Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ଆଇନ୍‌ଜୀବୀ କିଶୋର କରଙ୍କୁ ‘ଉତ୍କଳ ଗୌରବ’ ସମ୍ମାନ

ଭୁବନେଶ୍ୱର: ଆଇନ୍ ସେବାରେ ବିଶେଷ ଅବଦାନ ପାଇଁ ବରିଷ୍ଠ ଆଇନ୍‌ଜୀବୀ କିଶୋର ଚନ୍ଦ୍ର କରଙ୍କୁ ‘ଉତ୍କଳ ଗୌରବ ମଧୁସୂଦନ’ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ବାର୍ ଆସୋସିଏସନ ପକ୍ଷରୁ ଆୟୋଜିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଶ୍ରୀ କରଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ଓ ଭି. ନରସିଂହ ଏହି ସମ୍ମାନ ପ୍ରଦାନ କରିଥିଲେ।

ଏବେ ଉତ୍କଳ ଚାମ୍ବର ଅଫ୍ କମର୍ସର କାର୍ଯ୍ୟନିବାହୀ ସଦସ୍ୟ ଥିବା କିଶୋର ଚନ୍ଦ୍ର କର ପୂର୍ବରୁ ଭୁବନେଶ୍ୱର ବାର୍ ଆସୋସିଏସନର ସଭାପତି, ଭୁବନେଶ୍ୱର ଲାୟନ୍ସ କ୍ଲବର ସଭାପତି ଏବଂ ହାଇକୋର୍ଟରେ ଆଇନ୍‌ଜୀବୀ ଭାବେ କାର୍ଯ୍ୟରତ ଥିଲେ। ଜଣେ ବରିଷ୍ଠ ଦିୱାନ ଆଇନ୍‌ଜୀବୀ ଭାବେ ସେ ସାରା ଓଡ଼ିଶାରେ ପରିଚିତ।

Categories
ଆଞ୍ଚଳିକ

ଭୁବନେଶ୍ୱର ବାର୍ ଆସୋସିଏସନ ପକ୍ଷରୁ ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ୱର: ଭୁବନେଶ୍ୱର ବାର୍ ଆସୋସିଏସନ ପକ୍ଷରୁ ଓକିଲ ସଂଘର ବାର୍ ଆସୋସିଏସନ ହଲ୍ ନଂ-୧ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ନବନିର୍ବାଚିତ ହୋଇଥିବା ସମସ୍ତ ନିର୍ବାଚିତ ପଦାଧିକାରୀଙ୍କୁ ଶପଥ କରାଇଥିଲେ ନିର୍ବାଚନ ଅଧିକାରୀ ଜଗନ୍ନାଥ ଦାସ, ଆଶିଷ ଦାସ, ସୁବାସ ଶତପଥୀ, ରାଜେନ୍ଦ୍ର ହୋତା, ସୌଭାଗ୍ୟ ଶଙ୍କର ଦେଓ।

ଆସୋସିଏସନ ସଭାପତି ଭାବେ ରବି ନାରାୟଣ ସାମନ୍ତରାୟ ନିର୍ବାଚିତ ହୋଇଥିବା ବେଳେ ରାଜକିଶୋର ଦାସ ସମ୍ପାଦକ, ଅଭିମନ୍ୟୁ ସ୍ୱାଇଁ ଉପସଭାପତି, ରାଜେନ୍ଦ୍ର କୁମାର ଦାସ ସହ ସମ୍ପାଦକ, ଅଶୋକ କୁମାର ବଡ଼ପଣ୍ଡା ଯୁଗ୍ମ୍ ସମ୍ପାଦକ, ଦିବାକର ମିଶ୍ର କୋଷାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ସଭ୍ୟ ରୂପେ ସବ୍ୟସାଚୀ ସୂତାର, କୁଳଦୀପ ରାଉତରାୟ, ଅବିନାଶ ମହାନ୍ତି, ଚିତ୍ରସେନ ଶ୍ରୀଚନ୍ଦନ, ଅଶୋକ କୁମାର ସାହୁ, ବିମଳ କେଶରୀ ଦାସ, ପ୍ରଦୀପ୍ତ କୁମାର ପାଲ, ଦିପ୍ତିରଞ୍ଜନ ଦଳାଇ, ଅମିତ୍ରା ସାହୁ, ବନ୍ଦିତା ସାମଲ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଶପଥ ଗ୍ରହଣ ଉତ୍ସବକୁ ଜଗନ୍ନାଥ ଦାସ ପରିଚାଳନା କରିଥିଲେ। ସର୍ବଶେଷରେ ରାଜକିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।