Categories
ଆଜିର ଖବର ରାଜ୍ୟ ଖବର

ପୁଣି ଥରେ ଭୁବନେଶ୍ବର କ୍ଲବର ସଭାପତି ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ବର: ପୁଣିଥରେ ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ। ଗତକାଲି ହୋଇଥିବା ନିର୍ବାଚନରେ ସେ ମୋଟ ୧୧୩୬ ଖଣ୍ଡ ଭୋଟ ମଧ୍ୟରୁ ୯୨୧ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ଏହି ନିର୍ବାଚନରେ ତାଙ୍କ ସହିତ ପ୍ରତିଦ୍ବନ୍ଦିତା କରୁଥିଲେ ତାପେଶ ରାୟ। ସେ ମାତ୍ର ୨୦୭ ଖଣ୍ଡ ଭୋଟ ହାସଲ କରିଛନ୍ତି।

ଅସିତ ତ୍ରିପାଠୀ ଲଗାତର ୩ୟ ଥର ପାଇଁ କ୍ଲବ ସଭାପତି ହୋଇପାରିଛନ୍ତି। ସେ ୨୦୨୨ରେ ସତ୍ୟ ପ୍ରକାଶ ନନ୍ଦ ଏବଂ ୨୦୨୧ ରେ ପୂର୍ବତମ ମୁଖ୍ୟଶାସନ ସଚିବ ବିଜୟ ତ୍ରିପାଠୀଙ୍କୁ ହରାଇ ନିର୍ବାଚିତ ହୋଇଥିଲେ। ଅସିତ ତ୍ରିପାଠୀ ୨୦୨୦ ଡିସେମ୍ବରରେ ଅବସର ନେବା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅଛନ୍ତି। ଏଥିସହିତ ସେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର କ୍ଲବରେ ପାଳିତ ହେଲା ପ୍ରଶାସକ ଓ ପଦାଧିକାରୀମାନଙ୍କ ନୂଆଖାଇ ଭେଟ୍‌ଘାଟ୍‌

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ନୂଆଖାଇ ଗଣପର୍ବରେ ପରିଣତ ହୋଇଛି। ଏକତା, ଭ୍ରାତୃତ୍ୱ ଓ ସଂପ୍ରୀତିର ଏହି ପର୍ବ ଅଧିକ ଆଦୃତ ହୋଇଛି ଏବଂ ଏହି ପର୍ବର ସନ୍ଦେଶ ଏବେ ବିଶ୍ୱ ପ୍ରସାରିତ ହୋଇଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ
କରିଛନ୍ତି।

ଗତକାଲି ସନ୍ଧ୍ୟାରେ ରାଜଧାନୀରେ କାର୍ଯ୍ୟରତ ପ୍ରଶାସକ ତଥା ପଦାଧିକାରୀମାନଙ୍କ ପକ୍ଷରୁ ଭୁବନେଶ୍ୱର କ୍ଲବ୍‌ରେ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ ଗଣପର୍ବ ନୂଆଖାଇ ଓଡ଼ିଶାର ସାଂସ୍କୃତିକ ସ୍ୱାଭିମାନର ବାର୍ତ୍ତାବହ ବୋଲି ଉଲ୍ଲେଖ କରିଛନ୍ତି।

ଭେଟ୍‌ଘାଟ୍‌ରେ ପୌରୋହିତ୍ୟ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତି୍ରପାଠୀ କହିଥିଲେ ଯେ ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ପର୍ବ ଭାବରେ ଅର୍ଜନ କରିଥିବା ଆଦୃତି ଓ ତା’ର ଆଭିମୁଖ୍ୟ ବଳରେ ଓଡ଼ିଶା ବାହାରେ ଏବଂ ବିଦେଶରେ ଥିବା ଓଡ଼ିଆମାନଙ୍କୁ ପରସ୍ପରର ନିକଟବର୍ତ୍ତୀ କରାଇପାରିଛି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢ଼ୋଲକିଆ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, କୃଷି ଓ କୃଷକ ସଶକ୍ତିକରଣ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପ୍ରମୁଖ ନୂଆଖାଇ ପର୍ବର ସ୍ୱାତନ୍ତ୍ର୍ୟ, ନବାନ୍ନ ଅର୍ପଣ ବିଧି, ସନ୍ଦେଶ ଓ ପାଳନର ବ୍ୟାପକତା ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।

ଶ୍ରୀ ଅରବିନ୍ଦ ଅଗ୍ରୱାଲ୍‌ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରୀ ବିମଳେନ୍ଦୁ ରାୟ ଓ ଶ୍ରୀ ମନୀଷ ଅଗ୍ରୱାଲ ସହଯୋଗ କରିଥିଲେ। ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ଶ୍ରୀ ଅନୁପମ ସାହା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସ୍ପିରିଟ୍‌ଜା ଏକାଡେମୀ ଅଫ୍‌ ପରଫର୍ମିଂ ଆର୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରଶାସନିକ ସେବାରେ କାର୍ଯ୍ୟରତ ଓ ଅନ୍ୟାନ୍ୟ ବିଭାଗରେ ଅବସ୍ଥାପିତ ପଶ୍ଚିମ ଓଡ଼ିଶାର ପ୍ରଶାସକ ଓ କର୍ମଚାରୀମାନେ ସପରିବାର ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ଭୁବନେଶ୍ବର: ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ଏହି ନିର୍ବାଚନରେ ପ୍ରାର୍ଥୀ ଭାବେ ଲଢୁଥିଲେ। ହେଲେ ଏଥିରେ ଅସିତ ତ୍ରିପାଠୀ ବିଜୟ ହାସଲ କରିଛନ୍ତି। ସେ ବିଜୟଙ୍କୁ  ୨୭୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ତେବେ ଅସିତଙ୍କୁ ମୋଟ ୭୭୬ ଖଣ୍ଡ ମିଳିଥିବାବେଳେ ବିଜୟଙ୍କୁ ୪୯୮ଖଣ୍ଡ ଭୋଟ ମିଳିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବତନ ଆଇଏଏସ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ ପରେ କ୍ଲବର ସଭାପତି ପଦ ଖାଲି ରହିଥିଲା। ଆଜି ଫଳାଫଳ ପ୍ରକାଶ ହେବା ପରେ ଅସିତ ତ୍ରିପାଠୀଙ୍କୁ ଏହି ମର୍ଯ୍ୟଦାଜନକ କ୍ଲବର ସଭାପତି ଭାବେ ନିର୍ବାଚିତ କରାଯାଇଛି।