Categories
ବିଶେଷ ଖବର

‘ଆତଙ୍କବାଦ ଉପରେ ଆର୍ଥିକ କଟକଣା’ର ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ‘ଆତଙ୍କବାଦ ଉପରେ ଆର୍ଥିକ କଟକଣା’ର ତୃତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀର ‘ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଏବଂ ଆତଙ୍କବାଦରେ ବୈଶ୍ୱିକ ଧାରା’ ବିଷୟବସ୍ତୁ ଉପରେ ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ତାଙ୍କ ଏହି ଅବସରରେ ତାଙ୍କ ଉଦ୍‌ବୋଧନରେ କହିଥିଲେ ଯେ, ଆତଙ୍କବାଦ ନିଃସନ୍ଦେହରେ ବିଶ୍ୱ ଶାନ୍ତି ଏବଂ ନିରାପତ୍ତା ପାଇଁ ସବୁଠାରୁ ଗୁରୁତର ବିପଦ। କିନ୍ତୁ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, ଆତଙ୍କବାଦ ଅପେକ୍ଷା ଅଧିକ ବିପଜ୍ଜନକ, କାରଣ ଆତଙ୍କବାଦର ‘ଅର୍ଥ ଏବଂ ପଦ୍ଧତି’ କୁ ଏହି ପାଣ୍ଠି ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରା ଯାଇଥାଏ। ଏହା ସହିତ, ବିଶ୍ୱର ସମସ୍ତ ଦେଶ ଗୁଡିକର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବାର କାର୍ଯ୍ୟ ଆତଙ୍କବାଦକୁ ଆର୍ଥିକ ସହାୟତାରୁ ହିଁ ହୋଇଥାଏ।

ଅମିତ ଶାହା କହିଥିଲେ ଯେ, ଭାରତ ଆତଙ୍କବାଦର ସମସ୍ତ ରୂପ ଏବଂ ସମସ୍ତ ପ୍ରକାରକୁ ନିନ୍ଦା କରୁଛି। ଆମେ ବିଶ୍ୱାସ କରୁ ଯେ ନିରୀହ ଲୋକ ମାନଙ୍କର ଜୀବନ ନେବା ଭଳି କୌଣସି କାର୍ଯ୍ୟକୁ କେବେହେଲେ ଯଥାର୍ଥ ବୋଲି ସ୍ୱୀକାର କରା ଯାଇ ପାରିବ ନାହିଁ। ସାରା ବିଶ୍ୱରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଲୋକ ମାନଙ୍କ ପ୍ରତି ଏବଂ ସେମାନଙ୍କ ପରିବାର ମାନଙ୍କ ପ୍ରତି ସମବେଦନା ଜଣାଇବା ବେଳେ ସେ ଉଲ୍ଲେଖ କରିଥିଲେ ଯେ , ଏହି ଖରାପ କାର୍ଯ୍ୟ ସହିତ ଆମେ କେବେ ବି ସାଲିସ୍ କରିବା ଉଚିତ୍ ନୁହେଁ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ଭାରତ ଅନେକ ଦଶନ୍ଧି ଧରି ସୀମାର ଅପର ପାର୍ଶ୍ୱରୁ ପ୍ରାୟୋଜିତ ଆତଙ୍କବାଦର ଶିକାର ହୋଇ ଆସୁଛି। ସେ ଏହା ମଧ୍ୟ କହିଥିଲେ ଯେ, ଭାରତୀୟ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକ ମାନଙ୍କୁ ନିରନ୍ତର ତଥା ସମନ୍ୱିତ ଢଙ୍ଗରେ ହେଉଥିବା ଅତ୍ୟଧିକ ଭୟଙ୍କର ଆତଙ୍କବାଦୀ ହିଂସା ଘଟଣାର ସାମନା କରିବାକୁ ପଡୁଛି। ଶ୍ରୀ ଶାହା କହିଥିଲେ ଯେ, ଆନ୍ତର୍ଜାତିକ ସମୁଦାୟର ଏକ ସାମୂହିକ ଆଭିମୁଖ୍ୟ ରହିଛି ଯେ, ଆତଙ୍କବାଦକୁ ଏହାର ସମସ୍ତ ରୂପରେ ନିନ୍ଦା କରାଯିବା ଆବଶ୍ୟକ, କିନ୍ତୁ ବୈଷୟିକ ବିପ୍ଳବ ଯୋଗୁ ଆତଙ୍କବାଦର ରୂପ ଏବଂ ପ୍ରକାର, କ୍ରମାଗତ ଭାବରେ ପରିବର୍ତ୍ତିତ ହେବାରେ ଲାଗିଛି।

