Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୁହୁଡି: ବିଷାକ୍ତ ଖାଦ୍ୟ ଖାଇ ନାବାଳକ ମୃତ, ୩ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବିଷାକ୍ତ ଖାଦ୍ୟ ଖାଇ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଅସୁସ୍ଥ ହୋଇଥିବା ଲୋକଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ କୁହୁଡିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଏକ କେଳା ପରିବାରର ୬ ଜଣ ଲୋକ ଅସ୍ଥାୟୀ ଭାବେ କୁହୁଡି ସ୍ଥିତ ଏକ କୁକୁଡା ଫାର୍ମରେ ରହି ଆସୁଥିଲେ। ଏମାନେ ସମସ୍ତେ ନୟାଗଡ ଜିଲ୍ଲାର ବୋଲି ଜଣାପଡିଛି। ତେବେ ଗତ କାଲି ରାତିରେ ଏହି ପରିଵାର ସମସ୍ତ ଲୋକ ମ‍ାଛ ଭାତ ଖାଇ ଶୋଇଥିଲେ। କିନ୍ତୁ ରାତି ପ୍ରାୟ ୩ ଟା ବେଳେ ସମସ୍ତଙ୍କର ବାନ୍ତି ହେବାରୁ ପରିବାରର ୪ ଜଣଙ୍କର ଦେହ ଅସୁସ୍ଥ ହୋଇଥିଲା। ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟୋ ରିକ୍ସାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମେଡିକାଲରେ ଜଳନ୍ଧର କାତ୍ରା (୪୫), ରଶ୍ମିତା କାତ୍ରା (୪୦), ଶିବ କାତ୍ରା (୧୫) ଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ୧୦୮ ଯୋଗେଁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ବସନ୍ତ କାତ୍ରା ନାମକ ୧୦ ବର୍ଷର ନାବାଳକର ମୃତ୍ୟୁ ହୋଇଥିବା ଜଣା ପଡିଛି। ବିଷାକ୍ତ ଖାଦ୍ୟ ଯୋଗୁଁ ଏଭଳି ହୋଇଥାଇ ପାରେ ବୋଲି ଡାକ୍ତର ଅନୁମାନ କରୁଛନ୍ତି।