Categories
ଆଞ୍ଚଳିକ

ସ୍ୱାଧୀନତା ଦିବସରେ ଉପଲକ୍ଷେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା

ରଣପୁର: ଆଉ ମାତ୍ର କିଛି ଦିନ ୭୮ତମ ସ୍ୱାଧୀନତା ଦିବସ ପାଳନ। ଏହାକୁ ଧୂମଧାମ ସହ ପାଳନ ନିମନ୍ତେ ରଣପୁର ଶିକ୍ଷା ବିଭାଗ ତରଫରୁ ତପ୍ତରତା ପ୍ରକାଶ ପାଇଛି। ଏ ନେଇ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା, ଇଁରାଜୀ ବକ୍ତୃତା, ଓଡ଼ିଆ ପ୍ରବନ୍ଧ, ଇଁରାଜୀ ପ୍ରବନ୍ଧ, ଚିତ୍ରାଙ୍କନ, ଦେଶାତ୍ମକବୋଧ ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇଛି।

ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ପରେ ଆଜି ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ନରସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକଙ୍କ ସହଯୋଗରେ ନରସିଂହପୁର କ୍ଲଷ୍ଟରରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ନରସିଂହପୁର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସରକାରୀ ଓ ବେସରକାରୀ ସମସ୍ତ ବିଦ୍ୟାଳୟ ଯୋଗ ଦେଇଥିଲେ। ମଣ୍ଡଳ ସ୍ତରରେ ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ମାଗିରାମ ମିଶ୍ର ପରିଚାଳନା କରିଥିଲେ।

ଅବସର ପ୍ରାପ୍ତ ଶିକ୍ଷକ ଫକୀର ଚରଣ ନାୟକ, ପ୍ରଶାନ୍ତ କୁମାର ରଥ, ବରିଷ୍ଠ ଶିକ୍ଷକ ପୁଷ୍କର ପ୍ରଧାନ, ନୀଳାଦ୍ରି ସୁବୁଦ୍ଧି, ଶିକ୍ଷୟତ୍ରୀ ମଧୁଛନ୍ଦା ମହାନ୍ତି, ଲକ୍ଷ୍ମୀ ଦେଇ, ଭାଗବତ ଜେନା, କବିତା ଜେନା, ଅଜୟ କୁମାର ସାହୁ, ସୁଷମା ପ୍ରଧାନ, ବିଜୟ କୁମାର ଚମ୍ପତ୍ତି ପ୍ରମୁଖ ମୂଲ୍ୟାୟନରେ ସହଯୋଗ କରିଥିଲେ। ବିଦ୍ୟାଳୟ କର୍ମଚାରୀ ମାଧବ ଚନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗୀ କରିଥିଲେ।

ସେହିପରି ଗୌରାଙ୍ଗପୁର କ୍ଲଷ୍ଟରରେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ରଙ୍କ ତତ୍ତ୍ୱବଧାନରେ ଯଦୁପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ମିଶ୍ର ଓ ଜୟ ମା ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବ୍ରଜ କିଶୋର ପ୍ରଧାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ଅତିଥି ଭାବେ ଗ୍ରାମ ସଭାପତି ରଙ୍ଗନାଥ ପ୍ରଧାନ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଙ୍ଗନାଥ ନାୟକ, ସୁକାନ୍ତ କୁମାର ରାୟସିଂହ, ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ବରିଷ୍ଠ ଶିକ୍ଷକ ପବିତ୍ର ପ୍ରଧାନ, ନୃସିଂହ ଚରଣ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ଅଜୟ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଯଦୁପୁର ଗ୍ରାମର ସମସ୍ତ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।