Categories
ଆଜିର ଖବର ରାଜ୍ୟ ଖବର

ଏଥର ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଲେ ପାଞ୍ଚ ମହିଳା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଛନ୍ତି। ଏଥିରେ ତେର ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ଆଠ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ତେବେ ନବୀନ ଏଥର ତାଙ୍କ ମନ୍ତ୍ରୀ ମଣ୍ଡଳରେ ପାଞ୍ଚ ଜଣ ମହିଳାଙ୍କୁ ସ୍ଥାନିତ କରିଛନ୍ତି। ସେମାନେ ହେଲେ

1- ପ୍ରମିଳା ମଲ୍ଲିକ

2-ଉଷା ଦେବୀ

3-ଟୁକୁନି ସାହୁ

4-ରିତା ସାହୁ

5- ବାସନ୍ତି ହେମ୍ବ୍ରମ

ଏମାନଙ୍କ ମଧ୍ୟରୁ ତିନି ଜଣ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ବେଳେ ଦୁଇ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ପାଞ୍ଚ ଜଣହ୍କ ମଧ୍ୟରୁ ରିତା ସାହୁ ଏବଂ ବାସନ୍ତି ହେମ୍ବ୍ରମ ପ୍ରଥମ ଥର ପାଇଁ ମନ୍ତ୍ରୀ ହେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଆରମ୍ଭ, ପ୍ରଥମେ ଶପଥ ନେଲେ ଜଗନ୍ନାଥ ସାରକା

ଭୁବନେଶ୍ବର: ଲୋକସେବା ଭବନରେ ଆରମ୍ଭ ହୋଇଛି ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ। ଏହି ଉତ୍ସବର ପ୍ରଥମ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଜଗନ୍ନାଥ ସାରକା। ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଶପଥ ପାଠ କରାଇଛନ୍ତି।