ବାଲୁଗାଁ: ଆଜି ଅପରାହ୍ନରେ ବାଲୁଗାଁ ବାଇପାସ ୧୬ ନଂ ଜାତୀୟ ରାଜପଥ ମଠପାଟଣା ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଛକ ନିକଟରେ ଏକ କାର (ଗାଡି ନଂ ଓଡ଼ି ୦୫ ଏଏଚ ୭୮୮୭) ଛିଡା ହୋଇଥିବା ବେଳେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଅନ୍ୟ ଏକ କାର (ଓଡ଼ି ୩୩ ଏବି ୬୨୫୬) ପଛ ପାର୍ଶ୍ୱକୁ ଧକ୍କା ଦେଇଥିଲା।
ଉଭୟ କାରର ଯାତ୍ରୀ ସୁରକ୍ଷିତ ଥିବା ବେଳେ ଧକ୍କା ଦେଇଥିବା କାରଟି ସ୍ଥାନୀୟ ଜଣେ ବୃଦ୍ଧଙ୍କୁ ଧକ୍କା ଦେଇଥିଲା। ଫଳରେ ବୃଦ୍ଧ ଜଣକ ଗୁରୁତର ଆହତ ହୋଇଥିବା ବେଳେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରାଯାଇଛି। ଆହତ ଜଣକ ମଠପାଟଣା ଗ୍ରାମର ସୁବାସ ସ୍ବାଇଁ (୬୫)। ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି କାର ଦୁଇଟିକୁ ଅଟକ ରଖି ତଦନ୍ତ ଜାରି ରଖିଛି।