Categories
Municipal Election ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରର ପ୍ରଥମ ମହିଳା ମେୟର ହେବେ ସୁଲୋଚନା ଦାସ, ବିପୁଳ ଭୋଟରେ ହେଲେ ବିଜୟୀ

ଭୁବନେଶ୍ବର: ଶେଷରେ ଯାହା ଆକଳନ କରାଯାଉଥିଲା ତାହା ସତ ହେଲା। ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ବିଜେପିର ସୁନିତ ମୁଣ୍ଡଙ୍କୁ ୬୧ ହଜାର ୧୪୩ ଭୋଟରେ ପରାସ୍ତ କରିଛନ୍ତି।

ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ମୁତାବିକ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ୧ ଲକ୍ଷ ୭୪ ହଜାର ୫୬୨ଟି ଭୋଟ୍ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥିନୀ ସୁନୀତି ମୁଣ୍ଡ୍ ୧ ଲକ୍ଷ ୧୩ ହଜାର ୪୧୯ ଖଣ୍ଡ ଭୋଟ୍ ପାଇଛନ୍ତି । କଂଗ୍ରେସ ପ୍ରାର୍ଥିନୀ ୧୧ ହଜାର ୬ ଖଣ୍ଡ ଭୋଟ୍ ପାଇଛନ୍ତି । ଏହି ବିଜୟରେ ସୁଲୋଚନା ଭୁବନେଶ୍ବର ବାସିନ୍ଦାଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର ମେୟର ହେବାକୁ ଆଖି ପକାଇଲେଣି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ଆରମ୍ଭ କରିଲେଣି କାମ

ଭୁବନେଶ୍ବର, ଖୁବ ଶିଘ୍ର ବିଏମସି ବା ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ହେବ। ଏଥର ସିଧା ମେୟର ନିର୍ବାଚନ ମଧ୍ୟ ହେବ। ସେଥିପାଇଁ ଭୁବନେଶ୍ବର ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଏହାରି ଭିତରେ ଏବେ ଏକ ନୂଆ ଖବର ଆସିଛି। ତାହା ହେଲା ଯେ, ଭୁବନେଶ୍ବର ମେୟର ପାଇଁ କୁଆଡେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଲାଳାୟିତ ଅଛନ୍ତି। ସେତିକି ନୁହେଁ ସେଥିପାଇଁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି।

ଏପରିକି ସେ ମେୟର ହେବେ ବୋଲି କୁଆଡେ ନବୀନ ନିବାସରୁ ନିର୍ଭର ପ୍ରତିଶ୍ରୁତି ମଧ୍ୟ ମିଳିଛି ବୋଲି ଚର୍ଚ୍ଚା ହେଉଛି।  ସେଥିପାଇଁ ଏବେଠାରୁ ଶ୍ରୀମୟୀଙ୍କୁ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି। ଫଳରେ ଶ୍ରୀମୟୀ ପୁରା ଦମରେ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ କରିବାରେ ମାତି ଯାଇଛନ୍ତି।

ବର୍ତ୍ତମାନ ଶ୍ରୀମୟୀ ଓଡିଶା ପର୍ଯ୍ୟଟନ ନିଗମ ବା ଓଟିଡିସିର ଅଧ୍ୟକ୍ଷା ଅଛନ୍ତି। ଓଟିଡିସି ତରଫରୁ ନିକଟରେ ଭୁବନେଶ୍ବରର ରୂପାଲି ଛକରେ ନିମନ୍ତ୍ରଣ ନାମିତ ଏକ ଖାଣ୍ଟି ଓଡିଆ ଖାଦ୍ୟ ରେଷ୍ଟୁରାଣ୍ଟର ଉଦଘାଟନ କରାଯାଇଛି। ଯାହାର ଶ୍ରେୟ ନେଇଛନ୍ତି ଶ୍ରୀମୟୀ। ସେଠାକୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହାର ଉଦଘାଟନ କରାଇବାରେ ସେ ସକ୍ଷମ ହୋଇପାରିଛନ୍ତି।

ସେତିକି ନୁହେଁ ଭୁବନେଶ୍ବର ବିଭିନ୍ନ ସ୍ଥାନରେ ନୂଆଖାଇ ଅଭିନନ୍ଦନ ହୋଡିଂ ମଧ୍ୟ ଓଟିଡିସି ତରଫରୁ ମରାଯାଇଛି। ନୂଆଖାଇ ପର୍ବ ପଶ୍ଚିମ ଓଡିଶାର ଗଣ ପର୍ବ ହୋଇଥିବା ବେଳେ ଶ୍ରୀମୟୀ ଭୁବନେଶ୍ବରରେ ଏପରି ହୋଡିଂ ମାରିବା କାରଣ ସ୍ପଷ୍ଟ ବାରି ହୋଇପଡିଛି। ତେଣୁ ସେ ଭୁବନେଶ୍ବରର ମେୟର ହେବା ପାଇଁ ଏବେଠାରୁ ପ୍ରସ୍ତୁତି କରୁଥିବାର ସ୍ପଷ୍ଟ ହୋଇଛି।

ଗତକିଛି ଦିନ ଧରି ଭୁବନେଶ୍ବର ମହାନଗର ରାଜନୀତରେ ବେଶ୍ ଛକାପଞ୍ଚା ଚାଲିଛି। ବିଶେଷ କରି ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଚାଲିଛି। ବିଜେଡିର ଗୋଟିଏ ଗୋଷ୍ଠୀ ଜଗନ୍ନାଥଙ୍କୁ ବିଜେଡିରେ ମିଶାଇ ମେୟର କରିବାକୁ ଯୋଜନା କରୁଛନ୍ତି। ହେଲେ ସେପଟେ ପୂର୍ବତନ ମେୟର ତଥା ବର୍ତ୍ତମାନର ମଧ୍ୟଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା କିନ୍ତୁ ବାଟ ଓଗାଳି ବସିଛନ୍ତି। ତାଙ୍କୁ ମେୟର ନ କରିବା ପାଇଁ ସେ କୁଆଡେ ଅଡି ବସିଛନ୍ତି।

ଏହି ଛକାପଞ୍ଚା ଭିତରେ ବିଜେଡି ସୁପ୍ରିମୋ ଏହି ଦୁଇ ଗୋଷ୍ଠୀକୁ ବାଦ ଦେଇ ଜଣେ ନୂଆ ଲୋକଙ୍କୁ ମେୟର କରିବେ ବୋଲି ନିଷ୍ପତି କରିଛନ୍ତି। ଆଉ ସେ ହେଉଛନ୍ତି ଶ୍ରୀମୟୀ ମିଶ୍ର। ଏଥର ଏହି ମେୟର ପଦବୀଟିକୁ ମହିଳାଙ୍କ ପାଇଁ ସଂରକ୍ଷଣ କରି ଶ୍ରୀମୟୀଙ୍କୁ ବିଜେଡି ତରଫରୁ ମନୋନିତ କରାଯିବ ବୋଲି ଜଣାପଡିଛି। ଆଉ ଏହାକୁ ସଫଳ ରୂପାୟନ କରିବା ପାଇଁ ଶ୍ରୀମୟୀ ଏବଂ ତାଙ୍କର ପରାମର୍ଶଦାତା ଫୁଲ ଦମରେ ଲାଗିପଡିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଜଗା ପ୍ରଧାନ ବିଜେଡିରେ ଯୋଗ ଦେଲେ ହେବେ ଭୁବନେଶ୍ବର ମେୟର, ଚାଲିଛି ମୁଲଚାଲ

ଭୁବନେଶ୍ବର, ବର୍ତ୍ତମାନ ପଞ୍ଚାୟତ, ମ୍ୟୁନିସପାଲଟି, ଏନଏସି ସହିତ ମହାନଗର ନିର୍ବାଚନ ପାଖେଇ ଆସିଲାଣି। ଏ ନେଇ ବିଧିବଧ ତାରିଖ ଜଣାପଡି ନ ଥିଲେ ମଧ୍ୟ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ସରଗରମ ଭୁବନେଶ୍ବରରେ ଅଧିକ ଅନୁଭୂତ ହୋଇଛି। ତାହା ହେଉଛି ବିଜେପିର ଭୁବନେଶ୍ବର ନେତା ଜଗନ୍ନାଥ ପ୍ରଧାନ ବିଜେଡିରେ ଯୋଗ ଦେବାକୁ ନେଇ।

ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଜଗା ବିଜେପି ଛାଡି ବିଜେଡିରେ ଯୋଗଦେବେ ବୋଲି ଖବର ପ୍ରକାଶ ପାଇବାରେ ଲାଗିଛି। ତେବେ ତାହା ମିଛ ନୁହେଁ। କାରଣ ଜଗନ୍ନାଥ ବର୍ତ୍ତମାନ ବିଜେପିର ଅସନ୍ତୁଷ୍ଠ ନେତା ଭାବେ ରହିଛନ୍ତି। ଯେଉଁଦିନ ବାବୁ ସିଂ ବିଜେଡି ଛାଡି ବିଜେପିରେ ଯୋଗଦେଲେ ସେହି ଦିନଠାରୁ ସେ ଅସନ୍ତୁଷ୍ଠ ଅଛନ୍ତି।

ତେବେ ବିଶେଷ ସୁତ୍ରର ଖବର ଅନୁସାରେ ଏହା ଭିତରେ ଜଗା ବିଜେଡିର ନେତା ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବିଙ୍କୁ ସାକ୍ଷାତ କରି ସାରିଲେଣି। କେତେକ ମଣ୍ଡଳ ସଭାପତିଙ୍କୁ ନେଇ ବବିଙ୍କ ବାସଭବନରେ ଗୋଟିଏ ରାଉଣ୍ଡ ଆଲୋଚନା କରି ସାରିଲେଣି।

ଖବର ଅନୁସାରେ ଜଗାଙ୍କ ଦାବୀ ହେଉଛି ଯେ, ଭୁବନେଶ୍ବର ମେୟର ପଦବୀ। ଯଦି ବିଜେଡି ଏହି ପଦବୀ ଦେବା ପାଇଁ ରାଜି ତେବେ ସେ ଏବଂ ତାଙ୍କ ଦଳବଳ ସହିତ ବିଜେଡିରେ ଯୋଗ ଦେବେ। ଅନ୍ୟପଟେ ଭୁବନେଶ୍ବର ମହାନଗର ସଂଗଠନ ସମ୍ଭାଳୁଥିବା ବିଜେଡିନେତାମାନେ ଏହା ଜାଣିବା ପରେ ଅସନ୍ତୁଷ୍ଠ ହେବା ଆରମ୍ଭ କରିସାରିଲେଣି। ଫଳରେ ବିଜେଡି କଣ କରିବ ସେ ନେଇ ଚିନ୍ତାରେ ରହିଛି। ତେବେ ଖବର ଅନୁସାରେ ବିଜେଡି କୁଆଡେ ଜଗାଙ୍କୁ କୋଳେଇ ନେବ ବୋଲି ନିଷ୍ପତି ହୋଇଛି।