ଭୁବନେଶ୍ବର, ଦକ୍ଷିଣ ରେଳପଥ ଅନ୍ତର୍ଗତ ଭଡାଭରୁ-ତାମ୍ବରମ ଷ୍ଟେସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିଛି। ସେଠାରେ ନୂତନ ଇଲେକ୍ଟ୍ରୋନିକ୍ ସିଗନାଲିଂ ସିଷ୍ଟମର କାର୍ଯ୍ୟ ଆରମ୍ଭ ହୋଇଛି। ସେଥିପାଇଁ ଭୁବନେଶ୍ୱରରୁ ମାର୍ଚ୍ଚ ମାସ ୧୯ ତାରିଖରେ ଛାଡୁଥିବା ୦୮୪୯୬ ଭୁବନେଶ୍ୱର-ରମେଶ୍ୱରମ୍ ସ୍ପେଶାଲ୍ ଟ୍ରେନର ମାର୍ଗରେ ପରିବର୍ତ୍ତନ କରାଯାଇଛି। ଏହାର ସ୍ଥିରୀକୃତ ମାର୍ଗ କୋରୁକ୍କୁପେଟ୍-ଚେନ୍ନାଇ ବିଚ୍-ତାମ୍ବରମ୍-ଚେଙ୍ଗାଲପାଟ୍ଟୁ ପରିବର୍ତ୍ତେ ପେରାମ୍ବୁର-ଆରାକୋନାମ୍-କାଞ୍ଚିପୁରମ୍-ଚେଙ୍ଗାଲପାଟୁ ମାର୍ଗ ଦେଇ ପରିବର୍ତ୍ତିତ ମାର୍ଗରେ ଯିବ। ଏ ନେଇ ପୂର୍ବତଟ ରେଲପଥ ତରଫରୁ ସୂଚନା ପ୍ରଦାନ କରାଯାଇଛି।