Categories
ଆଜିର ଖବର ରାଜ୍ୟ ଖବର

Breaking News: ଆଜି ଭୁବନେଶ୍ବରରେ ସର୍ବାଧିକ ତାପମାତ୍ର, ଜାଣନ୍ତୁ କେତେ ?

ଭୁବନେଶ୍ବର: ଆଜି ରାଜଧାନୀରେ ସର୍ବାଧକ ତାପମାତ୍ରା ପ୍ରବାହିତ ହୋଇଛି। ଯାହା କେବେ ଏହି ସମୟରେ ହୋଇ ନ ଥିଲା। ଏପରିକି ଆଜିର ଓଡିଶା ତାପମାତ୍ର ମଧ୍ୟରେ ଭୁବନେଶ୍ବରର ତାପମାତ୍ର ସର୍ବାଧିକ ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ରାଜଧାନୀର ତାପମାତ୍ରା ୩୮ ଡ଼ିଗ୍ରୀ ରେକର୍ଡ କରାଯାଇଛି।

ଆଜି ଭୁବନେଶ୍ବରରେ ସକାଳ ଏଗାର ବେଳକୁ ତାପମାତ୍ରା ଅଧିକ ଅନୁଭୂତ ହୋଇଥିଲା। ଦିନ ଯେତିକି ବଢିବାରେ ଲାଗିଲା ତାତି ମଧ୍ୟ ସେହି ଅନୁସାରେ ବଢିବାକୁ ଲାଗିଥିଲା। ବହୁଦିନ ପରେ ଆଜି ରାଜଧାନୀବାସୀ ଏସି ଲଗାଇବାକୁ ବାଧ୍ୟ ହୋଇଛନ୍ତି। ତେବେ ପ୍ରଶ୍ନ ଉଠିଛି ଯେ ଯଦି ଫେବୃୟାରୀ ମାସରେ ଏପରି ଖରା ତେବେ ମାର୍ଚ୍ଚ ବେଳକୁ କଣ ସ୍ଥିତି ହେବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ଆରମ୍ଭ ହେଲା କାଳ ବୈଶାଖୀର ପ୍ରଭାବ, ଭୁବନେଶ୍ବରରେ ଝିପିଝିପି ବର୍ଷା

ଭୁବନେଶ୍ବର: ଆଜିଠୁ ଓଡିଶାରେ ସକ୍ରିୟ ହେବ କାଳବୈଶାଖୀ ପ୍ରଭାବ। ଏହି କାଳବୈଶାଖୀ ପ୍ରକ୍ରିୟା ଅଧିକ ସକ୍ରିୟ ହୋଇ ବିଜୁଳି ଘଡଘଡି ପରିଲକ୍ଷିତ ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏଥିସହିତ ଘଣ୍ଟାକୁ  ୪୦ ରୁ ୫୦ କିମି ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ କେତେକ ଜିଲ୍ଲାକୁ ଚେତାବନୀ ମଧ୍ୟ ଦିଆଯାଇଛି। ଆଜି ସକାଳୁ ଭୁବନେଶ୍ବରର ପାଣିପାଗ ମେଘୁଆ ରହିଛି। ଏପରିକି ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି।

ମୁଖ୍ୟତଃ ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାୟୁ କ୍ରମାଗତ ଭାବେ ପ୍ରବେଶ କରୁଛି। ଜଳୀୟବାଷ୍ପ -ପୂର୍ଣ୍ଣ ସାମୁଦ୍ରିକ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଏହି କାଳ ବୈଶାଖୀ ପ୍ରଭାବ ପରିଲକ୍ଷିତ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହି କାଳ ବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନର ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା  ରହିଛି। ଆସନ୍ତା ମେ ୪ ତାରିଖରେ ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ତଥା ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ମଧ୍ୟ ସୃଷ୍ଟି ହେବର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

