Categories
ଆଜିର ଖବର ଜାତୀୟ ଖବର

Big Breaking: କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ, ହଟିଲେ ଆଇନ୍ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଛୋଟ ଧରଣ ଅଦଳ ବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କଠାରୁ ଆଇନ ବିଭାଗ କାଢି ନିଆଯାଇଛି। ବର୍ତ୍ତମାନ ଆଇନ ବିଭାଗକୁ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କୁ ପ୍ରଦାନ କରାଯାଇଛି। ସେ ନିଜ ବିଭାଗ ସହିତ ଆଇନ ବିଭାଗକୁ ସ୍ବାଧୀନ ଭାବେ ତୁଲାଇବେ ବୋଲି କୁହାଯାଇଛି।

ସେହିପରି କିରଣ ରିଜିଜୁଙ୍କୁ କେବଳ ଆର୍ଥ ସାଇନସ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି। ଏହି ବିଭାଗର ଦାୟିତ୍ବରେ ଥିଲେ ମନ୍ତ୍ରୀ ଜିତେନ୍ଦ୍ର ସିଂ। ଏ ନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ହଠାତ ପ୍ରଧାନମନ୍ତ୍ରୀ ମୋଦୀ ଏପରି କାହିଁକି କଲେ ସେ ନେଇ କିଛି ଜଣାପଡି ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବ ଅଦଳବଦଳ, ୨୦୨୪ ପାଇଁ ନବୀନଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ ଶିଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ କରୁଛନ୍ତି। ଏ ନେଇ ଜାତୀୟ ରାଜନୀତିରେ ଚାଲିଛି ଜୋରଦାର ଚର୍ଚ୍ଚା। ଏପରି କ୍ଷେତ୍ରରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଧ୍ୟ ଅଦଳବଦଳ ହେବ ବୋଲି ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏ ନେଇ ସଚିବାଳୟଠାରୁ ରାଜଧାନୀ ଖଟି ପର୍ଯ୍ୟନ୍ତ ବେଶ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି।

ନିକଟରେ ପଦମପୁରରେ ବିଜେଡିର ବିପୁଳ ବିଜୟ ପରେ ସେଠାକାର ପ୍ରଚାର ମଙ୍ଗ ସମ୍ଭାଳିଥିବା ନେତାଙ୍କୁ ପୁରସ୍କାର ଦେବେ ବୋଲି ନବୀନ ଚିନ୍ତା କରିଛନ୍ତି। ସେଥିପାଇଁ ଏହି ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରାଯିବ। ମୁଖ୍ୟତଃ ସୁଶାନ୍ତ ସିଂଙ୍କୁ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଜଣାପଡିଛି। ସେହିପରି ଅନ୍ୟତମ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନବୀନ ଏକ ଭଲ ଦାୟିତ୍ବ ଦେବାର ସମ୍ଭାବନା ମଧ୍ୟ ରହିଛି।

ତେବେ ପଦମପୁର ବିଜୟ ପଛରେ ଯେଉଁ ପ୍ରମୁଖ ବିନ୍ଧାଣୀ ଅଛନ୍ତି ସେ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ। ସେ ମଧ୍ୟ ପୁଣି ଥରେ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏପରିକି ତାଙ୍କୁ ଏକ ଭଲ ବିଭାଗ ଦିଆଯିବ ବୋଲି କୁହାଯାଉଛି। ପୂର୍ବରୁ ସେ ସଂଗଠନ ସମ୍ଭାଳିବା ପାଇଁ ମନ୍ତ୍ରୀ ପଦକୁ ଗ୍ରହଣ କରି ନ ଥିଲେ। ହେଲେ ଏଥର ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଜଣାପଡିଛି।

