Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟ୍ରେନରେ ନିଶା ଦେଇ ଅଧ୍ୟାପକଙ୍କ ସ୍ବର୍ଣ୍ଣ ଅଳଙ୍କାର ଓ ମନିପର୍ସ୍ ଲୁଟ୍

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭୁବନେଶ୍ବରରୁ ଆସୁଥିବା ବିଶାଖା ଏକ୍ସପ୍ରେସ ଟ୍ରେନରେ କିଛି ଅଣଓଡିଆ ଯୁବକ ଜଣେ ଅଧ୍ୟାପକଙ୍କୁ ନିଶା ବିସ୍କୁଟ ଦେଇ ନିସ୍ତେଜ କରିବା ପରେ ତାଙ୍କ ଠାରୁ ସୁନା ମୁଦି, ଚେନ୍ ଓ ମନିପର୍ସ୍ ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଲୁଟ୍ ର ଶୀକାର ଅଧ୍ୟାପକ ଜଣକ ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟରତ ସୌମ୍ୟରଞ୍ଜନ ରାୟ ଓ ସେ ନିଜ ଗ୍ରାମ ଚଣ୍ଡିଖୋଲରୁ ବିଶାଖା ଏକ୍ସପ୍ରେସରେ ବ୍ରହ୍ମପୁର ଫେରୁଥିବା ବେଳେ କିଛି ଅଣଓଡିଆ ଯୁବକ ମୃଦୁପାନୀୟ ଓ ବିସ୍କୁଟ ଯାଚିଥିଲେ। କିନ୍ତୁ ଅଧ୍ୟାପକ ରାୟ କେବଳ ବିସ୍କୁଟ ଖାଇଶୋଇପଡ଼ିଥିଲେ।

ଏହି ସୁଯୋଗରେ ଉକ୍ତ ଯୁବକ ମାନେ ଅଧ୍ୟାପକଙ୍କ ଠାରୁ ଉକ୍ତ ଅଳଙ୍କାର ଓ ମନିପର୍ସ୍ ଲୁଟି କୌଣସି ସ୍ଥାନରେ ଓହ୍ଲାଇ ପଡ଼ିଥିଲେ। କିନ୍ତୁ ଅଧ୍ୟାପକ ଜଣକ ନିଶାରେ ଥିବା ବେଳେ ବ୍ରହ୍ମପୁର ଷ୍ଟେସନରେ ନ ଓହ୍ଲାଇ ଶ୍ରୀକାକୁଲମ ଷ୍ଟେସନରେ ପହଞ୍ଚିଥିଲେ। ପରେ ଖବର ପାଇ ରେଳବାଇ ପୋଲିସ କିଛି ଲୋକଙ୍କ ସହାୟତାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ ଓ କିଛି ଘଣ୍ଟା ପରେ ଅଧ୍ୟାପକଙ୍କ ଚେତା ଫେରିଥିଲା।

ପୋଲିସ ଅଧ୍ୟାପକଙ୍କ ଠାରୁ ବୟାନ ରେକର୍ଡ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।