Categories
ଆଞ୍ଚଳିକ

ମଧୁବନ ସାହିତ୍ୟ ସଂସ୍କୃତି ସଂସଦର କବିତା ଆସର

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ସ୍ଥିତ ମଧୁବନ ସାହିତ୍ୟ ସଂସ୍କୃତି ସଂସଦର ମାସିକ କବିତା ଆସର ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ ସଂଦର ସଭାପତି ରଘୁନାଥ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆସରରେ ଉପସଭାପତି ଡଃ ସରସୀରାଣି ନାୟକ, ସଂପାଦକ ସୁଶାନ୍ତ କୁମାର ସାହୁ, ସୁଧୀର କୁମାର ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

ଦିବଂଗତ କବି ପିତାମ୍ବର ବିଶ୍ୱାଳଙ୍କ ବିୟୋଗରେ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞଳି ଅର୍ପଣ କରାଯାଇଥିଲା। ଅଧ୍ୟାପିକା ପୁଷ୍ପାଞଳି ରାବାଣାଙ୍କ ପରିଚାଳନାରେ ବିଜୟ କୁମାର ସାହୁ, ଅଚ୍ୟୁତାନନ୍ଦ ବିଶ୍ୱାଳ, ନିଳମଣି ମୁଣ୍ଡା, ସୁରେଶ କୁମାର ମାହାର, ବିଶ୍ୱଜିତ ପାତ୍ର, ବାସୁଦେବ କିସାନ୍, ବିନିତା ମୁର୍ମୁ, ତେଜସ୍ମିତା ସାହୁ, ଡଃ ଦୀପେନ୍ କୁମାର ପଟ୍ଟାନାୟକ, ରଘୁନାଥ ପ୍ରଧାନ, ସିପ୍ରା ସହୁ, ସୁଶାନ୍ତ ସାହୁ, ଗୀତାରଣୀ ସାହୁ ପ୍ରମୁଖ କବିତା ପାଠ କରିଥିଲେ।