Categories
ଅପରାଧ ଆଜିର ଖବର ଜାତୀୟ ଖବର

ଖୋଲା ପଡିଆରେ ଜେସିବି ମଡାଇ ୧୬ ହଜାର ୨୬୨ କ୍ୱାର୍ଟର ମଦ ବୋତଲକୁ ନଷ୍ଟ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ, ଲକ ଡାଉନ ସମୟରେ ବେଆଇନ ମଦ ବିକ୍ରି ଉପରେ କଟକଣା ଜାରି ରହିଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ଚାଲିଥିଲା। ଏହି ଖବର ପାଇଁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ। ଏଥିରେ ୧୬,୨୬୨ କ୍ୱାର୍ଟର ବେଆଇନି ଦେଶ ନିର୍ମିତ ମଦ ବୋତଲ ଜବତ କରିଥିଲେ। ଏହାକୁ ନଷ୍ଟ କରିବା ପାଇଁ ପୋଲିସ ଏକ ଜେସିବି ସାହାଯ୍ୟ ନେଇଥିଲା।

ଖୋଲା ପଡିଆରେ ମଦ ବୋତଲଗୁଡିକ ଉପରେ ଜେସିବି ଚଢାଇ ନଷ୍ଟ କରାଯାଇଥିଲା।ଗତ ରବିବାର ଦିନ ପୋଲିସ ଓ ଅବକାର ବିଭାଗ ମିଳିତ ଭାବେ ଦିଲ୍ଲୀର କେତକ ଅଞ୍ଚଳରେ ଚଢାଉ କରିଥିଲେ। ଗୋଟିଏ ସ୍ଥାନରୁ ସେମାନେ ପ୍ରାୟ ୧୧ ଶହ କ୍ବାର୍ଟର ବେଆଇି ମଦ ଜବତ କରିଥିଲେ। ଏହି ମାମଲରେ ପୋଲିସ ଜଣଙ୍କୁ ଗିରଫ କରିଛି। ଏହାପୂର୍ବରୁ ସେପ୍ଟେମ୍ବର ୧୨ ରେ ଦୁଇଟି ପୃଥକ ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ୪୧ ଟି କାର୍ଟନରେ ପ୍ରାୟ ୨,୦୩୦ କ୍ୱାର୍ଟର ବେଆଇନ ମଦ ଜବତ କରିଥିଲା। ସେମାନଙ୍କ ନିକଟରୁ ପୋଲିସ ଦୁଇଟି ଗାଡି ମଧ୍ୟ ଜବତ କରିଛି।