Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଣିକି ପାଣିପାଗ ସଂପର୍କରେ ସୂଚନା ଦେବେ ଜଣେ ମହିଳା ମନୋରମା ମହାନ୍ତି, ଜାଣନ୍ତୁ ସେ କିଏ ?

ଭୁବନେଶ୍ବର: ଏଣିକି ପାଣିପାଗ ସଂପର୍କରେ ସୂଚନା ଦେବେ ଜଣେ ମହିଳା। ସେ ହେଉଛନ୍ତି ମନୋରମା ମହାନ୍ତି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଭାବେ ମନୋରମା ମହାନ୍ତିଙ୍କ ବଦଳି ହୋଇଛି। ସେ ଏହା ପୂର୍ବରୁ ଅହମ୍ମଦାବାଦ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଥିଲେ। ଭୁବନେଶ୍ବରରେ ଥିବା ଏଚ ଆର ବିଶ୍ବାସଙ୍କର କୋଲକାତା କେନ୍ଦ୍ରକୁ ବଦଳି ହୋଇଛି।

ମନୋରମା ହେଉଛନ୍ତି ଓଡିଆ ଝିଅ। ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ପାଶ କରିବା ପରେ ଭାରତୀୟ ପାଣିପାଗ ବିଭାଗରେ ଯୋଗଦେଇଥିଲେ। ସେ ପଦନ୍ନୋତି ପାଇ ଅହମ୍ମଦାବାଦ କେନ୍ଦ୍ରର ନିର୍ଦ୍ଦେଶିକା ଥିଲେ। ସେଠାରେ ସେ ଆରବ ସାଗରରେ ସୃଷ୍ଟି ହୋଇଥିବା ତାଉତେ ଏବଂ ବିପର୍ଯ୍ୟୟ ବାତ୍ୟା ସଂପର୍କରେ ଆଗୁଆ ସୂଚନା ଦେଇ ସରକାରଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାରା ଓଡିଶାରେ ଏବେ ବି ଗରମ ଅନୁଭୂତ, ଦିନ ୨ ଟା ସୁଦ୍ଧା ୩ଟି ସହରରେ ସର୍ବାଧିକ

ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଛି ତାତି, କିଛି ଦିନ ବ୍ୟବଧାନ ପରେ ଏବେ ଦୁଇଦିନ ଧରି ରାଜ୍ୟର ତାପମାତ୍ର ୪୦ ଡ଼ିଗ୍ରୀ ଉପରେ ରହୁଛି। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ ଟା ସୁଦ୍ଧା ୩ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଥିଲା।

ଆଜି ଦିନ ୨ ଟା ସୁଦ୍ଧା ରେକର୍ଡ ତାପମାତ୍ରା ଝାରସୁଗୁଡା: ୪୨.୨ ଡ଼ିଗ୍ରୀ,  ସମ୍ବଲପୁର: ୪୧.୨ ଡ଼ିଗ୍ରୀ,  ହୀରାକୁଦ: ୪୦ ଡ଼ିଗ୍ରୀ,  ଚାନ୍ଦବାଲି: ୩୮.୬ ଡ଼ିଗ୍ରୀ,  ଭୁବନେଶ୍ୱର: ୩୮.୨ ଡ଼ିଗ୍ରୀ,  ବାଲେଶ୍ୱର: ୩୬ ଡ଼ିଗ୍ରୀ,  ପୁରୀ: ୩୪ ଡ଼ିଗ୍ରୀ,  ଗୋପାଳପୁର: ୩୩.୬ ଡ଼ିଗ୍ରୀ, ପାରାଦ୍ୱୀପ: ୩୨.୬ ଡ଼ିଗ୍ରୀ, କେନ୍ଦୁଝର: ୨୮.୮ ଡ଼ିଗ୍ରୀ ତାପମାତ୍ରା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମଧ୍ୟ ସାରା ଓଡିଶା ତାତିଲା, ୨୨ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ, ୯ଟି ସ୍ଥାନରେ ୪୧ ଡିଗ୍ରୀ

ଭୁବନେଶ୍ବର: ଆଜି ଓଡିଶାର ସର୍ବାଧିକ ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ରହିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ସେହିପରି ୯ଟି ସ୍ଥାନରେ ତାପମାତ୍ରା ୪୧ଡିଗ୍ରୀ ଉପରେ ରହିଛି। ଫଳରେ ପ୍ରଥମ ଥର ପାଇଁ ସାରା ରାଜ୍ୟର ସର୍ବାଧିକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ରହିଛି।

