Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସଂସ୍କୃତି

“ପ୍ରେମରେ ଭୋଗ ନୁହେଁ ତ୍ୟାଗ ହେଉଛି ମୁଖ୍ୟ”, ପଢନ୍ତୁ ଜଣେ ରାଜକୁମାରଙ୍କ ଏକ ସୁନ୍ଦର ପ୍ରେମ କାହାଣୀ

ଉପେନ୍ଦ୍ର ବଳିୟାରସିଂହ

ବୃକ୍ଷର ଶାଖାରେ ହସୁଥିବା ସୁନ୍ଦର ପୁଷ୍ପକୁ ଦେଖି ରାଜକୁମାର ଜଣଙ୍କ କହିଲେ, “ତୁମେ ମୋ ନିକଟକୁ ଚାଲି ଆସୁନ?” ପୁଷ୍ପ ଉତ୍ତର ଦେଲା, ”କାହିଁକି?” ରାଜକୁମାର କହିଲେ, “କାରଣ, ମୁଁ ତୁମକୁ ପ୍ରେମ କରେ।” ପୁଷ୍ପ ଉତ୍ତର ଦେଲା, “ପ୍ରେମ କାହାକୁ କୁହନ୍ତି?”

ରାଜକୁମାର ଉତ୍ତର ଦେଲେ, “ଯେଉଁଠାରେ ପ୍ରମାଦ ନଥାଏ।” ପୁଷ୍ପଟି କହିଲା, ”ତୁମେ ସେହି ପକ୍ଷୀମାନଙ୍କ କଳରବ ଶୁଣି ପାରୁଛ?” ରାଜକୁମାର କହିଲେ, “ଅବଶ୍ୟ!” ପୁଷ୍ପ ପଚାରିଲା ସେମାନଙ୍କର ପ୍ରେମ କେମିତି?” ରାଜକୁମାର ଉତ୍ତର ଦେଲେ, “ମୂର୍ଖ ପକ୍ଷୀମାନେ ପ୍ରେମର ମହତ୍ତ୍ଵ କଣ ବୁଝିବେ?” ପୁଷ୍ପଟି ଗର୍ଜ୍ଜନ କରି କହିଲା, “ସେ ଯଦି ପ୍ରେମ ଜାଣିନଥାନ୍ତେ, ତାହେଲେ ଆତ୍ମ ବିଜୟର ଏ ଆନନ୍ଦ କେଉଁଠୁ ଆସନ୍ତା?” ରାଜକୁମାର କହିଲେ, “ସେମାନେ ସେମାନଙ୍କର କଳରବ ଦ୍ଵାରା ଭଗବାନ ଭୁବନ ଭାସ୍କରଙ୍କୁ ସ୍ଵାଗତ କରୁଛନ୍ତି। ପୁଷ୍ପଟି କହିଲା, “ସେ ତାଙ୍କ ଠାରୁ କେତେ ଦୂରରେ ଅଛନ୍ତି?” ରାଜାକୁମାର କହିଲେ ପ୍ରାୟ ୯ କୋଟି ମାଇଲ।”

ପୁଷ୍ପ ପୁଣି ପଚାରିଲା, “ତୁମେ ମୋଠୁ କେତେ ଦୂରରେ ଅଛ?” ରାଜକୁମାର କହିଲେ, “ଏଇ ପନ୍ଦର କୋଡିଏ ହାତ।” ପୁଷ୍ପଟି କହିଲା, “ପକ୍ଷୀମାନେ ଏତେ ଦୂରରେ ଥାଇ ସଚ୍ଚା ଆନନ୍ଦ ଉପଭୋଗ କରୁଛନ୍ତି। ତୁମେ ନିକଟରେ ଥାଇ ଏତେ ବ୍ୟଗ୍ର କାହିଁକି ହେଉଛ?” ରାଜକୁମାର ଲଜ୍ଜିତ ହୋଇ କହିଲେ, “ମୁଁ ତୁମକୁ ହୃଦୟରେ ଲଗାଇବା ପାଇଁ ଚାହେଁ।” ପୁଷ୍ପ କହିଲା, “ପ୍ରକୃତରେ ତୁମେ ମୋତେ ପ୍ରେମ କରୁଛ?” ରାଜକୁମାର କହିଲେ, “ମୁଁ ଆଗରୁ କହିସାରିଛି।” ପୁଷ୍ପଟି କହିଲା, “ପ୍ରେମରେ ବ୍ୟବଧାନ ନଥାଏ।” ରାଜକୁମାର ଅସନ୍ତୋଷ ପ୍ରକାଶ କରି କହିଲେ, “ତୁମର କଳେବର କେବଳ କୋମଳ ଅଟେ, କିନ୍ତୁ ହୃଦୟ ଅତ୍ୟନ୍ତ କଠୋର।”

ପୁଷ୍ପ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ରାଜକୁମାରଙ୍କ ଆଡକୁ ଅନାଇ କହିଲା, “ବହୁତ ଦୂରରେ ଥିବା ମରୀଚିମାଳି ଭୁବନ ଭାସ୍କରଙ୍କୁ ରାତ୍ରୀକାଳୀନ ଦୁଃଖରେ ସଙ୍କୁଚିତ ହୋଇଥିବା କମଳ ଦୁଃଖ ଜଣାଇବାକୁ ତାଙ୍କ ନିକଟକୁ ଯାଏ ନାହିଁ। ବିନା କୁହାରେ କମଳ ବନ୍ଧୁ ଦିବାକର ତା’ ଦୁଃଖ ଦୂର କରି ପ୍ରଭାତରେ ବିକଶିତ କରିଦିଅନ୍ତି।

କୁମୁଦୁନିର ଅବଗୁଣ୍ଠିତ କଳିକାକୁ କଳାନାଥ ଶଶଧର ସ୍ଵୟଂ ପ୍ରସ୍ଫୁଟିତ କରିଦିଅନ୍ତି। ବିନା ଯାଚନାରେ ମେଘ ନିଜର ସଂପୂର୍ଣ୍ଣ ଜଳକୁ ପ୍ରାଣୀମାନଙ୍କର କଲ୍ୟାଣାର୍ଥେ ବର୍ଷା ରୂପରେ ଅଜାଡି ଦିଅନ୍ତି। ଏଥିରେ ଦୂରତା ତ ବାଧା ଦିଏ ନାହିଁ। ତୁମ ଠାରେ ଭୋଗ ଲିପ୍ସା ନିହିତ ଅଛି। ତାହାହିଁ ହେଉଛି, ତୁମ ଅଧଃ ପତନର କାରଣ।”

ରାଜକୁମାର ଶୀତଳ ଶ୍ଵାସ ନେଇ ପ୍ରସ୍ଥାନ କଲେ।

ପ୍ରେମରେ ଭୋଗ ନୁହେଁ ତ୍ୟାଗ ହେଉଛି ମୁଖ୍ୟ।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା। 

ଯୋଗାଯୋଗ ସଂଖ୍ୟା- ୯୩୩ ୭୨୫୮ ୩୯୮

Categories
ଆଜିର ଖବର ଧର୍ମ

କଣ ପାଇଁ ଠାକୁରଙ୍କୁ ଭୋଗ ଦିଆଯାଏ, କେଉଁ ଥାଳିରେ ଭୋଗ ଦେଲେ ଭଗବାନ ଖୁସି ହୁଅନ୍ତି

ନୂଆଦିଲ୍ଲୀ, ଆମ ହିନ୍ଦୁ ସମାଜରେ ପୂଜାଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ପୂଜା ସମୟରେ, ମିଠା, ଫଳମୂଳ, ନଡିଆ ପ୍ରଭୃତି ଠାକୁରଙ୍କ ସମ୍ମୁଖରେ ରଖାଯାଏ। ପୂଜାପାଠ ସମୟରେ ସମସ୍ତ ସାମଗ୍ରୀ ଠାକୁରଙ୍କୁ ଅର୍ପଣ କରାଯାଏ। ଯାହା ପରେ ଭୋଗକୁ ଅମୃତ ତୂଲ୍ୟ ବୋଲି ବିବେଚନା କରି ସମସ୍ତେ ଗ୍ରହଣ କରିଥାନ୍ତି।

ଭଗବାନଙ୍କୁ ଭୋଗ ଉତ୍ସର୍ଗ କରିବାର ମହତ୍ତ୍ବ କ’ଣ:

ଶ୍ରୀମଦ୍ ଭଗବଦ୍ ଗୀତାଙ୍କ ତୃତୀୟ ଅଧ୍ୟାୟରେ ଭଗବାନ କୃଷ୍ଣ କହିଛନ୍ତି ଯେ ଯିଏ ଭଗବାନଙ୍କୁ ଖାଦ୍ୟ ନ ଦେଇ ନିଜେ ଖାଦ୍ୟ ଗ୍ରହଣ କରେ,  ସେ ଖାଦ୍ୟ ଚୋରି କରିବାର ପାପ ବହନ କରିବାକୁ ପଡେ। ଏପରି ବ୍ୟକ୍ତି କାହାର ବସ୍ତୁ ଚୋରି କରିବା ସହିତ ସମାନ ଭାବରେ ଦଣ୍ଡ ଭୋଗନ୍ତି।

ଶାସ୍ତ୍ରରେ କୁହାଯାଇଛି ଯେ ଯିଏ ଇଶ୍ବରଙ୍କୁ ଖାଦ୍ୟ ଅର୍ପଣ କରେ ନାହିଁ କିମ୍ବା ଭଗବାନଙ୍କ ନୈବେଦ୍ୟକୁ ଅସମ୍ମାନ କରେ ସେ ଭଗବାନଙ୍କ ଆର୍ଶିବାଦରୁ ବଞ୍ଚିତ ହୁଏ।

ଯେଉଁମାନେ ଇଶ୍ବରଙ୍କୁ ଖାଦ୍ୟ ଉତ୍ସର୍ଗ ନ କରି ନିଜେ ଖାଦ୍ୟ ଗ୍ରହଣ କରନ୍ତି, ସେମାନେ ଭୂତ ଜନ୍ମ ନିଅନ୍ତି ଏବଂ ସେମାନଙ୍କୁ ଜୀବନସାରା ଯନ୍ତ୍ରଣା ଭୋଗିବାକୁ ପଡେ।

ତମ୍ବା କିମ୍ବା ଅନ୍ୟ ଧାତୁ ପାତ୍ରରେ ଭୋଗ ପାଇଁ ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ। ଏବଂ ଧାର୍ମିକ ବୋଲି ବିବେଚନା କରାଯାଏ। ତେଣୁ ତମ୍ବା ପାତ୍ରରେ ଦିଆଯାଇଥିବା ଭୋଗ ଦ୍ୱାରା ଭଗବାନ ଭଲ ପାଆନ୍ତି।

ଭଗବାନଙ୍କୁ ଭୋଗ ଅର୍ପଣ କରିବାବେଳେ,  ଏଥିରେ ଏକ ତୁଳସୀ ପତ୍ର ରହିବା ଜରୁରୀ। ଏହା ଶୁଭତାକୁ ସୂଚିତ କରେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

କଣ ପାଇଁ ଠାକୁରଙ୍କୁ ଭୋଗ ଦିଆଯାଏ, କେଉଁ ଥାଳିରେ ଭୋଗ ଦେଲେ ଭଗବାନ ଖୁସି ହୁଅନ୍ତି

ନୂଆଦିଲ୍ଲୀ, ଆମ ହିନ୍ଦୁ ସମାଜରେ ପୂଜାଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ପୂଜା ସମୟରେ, ମିଠା, ଫଳମୂଳ, ନଡିଆ ପ୍ରଭୃତି ଠାକୁରଙ୍କ ସମ୍ମୁଖରେ ରଖାଯାଏ। ପୂଜାପାଠ ସମୟରେ ସମସ୍ତ ସାମଗ୍ରୀ ଠାକୁରଙ୍କୁ ଅର୍ପଣ କରାଯାଏ। ଯାହା ପରେ ଭୋଗକୁ ଅମୃତ ତୂଲ୍ୟ ବୋଲି ବିବେଚନା କରି ସମସ୍ତେ ଗ୍ରହଣ କରିଥାନ୍ତି।

ଭଗବାନଙ୍କୁ ଭୋଗ ଉତ୍ସର୍ଗ କରିବାର ମହତ୍ତ୍ବ କ’ଣ:

ଶ୍ରୀମଦ୍ ଭଗବଦ୍ ଗୀତାଙ୍କ ତୃତୀୟ ଅଧ୍ୟାୟରେ ଭଗବାନ କୃଷ୍ଣ କହିଛନ୍ତି ଯେ ଯିଏ ଭଗବାନଙ୍କୁ ଖାଦ୍ୟ ନ ଦେଇ ନିଜେ ଖାଦ୍ୟ ଗ୍ରହଣ କରେ,  ସେ ଖାଦ୍ୟ ଚୋରି କରିବାର ପାପ ବହନ କରିବାକୁ ପଡେ। ଏପରି ବ୍ୟକ୍ତି କାହାର ବସ୍ତୁ ଚୋରି କରିବା ସହିତ ସମାନ ଭାବରେ ଦଣ୍ଡ ଭୋଗନ୍ତି।

ଶାସ୍ତ୍ରରେ କୁହାଯାଇଛି ଯେ ଯିଏ ଇଶ୍ବରଙ୍କୁ ଖାଦ୍ୟ ଅର୍ପଣ କରେ ନାହିଁ କିମ୍ବା ଭଗବାନଙ୍କ ନୈବେଦ୍ୟକୁ ଅସମ୍ମାନ କରେ ସେ ଭଗବାନଙ୍କ ଆର୍ଶିବାଦରୁ ବଞ୍ଚିତ ହୁଏ।

ଯେଉଁମାନେ ଇଶ୍ବରଙ୍କୁ ଖାଦ୍ୟ ଉତ୍ସର୍ଗ ନ କରି ନିଜେ ଖାଦ୍ୟ ଗ୍ରହଣ କରନ୍ତି, ସେମାନେ ଭୂତ ଜନ୍ମ ନିଅନ୍ତି ଏବଂ ସେମାନଙ୍କୁ ଜୀବନସାରା ଯନ୍ତ୍ରଣା ଭୋଗିବାକୁ ପଡେ।

ତମ୍ବା କିମ୍ବା ଅନ୍ୟ ଧାତୁ ପାତ୍ରରେ ଭୋଗ ପାଇଁ ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ। ଏବଂ ଧାର୍ମିକ ବୋଲି ବିବେଚନା କରାଯାଏ। ତେଣୁ ତମ୍ବା ପାତ୍ରରେ ଦିଆଯାଇଥିବା ଭୋଗ ଦ୍ୱାରା ଭଗବାନ ଭଲ ପାଆନ୍ତି।

ଭଗବାନଙ୍କୁ ଭୋଗ ଅର୍ପଣ କରିବାବେଳେ,  ଏଥିରେ ଏକ ତୁଳସୀ ପତ୍ର ରହିବା ଜରୁରୀ। ଏହା ଶୁଭତାକୁ ସୂଚିତ କରେ ।