Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଡକ୍ଟର ମନମୋହନ ସିଂଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ଵର: ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଶ୍ରୀ ପ୍ରତାପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ସ୍ଥାନୀୟ ଗୀତଗୋବିନ୍ଦ ସଦନ‌ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା କହିଥରେ ଯେ, ନିଜର ଅତୁଳୀନୟ କୃତି ପାଇଁ ମନମୋହନ ସିଂ କେବଳ ଭାରତ ନୁହେଁ, ସାରା ବିଶ୍ଵରେ ସ୍ମରଣୀୟ ହୋଇ ରହିବେ । ଭାରତର ଦ୍ରୁତ ବିକାଶର ଶ୍ରେୟ କେବଳ ମନମୋହନ ସିଂଙ୍କର। ସରକାରକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସେ ସୂଚନା ଅଧିକାର ଆଇନ ପ୍ରଣୟନ କରିଥିଲେ । ଯାହାଫଳରେ ଜଣେ ସାଧାରଣ ମଣିଷ ସରକାରୀ ବ୍ୟବସ୍ଥାକୁ ପ୍ରଶ୍ନ ପୟରି ଉତ୍ତର ପାଇବାର ଅଧୁକାରପ୍ରାପ୍ତ ହୋଇପାରିଥିଲା।

ଭାରତକୁ କ୍ଷୁଧାମୁକ୍ତ କରିବା ପାଇଁ ଯୁଗାନ୍ତକାରୀ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିବା ସହ ଉତ୍କଟ ବେକାରୀରୁ ନିସ୍ତାର ପାଇଁ ସେ ଗରିବ ଜନସାଧାରଣଙ୍କ ନିମନ୍ତେ କର୍ମସଂସ୍ଥାନ ଯୋଗାଇବାକୁ ଯୁଗାନ୍ତକାରୀ ମହମ୍ବା ଗାନ୍ଧୀ ନରେଗା ଯୋଜନା ପ୍ରଣୟନ କରିଥିଲେ। ବିଶେଷକରି ଋଷୀଙ୍କୁ ସଶକ୍ତ କରିବା ପାଇଁ ୭୦ ହଜାର କୋଟି ଟଙ୍କାର ରଣଛାଡ଼ର ବ୍ୟବସ୍ଥା ମଧ୍ୟ କରିଥିଲେ। ଭାରତବର୍ଷରେ ଅବହେଳିତ, ଅତ୍ୟାସ୍ତରିତ ଓ ନିଷ୍ପେସିତ ଜନତାଙ୍କ ପାଇଁ ବହୁ ଯୁଗାନ୍ତକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ କହିଲେ ଯେ, ମନମୋହନ ସିଂଙ୍କ ଲଦାରୀକରଣ ନୀତି ପାଇଁ ଭାରତରେ ଅର୍ଥନୈତିକ କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଘଟିଥିଲା। ତାଙ୍କର ପ୍ରଚେଷ୍ଟା ଫଳରେ ବିଶ୍ଵର ମାନ୍ଦା ଅବସ୍ଥାର ପ୍ରଭାବ ଭାରତରେ ପଡ଼ିପାରିଲା ନାହିଁ । ନିଜର ବିଚକ୍ଷଣତା ପାଇଁ ସମଗ୍ର ଦେଶକୁ ସେ ଆର୍ଥନ ସଙ୍କଟରୁ ଉଦ୍ଧାର କରିପାରିଥିଲେ। ସେ ପୁଞ୍ଜିପତି ବା ଶିଳ୍ପପତିଙ୍କ ଦ୍ବାରା ପ୍ରଭାବିତ ହୋଇନଥିଲେ, ବରଂ ସାଧାରଣ ଜନ‌ତାର ଅର୍ଥନୈତିକ ବିକାଶ ପାଇଁ ନୀତିନିର୍ଦ୍ଧାରଣ କରୁଥିଲେ।

ବନବାସୀଙ୍କର ଜଙ୍ଗଲ ଅଧୁକାରୀ ଆଇନ, ଜମି ଅଧିଗ୍ରହଣରେ ଉପଯୁକ୍ତ କ୍ଷତିପୂରଣ ଆଇନ- ୨୦୧୩ ତାଙ୍କର ଯୁଗାନ୍ତକାରୀ ନୀତି ଥିଲା। ଏପରିକି ଶିକ୍ଷା ଅଧୁକାର ଆଇନ, ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ପ୍ରମୁଖ ତାଙ୍କର କାର‌୍ୟ୍ୟ ଦକ୍ଷତାକୁ ପ୍ରତିପାଦନ କରିପାରିଛି। ବିଶେଷକରି ସେ ଜଣେ ପୁସ୍ତରଧର୍ମୀ ପ୍ରଧାନମନ୍ତ୍ରୀ ନଥୁଲେ। ନାରବ ରହି ଦେଶ ପାଇଁ ଅଧ୍ବକ କାର‌୍ୟ୍ୟ କରିବା ତାଙ୍କ ପ୍ରଧାନମନ୍ତ୍ରୀତ୍ବର ବୈଶିଷ୍ଟ୍ୟ ଥିଲା।

