କ ଦର୍ଶନ କରିବାକୁ ଯାଆନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଗସ୍ତରେ ମୂଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ କାର୍ଯ୍ୟକ୍ରମର କଲେ ସମୀକ୍ଷା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୂଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ ଓ ସ୍ୱତନ୍ତ ସଚିବ ଭିନିଲ କ୍ରିଷ୍ଣା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ପ୍ରମୂଖ କଳାହାଣ୍ଡି ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି।

ଶନିବାର ସକାଳ ୧୦ଟା ସମୟରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଉତ୍କେଲା ବିମାନ ବନ୍ଦରରେ ଓହ୍ଲାଇ ସେଠାରେ ବିମାନ ବନ୍ଦରର ସ୍ଥିତି, ଉନ୍ନତି, ଜମି ଅଧିଗ୍ରହଣ, ଆଦି ବିଭିନ୍ନ ଦିଗ ଉପରେ ବ୍ୟାପକ ସମୀକ୍ଷା କରିଥିଲେ।

ଏହାପରେ ମୂଖ୍ୟ ଶାସନ ସଚିବ ତଥା ଅନ୍ୟ ପଦାଧିକାରୀମାନେ ଭବାନୀପାଟଣା ନିକଟସ୍ଥ ଭଙ୍ଗାବାରି ଠାରେ ନିର୍ମାଣାଧିନ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ର ନିର୍ମାଣ, ଅଗ୍ରଗତି, ଅଧ୍ୟାପନା ବ୍ଲକ, ଅଡିଟୋରିୟମ, ପୁରୁଷ ଓ ମହିଳା ହଷ୍ଟେଲ ଇତ୍ୟାଦି କାର୍ୟ୍ୟର ସମୀକ୍ଷା କରିଥିଲେ।

ସେହିପରି ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜର ପୂର୍ଣ୍ଣାଙ୍ଗ ରୂପରେଖ ଓ ବଜେଟ ପ୍ରସ୍ତୃତ କରିବାକୁ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ମାଁ ଇନ୍ଦ୍ରାବତୀ ଟେମ୍ପଲ କମ୍ଲେକ୍ସ, ଭବାନୀପାଟଣା ନୂତନ ବସଷ୍ଟାଣ୍ଡ, ସାନ୍ଦୁଲ ପ୍ରକଳ୍ପ, ମେଗାଲିପ୍ଟ, କେସିଙ୍ଗା-ବଲାଙ୍ଗୀର ୨୨୦ କେଭି ଇଲେକ୍ଟ୍ରୀ ଲାଇନ, ବିଜୁ ଏକ୍ସପ୍ରେସ ୱେ, ଟାଉନ ହଲ, ଧର୍ମଗଡ ଆଟିଆଇ ଇତ୍ୟାଦି ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ। ନିର୍ମାଣାଧିନ ପ୍ରକଳ୍ପ ଗୁଡିକ ଶୀଘ୍ର ସମାପ୍ତ କରିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ନର୍ଲା ରୋଡ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବ୍ୟବସ୍ଥା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥରଲେ।

ରାଜ୍ୟ ସରକାରଙ୍କ ୫ଟି ଅଧିନରେ କଳାହାଣ୍ଡି ଜିଲ୍ଲାର ୨୬ ଟି ହାଇସ୍କୁଲକୁ ନିଆଯାଇଥିବା ବେଳେ ସେସବୁର ସମୀକ୍ଷା କରିବା ସହିତ ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ ଓ ଟାଉନ ହାଇସ୍କୁଲକୁ ପରିଦର୍ଶନରେ ଯାଇ ରୁପାନ୍ତରିତ ହୋଇଥିବା ସ୍ମାର୍ଟ କ୍ଲାସରୁମ, ବିଜ୍ଞାନ ପରୀକ୍ଷାଗାର ଇତ୍ୟାଦି ନିର୍ମାଣ ଉପରେ ସନ୍ତୋଷ ପ୍ରକାଶ କରିବା ସହ ଅନ୍ୟାନ୍ୟ କାର୍ୟ୍ୟ ସବୁ ଶିଘ୍ର ସାରିଦେବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଏହିସବୁ ଗସ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି, ଏସପି ଶ୍ରବଣ ବିବେକ, ପିଡି ଡିଆରଡିଏ ସୋମେଶ ଉପାଧ୍ୟାୟ, ଭବାନୀପାଟଣା ଉପଜିଲ୍ଲାପାଳ ତଥା ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ।