Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡିଶାରୁ ମୋବାଇଲ ଗ୍ରାହକ ସଫା କରୁଛି ଜିଓ, ଗତ ୬ ମାସରେ ପ୍ରାୟ ୧୨ ଲକ୍ଷ ନୂଆ ଗ୍ରାହକ ଟାଣିନେଲା

ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଜିଓ ୨୦୨୦ର ପ୍ରଥମ ଛଅ ମାସରେ ପ୍ରାୟ ୧୨ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିଛି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଭାରତୀ ଏୟାରଟେଲ ଏହି ସମୟରେ ରାଜ୍ୟରେ ପ୍ରାୟ ୧୦ଲକ୍ଷ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ଏହି ଛଅ ମାସରେ ପ୍ରାୟ ୬ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରେ ପ୍ରକାଶ କରାଯାଇଛି । ଜିଓ ବ୍ୟତୀତ ରାଷ୍ଟ୍ରାୟତ୍ତ ବିଏସଏନଏଲ ଏକମାତ୍ର ସେବା ଯୋଗାଣକାରୀ ଭାବରେ ଗ୍ରାହକ ଯୋଗ କରିଛି ଏବଂ ଏହା ଉକ୍ତ ସମୟ ମଧ୍ୟରେ ରାଜ୍ୟରେ ୩.୩ ଲକ୍ଷ ନୂଆ ଗ୍ରାହକ ଯୋଡିଛିି ।

୨୦୨୦ ଜୁନ୍ ମାସ ନିମନ୍ତେ ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ରାଜ୍ୟରେ ଜୁନ୍ ମାସରେ ୨.୨୧ ଲକ୍ଷ ଗ୍ରାହକ ଯୋଗ କରିଥିବାବେଳେ ତାହା ପଛକୁ ବିଏସଏନଏଲ ୫୩,୯୦୪ ଗ୍ରାହକ ଯୋଗ କରିଛି । ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଏହି ମାସରେ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି । ଚଳିତ ବର୍ଷ ଜୁନ୍ ମାସରେ ଏୟାରଟେଲ୍ ଓଡିଶାରେ ୨.୧୭ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୧.୧୯ ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି । ସେହିଭଳି ଜୁନ୍ ମାସରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୬୧,୬୯୩ ହ୍ରାସପାଇଛି ।

ଜାତୀୟସ୍ତରରେ ମଧ୍ୟ ଜିଓ ଚଳିତ ବର୍ଷ ଜୁନ୍ ମାସରେ ପ୍ରାୟ ୪୫ଲକ୍ଷ ନୂଆ ଗ୍ରାହକ ଯୋଗକରିବା ସହିତ ନିଜର ୧ନମ୍ବର ସ୍ଥାନକୁ ଅଧିକ ମଜଭୁତ କରିଥିବାବେଳେ ଭୋଡାଫୋନ ଆଇଡିଆ ଏହି ମାସରେ ୪୮ଲକ୍ଷରୁ ଅଧିକ ଗ୍ରାହକ ହରାଇଛି । ବିଏସଏନଏଲ ଏହି ସମୟରେ ଦେଶରେ ୧୭ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭାରତୀ ଏୟାରଟେଲ ୧୧ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଜଣାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଓ ତାହାର ସର୍ବବୃହତ ୪ଜି ନେଟୱାର୍କ, ଦ୍ରୁତ ନେଟୱାର୍କ ସଂପ୍ରସାରଣ, ଏପର‌୍ୟ୍ୟନ୍ତ ଅପହଞ୍ଚ ରହିଥିବା ଅନେକ ଅଞ୍ଚଳଗୁଡିକୁ ସଂଯୁକ୍ତ କରିବା, ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଆକର୍ଷଣୀୟ ପ୍ଲାନ୍ ଏବଂ ପ୍ରତି ବର୍ଗର ଗ୍ରାହକଙ୍କ ପାଇଁ ସୁଲଭ ବ୍ୟବସ୍ଥା ବଳରେ ଉଭୟ ଓଡ଼ିଶା ଏବଂ ସମଗ୍ର ଦେଶରେ ନିରନ୍ତର ଭାବେ ଲକ୍ଷାଧିକ ନୂଆ ଗ୍ରାହକ ଯୋଗ କରିବାରେ ଲାଗିଛି । ଟେଲିକମ୍ କ୍ଷେତ୍ର ପାଇଁ ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ଏକ ଆର୍ଥିକ ରିପୋର୍ଟ ଅନୁଯାୟୀ ଜିଓ ରାଜ୍ୟରେ ମୋଟ ଟେଲିକମ୍ ରାଜସ୍ୱ ଆୟର ୫୦% ରୁ ଅଧିକ ହାସଲ କରି ଉଭୟ ଗ୍ରାହକ ଏବଂ ରାଜସ୍ୱ ଆୟ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ଅଧିକାର କରିଛି ।

ନିକଟରେ ଜିଓ ପକ୍ଷରୁ ଜିଓପୋଷ୍ଟପେଡ ପ୍ଲସ ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଥିଲା, ଯେଉଁଥିରେ ସଂଯୋଗ ନିର୍ବିଶେଷରେ ଉନ୍ନତତ୍ତର ସେବା, ମନୋରଞ୍ଜନ ଓ ଅନନ୍ୟ ଅନୁଭୂତି ପ୍ରଦାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି ପ୍ଲାନ୍‌ରେ ନିର୍ଭରଯୋଗ୍ୟ ଓ ଉଚ୍ଚ ଗୁଣମାନର ସଂଯୋଗ, ଅସୀମ ପ୍ରିମିୟମ ମନୋରଂଜନ, ତ୍ରୁଟିଶୂନ୍ୟ ଏବଂ ସୁଲଭ ଆନ୍ତର୍ଜାତିକ ରୋମିଂ, ସର୍ବାଧୁନିକ ନୂତନ ବୈଶିଷ୍ଟ୍ୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚିତ ଗ୍ରାହକ ଅନୁଭୂତିକୁ ଗୁରୁତ୍ୱ ଦିଆଯାଇଛି ।

ଏଥିରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଡିଜ୍‌ନି+ହଟ୍‌ଷ୍ଟାର ଭିଆଇପି ଭଳି ଶ୍ରେଷ୍ଠ ଓଟିଟି ଆପ୍‌ଗୁଡିକ ଗ୍ରାହକଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯାଇଛି ଏବଂ ତାହାସହିତ ଜିଓ ଆପ୍‌ସମୂହ ଜରିଆରେ ୬୫୦ରୁ ଅଧିକ ଲାଇଭ ଟିଭି ଚାନେଲ, ଭିଡିଓ କଣ୍ଟେଣ୍ଟ୍‌, ୫ କୋଟିରୁ ଉର୍ଦ୍ଧ୍ୱ ଗୀତ, ୩୦୦ରୁ ଅଧିକ ସମ୍ବାଦପତ୍ର ଏବଂ ଆହୁରି ଅନେକ କିଛି ଉପଲବ୍ଧ କରାଯାଇଛି । ଜିଓ ମଧ୍ୟ ତାହାର ଅତ୍ୟନ୍ତ ଲୋକପ୍ରିୟ ହାଇସ୍ପିଡ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଓଡ଼ିଶାର ୧୫ଟି ସହରର ଗୁରୁତ୍ୱପୂର୍ଣ୍ଣ ଅର୍ଚଳଗୁଡିକରେ ଯୋଗାଇବା ଆରମ୍ଭ କରିଛି ଏବଂ ରାଜ୍ୟର ଅନ୍ୟ ସହର ଓ ନଗରଗୁଡିକୁ ଦ୍ରୁତଗତିରେ ସମ୍ପ୍ରସାରିତ କରୁଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜିଓର ପୋଷ୍ଟ୍‌ପେଡ୍ ପ୍ଲାନ ଘୋଷଣା ପରେ ଟେଲିକମ୍ ଷ୍ଟକ ମାର୍କେଟରେ ହଲଚଲ, ଖସିଲା ବିଭିନ୍ନ ସେୟାର

ମୁମ୍ବାଇ, ରିଲାଏନ୍ସ ଜିଓ ତାହାର ନୂଆ ପୋଷ୍ଟପେଡ ପ୍ଲାନ ସମ୍ପର୍କରେ ଘୋଷଣା କରିବାର ଦିନକ ପରେ ଦୂରସଂଚାର କ୍ଷେତ୍ରରେ ପ୍ରତିଦ୍ୱନ୍ଦୀ କମ୍ପାନୀଗୁଡିକର ଷ୍ଟକମୂଲ୍ୟରେ ବୁଧବାର ଆକସ୍ମିକ ଭାବେ ୧୦% ପର୍ଯ୍ୟନ୍ତ ହ୍ରାସ ଘଟିଥିଲା । ଭୋଡାଫୋନ ଆଇଡିଆ ଷ୍ଟକ ମୂଲ୍ୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସର୍ବାଧିକ ୧୦.୦୫% ହ୍ରାସ ପାଇ ସେୟାର ପିଛା ୯.୨୨ ଟଙ୍କାରେ ବନ୍ଦ ହୋଇଥିଲା । ଦିନର କାରବାର ସମୟରେ ଏହା ୧୪% ହ୍ରାସପାଇ ୮.୮୧ ଟଙ୍କା ପର‌୍ୟ୍ୟନ୍ତ ହ୍ରାସ ପାଇଥିଲା । ଅନୁରୂପ ଭାବେ ଭାରତୀ ଏୟାରଟେଲ ସେୟାର ମୂଲ୍ୟ ବୁଧବାର ଦିନ ୭.୮୯% ହ୍ରାସପାଇ ୪୩୩.୯୦ ଟଙ୍କାରେ ବନ୍ଦ ହୋଇଥିଲା । ଦିନର କାରବାର ସମୟରେ ଏଥିରେ ୯.୯୯% ହ୍ରାସ ପରିଲକ୍ଷିତ ହେବା ସହିତ ଏହା ୪୨୩.୯୫ ଟଙ୍କା ପର‌୍ୟ୍ୟନ୍ତ ହ୍ରାସ ପାଇଥିଲା ।

ଏସମ୍ପର୍କରେ ବଜାର ବିଶ୍ଳେଷଣକାରୀ ସଂସ୍ଥା ଚଏସ୍ ବ୍ରୋକିଂ ପକ୍ଷରୁ କୁହାଯାଇଛି, ରିଲାଏନ୍ସ ଜିଓ ନୂଆ ପୋଷ୍ଟପେଡ ତାରିଫ ପ୍ଲାନ ଘୋଷଣା କରିବାପରେ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ଭଳି ଦୂରସଂଚାର କମ୍ପାନୀଗୁଡିକର ଷ୍ଟକ ମୂଲ୍ୟ ହ୍ରାସ ଘଟିଥିଲା । ପୂର୍ବରୁ ମୋବାଇଲ ତାରିଫ ଏବଂ ଫାଇବର-ବ୍ରଡବ୍ୟାଣ୍ଡ୍ ସେବା ମୂଲ୍ୟରେ ତୀବ୍ର ପ୍ରତିଯୋଗିତା ଆରମ୍ଭ କରିଥିବା ମୁକେଶ ଅମ୍ବାନିଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଜିଓ ମଙ୍ଗଳବାର ଦିନ ନୂଆ ସୁଲଭ ପୋଷ୍ଟପେଡ ପ୍ଲାନ ସମୂହ ଉନ୍ମୋଚନ କରିଥିଲା । ଏଥିରେ ୫୦୦ ଜିବି ପର‌୍ୟ୍ୟନ୍ତ ଡାଟା ଏବଂ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଓ ଡିଜ୍‌ନି+ ହଟ୍‌ଷ୍ଟାର ସବ୍‌ସ୍କ୍ରିପସନକୁ ସଂଯୁକ୍ତ କରାଯାଇଛି ।

ଗ୍ରାହକଙ୍କ ପାଇଁ ଜିଓପୋଷ୍ଟପେଡ ପ୍ଲ୍‌ଓ ପ୍ଲାନ୍‌ରେ ମାସିକ ତାରିଫ ୩୯୯ ଟଙ୍କାରୁ ଆରମ୍ଭ କରି ୧୪୯୯ ଟଙ୍କା ପର‌୍ୟ୍ୟନ୍ତ ରହିଛି ଏବଂ ସେଥିରେ ବିଭିନ୍ନ ଫାଇଦା ମିଳିବ ବୋଲି କମ୍ପାନୀ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି । ପୋଷ୍ଟପେଡ କ୍ଷେତ୍ରରେ ଜିଓ ପକ୍ଷରୁ ସୁଲଭ ତାରିଫ୍ ଘୋଷଣା କରାଯାଇଥିବାରୁ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚିନା କରାଯାଉଛି ।

ନୂଆକରି ପ୍ରଚଳନ କରାଯାଇଥିବା ଜିଓପୋଷ୍ଟପେଡ ପ୍ଲସ୍ ସେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ସଂଯୋଗ, ମନୋରଞ୍ଜନ ଏବଂ ଅନୁଭୂତି କ୍ଷେତ୍ରରେ ସର୍ବଶ୍ରେଷ୍ଠ ସେବା ଯୋଗାଣ ବୋଲି ଜିଓ ପକ୍ଷରୁ ପ୍ରକାଶ କରାଯାଇଛି । ତୀବ୍ର ପ୍ରତିଯୋଗିତାମୂଳକ ଭାରତୀୟ ଦୂରସଂଚାର ବଜାରରେ ନିଜର ଅଧୁନାତମ ପୋଷ୍ଟପେଡ ଆକମଣାତ୍ମକ ତାରିଫ ଘୋଷଣା ସହିତ ଜିଓ ମଧ୍ୟ ମାଗଣା ହୋମ୍ ଡେଲିଭରୀ ଏବଂ ଆକ୍ଟିଭେସନ ତଥା ପ୍ରିମିୟମ କଲ୍ ସେଣ୍ଟର ସେବା ଯୋଗାଇ ଦେଉଛି ।

ବଜାର ବିଶ୍ଳେଷଣକାରୀ ସଂସ୍ଥା ଜେପି ମୋର୍ଗାନ ଏହାର ରିପୋର୍ଟରେ କହିଛି ଯେ ଜିଓର ନୂଆ ପୋଷ୍ଟପେଡ୍ ପ୍ଲାନ୍‌ରେ ଓଟିଟି ସମ୍ମିଳିତ ପ୍ରତି ୧ଜିବି ଡାଟା ପିଛା ହାରାହାରି ଯେତିକି ଖର୍ଚ୍ଚ ହେଉଛି, ସମଷ୍ଟିଗତ ଭାବରେ ପ୍ରଦାନ କରାଯିବା ଦ୍ୱାରା ତାହା ଜିଓର ନିଜସ୍ୱ ପ୍ରପେଡ ପ୍ଲାନ୍‌ରେ ସେହି ସମାନ ଡାଟା ଠାରୁ ୫୦ରୁ ୫୩% ପର‌୍ୟ୍ୟନ୍ତ ଶସ୍ତା ପଡୁଛି । ଏହାଦ୍ୱାରା ସାମଗ୍ରିକ ଭାବେ ଦୂରସଂଚାର ବଜାରକୁ ଅଧିକ ରାଜସ୍ୱ ମିଳିପାରିବ ଏବଂ ଏହା ସମୁଦାୟ ଦୂରସଂଚାର ଶିଳ୍ପ ପାଇଁ ଏକ ସକାରାତ୍ମକ ପ୍ରୟାସ। ଜିଓ ମଧ୍ୟ ଏହାର ବିଶାଳ ସ୍ମାର୍ଟଫୋନ ଗ୍ରାହକଙ୍କୁ ପୋଷ୍ଟପେଡ ଗ୍ରାହକଭାବେ ରୂପାନ୍ତରଣ କରିବା ଯୋଜନା ରଖିଥିବା କୁହାଯାଇଛି।

ଅନ୍ୟ ଏକ ବିଶ୍ଲେଷଣକାରୀ ସଂସ୍ଥା ଜେଫେରିଜ୍ ପକ୍ଷରୁ କୁହାଯାଇଛି, ପୋଷ୍ଟପେଡ ଗ୍ରାହକଙ୍କୁ ନଜରରେ ରଖି ଜିଓ ପକ୍ଷରୁ ଏହା ଦ୍ୱିତୀୟ ପ୍ରୟାସ ହୋଇଛି ଏବଂ ଏହା ଭୋଡାଫୋନ ଆଇଡିଆର ପ୍ରାୟ ୨୩ ନିୟୁତ ପୋଷ୍ଟପେଡ ଗ୍ରାହକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିବା ପାଇଁ ଏଭଳି କରାଯାଇଛି। ଭୋଡାଫୋନ ଆଇଡିଆର ସେବାର ମାନରେ ପାର୍ଥକ୍ୟ ବୃଦ୍ଧିପାଇଚାଲିବାବେଳେ ତାହାର ପୋଷ୍ଟପେଡ ଗ୍ରାହକମାନେ ଆନ୍ଦୋଳିତ ହେବାନେଇ ଅତି ସମ୍ବେଦନଶୀଳ ବିବେଚିତ ହେଉଛନ୍ତି ଏବଂ ଏହି ସୁଯୋଗର ସଦ୍‌ବ୍ୟବହାର କରିବାକୁ ଜିଓ ଠିକଣା ସମୟରେ ତାହାର ତାଜା ପୋଷ୍ଟପେଡ ତାରିଫ ପ୍ଲାନ ପ୍ରଚଳନ କରିଛି।

ଏମ୍‌କେ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି, ପୋଷ୍ଟପେଡ୍ କ୍ଷେତ୍ରରେ ଜିଓ ପକ୍ଷରୁ ପ୍ରଦାନ କରାଯାଉଥିବା ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ, ଡିଜ୍‌ନି-ହଟ୍‌ଷ୍ଟାର ଭିଆଇପି ଭଳି ବ୍ୟାପକ ମାତ୍ରାରେ ଆକ୍ରମଣାତ୍ମକ କଣ୍ଟେଣ୍ଟ ଗ୍ରାହକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବା ଆଶା କରାଯାଉଛି। ଅନ୍ୟପକ୍ଷରେ ଭୋଡାଫୋନ ଆଇଡିଆର ଦୁର୍ବଳ ଆର୍ଥିକ ସ୍ଥିତି ଏବଂ ଅଧିକ ସଂଖ୍ୟାରେ ପୋଷ୍ଟପେଡ ଗ୍ରାହକ ଏହାକୁ ଅଧିକ କ୍ଷତି ପହଞ୍ଚାଉଛି।

ଅନ୍ୟତମ ବଜାର ବିଶ୍ଳେଷଣକାରୀ ସଂସ୍ଥା ବିଏନ୍‌ପି ପାରିବାସ୍ କହିଛି, ଜିଓ ଅତ୍ୟନ୍ତ ସୁଲଭ ଓ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ତାହାର ପ୍ରିମିୟମ କଣ୍ଟେଣ୍ଟକୁ ଏକତ୍ର ଭାବେ ଯୋଗାଇବା ଆରମ୍ଭ କରିଛି। ଆକର୍ଷଣୀୟ କଣ୍ଟେଣ୍ଟକୁ ଏକାଠି ପ୍ରଦାନ କରାଯିବା ପ୍ରସ୍ତାବ ଯୋଗୁ ବହୁସଂଖ୍ୟକ ଗ୍ରାହକଙ୍କ ପାଇଁ ଏହି ପୋଷ୍ଟପେଡ ଯୋଜନା ଆକର୍ଷଣୀୟ ହୋଇପାରେ ଏବଂ ଏହା ପୋଷ୍ଟପେଡ ବଜାରକୁ ଅଧିକ ପରିବ୍ୟାପ୍ତ କରିବା ସମ୍ଭାବନା ରହିଛି ବୋଲି ଏହା କହିଛି।