Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏନଏସି ର ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଘରେ ଭିଜିଲାନ୍ସ, ଛଅଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର: ଆଜି ଗୋଟିଏ ପଟେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ଭିଜିଲାନ୍ସ ଚଢାଉ ମଧ୍ୟ ଜାରି ରହିଛି। ଏଥର ଭିଜିଲାନ୍ସ ଜାଲରେ ଫସିଛନ୍ତି ଏନଏସିର ଆସିଷ୍ଟାଣ୍ଡ ଇଂଜିନିୟର। ତାଙ୍କର ଛଅଟି ସ୍ଥାନରେ ଏକ କାଳୀନ ଚଢାଉ ଜାରି ରହିଛି। ଏଥିରେ ପାଞ୍ଚ ଜଣ ଡିଏସପି, ଆଠଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। ଏକ କାଳିନ ଖୋର୍ଦ୍ଧା, ଗଜପତି, ଗଂଜାମ ଏବଂ କୋରାପୁଟରେ ଏହି ଚଢାଉ ଚାଲିଛି।

ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ ଯେଉଁ ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଘରେ ଚଢାଉ କରାଯାଇଛି ସେ ହେଉଛନ୍ତି ମନୋଜ କୁମାର ପାତ୍ର। ସେ ସୁନାବେଢା ଏନଏସିର ଆସିଷ୍ଟାଣ୍ଡ ଇଂଜିନିୟର ଅଛନ୍ତି। ଜୟପୁର ସ୍ବତନ୍ତ୍ର ଭିଜିଲାନସ କୋର୍ଟର ୱାରଣ୍ଟ ବଳରେ ଏହି ଚଢାଉ କରାଯାଇଛି। ଯେଉଁ ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା

୧. ଫ୍ଲାଟ ନଂ -୧୦୨, କନିକା ଆପାର୍ଟମେଣ୍ଟ, ପୋଖରୀପୁଟ, ଭୁବନେଶ୍ବର

୨. ପାରଳାଖେମୁଣ୍ଡିର ବି ସୀତାପୁରରେ ଅବସ୍ଥିତ ପୈତୃକ ଘର

୩. ବ୍ରହ୍ମପୁରରେ ସମ୍ପର୍କୀୟଙ୍କ ବାସଭବନ

୪. ବ୍ରହ୍ମପୁର ଶକ୍ତିନଗର ଦୁଇଟ ମହଲା କୋଠା

୫.ସୁନାବେଢାରେ ଥିବା ସରକାରୀ ବାସଭବନ

୬. ଅଫିସ୍ ରୁମ୍, NAC ଅଫିସ୍, ସୁନାବେଡା

(ଏଥିରେ ଥିବା ଫଟୋଟି ହେଉଛି ବ୍ରହ୍ମପୁରରେ ଥିବା ତାଙ୍କ ଦୁଇ ମହଲା ଅଟ୍ଟାଳିକା। ଫଟୋ ସୌଜନ୍ୟ-ଓଡିଶା ଭିଜିଲାନ୍ସ )