ସେହିପରି କେତେକ ମନ୍ତ୍ରୀ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ବଦନାମ କରିସାରିଲେଣି। ପୂର୍ବରୁ ସେହିପରି ବଦନାମ କରିଥିବା ମନ୍ତ୍ରୀଙ୍କୁ ନବୀନ ମନ୍ତ୍ରୀମଣ୍ଡଳରୁ ବାହାର କରିଦେଇଥିଲେ। ଏଥର ମଧ୍ୟ ଯେଉଁ ମନ୍ତ୍ରୀମାନେ ବଦନାମ ମୁଣ୍ଡାଇ ବୁଲୁଛନ୍ତି ସେମାନଙ୍କ ବିରୋଧରେ କଡା ଆଭିମୁଖ୍ୟ ନେଇ ନବୀନ ମନ୍ତ୍ରୀ ମଣ୍ଡଳରୁ ବିଦା କରିଦେବେ। ସେଥିରେ ସର୍ବାଗ୍ରେ ଅଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ।

ବଦନାମ ମନ୍ତ୍ରୀ ସହିତ ନବୀନ ଯେଉଁ ମନ୍ତ୍ରୀମାନଙ୍କ ଦକ୍ଷତା ନାହିଁ ସେମାନଙ୍କୁ ମଧ୍ୟ ମନ୍ତ୍ରୀ ମଣ୍ଡଳରୁ ବାହାର କରିଦେବେ ବୋଲି ଜଣାପଡିଛି। ନବୀନ ଏହି ଅଦଳବଦଳରେ ଅଳ୍ପ କେତେକ ନୂଆ ମୁହଁ ନେବେ ବୋଲି ଆଲୋଚନା ଚାଲିଛି। ହେଲେ ମନ୍ତ୍ରୀମଣ୍ଡଳରେ ଏକ ବଡଧରଣର ବିଭାଗ ଅଦଳବଦଳ କରିବାକୁ ନବୀନ ନିଷ୍ପତି କରିଛନ୍ତି।

ବର୍ତ୍ତମାନ ଓଡିଶା ବିଧାନସଭା ନିର୍ବାଚନ ଆଉ ମାତ୍ର ବର୍ଷେ ରହିଲା। ଏହା ପୂର୍ବରୁ ଯଦି ସରକାରକୁ ଠିକ କରା ନ ଯାଏ ତେବେ ସବୁ ଅଙ୍କ ଭୁଲ ହୋଇଯିବ। ସେଥିପାଇଁ ପଦମପୁର ନିର୍ବାଚନ ପରେ ବର୍ତ୍ତମାନ ନବୀନ ନିବାସ ବେଶ ଚଳଚଞ୍ଚଳ ହୋଇ ଉଠିଛି। ବିଭିନ୍ନ ସମୟରେ ନବୀନ ନେତାମାନଙ୍କୁ ଡାକି ଆଲୋଚନା କରିବାରେ ଲାଗିଛନ୍ତି। ଯଦି ଏହି ଚର୍ଚ୍ଚା ସତ ହୁଏ ତେବେ ନବୀନ ନୂଆ ବର୍ଷରେ ଶ୍ରୀଜଗନ୍ନାଥ ଦର୍ଶନ ସାରି ଏହି ଅବଦବଦଳ କରିବେ ବୋଲି ଜଣା ପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଧଡକନ୍, ଅଦଳବଦଳ ପାଇଁ ମିଳିଲା ସୁରାକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ସେ ଓଡିଶାର ବିକାଶ ସଂପର୍କରେ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ହେଲେ ଆଶ୍ଚର୍ଯ୍ୟର କଥା ଏପଟେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଧଡକନ ଆରମ୍ଭ ହୋଇଗଲାଣି। ଏହାର କାରଣ ହେଲା ଯେ, ନବୀନବାବୁ ନୂଆଦିଲ୍ଲୀରୁ  ଫେରିବା ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ।

ନବୀନ ପଟ୍ଟନାୟକ ଏହି ପାଳିରେ ମନ୍ତ୍ରୀ ମଣ୍ଡଳ ଆଦୌ ଅଦଳବଦଳ କରି ନାହାଁନ୍ତି। ତେଣୁ ଦିଲ୍ଲୀରୁ ଫେରିବା ପରେ ଏହା କରାଯିବ ବୋଲି ସଚିବାଳୟ କରିଡୋରରେ ଆଲୋଚନା ଆରମ୍ଭ ହୋଇଯାଇଛି। ନବୀନ ଅନେକ ସମୟରେ ନୂଆଦିଲ୍ଲୀ ଗସ୍ତରୁ ଆସିବା ପରେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କରିଥାନ୍ତି। ସେଥିପାଇଁ ଏହି ଚର୍ଚ୍ଚା ବେଶ ଜୋର ଧରିଛି।