ଆଜି ସେହିପରି ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ରହିଛି। ଆଜି ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ୪୧.୭ ଡିଗ୍ରୀ ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ଦୁଇ ଦିନ ଧରି ରାଜ୍ୟରେ ହେବ ବର୍ଷା, ସାତୋଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ 3 ଏବଂ 4 ତାରିଖରେ ଦୁଇଦିନ ଧରି ଓଡିଶାର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛି। ଏଥିସହିତ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ମଧ୍ୟ ସତର୍କ ଜାରୀ କରାଯାଇଛି।

ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ବଜିୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡିକରେ 3 ଏବଂ 4 ତାରିଖ ପାଇଁ ୟେଲୋ ୱାର୍ଣ୍ଣି ଜାରୀ କରାଯାଇଛି।

ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର , କେନ୍ଦ୍ରାପଡା, କଟକ, ଜଗତସିଂହପରୁ , ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ବଜିୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡିକରେ 4 ଓ 5 ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମୁଖ୍ୟତଃ ପଶ୍ଚିମା ଝଡ ଆଗମନର ଆଶଙ୍କା ତଥା ବଙ୍ଗୋପସାଗର ମଧ୍ୟରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଅତ୍ୟଧିକ ମାତ୍ରାରେ ଉର୍ମ-ଜଳୀୟବାଷ୍ପର ପ୍ରଭାବରେ, ୩ ରୁ୪ ଫେବୃଆରୀ ୨୦୨୨ ମଧ୍ୟରେ ଓଡିଶାର ଏହିସବୁ ଜିଲ୍ଲାରେ ମଧ୍ୟମ ଧରଣର ବୃଷ୍ଟିପାତର ସମ୍ଭାବନା ରହିଛି।

ଏହି ପଶ୍ଚିମା ଝଡ ପ୍ରଭାବରେ କିଛି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ମଧ୍ୟ ରହିଛି। ଏହି ପାଣିପାଗ ପ୍ରଭାବରେ ମୁଖ୍ୟତଃ କୃଷି କ୍ଷେତ୍ରରେ ପ୍ରଭାବ ପଡିବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଗପଛ ହୋଇ ଆସୁଛି ଦୁଇଟି ଲଘୁଚାପ, ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ

ଭୁବନେଶ୍ବର, ସେପ୍ଟମ୍ବର ମାସଟି ଓଡିଶା ପାଣିପାଗ ପାଇଁ ଶୁଭ ଖବର ନେଇ ଆସୁଛି। କାରଣ ହେଲା ଆଗପଛ ହୋଇ ଦୁଇଟି ଲଘୁ ଚାପ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି। ପାଣିପାଗ ବିଭାଗ ଅନୁସାରେ ଗୋଟିଏ ଲଘୁଚାପ 6 ତାରିଖରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେହିପରି ଏହା ପଛେପଛେ 11 ତାରିଖରେ ଆଉ ଏକ ଲଘୁଚାପ ହେବ।

ଏହି ଦୁଇଟି ଲଘୁ ଚାପ ଫଳରେ ରାଜ୍ୟରେ ଲଗାତର ବର୍ଷା ଲାଗି ରହିବ। ଏହା ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ୩ ତାରିଖଠାରୁ ୬ ତାରିଖ ଯାଏ ବର୍ଷାର ପରିମାଣ ଧୀରେଧୀ‌ରେ ବଢ଼ିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲିପାଟଣା ଅଞ୍ଚଳରେ ସର୍ବାଧିକ ବର୍ଷା, ଜାଣନ୍ତୁ କଟକ ଭୁବନେଶ୍ବରର କେଉଁ ସ୍ଥାନରେ କେତେ ବର୍ଷା

ଭୁବନେଶ୍ବର, ଗତ 24 ଘଣ୍ଟା ମଧ୍ୟରେ ରାଜଧାନୀରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ ଭୁବନେଶ୍ବରର ଏୟାରପୋର୍ଟ ଅଞ୍ଚଳରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏହି ଅଞ୍ଚଳରେ ଗତ 24 ଘଣ୍ଟାରେ 113.2 ମିଲିମିଟର ବର୍ଷା ହୋଇଛି।

ସେହିପରି କଟକ ସହରର କଣ୍ଟାପଡାରେ 190 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସାଲେପୁରରେ ମଧ୍ୟ 101 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।