ସେ କହିଥିଲେ ଯେ, ଆଜି ଆତଙ୍କବାଦୀ ଏବଂ ଆତଙ୍କବାଦୀ ଗୋଷ୍ଠୀ ଆଧୁନିକ ଅସ୍ତ୍ରଶସ୍ତ୍ର, ସୂଚନା ପ୍ରଯୁକ୍ତି, ସାଇବର ଜ୍ଞାନ କୌଶଳ, ବିଶ୍ୱର ଆର୍ଥିକ ଗତିଶୀଳତାକୁ ଭଲ ଭାବରେ ବୁଝିଛନ୍ତି ଏବଂ ଏହାକୁ ମଧ୍ୟ ସେମାନଙ୍କ କାର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି। ସେ କହିଥିଲେ ଯେ, ଆତଙ୍କବାଦର “ଡିନାମାଇଟ୍‌ରୁ ମେଟାଭର୍ସ” ଏବଂ “ଏକେ – ୪୭ ରୁ ଭର୍ଚୁଆଲ୍ ଆସେଟସ୍‌’ ପର୍ଯ୍ୟନ୍ତ ଏହି ପରିବର୍ତ୍ତନ ନିଶ୍ଚିତ ଭାବରେ ବିଶ୍ୱର ଅନେକ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି ଏବଂ ଏହା ବିରୁଦ୍ଧରେ ଏକ ସାଧାରଣ ରଣନୀତି ପ୍ରସ୍ତୁତ କରିବାକୁ ଆମ ସମସ୍ତଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ। ଶ୍ରୀ ଶାହା ଆହୁରି ମଧ୍ୟ କହିଥିଲେ ଯେ , ଆତଙ୍କବାଦର ବିପଦ କୌଣସି ଧର୍ମ, ଜାତୀୟତା କିମ୍ବା ଗୋଷ୍ଠୀ ସହ ଜଡିତ ହୋଇ ପାରିବ ନାହିଁ ଏବଂ ଏହା ହେବା ଉଚିତ ମଧ୍ୟ ନୁହେଁ।

