Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱରରେ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ଡୁମୁଡୁମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଆଦର୍ଶ ମହିଳା ଭେଣ୍ଡିଂ ଜୋନ ଉଦ୍‌ଘାଟିତ ହୋଇଯାଇଛି।

ଏହି ଭେଣ୍ଡିଂ ଜୋନ୍ ରେ ୪୨ ଟି ଦୋକାନ ଘର ରହିଛି। ଏହି ଜୋନ୍ ର ପରିବେଶକୁ ଅତ୍ୟାଧୁନିକ ରୂପ ଦିଆଯାଇଛି। ସୁନ୍ଦର ଆଲୋକ ଓ ପାନୀୟ ଜଳ ର ବ୍ୟବସ୍ଥା ସହ ଶୌଚାଳୟର ସୁବିଧା ମଧ୍ୟ କରାଯାଇଛି।

ବି.ଏମ୍.ସି. ପକ୍ଷରୁ ନିର୍ମିତ ଏହି ଭେଣ୍ଡିଂ ଜୋନ ଉଦ୍‌ଘାଟନ ଉତ୍ସବରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ ଓ କର୍ପୋରେଟର ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ମାର୍କେଟ ବିଲ୍ଦିଙ୍ଗକୁ ଦୁଇ ଦିନ ପାଇଁ ସିଲ୍ କଲା ବିଏମସି

ଭୁବନେଶ୍ବର: ଆଜି ଭୁବନେଶ୍ଵର ସ୍ଥିତ ମାର୍କେଟ ବିଲ୍ଦିଙ୍ଗ-୨କୁ ଦୁଇ ଦିନ ପାଇଁ ବିଏମସି ସିଲ୍ କରିଛି। ବିଏମସି ଏବଂ ପୋଲିସ ପକ୍ଷରୁ ଆଜି ମାର୍କେଟ ବିଲ୍ଦିଙ୍ଗରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ମାର୍କେଟ ବିଲ୍ଦିଙ୍ଗରେ କୋଭିଡ଼ ନିୟମ ଉଲ୍ଲଂଘନ ହେଉଥିବାରୁ ବିଏମସି ସିଲ୍ କରିଛି।

ସେହିଭଳି କୋଭିଡ଼ ନିୟମ ଉଲ୍ଲଂଘନ ଯୋଗୁଁ ବାପୁଜୀ ନଗର ଭେଣ୍ଡିଂ ଜୋନକୁ ମଧ୍ୟ ବିଏମସି ସିଲ୍ କରିଛି। ତେବେ ଦୁଇ ଦିନ ପାଇଁ ଏହାକୁ ସିଲ କରାଯାଇଥିବା ବେଳେ ଶନିବାର ଏବଂ ରବିବାର ଦିନର ସଟଡାଉନ ପରେ ଆସନ୍ତା ସୋମବାର ଦିନ ଖୋଲିବା ପାଇଁ ନିର୍ଦ୍ଦେଶ ହୋଇଛି।