ଏହି କାର୍ଯ୍ୟକ୍ରମରେ ରଣଜିତ ପାତ୍ର, ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ରବିତ ପ୍ରଧାନ, ରଜନୀ ମହାନ୍ତି, ସୁଦାସ ପ୍ରଧାନ, ଅକ୍ଷୟ ମଲ୍ଲିକ, ବିନୋଦ ରାଉତ, ସତ୍ୟବ୍ରତ ଦାସ, ଗୁରୁ ଚରଣ ମହାପାତ୍ର, ରାଜକିଶୋର ବାରିକ, ଆଲୋକ ମହାନ୍ତି, ଶ୍ରୀୟାସ୍ମିତା ପଣ୍ଡା, ମୀର ଅହମ୍ମଦ ଅଲୀ, ଶୁଭମ ରାଳ, ସ୍କନ୍ଦନ ସ୍ଵାଇଁ ଓ କମରୁଦ୍ଦିନ ଅଲ୍ଲୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରଦ୍ୟୁମ୍ନ ବାସ ସଭା ପରିସ୍ଖଳନା କାର‌୍ୟ୍ୟ ସମ୍ପାଦନ କରିଥିଲେ

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ମନମୋହନ ସିଂହଙ୍କ ବିୟୋଗରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପରଲୋକରେ ଭାବାପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଯାହା କହିଛନ୍ତି ତାହା ହେଲା..

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତ ଆମ ସମସ୍ତଙ୍କ ହୃଦୟରେ ଗଭୀର ଯନ୍ତ୍ରଣା ଆଣିଛି। ତାଙ୍କର ପରଲୋକ ଏକ ରାଷ୍ଟ୍ର ଭାବରେ ଆମ ପାଇଁ ଏକ ବଡ଼ କ୍ଷତି। ବିଭାଜନ ସମୟରେ ଅନେକ କିଛି ହରାଇବା ଏବଂ ଏଠାରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା ପରେ ଭାରତ ଗଠନ ଏକ ସାଧାରଣ କଥା ନୁହେଁ।

ତାଙ୍କ ଜୀବନ ଭବିଷ୍ୟତ ପିଢୀକୁ ଶିକ୍ଷା ଦେବା ଜାରି ରଖିବ ଯେ କିପରି କଷ୍ଟ ଏବଂ ସଂଘର୍ଷରୁ ଉପରକୁ ଉଠି ଉଚ୍ଚତା ହାସଲ କରାଯାଇପାରିବ। ତାଙ୍କୁ ସର୍ବଦା ଜଣେ ସମ୍ଭ୍ରାନ୍ତ ମଣିଷ, ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ତଥା ସଂସ୍କାର ପାଇଁ ଉତ୍ସର୍ଗୀକୃତ ନେତା ଭାବରେ ସ୍ମରଣ କରାଯିବ। ଜଣେ ଅର୍ଥନୀତିଜ୍ଞ ଭାବରେ ସେ ବିଭିନ୍ନ ସ୍ତରରେ ଭାରତ ସରକାରରେ କାର୍ଯ୍ୟ କରିଥିଲେ।

ଏକ ଚ୍ୟାଲେଞ୍ଜ ସମୟରେ ସେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ପି.ଭି. ନରସିଂହ ରାଓଙ୍କ ସରକାରର ଅର୍ଥମନ୍ତ୍ରୀ ଥିବାବେଳେ ସେ ଆର୍ଥିକ ସଙ୍କଟ ଦ୍ୱାରା ଘେରି ରହିଥିବା ଦେଶରେ ଏକ ନୂତନ ଅର୍ଥନୀତି ପାଇଁ ବାଟ ଖୋଲିଥିଲେ।

ପ୍ରଧାନମନ୍ତ୍ରୀ ଭାବରେ ଦେଶର ବିକାଶ ତଥା ପ୍ରଗତିରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ଲୋକଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ଦେଶର ବିକାଶ ସର୍ବଦା ସ୍ମରଣୀୟ ରହିବ। ଡକ୍ଟର ମନମୋହନ ସିଂଙ୍କ ଜୀବନ ତାଙ୍କର ସଚ୍ଚୋଟତା ଏବଂ ସରଳତାର ପ୍ରତିଫଳନ ଥିଲା। ସେ ଜଣେ ବିଶିଷ୍ଟ ସାଂସଦ ଥିଲେ। ତାଙ୍କର ନମ୍ରତା, ଭଦ୍ରତା ଏବଂ ବୁଦ୍ଧିଜୀବୀ ତାଙ୍କ ସଂସଦୀୟ ଜୀବନର ବଡ ଲକ୍ଷଣ ଥିଲା।