ଅମିତ ଶାହା କହିଥିଲେ ଯେ, ଆତଙ୍କବାଦର ମୁକାବିଲା କରିବା ପାଇଁ ଆମେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼଼ କରିବା ସହିତ ଆଇନଗତ ତଥା ଆର୍ଥିକ ବ୍ୟବସ୍ଥାରେ ମଧ୍ୟ ଅଗ୍ରଗତି କରିଛୁ। ସେ କହିଥିଲେ ଯେ, ଏହା ସତ୍ତ୍ୱେ  ଆତଙ୍କବାଦୀମାନେ କ୍ରମାଗତ ଭାବରେ ହିଂସା କରିବା, ଯୁବକ ମାନଙ୍କୁ କଠୋରପନ୍ଥୀ କରିବା ଏବଂ ନିଜର ଆର୍ଥିକ ସମ୍ବଳ ବୃଦ୍ଧି ପାଇଁ ନୂତନ ଉପାୟ ଖୋଜିବାରେ ଲାଗିଛନ୍ତି। ଆତଙ୍କବାଦୀମାନେ ଉତ୍ତେଜନାପୂର୍ଣ୍ଣ ସାମଗ୍ରୀକୁ ବ୍ୟାପକ କରିବା ଏବଂ ସେମାନଙ୍କ ପରିଚୟ ଲୁଚାଇବା ପାଇଁ ‘ଡାର୍କ ନେଟ୍‌’ ବ୍ୟବହାର କରୁଛନ୍ତି ବୋଲି ଶ୍ରୀ ଶାହା କହିଥିଲେ। ଏହା ସହିତ, କ୍ରିପ୍ଟୋ କରେନ୍ସି ପରି ଭର୍ଚୁଆଲ୍ ସମ୍ପତ୍ତି ବ୍ୟବହାରରେ ମଧ୍ୟ ଅଭିବୃଦ୍ଧି ଘଟିଛି। ସେ କହିଥିଲେ ଯେ, ଆମକୁ ଏହି ଡାର୍କ ନେଟ୍‌ରେ ଚାଲୁଥିବା କାର୍ଯ୍ୟକଳାପର ଢାଞ୍ଚାକୁ ବୁଝିବାକୁ ପଡିବ ଏବଂ ଏହାର ସମାଧାନ ଖୋଜିବା ମଧ୍ୟ ଆବଶ୍ୟକ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ଦୁର୍ଭାଗ୍ୟବଶତଃ, ଏପରି କିଛି ଦେଶ ଅଛନ୍ତି , ଯେଉଁମାନେ ଆତଙ୍କବାଦର ମୁକାବିଲା ପାଇଁ ଆମର ସାମୂହିକ ସଂକଳ୍ପକୁ ଦୁର୍ବଳ କରିବାକୁ କିମ୍ବା ସେଥିରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସେ ସୂଚିତ କରିଥିଲେ ଯେ ଅନେକ ଥର ଆମେ ଦେଖିଛୁ , କିଛି ଦେଶ ଆତଙ୍କବାଦୀ ମାନଙ୍କୁ ସୁରକ୍ଷା ଏବଂ ଆଶ୍ରୟ ଦେଉଛନ୍ତି, କୌଣସି ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ସହିତ ସମାନ ହୋଇଥାଏ।

ସେ କହିଥିଲେ ଯେ, ଏହା ଆମର ସାମୂହିକ ଦାୟିତ୍ୱ ହେବ, ଯେଭଳି ଏହିପରି ଉପାଦାନ ଗୁଡ଼ିକ ସେମାନଙ୍କର ଉଦ୍ଦେଶ୍ୟରେ କଦାପି ସଫଳ ହେବେ ନାହିଁ। ଶ୍ରୀ ଶାହା କହିଥିଲେ ଯେ , ୨୦୨୧ ମସିହା ଅଗଷ୍ଟ ମାସ ପରେ ଦକ୍ଷିଣ ଏସୀୟ ଅଞ୍ଚଳର ପରିସ୍ଥିତି ବଦଳିଛି ଏବଂ ଶାସନ ପରିବର୍ତ୍ତନ ଏବଂ ଅଲ୍ କାଏଦା ଏବଂ ଆଇଏସ୍‌ଆଇଏସ୍‌ର ବୃଦ୍ଧି ପାଉଥିବା ପ୍ରଭାବ ଆଂଚଳିକ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଭାବରେ ଉଭା ହୋଇଛି। ସେ ଦର୍ଶାଇ ଥିଲେ ଯେ, ଏହି ନୂତନ ସମୀକରଣ ଆତଙ୍କବାଦକୁ ଆର୍ଥିକ ସହାୟତା ପ୍ରଦାନ ଭଳି ସମସ୍ୟାକୁ ଅଧିକ ଗୁରୁତର କରିଛି। ଶ୍ରୀ ଶାହା ଏହା ଉଲ୍ଲେଖ କରିଥିଲେ ଯେ, ଯେ ତିନି ଦଶନ୍ଧି ପୂର୍ବେ ସମଗ୍ର ବିଶ୍ୱକୁ ଏପରି ଏକ ଶାସନ ପରିବର୍ତ୍ତନର ଗମ୍ଭୀର ପରିଣାମ ସହିବାକୁ ପଡ଼ିଲା, ଯାହାର ପରିଣାମ ଆମେ ସମସ୍ତେ ୯/୧୧ ଭଳି ଭୟଙ୍କର ଆକ୍ରମଣରେ ଦେଖି ସାରିଛେ। ସେ କହିଥିଲେ ଯେ, ଏହି ପୃଷ୍ଠଭୂମିରେ ଗତ ବର୍ଷ ଦକ୍ଷିଣ ଏସିଆ ଅଞ୍ଚଳରେ ହୋଇଥିବା ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ଅଲ୍ କାଏଦା ସହିତ ଦକ୍ଷିଣ ଏସିଆରେ ଲସ୍କର – ଇ – ତୋଇବା ଏବଂ ଜୈଶ – ଏ – ମହମ୍ମଦ ଭଳି ସଂଗଠନ ନିଦ୍ୱର୍ନ୍ଦ୍ୱରେ ଆତଙ୍କବାଦକୁ ବିସ୍ତାର କରିବାରେ ଲାଗିଛନ୍ତି।

