Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

କଳାହାଣ୍ଡି ଥୁ -ରାମପୁର ଠାରେ ଭୈରବ ଦେବଙ୍କ ଅପୂର୍ବ ଝାମୁ ଯାତ୍ରା ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁରରେ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ସମ୍ପନ୍ନ ହୋଇଛି। ଆଦିବାସୀମାନଙ୍କ ଶୈବ ଅରାଧାନର ଏହା ହେଉଛି ଏକ ଅନନ୍ୟ ପୀଠ। ଶିବଙ୍କର ସାତଟି ରୂପ ମଧ୍ୟରୁ ଅଗ୍ନି ଭୈରବ ଅନ୍ୟତମ। ଏହି ପୀଠରେ ତାନ୍ତ୍ରିକ ଓ ଗୁପ୍ତ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଉଥିବାରୁ ଝାମୁଯାତ୍ରା ଦିନ କାଳିସୀଙ୍କ ଦେହରେ ଅଗ୍ନି ଭୈରବ ପ୍ରବେଶ କରି ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି।

ଏହି ଝାମୁ ଯାତ୍ରା ରେ କାଳିଶି ଦେହରେ ଅଗ୍ନି ଭୈରବ ଲାଗି କଞ୍ଚା ହାଣ୍ଡି ଉପରେ ବସି ତାକୁ ଅକ୍ଷତ ରଖିବା ସହ କଣ୍ଟା ଦୋଳିରେ ଝୁଲି ସାରିବା ପରେ ପ୍ରସ୍ତୁତ କରାଯାଇଥିବା ଅଗ୍ନି କୁଣ୍ଡରେ ପ୍ରବେଶ କରି ଚାଲିବା ଦୃଶ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନରେ ଭୟ ଓ ଭକ୍ତିର ମିଶ୍ରିତ ଭାବ ସୃଷ୍ଟି କରିଥାଏ। ଚଳିତ ବର୍ଷ ଯୁବକଳାଲ ପରିଚ୍ଛାଙ୍କ ଦେହରେ ଭୈରବ ଦେବ ପ୍ରବେଶ କରି ଅଗ୍ନି ପରୀକ୍ଷା ଦେଇଥିଲେ। ସେହିପରି ଶରତ ଚନ୍ଦ୍ର ପୂଝାlରୀଙ୍କ ଦେହରେ ମା ମlଣିକେଶ୍ୱରୀ କlଳିସୀ ରୂପରେ ପ୍ରବେଶ କରିଥିଲେ। ଥୁଅlମୁଳ ରାମପୁରର ଝାମୁଯାତ୍ରା ବହୁ ପ୍ରାଚୀନ।

ତତ୍କାଳୀନ ଥୁଅlମୁଳ ରାମପୁର ରାଜା ରାମଚନ୍ଦ୍ରଦେଵ ୧୮୯୧ ମସିହାରେ ଲାଞ୍ଜିଗଡରୁ ଭୈରବଦେବଙ୍କୁ ଆଣି ରାମପୁର ଠାରେ ସ୍ଥାପନ କରିବା ପରେ ଏହି ଯାତ୍ରା ଆହୁରି ଜାକ ଯମକରେ ପାଳନ କରାଯାଉଥିବା ଗବେଷକ ଯାନେ ମତବ୍ୟକ୍ତ କରିଥିବା ବେଳେ ଏହି ଯାତ୍ରର ଅନେକ କିମ୍ବଦନ୍ତୀ ଓ ଜନଶ୍ରୁତି ରହିଛି।

ଚଳିତ ବର୍ଷ ମନ୍ଦିରର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଏହି ଯାତ୍ରା ପାଳନ କରାଯାଇଛି। ଥୁଅlମୁଳ ରାମପୁର ପୀଠର ଏକ ସ୍ୱତନ୍ତ୍ରତା ରହିଛି। ଏଠାରେ ଝାମୁଯାତ୍ରା ସମ୍ପନ୍ନ ହେବାପରେ ନିକଟସ୍ଥ ଅନ୍ୟାନ୍ୟ ପୀଠ ମାନଙ୍କରେ ପୂଜା ପାର୍ବଣ କରାଯାଏ। ପ୍ରକୃତି ଏବଂ ମଣିଷ ଓ କୃଷି ସହିତ ଏହି ପର୍ବର ରହିଛି ଘନିଷ୍ଠ ସମ୍ପର୍କ। ତେଣୁ ଏହା କେବଳ ଆଦିବାସୀ ମାନଙ୍କ ମଧ୍ୟରେ ସୀମିତ ନ ରହି ଏହି ପର୍ବକୁ ସମସ୍ତ ଅଞ୍ଚଳବାସୀ ପାଳନ କରୁଥିବା ଦେଖା ଯାଇଥାଏ।