ମୋର ମନେ ଅଛି ଯେ ଯେତେବେଳେ ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହୋଇଥିଲା, ମୁଁ କହିଥିଲି ଯେ ସାଂସଦ ଭାବରେ ଡକ୍ଟର ସାହେବଙ୍କ ଶ୍ରଦ୍ଧା ସମସ୍ତଙ୍କ ପାଇଁ ପ୍ରେରଣା ଅଟେ। ଅଧିବେଶନ ସମୟରେ, ଗୁରୁତ୍ୱପୂର୍ଣ୍ଣ ସମୟରେ ସେ ଏକ ହୁଇଲ ଚେୟାରରେ ବସି ନିଜର ସଂସଦୀୟ କାଯ୍ୟ ତୁଲାଉଥିଲେ। ବିଶ୍ବର ପ୍ରତିଷ୍ଠିତ ଅନୁଷ୍ଠାନରୁ ଶିକ୍ଷା ଗ୍ରହଣ କରିବା ଏବଂ ସରକାରରେ ବହୁ ଉଚ୍ଚ ପଦବୀରେ ଅବସ୍ଥାପିତ ହେବା ସତ୍ତ୍ବ ସେ ନିଜର ସାଧାରଣ ଐତିହ୍ୟର ମୂଲ୍ୟ ଭୁଲି ନାହାଁନ୍ତି।

ଦଳ ରାଜନୀତି ଉପରେ ଉଠି ସେ ସବୁବେଳେ ପ୍ରତ୍ୟେକ ଦଳର ଲୋକଙ୍କ ସହ ଯୋଗା ଯୋଗରେ ଥିଲେ ଏବଂ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ଥିଲେ। ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମୁଁ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗରେ ଡକ୍ଟର ମନମୋହନ ସିଂ ଜୀଙ୍କ ସହ ଖୋଲା ଆଲୋଚନା କରିଥିଲି।

ଦିଲ୍ଲୀ ଆସିବା ପରେ ମଧ୍ୟ ମୁଁ ସମୟ ସମୟରେ ତାଙ୍କ ସହ କଥାବାର୍ତ୍ତା ହେଉଥିଲି। ତାଙ୍କ ସହିତ ମୋର ସାକ୍ଷାତ ଏବଂ ଦେଶ ବିଷୟରେ ଆମର ଆଲୋଚନା ସବୁବେଳେ ମନେ ରହିବ। ତାଙ୍କ ଜନ୍ମଦିନ ଥିବାବେଳେ ମୁଁ ମଧ୍ୟ ତାଙ୍କ ସହ କଥା ହୋଇଥିଲି। ଆଜି ମୁଁ ତାଙ୍କ ପରିବାରକୁ ଏହି କଷ୍ଟ ସମୟରେ ସମବେଦନା ଜଣାଉଛି। ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ଡକ୍ଟର ମନମୋହନ ସିଂ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

Categories
ବିଶେଷ ଖବର

ଋଷ-ୟୁକ୍ରେନ ଯୁଦ୍ଧ ଉପରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ଯେ, ଶାନ୍ତି ପାଇଁ ନିବେଦନ କରିବାବେଳେ ଭାରତ ନିଜର ସାର୍ବଭୌମତ୍ଵ ତଥା ଅର୍ଥନୈତିକ ସ୍ୱାର୍ଥକୁ ପ୍ରଥମ ସ୍ଥାନରେ ରଖି ଠିକ୍ କାର୍ଯ୍ୟ କରିଛି।” ମନମୋହନ ସିଂ ଜି -୨୦ ବୈଠକ ପୂର୍ବରୁ ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ଏହା କହିଛନ୍ତି, ଯେଉଁଥି ପାଇଁ ଆଜି ବିଶ୍ୱ ନେତାମାନେ ଦିଲ୍ଲୀରେ ଏକାଠି ହେଉଛନ୍ତି। ଏହା ସହିତ ଘରୋଇ ରାଜନୀତିରେ ବୈଦେଶିକ ନୀତି ବ୍ୟବହାର ନକରିବାକୁ ସେ ଚେତାବନୀ ଦେଇଛନ୍ତି।

ଜି -୨୦ ରାତ୍ରୀ ଭୋଜନ ପାଇଁ ମନମୋହନ ସିଂଙ୍କୁ ନିମନ୍ତ୍ରଣ କରାଯାଇଅଛି:

ସୂଚନାନୁସାରେ ୨୦୦୪ ରୁ ୨୦୧୪ ମଧ୍ୟରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ଦୁଇଟି କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂ ଶନିବାର ଜି -୨୦ ରାତ୍ରୀ ଭୋଜନକୁ ନିମନ୍ତ୍ରିତ ହୋଇଥିବା ଅନ୍ୟତମ ନେତା। ଭାରତର ଜି -୨୦ ଅଧ୍ୟକ୍ଷତା ବିଷୟରେ ଇଣ୍ଡିଆନ ଏକ୍ସପ୍ରେସକୁ ସୂଚନା ଦେଇ ଡଃ ମନମୋହନ ସିଂ କହିଛନ୍ତି ଯେ, ତାଙ୍କ ସମୟ ତୁଳନାରେ ଘରୋଇ ରାଜନୀତି ଅପେକ୍ଷା ବୈଦେଶିକ ନୀତି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଦଳୀୟ ରାଜନୀତିରେ କୂଟନୀତି ବ୍ୟବହାର କରୁଥିବାବେଳେ ସଂଯମତା କରିବା ଜରୁରୀ ବୋଲି ସେ କହିଛନ୍ତି।