ଅମିତ ଶାହା କହିଥିଲେ ଯେ ଆତଙ୍କବାଦୀ ମାନଙ୍କର ନିରାପଦ ଆଶ୍ରୟସ୍ଥଳୀ କିମ୍ବା ସେମାନଙ୍କ ସମ୍ବଳ ଗୁଡିକୁ ଆମେ କେବେ ହେଲେ ହେୟଜ୍ଞାନ କରିବା ଉଚିତ୍ ନୁହେଁ । ସେ ଏହା ମଧ୍ୟ କହିଥିଲେ ଯେ ଆମକୁ ମଧ୍ୟ ସେହିସବୁ ତତ୍ୱ ମାନଙ୍କର ଦୋମୁହାଁ ଚରିତ୍ରକୁ ସମସ୍ତଙ୍କ ସାମନାରେ ଖୋଲିଦେବା ଉଚିତ୍‌, ଯେଉଁମାନେ ସେମାନଙ୍କୁ ପ୍ରଯୋଜନା କରୁଛନ୍ତି ଏବଂ ସମର୍ଥନ ଦେଉଛନ୍ତି ।  ସେଥିପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଏହି ସମ୍ମିନଳୀ ଅଂଶଗ୍ରହଣକାରୀ ଦେଶ ସମୂହ ଏବଂ ସଂଗଠନଗୁଡ଼ିକ ଏହି କ୍ଷେତ୍ରର ଆତଙ୍କବାଦ ଆହ୍ୱାନ ଗୁଡିକର ଏକ ନିର୍ବାଚିତ କିମ୍ବା ସନ୍ତୁଷ୍ଟ ଦୃଷ୍ଟିଭଙ୍ଗୀ ଆପଣାଇବା ଅନୁଚିତ୍ ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଆତଙ୍କବାଦକୁ ଆର୍ଥିକ ସହାୟତା ଦେବା ସମସ୍ୟା ବ୍ୟାପକ ହୋଇଛି । ସେ ଏହା ମଧ୍ୟ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ଭାରତ ଆତଙ୍କବାଦକୁ ଆର୍ଥିକ ସହାୟତା ପ୍ରଦାନ ସମସ୍ୟାର ମୁକାବିଲା କରିବାରେ ସଫଳ ହୋଇଛି । ଆତଙ୍କବାଦକୁ ଆର୍ଥିକ ସହାୟତା ବିରୋଧରେ ଭାରତର ରଣନୀତି ଏହି ୬ଟି ସ୍ତମ୍ଭ ଉପରେ ଆଧାରିତ :

୧. ବିଧି ବ୍ୟବସ୍ଥା ଏବଂ ବୈଷୟିକ ଜ୍ଞାନକୁ ମଜଭୁତ କରିବା ।

୨. ଏକ ବ୍ୟାପକ ନିରୀକ୍ଷଣ ଢାଞ୍ଚା (ମନିଟରିଂ ଫ୍ରେମୱାର୍କ) ନିର୍ମାଣ କରିବା ।

୩. ସଠିକ୍ ଜ୍ଞାନ ବାଣ୍ଟିବା ପ୍ରଣାଳୀ ଏବଂ ଅନୁସନ୍ଧାନ ଏବଂ ପୁଲିସ୍‌ର କାର୍ଯ୍ୟକୁ ଦୃଢ଼ କରିବା ।

