Categories
ଆଜିର ଖବର ଆଞ୍ଚଳିକ

ବିରଜାଇ ମଣ୍ଡଳ ତରଫରୁ ମଣ୍ଡଳସ୍ତରୀୟ ସାଙ୍ଗଠନିକ କର୍ମଶାଳା ଅନୁଷ୍ଠିତ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବିରଜାଇ ମଣ୍ଡଳ ତରଫରୁ ମଣ୍ଡଳସ୍ତରୀୟ ସାଙ୍ଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଭେଟେଶ୍ବର, ଦାମିଆ, ତୁମୁରାପୁଟ, ନିଳାଦ୍ରୀ, ଭବାନୀପୁରର ପଞ୍ଚାୟତର  ଓ୍ବାର୍ଡମେମ୍ବର, ଜିଲ୍ଲାସ୍ତରୀୟ ପ୍ରତିନିଧି ରାଜ୍ୟସ୍ତରୀୟ ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି କର୍ମଶାଳାରେ ସାଙ୍ଗଠନିକ  ଦକ୍ଷତା ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଭାରତୀୟ ଜନତା ପାର୍ଟିର ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଷ୍ଟେଟ୍‌ କାଉନସିଲ୍‌ର ମେମ୍ବର ମାଧବ ଦଳେଇ, ପୂର୍ବତନ ମଣ୍ଡଳର ସଭାପତି ଦେବବ୍ରତ ବଡଜେନା, ତେରନଂ ଜୋନ୍‌ର ଜିଲ୍ଲା ପରିଷଦ ଅମରେନ୍ଦ୍ର ରଣସିଂହ, ବଡକୁଳ ମଣ୍ଡଳର ସଭାପତି ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭେଟେଶ୍ବର ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ବିରାଜାଇ ମଣ୍ଡଳର ସଭାପତି ଜିତେନ୍ଦ୍ର କୁମାର ଭୋଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପର୍ଯ୍ୟବେକ୍ଷକ ବାମନ ଚରଣ ଦାସ ତାଙ୍କୁ ସହଯୋଗ କରିଥିଲେ। ଏହି ଅବସରରେ ବୁଥ୍‌ କମିଟିର ସଭାପତି, ଓ୍ବାର୍ଡ ମେମ୍ବର, ମହିଳା କର୍ମୀଙ୍କୁ ନେଇ ସାଙ୍ଗଠନିକ ବୈଠକ କରାଯାଇ ମଣ୍ଡଳୀ ସ୍ତରୀୟ କମିଟି ପାଇଁ 108 ଜଣ ମେମ୍ବର ଚୟନ ଉପରେ ଆଲୋଚନା କରାଯାଇଥିଲା। ସେହିପରି  ପ୍ରତ୍ୟେକ ବୁଥ୍‌ରେ 25 ଜଣ ମେମ୍ବର ଓ ଜଣେ ସଭାପତି ବଛାଯିବେ ବୋଲି ସୂଚନା ଦିଆଯାଇଛି। ଉକ୍ତ ସଦସ୍ୟ ଏବଂ ସଭାପତି ବୁଥ୍‌କୁ ପରିଚାଳନା କରିବା ସହିତ ତୃଣମୂଳସ୍ତରରେ ସରକାରୀ ଯୋଜନାର ରୂପରେଖ ଉପରେ ତଦାରଖ କରିବେ।