Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଜଣେ ମନ୍ତ୍ରୀଙ୍କୁ ହେଲା କରୋନା

ଭୁବନେଶ୍ବର: ବିଜେଡିର କେତେକ ବିଧାୟକ ତଥା ସାଂସଦଙ୍କୁ କରୋନା ହେବା ପରେ ଏବେ ଜଣେ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ହେଉଛନ୍ତି ଜଳସଂପଦ ତଥା ସୂଚନା ଓ ଲୋକ ସଂପର୍କମନ୍ତ୍ରୀ ରଘୁନନ୍ଦନ ଦାସ।

ସେ କିଛି ଅସୁସ୍ଥ୍ୟତା ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲେ। ଯାହା ପଜେଟିଭ ବୋଲି ରିପୋର୍ଟ ଆସିଛି। ଏହା ଜଣାପଡିବା ପରେ ସେ ଟୁଇଟ ଯୋଗେ ତାଙ୍କ ସଂପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ପରୀକ୍ଷୀ କରାଇବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ବର୍ତ୍ତମାନ ହୋମ ଆସୋଲେସନରେ ଅଛନ୍ତି।

Categories
ଆଞ୍ଚଳିକ

ବାଲିକୁଦାରେ ମିଶନଶକ୍ତି କାର୍ଯ୍ୟାଳୟର ଉଦଘାଟନ କଲେ ମନ୍ତ୍ରୀ ରଘୁନନ୍ଦନ ଦାସ

ରମେଶ ମହାନ୍ତି

ଜଗତସିଂହପୁର: ବାଲିକୁଦା ବ୍ଲକ ଅନ୍ତର୍ଗତ ଅଳାବୋଳ ପଞ୍ଚାୟତ ନବଜ୍ୟୋତି ମହାସଂଘ ମିଶନ୍ ଶକ୍ତି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏରସମା-ବାଲିକୁଦା ବିଧାୟକ ତଥା ରାଜ୍ଯ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପଲ୍ଲୀଶ୍ରୀ ସାମଲ, ସଭ୍ୟା ସଲିମା ବିଶ୍ଵାଳ, ଜିଲ୍ଲାପରିଷଦ ସଭ୍ୟ ମହନି ରାଉତ, ସମାଜସେବୀ ସୁକାନ୍ତ ଦାସ, ଶ୍ରୀକାନ୍ତ ଦାସ, ପ୍ରଦୀପ୍ତ ସ୍ୱାଇଁ, ଶାନ୍ତନୁ କାନୁନଗୋ, ଦିଲ୍ଲୀପ କାନୁନଗୋ ପ୍ରମୂଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ତିର୍ତ୍ତୋଲ ଧୋୟାଞ୍ଚଳରୁ ନିଷ୍କାସନ ହୋଇପାରୁନି ବର୍ଷାପାଣି, ବୁଡି ରହିଥିବା ଚାଷଜମିକୁ ଦେଖିଲେ ଜଳସମ୍ପଦ ମନ୍ତ୍ରୀ

ରମେଶ ମହାନ୍ତି

ଜଗତସିଂହପୁର: ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ, ସାମନ୍ତରାପୁର ଗ୍ରାମ ପଞ୍ଚାୟତ ସିରସ୍ତା ଅଞ୍ଚଳର ଜଳମଗ୍ନ ଅଞ୍ଚଳ,କୋଲର ପଞ୍ଚାୟତର ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ। କୋଲର ପଞ୍ଚାୟତର ନାଗପୁରା ଗହୀର,ପାଟକୁରା ଗହୀର, ଜୟପୁର ଗହୀର ଓ କୋଲର ଗହୀରର ଶହଶହ ଏକର ଚାଷଜମି ୭ ଦିନ ହେବ ଜଳମଗ୍ନ ହୋଇ ରହିଥିଲେ ମଧ୍ୟ ଜଳ ନିଷ୍କାସନ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି।

ସୂଚନାନୁଯାୟୀ କୋଲର ପଞ୍ଚାୟତର ଉକ୍ତ ଚାଷଜମି ଗୁଡିକରୁ ଜଳ ନିଷ୍କାସନ ନିମନ୍ତେ ପ୍ରାୟ ଦୁଇବର୍ଷ ପୂର୍ବରୁ କଳାପାରିଛନ୍ଦା ନିକଟରେ ଏକ ସୁଇଚ୍ ଗେଟ୍ ନିର୍ମାଣ ସମ୍ପୂର୍ଣ୍ଣ ହେବା ସହିତ କେନାଲ ମଧ୍ୟ ଖୋଳା ସରିଛି ହେଲେ ସୁଇଚଗେଟରୁ ପାଖାପାଖି ୭୦ମିଟର ଦୂରତା ଯାଏ କେନାଲ୍ ସଂଯୋଗ ହୋଇପାରି ନଥିବାରୁ ଶହଶହ ଏକର ଚାଷଜମିରୁ ଆଜି ଜଳ ନିଷ୍କାସନ ହୋଇପାରୁନାହିଁ ଯାହାଫଳରେ ଆଜି କୋଲର ଓ ପୋରଗଦେଇ ଏହି ଦୁଇ ପଞ୍ଚାୟତର ପାଖାପାଖି ୩୩ଟି ରାଜସ୍ୱ ଗ୍ରାମର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ଚାଷ ଉଜୁଡ଼ି ଯାଉଛି ବୋଲି ସ୍ଥାନିୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ସାମନ୍ତରାପୁର, ଆମ୍ବିରି, ଶଙ୍ଖେଶ୍ୱର ଆଦି ଧୋୟା ଅଞ୍ଚଳ ଗୁଡିକୁ ମନ୍ତ୍ରୀ ଶ୍ରୀ ଦାସ ବୁଲି ଦେଖିବା ସହିତ ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀଙ୍କ ସହ କ୍ଷୟକ୍ଷତି ଆକଳନ କରିଥିଲେ।

କୋଲର ପଞ୍ଚାୟତ ପାଇକାସେତୁ ଠାରେ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଜଳସମ୍ପଦ ବିଭାଗର ଅଧିକାରୀ ମାନଙ୍କ ସହ ଜଳମଗ୍ନ ଅଞ୍ଚଳ ସମ୍ପର୍କରେ ଆଲୋଚନା କରି କ୍ଷୟକ୍ଷତି ବାବଦରେ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାସଙ୍କ ସହ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ, ବିଡିଓ, ତହସିଲଦାର ପ୍ରମୁଖ ବନ୍ୟାଞ୍ଚଳ ଗ୍ରସ୍ତ କରି ଲୋକମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।