୪. ସମ୍ପତ୍ତି ଜବତ ପାଇଁ ବ୍ୟବସ୍ଥା ।

୫. ଆଇନଗତ ସଂସ୍ଥା ଗୁଡିକ ଏବଂ ନୂତନ ଜ୍ଞାନ କୌଶଳର ଅପବ୍ୟବହାରକୁ ରୋକିବା ଏବଂ,

୬. ଆନ୍ତର୍ଜାତିକ ସହଯୋଗ ଏବଂ ସମନ୍ୱୟ ପ୍ରତିଷ୍ଠା କରିବା ।

ଶ୍ରୀ ଶାହା କହିଥିଲେ ଯେ, ଏହି ଦିଗରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ର ସଂଶୋଧନ, ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କୁ ମଜଭୁତ କରିବା ସହ ଆର୍ଥିକ ବୁଦ୍ଧିମତାକୁ ଏକ ନୂତନ ଦିଗ ଦେବା ସହିତ ଭାରତ ଆତଙ୍କବାଦ ବିରୋଧରେ ଲଢ଼େଇକୁ ସୁଦୃଢ଼ କରିଛି । ସେ କହିଥିଲେ ଯେ ଆମର ନିରନ୍ତର ପ୍ରୟାସ ଗୁଡିକର ଫଳାଫଳ ହେଉଛି, ଭାରତରେ ଆତଙ୍କବାଦୀ ଘଟଣା ଅତ୍ୟଧିକ ପରିମାଣରେ ହ୍ରାସ ପାଇଛି, ଯାହା ଫଳରେ ଆତଙ୍କବାଦ କାରଣରୁ ହୋଇଥିବା ଆର୍ଥିକ କ୍ଷତିରେ ମଧ୍ୟ ବହୁତ ହ୍ରାସ ଘଟିଛି ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଆତଙ୍କବାଦ ମୁକାବିଲା ପାଇଁ ଭାରତର ସବୁଠାରୁ ପ୍ରଭାବଶାଳୀ ରଣନୀତି ହେଉଛି ଆନ୍ତର୍ଜାତିକ ସମନ୍ୱୟ ଏବଂ ରାଷ୍ଟ୍ର ମାନଙ୍କ ମଧ୍ୟରେ ବାସ୍ତବ ସମୟର ସମନ୍ୱୟ ଏବଂ ସ୍ୱଚ୍ଛତାପୂର୍ଣ୍ଣ ସହଯୋଗ । ଆତଙ୍କବାଦ ବିରୋଧରେ ଲଢ଼େଇରେ ପ୍ରତ୍ୟାର୍ପଣ, ଦଣ୍ଡ ବିଧାନ, ଜ୍ଞାନ ବଣ୍ଟନ, ଦକ୍ଷତା ବିକାଶ ଏବଂ “ଆତଙ୍କବାଦକୁ ଆର୍ଥିକ ସହାୟତାର ମୁକାବିଲା (ସିଏଫ୍‌ଟି)” ଭଳି କ୍ଷେତ୍ର ଗୁଡିକରେ ଦେଶ ମାନଙ୍କ ମଧ୍ୟରେ ସହଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଥିଲେ । ଶ୍ରୀ ଶାହା କହିଥିଲେ ଯେ, ଆତଙ୍କବାଦୀ ଏବଂ ଆତଙ୍କବାଦୀ ଗୋଷ୍ଠୀ ସହଜରେ ସୀମାର ଅପର ପାଶ୍ୱର୍ରେ ସେମାନଙ୍କ ସମ୍ବଳର ସମନ୍ୱୟ ଏବଂ ସଂଯୋଜନା କରୁଛନ୍ତି । ଏହାକୁ ମୁଳୋତ୍ପାଟନ କରିବା ପାଇଁ ଆମର ପାରସ୍ପରିକ ସହଯୋଗ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି ।

