Categories
ଅପରାଧ ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମଡେଲର ଅର୍ଚ୍ଚିତା ମହାପାତ୍ରଙ୍କ ଆତ୍ମହତ୍ୟା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ୧୭ ବର୍ଷିୟା କଲେଜ ଛାତ୍ରୀ ତଥା ମଡେଲର ଅର୍ଚ୍ଚିତା ମହାପାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ଜଗନ୍ନାଥ ବିହାରରେ ଅର୍ଚ୍ଚିତା ମହାପାତ୍ର ରହୁଥିବା ବେଳେ ନିଜ ଶୋଇବା ଘରେ ବେକରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣାରୁ ପ୍ରକାଶ ସ୍ବର୍ଗତ ଅର୍ଚ୍ଚିତାଙ୍କ ବାପା ବିଷ୍ଣୁ ମହାପାତ୍ରଙ୍କ ବିୟୋଗ ପରେ ସେ ଓ ବଡ଼ ଭଉଣୀ ମାଁ ଙ୍କ ସହ ଜଗନ୍ନାଥ ବିହାର ଘରେ ରହୁଥିଲେ ଓ ସେ ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ିବା ସହ ମଡେଲିଂ କରୁଥିଲେ। କିନ୍ତୁ ମାଁ ସୁପ୍ରଭା ମହାପାତ୍ର ଏଥିରୁ ବାରଣ କରୁଥିଲେ। ଏହି ଭଳି ପରିସ୍ଥିତିରେ ସେ ଆତ୍ମହତ୍ୟାର ବାଟ ବାଛିବା ସହିତ ଏକ ଚିଠିରେ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଉଲ୍ଲେଖ କରିଛନ୍ତି।