Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ମହିଳା କଂଗ୍ରେସ ପକ୍ଷରୁ ମାଗଣା ଦନ୍ତଚିକିତ୍ସା ଶିବିର ଓ କମ୍ବଳ ବଂଟନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୬୬ ନଂ ୱାର୍ଡରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବୈଜୟନ୍ତୀ ରାଣୀ ତ୍ରିପାଠୀଙ୍କ ଦ୍ୱାରା ଏକ ମାଗଣା ଦନ୍ତ ଚିକିତ୍ସା ଶିବିର ଏବଂ କମ୍ବଳ ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏଠାରେ ୬୬ ନଂ ୱାର୍ଡ଼ ଏବଂ ଆଖପାଖ ଅଂଚଳରର ଗରିବ ଲୋକେ ଦନ୍ତ ଚିକିତ୍ସା କରାଇଥିଲେ । ଭିନ୍ନକ୍ଷମ ଏବଂ ଗରିବ ଲୋକମାନେ ମଧ୍ୟ ଏଠାରୁ କମ୍ବଳ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ତ୍ରିପାଠୀ କହିଥିଲେ ଯେ ବେକାର ଯୁବକ ଯୁବତୀ ମାନଙ୍କୁ ଧନ୍ଦାମୂଳକ ଶିକ୍ଷାର ତାଲିମ ଦିଆଯାଇ କିପରି ସ୍ୱାବଲମ୍ବି କରାଯିବ ସେଥିପାଇଁ ଉଦ୍ୟମ ଜାରି ରହିଛି ।

ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଥିଲେ ଯେ କଂଗ୍ରେସ ସର୍ବଦା ସାଧାରଣ ଲୋକଙ୍କ ସହିତ ଅଛି । ଲୋକଙ୍କର ନ୍ୟାର୍ଯ୍ୟଦାବୀ ପାଇଁ ଲଢ଼େଇ କରୁଛି ଏବଂ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୋଧରେ ଧାରାବାହିକ ସଂଗ୍ରାମ କରୁଛି ।

ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହଯୋଗରେ ସେ ରଘୁନାଥ ନଗର ସ୍ଥାପନ କରିବାକୁ ସକ୍ଷମ ହୋଇପାରିଥିଲେ । ଏଠାରେ କଂଗ୍ରେସ ସରକାର ଏଠାରେ ସସ୍ତଙ୍କୁ ସ୍ଥ୍ରାୀ ଯାଗାଦେଇଛି । ମାତ୍ର ନବୀନ ସରକାର ଯେଉଁ ଜାଗାମିଶନ କଥା କହୁଛନ୍ତି ତାହା ଠିକ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନି । ଏଠାରେ ସରକାରୀ ଯୋଜନାର ରୂପାୟନରେ ପାତର ଅନ୍ତର କଲେ ଭୟଙ୍କର ଭାବେ ବିରୋଧ କରାଯିବ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ରଘୁନାଥ ନଗରର ସାଧାରଣ ଜନତାଙ୍କ ପାଇଁ ଆମେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛୁ । ଲୋକଙ୍କ ହୃଦୟରେ ଅଛୁ । ସରକାରୀ ଅପାରଗତା, ଉଦାସୀନତା ଓ ପକ୍ଷପାତିତା ବିରୋଧରେ ଲଢ଼େଇ କରାଯିବ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେଅସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମହମ୍ମଦ ଗୁଲଫାମ, ସେକ ଅପତାବ ଅଲ୍ଲୀ, ପ୍ରଭାତ ବାରିକ, ନିଆଜୁଲ ଇସଲାମ, ସମିଉଲ ହକ, ମିହିର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।