ଅମିତ ଶାହା କହିଥିଲେ ଯେ, ବିଶ୍ୱ ସ୍ତରରେ ନିଶା କାରବାରର ବେଆଇନ ଧାରା ଏବଂ ନାର୍କୋ ଆତଙ୍କବାଦର ଆହ୍ୱାନ ଗୁଡିକ ଆତଙ୍କବାଦ କାର୍ଯ୍ୟକଳାପକୁ ଆର୍ଥିକ ସହାୟତା ପ୍ରଦାନକୁ ଏକ ନୂଆ ଦିଗ ଦେଇଛି । ସେ କହିଥିଲେ ଯେ, ଏହାକୁ ଦୃଷ୍ଟିରେ ରଖି ସମସ୍ତ ଦେଶ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଘନିଷ୍ଠ ସହଯୋଗର ଆବଶ୍ୟକତା ରହିଛି । ଶ୍ରୀ ଶାହା କହିଥିଲେ ଯେ ମିଳିତ ଜାତିସଂଘ ଭଳି ବହୁପକ୍ଷୀୟ ଅନୁଷ୍ଠାନ ଏବଂ ଆର୍ଥିକ ଆକ୍ସନ୍ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ଭଳି ସହମତି ଭିତ୍ତିକ ପ୍ଲାଟଫର୍ମର ଉପସ୍ଥିତି “ଆତଙ୍କବାଦର ଆର୍ଥିକ ସହାୟତାକୁ ମୁକାବିଲା (ସିଏଫ୍‌ଟି)” କ୍ଷେତ୍ରରେ ଆତଙ୍କବାଦକୁ ରୋକିବାରେ ଅଧିକ ପ୍ରଭାବଶାଳୀ ଅଟେ । ସେ କହିଥିଲେ ଯେ ଅର୍ଥ ହେରଫେର ତଥା ଆତଙ୍କବାଦୀ ଆର୍ଥିକ ସହାୟତାକୁ ରୋକିବା ତଥା ମୁକାବିଲା କରିବା ପାଇଁ, ବିଶ୍ୱ ମାନକ ସ୍ଥାପିତ କରି ତଥା କାର୍ଯ୍ୟକାରୀ କରିବାରେ ଏଫ୍‌ଟିଏଫ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଆତଙ୍କବାଦୀ ମାନେ ଆର୍ଥିକ କାରବାର ପାଇଁ ଭର୍ଚୁଆଲ୍ ସମ୍ପତ୍ତି ଭଳି ନୂତନ ପଦ୍ଧତି ବ୍ୟବହାର କରୁଥିବାରୁ ଆମ ସମ୍ମୁଖରେ ଏହା ଏକ ନୂତନ ଆହ୍ୱାନ ହୋଇ ଦେଖା ଦେଇଛି । ସେ କହିଥିଲେ ଯେ, ଭର୍ଚୁଆଲ୍ ଆସେଟ୍ ମାଧ୍ୟମ ଗୁଡିକର ବ୍ୟବହାର, ଭିତ୍ତିଭୂମି ପାଣ୍ଠି ଏବଂ ଡାର୍କ ନେଟ୍‌ର ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ଆମକୁ ଏକ “ଦୃଢ଼ ତଥା ଦକ୍ଷ କାର୍ଯ୍ୟକ୍ଷମ ପ୍ରଣାଳୀ” ବିକାଶ ଦିଗରେ ସମନ୍ୱିତ ଭାବରେ କାର୍ଯ୍ୟ କରିବାକୁ ହେବ । ଶ୍ରୀ ଶାହା କହିଥିଲେ ଯେ, ମିଳିତ ଜାତିସଂଘ, ଆଇଏମ୍‌ଏଫ୍‌, ଇଣ୍ଟରପୋଲ୍ ଏବଂ ଅନ୍ୟାନ୍ୟ ହିତାଧିକାରୀ ଯେପରିକି ଆଇନ ପ୍ରଣୟନକାରୀ ସଂସ୍ଥା ସମୂହ, ଆର୍ଥିକ ଅନୁସନ୍ଧାନକାରୀ ଏବଂ ବିଭିନ୍ନ ଦେଶର ନିୟାମକ ଏହି ଦିଗରେ ଅଧିକ ସକାରାତ୍ମକ ପ୍ରଭାବ ପକାଇ ପାରିବେ । ସେ କହିଥିଲେ ଯେ, ଏହି ଆହ୍ୱାନ ଗୁଡ଼ିକୁ ଆମକୁ ଗଭୀର ଭାବରେ ବୁଝିବାକୁ ପଡିବ ଏବଂ ଆତଙ୍କବାଦର ଆର୍ଥିକ ସହାୟତା ପାଇଁ ନୂତନ କୌଶଳକୁ ରୋକିବା ପାଇଁ ସର୍ବଭାରତୀୟ ସ୍ତରରେ ଉଦ୍ୟମ କରିବା ଉଚିତ । ଯେପରି ନୂଆଦିଲ୍ଲୀ ଠାରେ ନିକଟରେ ଶେଷ ହୋଇଥିବା ଇଣ୍ଟରପୋଲ୍ ସାଧାରଣ ସଭାରେ କରାଯାଇଥିଲା ।