BREAKING: ଭୁବନେଶ୍ବରରେ ଅଗ୍ନିବର୍ଷା, ଆଜି ରାଜଧାନୀରେ ଓଡିଶାର ସର୍ବାଧିକ ତାପମାତ୍ରା

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଅଗ୍ନି ବର୍ଷା ହୋଇଛି। ଆଜି ଦିନ ୧୧.୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେତେବେଳେ ଜଣାପଡିଥିଲା ଯେ ଆଜି ରାଜଧାନୀରେ ନାହିଁ ନ ଥିବା ତାପମାତ୍ରା ଅନୁଭୂତ ହେବ। ତେବେ ସେହି ସମ୍ଭାବନା ଏବେ ସତ ହୋଇଛି। ଆଜି ଭୁବନେଶ୍ୱରରେ ଦିନ ୨.୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ହେଉଛି ୪୩.୦ ଡ଼ିଗ୍ରୀ।

ସେହିପରି ଅନ୍ୟାନ୍ୟ ସହରର ତାପମାତ୍ରା ମଧ୍ୟ କିଛି କମ ନ ଥିଲା। ପାଣିପାଗ ବିଭାଗ ଅନୁସାରେ ଦିନ ୨.୩୦ ସୁଦ୍ଧା ଅନ୍ୟ ସହରର ତାପମାତ୍ରା ହେଲା

ଝାରସୁଗୁଡା: ୪୧.୪ ଡ଼ିଗ୍ରୀ

ସମ୍ବଲପୁର: ୪୦.୮ ଡ଼ିଗ୍ରୀ

ଚାନ୍ଦବାଲି: ୪୦.୮ ଡ଼ିଗ୍ରୀ

ହୀରାକୁଦ: ୪୦ ଡ଼ିଗ୍ରୀ

କେନ୍ଦୁଝର: ୪୦ ଡ଼ିଗ୍ରୀ

ବାଲେଶ୍ୱର: ୩୮ ଡ଼ିଗ୍ରୀ

ପୁରୀ: ୩୨.୪ ଡ଼ିଗ୍ରୀ

ପାରାଦ୍ୱୀପ: ୩୧.୮ ଡ଼ିଗ୍ରୀ

ଗୋପାଳପୁର: ୩୧.୨ଡ଼ିଗ୍ରୀ

Categories
ଆଜିର ଖବର ରାଜ୍ୟ ଖବର

ଆଜି ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ଏତେ !!!

ଭୁବନେଶ୍ବର: ଆଜି ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ରହିଛି। ଗତକାଲିଠାରୁ ଆଜିର ତାପମାତ୍ରା ବୃଦ୍ଧି ପାଇଛି। ଆଜି ୪୦ ଡ଼ିଗ୍ରୀ ଅତିକ୍ରମ କରିଛି ରାଜଧାନୀର ତାପମାତ୍ରା। ଭୁବନେଶ୍ୱର ପାଣିପାଗ ବିଭାଗ ଅନୁସାରେ ଆଜି ରାଜଧାନୀରେ ଦିନ ୧୧.୩୦ ସୁଦ୍ଧା ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଯଦି ଦିନ ସୁଦ୍ଧା ଏପରି ତାପମାତ୍ରା ଅନୁଭୂତ ହେଲାଣି ତେବେ ଦିନ ଗୋଟାଏ ବେଳକୁ ଏହାର ତାପମାତ୍ରା ଆହୁରି ବୃଦ୍ଧି ପାଇବ। ବର୍ତ୍ତମାନ ଲଗାତର ଭାବେ ରାଜଧାନୀର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଦିନ ଏଗାରଟା ସୁଦ୍ଧା ରାଜଧାନୀର ରାସ୍ତାଘାଟ ଗହଳି ହ୍ରାସ ପାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ହେବ ଆହୁରି ଅଧିକ ଗରମ, ୩ ରୁ ୫ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରା ବଢିବ

ଭୁବନେଶ୍ବର: ଆସନ୍ତାକାଲି ଶନିବାରରେ ରାଜ୍ୟରେ ତାପମାତ୍ରା ଆହୁରି ଅଧିକ ହେବ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ, ଆସନ୍ତା କାଲିଠାରୁ ଓଡ଼ିଶାର ଅନେକ ସ୍ଥାନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି।

ତେବେ ଆଜି ବୌଦ୍ଧ ଏବଂ ପାରଳାଖେମୁଣ୍ଡି ରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୧ ଡ଼ିଗ୍ରୀ ରହିଥିଲା। ସେହିପରି ଭୁବନେଶ୍ବରରେ ସର୍ବାଧିକ ତାତି ୪୦.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏହା ହେଉଛି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା।