Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କେରଳରେ ମିଳିଲା ଆଉ ଏକ ମଙ୍କିପକ୍ସ ଆକ୍ରାନ୍ତ: ରୋଗୀଙ୍କ ସଂଖ୍ୟା ୩ କୁ ବୃଦ୍ଧି

ନୂଆଦିଲ୍ଲୀ: କେରଳରେ ମଙ୍କିପକ୍ସର ଆଉ ଏକ ମାମଲା ଦେଖିବାକୁ ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ଏହି ସୂଚନା ଦେଇଛନ୍ତି। ସଂକ୍ରମିତ ବ୍ୟକ୍ତି ୟୁଏଇରୁ ମାଲାପୁରାମକୁ ଆସିଛନ୍ତି। ଏହା ସହ ରାଜ୍ୟରେ ଏବେ ତୃତୀୟ ମାମଲା ସାମ୍ନାକୁ ଆସିଛି। ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ଜୁଲାଇ ୧୪ ତାରିଖରେ ହୋଇଥିଲା। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ଫେରିଥିବା ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମଙ୍କିପକ୍ସ ଥିବା ନିଶ୍ଚିତ କରାଯାଇଥିଲା। ଏହା ପରେ ଏକ ଉଚ୍ଚ ସ୍ତରୀୟ କେନ୍ଦ୍ରୀୟ ଦଳ କେରଳକୁ ପଠାଯାଇଥିଲା। ଏହି ଟିମକୁ ରାଜ୍ୟ ଅଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବାର ଦାୟିତ୍ଵ ଦିଆଯାଇଥିଲା। ତୁରନ୍ତ ପଦକ୍ଷେପ ଗ୍ରହଣ କରି କେରଳ ସରକାର ୧୪ ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରିଛନ୍ତି। ଏହା ସହିତ ରାଜ୍ୟର ଚାରୋଟି ବିମାନବନ୍ଦରରେ ହେଲ୍ପ ଡେସ୍କ ପ୍ରସ୍ତୁତ କରାଯାଇଛି।

ଏହା ପରସ୍ପରର ଶ୍ୱାସକ୍ରିୟା ମାଧ୍ୟମରେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ। ଅବଶ୍ୟ, ଯଦି ଅନ୍ୟ ଜଣେ ବ୍ୟକ୍ତି ସଂକ୍ରମିତ ରୋଗୀଙ୍କ ସହ ଦୀର୍ଘ ସମୟ ଧରି ଘନିଷ୍ଠ ସମ୍ପର୍କ ରଖନ୍ତି ତେବେ ଏହା ସମ୍ଭବ ଅଟେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ରୋଗୀର ଶରୀରର ତରଳ ପଦାର୍ଥ କିମ୍ବା କ୍ଷତ ସହିତ ସିଧାସଳଖ ଯୋଗାଯୋଗ ମାଧ୍ୟମରେ ମଙ୍କିପକ୍ସ ଜୀବାଣୁ ବ୍ୟାପିଥାଏ। ଏହା ରୋଗୀ ଦ୍ୱାରା ବ୍ୟବହୃତ ପୋଷାକ ମାଧ୍ୟମରେ ମଧ୍ୟ ବ୍ୟାପିଥାଏ। ଅବଶ୍ୟ, ମଙ୍କିପକ୍ସ ବିଶେଷ ଭାବରେ ଏକ ଜୁନୋସିସ୍ ଅଟେ, ଅର୍ଥାତ୍ ଏକ ରୋଗ ଯାହା ସଂକ୍ରମିତ ପ୍ରାଣୀଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିଥାଏ। ଆଫ୍ରିକାରେ ଏହି ରୋଗ ବ୍ୟାପିବାର ଏହା କାରଣ ଥିଲା, କିନ୍ତୁ ଭାରତରେ ଏହିପରି ମଙ୍କିପକ୍ସ ବିସ୍ତାର ହେବାର ସମ୍ଭାବନା ବହୁତ କମ୍ ଅଟେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବାନୁସାରେ, ମଙ୍କିପକ୍ସ ସଂକ୍ରମଣ କେବଳ କାମୁଡ଼ିବା, ସ୍କ୍ରାଚ୍ କରିବା କିମ୍ବା ବଣୁଆ ଜନ୍ତୁର ମାଂସ ଖାଇବା ଦ୍ୱାରା ପଶୁଙ୍କଠାରୁ ମଣିଷକୁ ବ୍ୟାପିପାରେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

BIG NEWS: ମଙ୍କିପକ୍ସ ଡର, ଆନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ବିମାନବନ୍ଦର ଏବଂ ବନ୍ଦର ମାଧ୍ୟମରେ ଭାରତରେ ପହଞ୍ଚୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି।

ଏହି ବୈଠକରେ ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ (ଏପିଏଚଓ / ପିଏଚଓ) ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ସମସ୍ତ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କର କଠୋର ସ୍ୱାସ୍ଥ୍ୟ ପରୀକ୍ଷଣ ନିଶ୍ଚିତ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଯାହାଦ୍ବାରା ଦେଶରେ ମଙ୍କିପକ୍ସ ସଂକ୍ରମଣର ସମ୍ଭାବନାକୁ କମ୍ କରାଯାଇପାରିବ।

ମନ୍ତ୍ରଣାଳୟର ‘ମଙ୍କିପକ୍ସ ରୋଗର ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ’ ଅନୁଯାୟୀ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଏବଂ ଦିଗଦର୍ଶନ ପ୍ରଦାନ କରାଯାଇଥିଲା। ଏହା ସହିତ ଅନ୍ୟାନ୍ୟ ଅଂଶୀଦାର ଯଥା ଆନ୍ତର୍ଜାତିକ ବନ୍ଦର ଓ ବିମାନ ବନ୍ଦରର ଇମିଗ୍ରେସନରେ ସମନ୍ବୟ ସ୍ଥାପନ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ଯଦ୍ବାରା ସ୍ବାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟାକୁ ଶୃଙ୍ଖଳିତ କରାଯାଇପାରିବ।

ଏହା ସହିତ ପ୍ରତି ବନ୍ଦରର ପ୍ରବେଶ ମାର୍ଗରେ ହସ୍ପିଟାଲ୍ ସହିତ ଏକ ଉପଯୁକ୍ତ ଲିଙ୍କେଜ ବ୍ୟବସ୍ଥା ସ୍ଥାପନ କରାଯାଇଛି ଯଦ୍ବାରା ସଠିକ୍ ସମୟରେ ରେଫରାଲ୍ ଓ ଆଇସୋଲେସନ ବ୍ୟବସ୍ଥା କରାଯାଇପାରିବ। ଏହି ବୈଠକରେ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବିଭାଗ ଏବଂ ବିପର‌୍ୟ୍ୟୟ ପରିଚାଳନା ସେଲର ର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କେରଳରେ ଚିହ୍ନଟ ହେଲା ଆଉ ଏକ ମଙ୍କିପକ୍ସ ଆକ୍ରାନ୍ତ, ଦେଶରେ ଦ୍ୱିତୀୟ ମାମଲା

ନୂଆଦିଲ୍ଲୀ: ଆଜି ଦେଶରେ ମଙ୍କିପକ୍ସର ଦ୍ୱିତୀୟ ମାମଲା ନିଶ୍ଚିତ ହୋଇଛି। ଦ୍ୱିତୀୟ ମାମଲା କେରଳରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, କେରଳର କନ୍ନୁର ଠାରେ ଏହା ନିଶ୍ଚିତ ହୋଇଛି। ସୂଚନା ମୁତାବକ ବିଦେଶରୁ କେରଳରେ ପହଞ୍ଚିଥିବା ଯୁବକଙ୍କୁ ମଙ୍କିପକ୍ସରେ ସଂକ୍ରମିତ ହେବାର ସନ୍ଦେହରେ କନ୍ନୁର ପ୍ୟାରୀରାମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଏହାକୁ ଜିଲ୍ଲା ମେଡିକାଲ ଅଫିସର (ଡିଏମଓ) ନିଶ୍ଚିତ କରିଛନ୍ତି।

ରବିବାର ଦିନ କେରଳରେ ମଙ୍କିପକ୍ସ ରୋଗ ହେବାର ଖବର ଆସିବା ପରେ ଥିରୁବନନ୍ତପୁରମ୍, କୋଚି, କୋଜିକୋଡେ ଏବଂ କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ହେଲ୍ପ ଡେସ୍କ ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ ସୂଚନା ଦେଇଛନ୍ତି।

ବିବୃତ୍ତି ଅନୁଯାୟୀ, ଗତ ୨୧ ଦିନ ମଧ୍ୟରେ ମଙ୍କିପକ୍ସ ଚିହ୍ନଟ ହୋଇଥିବା ଦେଶମାନଙ୍କରୁ ଆସୁଥିବା ଯାତ୍ରୀଙ୍କ ବ୍ୟତୀତ ଜ୍ୱର, ଫୁଲା, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଏବଂ ଖାଦ୍ୟ ଗିଳିବାରେ ଅସୁବିଧା ଭଳି ଲକ୍ଷଣ ରହିଛି। ବିମାନବନ୍ଦରରେ ହେଲପ୍ ଡେସ୍କ ସହିତ ଯୋଗାଯୋଗ କରିବା ଉଚିତ୍।

ମନ୍ତ୍ରୀ କହିଛନ୍ତି ଯେ, ଜିଲ୍ଲାମାନଙ୍କରେ ପୃଥକବାସ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଏବଂ ଯେଉଁମାନଙ୍କ ପାଖରେ ମଙ୍କିପକ୍ସର ଲକ୍ଷଣ ଦେଖାଯାଉଛି, ସେମାନେ ୨୧ ଦିନ ଘରେ ରହିବା ଉଚିତ୍।

ସୂଚନାଯୋଗ୍ୟ, ଗୁରୁବାର ଦିନ ଦେଶରେ ମଙ୍କିପକ୍ସର ପ୍ରଥମ ମାମଲା ରିପୋର୍ଟ ହେବା ପରେ କେରଳକୁ ଏକ କେନ୍ଦ୍ରୀୟ ଦଳ ପଠାଯାଇଥିଲା। ପ୍ରଥମ ମାମଲା ମଧ୍ୟ ଜଣେ କେରଳବାସୀ ଅଟନ୍ତି, ଯିଏ ୧୨ ଜୁଲାଇରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ଫେରି ଆସିଥିଲେ।