ବର୍ତ୍ତମାନ ରାଜ୍ୟର ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ହୋଇଯାଇଛି। ଏଥିରେ ବିଜେଡି ବେଶ ସଫଳତା ମଧ୍ୟ ହାସଲ କରିଛି। ତେଣୁ ବର୍ତ୍ତମାନ ସଂଗଠନ ସଜାଡିବା କାମ ଆରମ୍ଭ ହେବ। ଅନ୍ୟପଟେ ନବୀନ ବହୁ ବର୍ଷ ପରେ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେଣୁ ଏସବୁକୁ ବିଚାର କଲେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଅଦଳବଦଳ ସୁନିଶ୍ଚିତ ବୋଲି ଜଣାପଡିଲାଣି।

ତେବେ ନବୀନ କାହାକୁ ନେବେ କାହାକୁ ରଖିବେ ସେ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇସାରିଲାଣି। କେତେକଙ୍କ କହିବା କଥା ହେଲା ଯେ, ଏହି ପାଳିରେ ଯେଉଁ ମନ୍ତ୍ରୀମାନେ ଦଳକୁ ବେଶ ବଦନାମ କରିଛନ୍ତି ସେମାନଙ୍କୁ ବିତାଡିତ କରାଯିବ। ସେମାନଙ୍କ ପାଇଁ ଦଳ ବିଭିନ୍ନ ସମୟରେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେଉଛି। ସେଥିପାଇଁ ସେମାନଙ୍କୁ ନବୀନ ବାଦ ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି ସୂଚନା ମିଳିଛି।

ସେହିପରି କେତେକ ମନ୍ତ୍ରୀ ବର୍ତ୍ତମାନ ପୁରା ଅଯୋଗ୍ୟ ବୋଲି ପ୍ରମାଣିତ ହୋଇସାରିଛନ୍ତି। ସେମାନଙ୍କ ପାଇଁ ମଧ୍ୟ ସରକାର ବିଭିନ୍ନ ସମୟରେ ହଟହଟା ହେଉଛନ୍ତି। ସେହିପରି ଅଯୋଗ୍ୟ ମନ୍ତ୍ରୀଙ୍କୁ ମଧ୍ୟ ବିତାଡିତ କରାଯିବ ବୋଲି ସଙ୍କେତ ମିଳିସାରିଛି। ମୁଖ୍ୟତଃ ଏଥର ମନ୍ତ୍ରୀ ମଣ୍ଡଳରେ ନବୀନ ମହିଳାମାନଙ୍କୁ ବେଶ୍ ଗୁରୁତ୍ବ ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି ଜଣାପଡିଛି।

ଏକ ବିଶେଷ ସୁତ୍ର ଅନୁସାରେ ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୂଆ ମନ୍ତ୍ରୀମଣ୍ଡଳର ଏକ ସାମ୍ଭବ୍ୟ ତାଲିକା କୁଆଡେ ପ୍ରସ୍ତୁତ କରିଛନ୍ତି। ନୂଆଦିଲ୍ଲୀରୁ ଫେରିବା ପରେ ତାହାର ଚୁଡାନ୍ତ ରୂପରେଖ ଦେବେ। ତେବେ ଏଥର ମନ୍ତ୍ରୀ ମଣ୍ଡଳରେ କିଏ ରହିବେ, କିଏ ବାଦ ପଡିବେ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ଭିତିିରିଆ ସୂଚନା ମିଳିପାରୁ ନାହିଁ। ହେଲେ ଏହି ଏପ୍ରିଲ ମାସରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ନିଶ୍ଚିତ ବୋଲି ଜଣାପଡିଛି।