ଅମିତ ଶାହା କହିଥିଲେ ଯେ, ସୂଚନାର ଆଦାନ – ପ୍ରଦାନ, ପ୍ରଭାବଶାଳୀ ସୀମା ନିୟନ୍ତ୍ରଣ ପାଇଁ ଦକ୍ଷତା ବୃଦ୍ଧି ଆଧୁନିକ ଜ୍ଞାନ କୌଶଳର ଅପବ୍ୟବହାରକୁ ରୋକିବା, ବେଆଇନ ଆର୍ଥିକ ପ୍ରବାହ ଉପରେ ନଜର ରଖିବା ଏବଂ ଅନୁସନ୍ଧାନ ତଥା ନ୍ୟାୟିକ ପ୍ରକ୍ରିୟା ଗୁଡିକରେ ସହଯୋଗ କରି ଆତଙ୍କବାଦ ମୁକାବିଲା ପାଇଁ ଭାରତ ସମସ୍ତ ପ୍ରୟାସରେ ପ୍ରତିବଦ୍ଧ ରହିଛି । ସେ କହିଥିଲେ ଯେ ବିଶ୍ୱ ସ୍ତରୀୟ ସମୁଦାୟକୁ ‘ଆତଙ୍କବାଦ ପାଇଁ ଟଙ୍କା ନାହିଁ’ ଲକ୍ଷ୍ୟ ହାସଲ କରିବାକୁ ଆତଙ୍କବାଦକୁ ଆର୍ଥିକ ସହାୟତାର “ମୋଡ୍ – ମାଧ୍ୟମ – ପଦ୍ଧତି” କୁ ନିଶ୍ଚିତ ଭାବରେ ବୁଝିବା ଉଚିତ ଏବଂ ସେସବୁ ଉପରେ କଟକଣା ଲଗାଇବା ପାଇଁ  ‘ଗୋଟିଏ ମନ, ଗୋଟିଏ ଆଭିମୁଖ୍ୟ’ ନୀତି ଗ୍ରହଣ କରିବାକୁ ପଡିବ ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ଆଜି ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ସହିତ ଏହି ଆଲୋଚନା ଚକ୍ର ଆରମ୍ଭ କରିଛୁ । ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଏହି ଦୁଇ ଦିନ ମଧ୍ୟରେ ଆତଙ୍କବାଦକୁ ଆର୍ଥିକ ସହାୟତାର ବିଭିନ୍ନ ଦିଗ ଉପରେ ଏକ ଅର୍ଥପୂର୍ଣ୍ଣ ଆଲୋଚନା ହେବ ଏବଂ ବର୍ତ୍ତମାନ ତଥା ଭବିଷ୍ୟତ ପାଇଁ ଅର୍ଥପୂର୍ଣ୍ଣ ସମାଧାନର ବାଟ ଫିଟିବ । ଶ୍ରୀ ଶାହା କହିଥିଲେ ଯେ ଭାରତ ସରକାରଙ୍କ ଗୃହ ମନ୍ତ୍ରୀ ଭାବରେ ସେ ସମ୍ମିଳନୀରେ ଉପସ୍ଥିତ ଥିବା ପ୍ରତିନିଧି ମାନଙ୍କୁ ନିଶ୍ଚିତ କରିଥିଲେ ଯେ ‘ଆତଙ୍କବାଦ ପାଇଁ ଟଙ୍କା ନାହିଁ’ ଉଦ୍ଦେଶ୍ୟ ପୂର୍ତ୍ତିରେ ଆମର ପ୍ରତିବଦ୍ଧତା ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆପଣଙ୍କ ଉତ୍ସାହ ପରି ଦୃଢ଼ ଅଟେ ! ଶ୍ରୀ ଶାହା କହିଥିଲେ ଯେ ଏହି ଅଧିବେଶନରେ, ସାଥୀ ପ୍ୟାନେଲିଷ୍ଟ ବକ୍ତା ମାନଙ୍କ ଠାରୁ ଶୁଣିବା ପାଇଁ ବହୁତ ଉତ୍ସୁକ ଅଛି । ସେ ସୂଚିତ କରିଥିଲେ ଯେ ଆସନ୍ତା କାଲି ଶେଷ ଅଧିବେଶନରେ ସେ କିଛି ପ୍ରାସଙ୍ଗିକ ବିଷୟ ଉପରେ ନିଜର ମତାମତ ଦେବାକୁ ଚାହୁଁଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ମନ୍ତ୍ରିସ୍ତରୀୟ ସମ୍ମିଳନୀ: ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୮ ତାରିଖ ପୂର୍ବାହ୍ନ ୯ଟା ୩୦ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ହୋଟେଲ ତାଜ ପାଲେସ ଠାରେ ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀ ‘ନୋ ମନି ଫର ଟେରର’ ରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବେ।

ନଭେମ୍ବର ୧୮ ଓ ୧୯ରେ ଆୟୋଜିତ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀ ବିଭିନ୍ନ  ଅଂଶଗ୍ରହଣକାରୀ ଦେଶ ଏବଂ ସଂଗଠନକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ମଞ୍ଚ ଯୋଗାଇବ। ବିଶେଷ କରି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସମସ୍ୟାର ମୁକାବିଲା ପାଇଁ ବର୍ତ୍ତମାନର ଅର୍ନ୍ତଜାତୀୟ ବ୍ୟବସ୍ଥା ଉପରେ ବିଚାରବିମର୍ଶ କରିବା ଏବଂ ଅନ୍ୟାନ୍ୟ ସମସ୍ୟାର ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ  ଗ୍ରହଣ କରିବା ନେଇ ସମ୍ମିଳନୀରେ ଆଲୋଚନା ହେବ। ପୂର୍ବରୁ ୨୦୧୮ ଏପ୍ରିଲରେ ପ୍ୟାରିସ୍  ଏବଂ ୨୦୧୯ ନଭେମ୍ବରରେ ମେଲବୋର୍ଣ୍ଣଠାରେ ଏହି ସମ୍ମିଳନୀର ପ୍ରଥମ ଦୁଇଟି ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଏଥିରେ ହୋଇଥିବା ଆଲୋଚନାକୁ ଆଗକୁ ବଢ଼ାଇବା ଓ ପରବର୍ତ୍ତୀ ପଦକ୍ଷେପ ପାଇଁ ଯୋଜନା ପ୍ରସ୍ତୁତ କରିବା ସମେତ ଆତଙ୍କବାଦୀମାନଙ୍କୁ ମିଳୁଥିବା ଆର୍ଥିକ ସହାୟତାକୁ ବନ୍ଦ କରିବା ନେଇ ବୈଶ୍ୱିକ ସହଯୋଗ ଉପରେ ବିଚାରବିମର୍ଶ କରାଯିବ। ଏହି ସମ୍ମିଳନୀରେ ବିଭିନ୍ନ ଦେଶର ମନ୍ତ୍ରୀ, ବହୁରାଷ୍ଟ୍ରୀୟ ସଂଗଠନର ସଦସ୍ୟ ଓ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସଙ୍କ ସମେତ ୪୫୦ ଦେଶର ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ।

ସମ୍ମିଳନୀରେ ମୁଖ୍ୟତଃ ଚାରିଟି ଅଧିବେଶନ ଜରିଆରେ ଆଲୋଚନା ହେବ। ସେଗୁଡିକ ମଧ୍ୟରେ ରହିଛି ‘ଆତଙ୍କବାଦ ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣର ବୈଶ୍ୱିକ ସ୍ଥିତି, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପାଇଁ ଆନୁଷ୍ଠାନିକ ଓ ଅଣ ଆନୁଷ୍ଠାନିକ ପଦ୍ଧତିର ଉପଯୋଗ,  ନୂଆ ବୈଷୟିକ ଜ୍ଞାନ ଓ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ସମସ୍ୟାର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗ।