Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ମନ୍ଦିରରୁ ଚୋରି ଅଭିଯୋଗ: ଜଣେ ଯୁବ ଡ଼୍ରାଇଭରଙ୍କ ସମେତ ୬ ମହିଳା ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଗତ କିଛି ମାସ ହେଲା ବିଭିନ୍ନ ମନ୍ଦିର ନିକଟରେ ଛକି ରହି କିଛି ମହିଳା ବିଭିନ୍ନ ମହିଳାମାନଙ୍କ ଠାରୁ ସୁନା ଚେନ ଝାମ୍ପି ଚମ୍ପଟ୍ ମାରିଥିବା ଅଭିଯୋଗ କୁ ନେଇ ବ୍ରହ୍ମପୁର ପୋଲିସ ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଙ୍କ ସୁଚିନ୍ତିତ ଅନୁସନ୍ଧାନ ଫଳରେ ଏକ ମହିଳା ଚୋରି ରାକେଟ୍ ଧରାପଡ଼ିଛନ୍ତି। ବ୍ରହ୍ମପୁର ଏସ୍ ପି ଏକ ସାମ୍ବାଦିକ ସମ୍ମୀଳନୀରେ ବିବୃତ୍ତି ରଖିଛନ୍ତି ଯେ, ଗତ ଫେବୃୟାରୀ ୮ ତାରିଖରେ ଚୋରିର ଶୀକାର ହୋଇଥିବା ଗଜପତି ନଗର ଅଞ୍ଚଳର ଜନୈକା ବୃଦ୍ଧା ମହିଳା ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲେ ଯେ କୋର୍ଟପେଟା ଜଗନ୍ନାଥ ମନ୍ଦିର ନିକଟରେ ଛିଡା ହୋଇଥିବା ବେଳେ କେହି ଜଣେ ସୁନା ଚେନ ଝାମ୍ପି ଚମ୍ପଟ୍ ମାରିଥିଲା।

ଉକ୍ତ ଅଭିଯୋଗ କୁ ନେଇ ବ୍ରହ୍ମପୁର ଏସ୍ ପି ଅନୁସନ୍ଧାନ ଚଳାଇ ଯମୁନା ବେହେରା ନାମ୍ନୀ ଜଣେ ମହିଳାକୁ ଗିରଫ କରି ତା’ ଠାରୁ ଉକ୍ତ ଅଳଙ୍କାର ଆଦାୟ କରି ବୃଦ୍ଧା ମହିଳାଙ୍କୁ ଫେରାଇ ଥିଲେ। ପରବର୍ତ୍ତୀ ସମୟରେ ଅନୁଧ୍ୟାନ କରି ଜାଣିବାକୁ ପାଇଲେ ଯେ, ଯମୁନା ବେହେରାର ପୁଅ ପି ରାଜା ଏକ ଟିମ ଗଠନ କରି ଏହି ସବୁ ଲୁଟ୍ କାମ ଚଳାଇଛି। ପରବର୍ତ୍ତୀ ସମୟରେ ଯମୁନାର ସ୍ବାମୀ ଓ ପୁଅର ମୋବାଇଲ ଫୋନ କୁ ଟ୍ରାକିଂ କରି ଏହି ଚୋରି ଗୋଷ୍ଠୀର ସନ୍ଧାନ ପାଇ ଗୋଟିଏ ଟ୍ରାଭେରା କାର୍ ଓ ଡ଼୍ରାଇଭର ବିଜୟ ଯେନା ସମେତ ନାଗୁ ବେହେରା, ଏସ୍ ପୁଷ୍ପା, ବାସନ୍ତୀ ବେହେରା, ସବିତା ସାହୁ, ମୀନା ରାଓ, ଏଚ୍ ପୁଷ୍ପା ପ୍ରମୁଖ ଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଜେରା କରିଥିଲେ ଓ ଉକ୍ତ ମହିଳା ମାନଙ୍କ ଠାରୁ ଗୋଟିଏ ସୁନା ଚେନ, ୪ ଟି ନକଲି ସୁନା ଚେନ ଓ ନଗଦ ୨୫ ହଜାର ଟଙ୍କା ଜବତ କରାଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ: ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିରରୁ ଚୋରି, ପୋଲିସର ତଦନ୍ତ ଜାରି

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିରରୁ ଚୋରି ହୋଇଥିବା ଖବର ହସ୍ତଗତ ହୋଇଛି। ଗତକାଲି ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୁତ୍ତ ମନ୍ଦିରର ଭିତର ହୁଣ୍ଡିରୁ ସମସ୍ତ ଦାନ ଅର୍ଥ ଲୁଟିନେଇଥିବା ଜଣାପଡିଛି।

ମନ୍ଦିର କମିଟି ଅବଗତ ହେବାପରେ ଆଜି ବାଲୁଗାଁ ଥାନାରେ ଏ ନେଇ ଏତଲା ଦିଆଯାଇଛି। ଏତଲା ପାଇବା ପରେ ବାଲୁଗାଁ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଖୁବ ଶୀଘ୍ର ଅଭିଯୁକ୍ତ ଗିରଫ ହେବ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁର: ବିଭିନ୍ନ ମନ୍ଦିରରୁ ସୁନା ରୂପା ଅଳଙ୍କାର ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ, କୋଲସାହି ଓ ରାଉଳ ହଜ ନିକଟରେ ଥିବା ମନ୍ଦିରରୁ ଚୋରୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ସବୁ ମନ୍ଦିରରୁ ତାଲା ଭାଙ୍ଗି ଠାକୁରଙ୍କ ଟଙ୍କା ଓ ବିଭିନ୍ନ ସୁନା ରୂପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଲୋକେ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ନିରାକାରପୁର ପୋଲିସ ୩ ଜଣ ଚୋରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥ ବେହେରା, ମାନସ କୁମାର ବେହେରା ଓ ବାଇଧର ପ୍ରଧାନ। ଅଭିଯୁକ୍ତମାନେ ଚୋରି ଜିନିଷପତ୍ର ସବୁ ଜଣେ ବ୍ୟବସାୟୀକୁ ବିକ୍ରୀ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଅଚାନକ ଚଢ଼ାଉ କରିଥିଲା।  ସେମାନଙ୍କ ଠାରୁ ଚୋରି ଜିନିଷପତ୍ର ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଆଜି ଏହି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।