Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଏବଂ ଅର୍ଚ୍ଚାନା ନାଗଙ୍କ ବ୍ଲାକମେଲିଂ ବିରୋଧରେ ବିଜେପିର ସତ୍ୟାଗ୍ରହ

ଭୁବନେଶ୍ୱର: ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶ ଓ ଅର୍ଚ୍ଚନା ନାଗ ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ପୋଲିସ କମିଶନରେଟ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆରମ୍ଭ କରିଛି। ଏଥିରେ ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

ଆସନ୍ତା ୪୮ ଘଂଟା ମଧ୍ୟରେ ଅର୍ଚ୍ଚନା ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ତାଲିକା ଏବଂ ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଜେରା କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁଣି ଥରେ ଶିକ୍ଷକ ନିଯୁକ୍ତି,ଏଥର ୬୮୯୧ ଜଣଙ୍କୁ ମିଳିବ ଚାକିରୀ, ନବୀନ ଦେବେ ନିଯୁକ୍ତି ପତ୍ର

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ପହିଲାରେ ରାଜ୍ୟ ସରକାର ୬ ହଜାର ୮୯୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବେ। ଏଥିରେ କଳା, ବିଜ୍ଞାନ, ପିଇଟି ଓ ଅନ୍ୟାନ୍ୟ ବିଭାଗର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏହି ନୂଆ ଶିକ୍ଷକଙ୍କୁ କଳିଙ୍ଗ ଷ୍ଟାଡିୟମରେ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ କରାଯିବ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ସମସ୍ତଙ୍କୁ ଉଦବୋଧନ ଦେବେ।

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଅନୁସାରେ ରାଜ୍ୟରେ ଏବେ ୧୧ ହଜାର ୮୦୦ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଆସନ୍ତା ୧ ତାରିଖରେ ମୁଖ୍ୟମନ୍ତ୍ରୀ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦେବେ। ଶିକ୍ଷା କ୍ଷେତ୍ରକୁ ଶସକ୍ତ କରିବା ନିମନ୍ତେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ପୂର୍ବରୁ ଆଉ ଦୁଇଟି ପର୍ଯ୍ୟାୟରେ ଏହି ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।