Categories
ଆଞ୍ଚଳିକ

ଆଜି ଖୋଲିଲା ମା’ ଉଗ୍ରତାରା ଦେବୀଙ୍କ ମନ୍ଦିରର ହୁଣ୍ଡୀ: ଜାଣନ୍ତୁ କେତେ ସଂଗ୍ରହ ହେଲା ଦାନ ରାଶି?

ଟାଙ୍ଗୀ: ଓଡ଼ିଆ ଗଣ ପର୍ବ ରଜ ଯାତ୍ରା ପୂର୍ବରୁ ଓଡିଶାର ପ୍ରସିଦ୍ଧ ତନ୍ତ୍ର ପୀଠ ମା ଉଗ୍ରତାରା ଦେବୀଙ୍କ ମନ୍ଦିରର ଦାନ ହୁଣ୍ଡୀ ଆଜି ଖୋଲା ଯାଇଛି। ଦାନ ହୁଣ୍ଡୀ ଖୋଲା ଯାଇ ମନ୍ଦିର କାର୍ଯ୍ୟାଳୟ ପରିସରରେ ଭକ୍ତଙ୍କର ଦାନ ଟଙ୍କା ଗଣତି କରାଯାଇଥିଲା।

ଗଣତି ଶେଷ ପରେ ଦାନ ହୁଣ୍ଡିରୁ ୯ ଲକ୍ଷ ୬୮ ହଜାର ୧୪୭ ଟଙ୍କା ମିଲିଥିବା ଜଣା ପଡିଛି। ଦାନ ହୁଣ୍ଡିରୁ ମିଳିଥିବା ଭକ୍ତଙ୍କର ଦାନ ଅର୍ଥ ରାଶିକୁ ସ୍ଥାନୀୟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଜମା କରାଯିବ। ଟାଙ୍ଗୀ ତହସିଲଦାର ମିତାଲି ପାତ୍ର, ବିଡ଼ିଓ ରେସ୍ମା ଟେଟେ, ଟାଙ୍ଗୀ ଥାନା ଆଇ ଆଇ ସି. ସୁଶାନ୍ତ କୁମାର ବେହେରା, ମନ୍ଦିର ଟ୍ରଷ୍ଟିର କୁମର ପାତ୍ର, ସୁବତ କୁମାର ସାମନ୍ତରାୟ, ସରପଞ୍ଚ କିଶୋର କୁମାର ରାଉତରାୟଙ୍କ ସମେତ ବହୁ ସ୍ଵେଚ୍ଛାସେଵୀ ଓ
କର୍ମକର୍ତ୍ତାଙ୍କ ଉପସ୍ଥିତରେ ଗଣତି କରାଯାଇଥିଲା।

Categories
ଆଞ୍ଚଳିକ ଧର୍ମ ସଂସ୍କୃତି

ଦୀର୍ଘ ଆଠ ମାସ ପରେ ଖୋଲିଲା ମା’ ଭଗବତୀ ମନ୍ଦିରର ହୁଣ୍ଡି: ଜାଣନ୍ତୁ ଏଥର କେତେ ମିଳିଲା ଦାନ

ସୀତାରାମ ଅଗ୍ରୱାଲ

ବାଣପୁର: ଦୀର୍ଘ ଆଠ ମାସ ପରେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରର ହୁଣ୍ଡି ଖୋଲାଯାଇଛି। ବାଣପୁର ତହସିଲଦାର ତଥା ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ପାଢ଼ୀ ମା’ ଙ୍କ ହୁଣ୍ଡିଙ୍କୁ ଖୋଲିଥିଲେ। ଉକ୍ତ ହୁଣ୍ଡିରୁ ସମୁଦାୟ ୧ ଲକ୍ଷ ୩୯ ହଜାର ୮ ଶହ ୮୯ ଟଙ୍କା ମିଳିଥିବାର ତହସିଲଦାର ସୂଚନା ଦେଇଛନ୍ତି। ଉକ୍ତ ସମୟରେ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ଆଇଆଇସି ରଶ୍ମିରଂଜନ ସାହୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳାମୁକୁନ୍ଦ ଦାସ, ବରିଷ୍ଠ ସେବାୟତ ଭାସ୍କର ଚନ୍ଦ୍ର ନାୟକ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତେବେ ହୁଣ୍ଡିରୁ ଆଦାୟ ହୋଇଥିବା ଟଙ୍କା ମା’ଙ୍କ ନୀତିକାନ୍ତିରେ ନିୟୋଜିତ ହେବ ବୋଲି ଏଣ୍ଡାଓମେଣ୍ଟ କମିଟି ସୂଚନା ଦେଇଛି। ତେବେ କରୋନା ମହାମାରୀ ଲାଗି ଦୀର୍ଘ ମାସ ଧରି ମନ୍ଦିର ବନ୍ଦ ଥିବାରୁ ଭକ୍ତଙ୍କ ଦାନ ପରିମାଣ କମିଯାଇଥିବାର ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳାମୁକୁନ୍ଦ ଦାସ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଶେଷଥର ପାଇଁ ମା’ ଭଗବତୀଙ୍କ ହୁଣ୍ଡି ଗତ ବର୍ଷ ଡିସେମ୍ବର ମାସରେ ଖୋଲାଯାଇଥିବାବେଳେ ସମୁଦାୟ ୧ ଲକ୍ଷ ୩ ହଜାର ଟଙ୍କା ହୁଣ୍ଡୀରୁ ଆଦାୟ ହୋଇଥିଲା।