Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଏଥର ଭୁବନେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ, ସଂଖ୍ୟାଲଘୁ ଭୋଟ ଉପରେ ଭରସା

ଭୁବନେଶ୍ବର: ଚଳିତ ନିର୍ବାଚନରେ କଂଗ୍ରେସ ଭୁବନେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥର ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶିର୍ ନୱାଜଙ୍କୁ ଦଳ ପ୍ରାର୍ଥୀ କରିଛି। ଗତ ନିର୍ବାଚନରେ କଂଗ୍ରେସ ଏହି ଆସନଟିକୁ ସିପିଆଇଏମକୁ ଛାଡି ଦେଇଥିଲା। ଫଳରେ ଗତଥର ସିପିଆଇଏମରୁ ଜନର୍ଦ୍ଦନ ପତି ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ହାରିଥିଲେ।

ହେଲେ ଏଥର ଦଳ ସେହି ଭୁଲ କରିନାହିଁ। କାରଣ ଭୁବନେଶ୍ବର ଲୋକସଭାରେ ଥିବା କଂଗ୍ରେସ ଭୋଟର ସିପିଆଇଏମ ପ୍ରାର୍ଥୀଙ୍କୁ ପସନ୍ଦ କରି ନ ଥିଲେ। ଯାହାଫଳରେ ସେହି ଭୋଟ ଭାଗଭାଗ ହୋଇ ଅନ୍ୟ ଦଳକୁ ଚାଲିଯାଇଥିଲା।

ଯାହାକୁ ଦଳ ଏଥର ଅନୁଭବ କରି ଜଣଙ୍କୁ ପ୍ରାର୍ଥୀ କରିଛି। ୟାଶିର ହେଉଛନ୍ତି ସଂଖ୍ୟାଲଘୁ ସଂପ୍ରଦାୟର ଏବଂ ଯୁବ ଚେହେରା। ଫଳରେ ସେ ଏହି ଆସନରୁ ସଂଖ୍ୟାଲଘୁ ଭୋଟ ଭଲ ପାଇବେ ବୋଲି ଦଳ ଆଶା କରି ପ୍ରାର୍ଥୀ କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁଅ ପାଇଁ ପ୍ରଚାର କରିବାକୁ ପାଗଳ ହେଲେ ସୁର ରାଉତରାୟ, ବିଜେଡି କାର୍ଯ୍ୟାଳୟରେ ପଶି କଲେ ନିବେଦନ

ଭୁବନେଶ୍ବର: ବର୍ତ୍ତମାନ ପୁଅ ମନ୍ମଥ ରାଉତରାୟଙ୍କ ପ୍ରଚାର ପାଇଁ ବାପା ସୁରେଶ ରାଉତରାୟ ପାଗଳ ପ୍ରାୟ ହୋଇଗଲେଣି। ସେ ପୁଅକୁ ସାଥୀରେ ନେଇ ଭୁବନେଶ୍ବରର ବିଭିନ୍ନ ପାର୍କରେ ପ୍ରଚାର କରିବାରେ ଲାଗିଛନ୍ତି। ପୁଅକୁ ଭୋଟ ଦେବା ପାଇଁ ସେ ନିବେଦନ କରିଛନ୍ତି। ଯାହାକୁ ନେଇ ଭୁବନେଶ୍ବରର ଅନେକ ଲୋକ ଆଶ୍ଚର୍ଯ୍ୟ ହେବାରେ ଲାଗିଛନ୍ତି। ନିଜେ କଂଗ୍ରେସରେ ଥାଇ ବିଜେଡିରେ ଛିଡା ହୋଇଥିବା ପୁଅକୁ ଭୋଟ ଦେବା ପାଇଁ ନିବେଦନ କରିବାରେ ଲାଗିଛନ୍ତି।

ତେବେ ଏହାରେ ଭିତରେ ଆଉ ଏକ ଘଟଣା ପଦାକୁ ଆସିଛି। ତାହା ହେଲା ସୁର ରାଉତରାୟ ଆଜି ଜୟଦେବ ନିର୍ବାଚନ ମଣ୍ଡଳି ପ୍ରଚାର ବେଳେ ସେ ବିଜେଡି କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ବିଜେଡି କର୍ମିଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଥିଲେ। ସେଠାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିଆନ ଏବଂ ବବି ଦାସଙ୍କୁ ବେଶ ପ୍ରଶଂସା କରିଥିଲେ। ଏହାକୁ ନେଇ ରାଜନୀତି ବେଶ ସରଗରମ ହୋଇଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରର ପ୍ରାର୍ଥୀ ବୋଲି ଘୋଷଣା କରି ଶ୍ରୀମୟୀଙ୍କୁ ଅଡୁଆରେ ପକାଇ ଦେଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ବର: ଗତକାଲି ଭୁବନେଶ୍ବରରେ ଆୟୋଜିତ ଜନସଂପର୍କ ପଦ ଯାତ୍ରାରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଅଡୁଆରେ ପକାଇ ଦେଲେ ମନ୍ତ୍ରୀ ଅଶୋକ ପଣ୍ଡା। କାରଣ ସେ ଏକ ଜନସମାବେଶକୁ ଉଦବୋଧନ ଦେବା ବେଳେ ଶ୍ରୀମୟୀ ହେଉଛନ୍ତି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ବୋଲି ଘୋଷଣା କରିଦେଲେ। ଯାହାକୁ ନେଇ ସେଠାରେ ଉପସ୍ଥିତ କର୍ମୀମାନେ ତାଳି ବାଡେଇ ସ୍ବାଗତ କଲେ ସତ ହେଲେ ଅଡୁଆର ପଡିଗଲେ ଶ୍ରୀମୟୀ।

ଅଶୋକ ପଣ୍ଡା କହିଥିଲେ ଯେ, ଆପଣମାନଙ୍କ ପାଖରେ ଯେ ଛିଡା ହୋଇଛନ୍ତି ସେ ହେଉଛନ୍ତି ଶ୍ରୀମୟୀ ମିଶ୍ର। ଆମର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ କରିବେ ବୋଲି ନିଷ୍ପତି କରିଛନ୍ତି। ତାଙ୍କ ନିଷ୍ପତିକୁ ଆମେ ସ୍ବାଗତ କରିବା କି ନାହିଁ ? ଏପରି କହି ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ। ପୁଣି ଅଶୋକ କହିଥିଲେ ଯେ, ତାଙ୍କୁ ଜିତାଇବା କି ନାହିଁ ? ସମସ୍ତେ ହଁ କରି ଥିଲେ। ଶେଷରେ ଶ୍ରୀମୟୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଆର୍ଶିବାଦ ଭିକ୍ଷା କରିଥିଲେ।

ତେବେ ପ୍ରଶ୍ନ ଉଠୁଛି ଯେ, ମନ୍ତ୍ରୀ ଅଶୋକ ପଣ୍ଡା ସର୍ବସାଧାରଣରେ ଶ୍ରୀମୟୀ ଲୋକସଭା ପ୍ରାର୍ଥୀ ବୋଲି କିପରି ଘୋଷଣା କଲେ। ଅଶୋକ ପଣ୍ଡା ଜଣେ ପୁରୁଣା ନେତା। ସେ ଜାଣନ୍ତି ବିଜେଡିର ଟିକେଟ କେବଳ ନବୀନ ପଟ୍ଟନାୟକ ଘୋଷଣା କରନ୍ତି ବା ଦଳ ଘୋଷଣା କରେ। ହେଲେ ସେ କିପରି ଘୋଷଣା କରିବେ ବୋଲି ନିଜକୁ ପ୍ରଶ୍ନ ପଚାରିବାର ଥିଲା। ଏପରି ଅନୁଭବି ନେତା ଶ୍ରୀମୟୀଙ୍କ ଉପରେ ବେଶୀ ଖୁସି ହୋଇପଡି ଏପରି କରିଛନ୍ତି କି ବୋଲି ପ୍ରଶ୍ନ ଉଠୁଛି।

ତେବେ ଏହି ଘଟଣାକୁ ନେଇ ନବୀନ ନିବାସ ବେଶ ଗୁରୁତର ସହ ନେଇଛି। କାରଣ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବିଭିନ୍ନ ଦଳୀୟ ବୈଠକରେ ଗୋଟିଏ କଥା କହନ୍ତି। ତାହା ହେଲା ଯେ, ବିଜେଡିରେ କେବଳ ଗୋଟିଏ ଟିକେଟ ନିର୍ଦ୍ଧାରିତ ହୋଇଛି। ସେହି ଟିକେଟଟି ହେଉଛି ନବୀନ ପଟ୍ଟନାୟକଙ୍କର। ତାଙ୍କୁ ଛାଡି ଦେଲେ ଆଉ କାହାର ଟିକେଟ ନିଶ୍ଚିତ ନାହିଁ।

ଏପରି ପରିସ୍ଥିତିରେ ଅଶୋକ ପଣ୍ଡାଙ୍କ ଏହି ଘୋଷଣା ଦଳ ପାଇଁ ଏକ ଅପମାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୂର୍ବରୁ ଦଳ ଶ୍ରୀମୟୀଙ୍କୁ ଭୁବନେଶ୍ବରରୁ ଛିଡା କରିବ କି ନାହିଁ ତାହା ସନ୍ଦେହରେ ଥିଲା। କାରଣ ଅପରାଜିତାଙ୍କ ସହିତ ସେ ଲଢେଇ କରିପାରିବେ କି ନାହିଁ ଦଳର ଉଚ୍ଚ ନେତୃତ୍ବ ଚିନ୍ତାରେ ଥିଲେ। ହେଲେ ବର୍ତ୍ତମାନ ଯାହା ପରିସ୍ଥିତି ଶ୍ରୀମୟୀଙ୍କ ଭୁବନେଶ୍ବରରେ ପ୍ରାର୍ଥୀ ହେବାରେ ବିରାମ ଲାଗିପାରେ ବୋଲି ସମ୍ଭାବନା ସୃଷ୍ଟି ହେଲାଣି।