Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଏମସ ରେ ଖାଲିଥିବା ୧୧୨ ଟି ପଦବୀ ପାଇଁ ବାହାରିଲା ନିଯୁକ୍ତି ବିଜ୍ଞପ୍ତି

ଭୁବନେଶ୍ବର, ଓଡିଶାର ପ୍ରତିଷ୍ଠିତ ହସପିଟାଲ ଭୁବନେଶ୍ବର ଏମସ ର ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ସୂଚନା ପ୍ରକାଶିତ ହୋଇଛି। ଏହି ଅନୁସାରେ ବିଭିନ୍ନ ବିଭାଗରେ ଖାଲିଥିବା ୧୧୨ଟି ପଦବୀ ପାଇଁ ଏହି ନିଯୁକ୍ତି କରାଯିବ। ଏଥିରେ ପ୍ରଫେସର, ଆସିଷ୍ଟାଣ୍ଡ ପ୍ରଫେସର, ଆସୋସିଏଟ ପ୍ରଫେସର ପ୍ରଭୃତି ରହିଛି। ସେହି ବିଜ୍ଞପ୍ତି ହେଲା..

ଅଧିକ ଖବର ପଢିବା ପାଇଁ ଓଡିଆରେ ଲଗ ଅନ କରନ୍ତୁ-  ସମୀକ୍ଷା.ଭାରତ

ତେବେ ଏହି ବିଜ୍ଞପ୍ତି ଅନୁସାରେ ଏହି ସବୁ ପଦବୀ ପାଇଁ ସିଧା ନିଯୁକ୍ତି କରାଯିବ। ସେଥିପାଇଁ ଏମସ ତରଫରୁ ଏକ ସ୍ବତନ୍ତ୍ର କମିଟ ଗଠନ କରାଯାଇଛି। ପ୍ରାରମ୍ଭିକ ଅନୁଧ୍ୟାନ ପରେ ପ୍ରାର୍ଥି ବା ପ୍ରାର୍ଥିନୀଙ୍କୁ ସାକ୍ଷାତକାର ପରୀକ୍ଷା ପାଇଁ ଡକାଯିବ। ଏହାପରେ ଯୋଗ୍ୟ ବିବେଚିତ ହେଲେ ତାଙ୍କୁ ଭୁବନେଶ୍ବର ଏମସ ରେ ନିଯୁକ୍ତି ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସ୍ବାସ୍ଥ୍ୟ କ୍ଷେତ୍ରରେ ମିଳିଲା ନୂଆ ସୁବିଧା, ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଏକମୋ ଚିକିତ୍ସା

ଭୁବନେଶ୍ବର: ଆଜିଠାରୁ ଓଡିଶାରେ ଆରମ୍ଭ ହେବ ବିରଳ ଏକମୋ ଚିକିତ୍ସା। ଭୁବନେଶ୍ବରର ଏମସ ହସପିଟାଲରେ ଏହା ଆରମ୍ଭ ହେବ। ଆଜି ଏମସର ପ୍ରତିଷ୍ଠା ଦିବସରେ ଏହି ଭିନ୍ନ ଚିକିତ୍ସା କରାଯିବ ବୋଲି ଏମସ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। 15 ଦିନ ତଳେ ଏମସକୁ ଆସିଥିବା ଏହି ଏକମୋ ମେସିନ ବର୍ତ୍ତମାନ ଚିକିତ୍ସା ପାଇଁ ନିୟୋଜିତ କରାଯିବ।

ରାଜ୍ୟରେ ଏହି ଚିକିତ୍ସା ସୁବିଧା ନ ଥିବାରୁ ରୋଗୀମାନେ ବାହାର ରାଜ୍ୟକୁ ଯିବାକୁ ପଡୁଥିଲା। ଫଳରେ ଏହି ଚିକିତ୍ସା ବ୍ୟୟ ବହୁଳ ହୋଇପଡୁଥିଲା। ବର୍ତ୍ତମାନ କରୋନା ପରିସ୍ଥିତିରେ ଏହି ଚିକିତ୍ସାର ଗୁରୁତ୍ବ ବଢିଯାଇଛି। ଖୁବ ଶିଘ୍ର ରାଜ୍ୟ ସରକାର ଆଉ 15ଟି ଏକମୋ ମେସିନ ଆଣିବେ ବୋଲି ଘୋଷଣା କରିଛନ୍ତି।

Categories
ଆଜିର ଖବର ବ୍ୟବସାୟ ସ୍ବାସ୍ଥ୍ୟ

ଭୁବନେଶ୍ବର ଏମସ୍ ରେ 108 ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ, ତିରିଶ ଦିନ ମଧ୍ୟରେ ଆବେଦନ କରନ୍ତୁ

ଭୁବନେଶ୍ବର, ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ବା ଏମସ୍ ରେ 108 ଟି ପଦବୀରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏନେଇ ଆଜି ଏମସ ତରଫରୁ ଏକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରାଯାଇଛି। ଏହି ବିଜ୍ଞାପନ ବାହାରିବା 30 ଦିନ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ କୁହାଯାଇଛି। ଏହାପରେ ଦରଖାସ୍ତ ଗ୍ରହଣ କରାଯିବ ନାହିଁ।

ଏଥିରେ ପ୍ରଫେସର, ଆଡିସିନାଲ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିସାଣ୍ଟ ପ୍ରଫେସର, ହସପିଟାଲ ପ୍ରଶାସନ ପରି 49ଟି ପଦବୀ ରହିଛି।ଏହି ପଦବୀ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ନିଯୁକ୍ତି ଦିଆଯିବ।

 ବିସ୍ତୁତ ତଥ୍ୟ ଜାଣିବା ପାଇଁ ଏହାକୁ କ୍ଲିକ କରିନ୍ତୁ