Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋର ଧରାଇଦେଲେ ମିଳିବ ଦଶ ହଜାର ଟଙ୍କା ପୁରସ୍କାର, ଭୁବନେଶ୍ବର ପୋଲିସର ଘୋଷଣା

ଭୁବନେଶ୍ବର: ଚୋର ଧରାଇ ଦେଲେ ମିଳିବ ଦଶ ହଜାର ଟଙ୍କା। ଏହିପରି ଏକ ଲୋଭନୀୟ ପୁରସ୍କାର ଘୋଷଣା କରିଛି ଭୁବନେଶ୍ବର କମିଶନରେଟ ପୋଲିସ। ଜନସାଧାରଣ ଚୋର ଧରିବାରେ ସାହାଯ୍ୟ କରିବା ପାଇଁ ନିବେଦନ କରିଛି ପୋଲିସ।

ବିଭିନ୍ନ ଥାନାରେ ଚୋରୀ ଅଭିଯୋଗରେ ମାମଲା ଥିବା ଚୋରମାନଙ୍କ ଫଟୋ ସଂଗ୍ରହ କରାଯାଇ ବିଭିନ୍ନ ସ୍ଥାନରେ ମରାଯାଇଛି। ଯଦି କେହି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରାଇ ଦିଏ ତେବେ ତାଙ୍କୁ ଦଶ ହଜାର ଟଙ୍କା ପୁରସ୍କାର ଦିଆଯିବ। ଏପରିକି ତାଙ୍କ ନାମ ଗୋପନ ରଖାଯିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି।

ଦୀର୍ଘଦିନ ଧରି ଭୁବନେଶ୍ବରେ ଚୋରୀ କରି ପୋଲିସ ହାତରୁ ଖସି ପଳାଇବା ସଂଖ୍ୟା ବେଶ ଅଧିକ। ହେଲେ ସେମାନଙ୍କ ପଛରେ ଲାଗି ଧରିବା ପୋଲିସ ପାଖରେ ସମ୍ଭବ ହୋଇପାରୁ ନାହିଁ। ସେଥିପାଇଁ ଏ କ୍ଷେତ୍ରରେ ଜନ ସହଯୋଗ ପାଇଁ ଚେଷ୍ଠା କରିଛନ୍ତି ଭୁବନେଶ୍ବର ପୋଲିସ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେଲା ବେଳେ ଭୁବନେଶ୍ବରର ଥାନା ଏଏସଆଇକୁ ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ଶେଷରେ ଭୁବନେଶ୍ବରର ଥାନା ପୋଲିସକୁ ଧରିବାରେ ସଫଳ ହୋଇଛି ରାଜ୍ୟ ଭିଜିଲାନ୍ସ। ଆଜି ଲାଞ୍ଚ ନେଉଥିବା ବେଳେ ସହିଦନଗର ଥାନା ଏଏସଆଇଙ୍କୁ ଭିଜିଲାନ୍ସ ଧରିବାରେ ସକ୍ଷମ ହୋଇଛି। ସେ ହେଉଛନ୍ତି ଏଏସଆଇ ମମତା ବସ୍ତିଆ। ତାଙ୍କଠାରୁ ଭିଜିଲାନ୍ସ ସମସ୍ତ ଟଙ୍କା ଜବତ କରିବା ସହିତ ଅଟକ ରଖିଛି।

ଘଟଣାରୁ ଜଣାପଡିଛି ଯେ, ଜଣେ ମହିଳାଙ୍କ ମାମଲା ରଫାଦଫା କରିବା ପାଇଁ ସେ ୧୫ ହଜାର ଟଙ୍କା ଦାବୀ କରିଥିଲେ। ସେ ସେହି ଘଟଣାର ତଦନ୍ତ ଅଧିକାରୀ ଥିଲେ। ଅଭିଯୋଗକାରୀଣି ଏ ନେଇ ଭିଡିଲାନ୍ସରେ କହିବା ପରେ ସମସ୍ତ ପ୍ରସ୍ତୁତି କରାଯାଇ ତାଙ୍କୁ ଧରାଯାଇଥିଲା। ଏହି ଟ୍ରାପ ସହିତ ତାଙ୍କୁ ଦୁଇଟି ସ୍ଥାନରେ ଏକ କାଳିନ ଚଢାଉ କରାଯାଇଛି।