Categories
ଆଞ୍ଚଳିକ

ତୁମ୍ବେଶ୍ୱର ମନ୍ଦିର ପ୍ରତିଷ୍ଠାରେ ଯୋଗଦାନ ଦେଲେ ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ସ୍ଥିତ ତୁମ୍ବେଶ୍ୱର ମନ୍ଦିର ପ୍ରତିଷ୍ଠା ଅବସରରେ ଷଣ୍ଢମୂଳ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଗାଇଡ୍ ଏବଂ ଜୁନିୟର ରେଡକ୍ରସ ର ଛାତ୍ରଛାତ୍ରୀମାନେ ରାସ୍ତା ର ଉଭୟ ପାର୍ଶ୍ଵ ସଫେଇ କରିବା ସହ ଭକ୍ତ ମାନେ କେମିତି ଶୃଙ୍ଖଳା ରେ ଦର୍ଶନ କରିପାରିବେ ସେ ଦିଗରେ କାର୍ଯ୍ୟକରିଥିଲେ। ଏଥିସହିତ ଅନ୍ୟାନ୍ୟ କାର୍ଯ୍ୟ ରେ ମଧ୍ଯ ସହଯୋଗ କରିଥିଲେ।

ଏଥିରେ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ଭାଗିରଥି ସ୍ୱାଇଁ, ପ୍ରଧାନ ଶିକ୍ଷକ ଶ୍ରଦ୍ଧା ରଞ୍ଜନ ରାୟ, ଶିକ୍ଷକ ସୁରେଶ କୁମାର ବାରିକ, ସୁଧୀର ବେହେରା, ସ୍କାଉଟ୍ ପ୍ରଶିକ୍ଷକ ଜ୍ୟୋତି ରଞ୍ଜନ ନାୟକ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ମା’ ଭୁବନେଶ୍ୱରୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ସୀତାରାମ ଅଗ୍ରୱାଲ

ବାଣପୁର:
ଚଳିତ ଆଷାଢ଼ କୃଷ୍ଣପକ୍ଷ ତୃତୀୟା ତିଥି ବୁଧବାର ଠାରୁ ତିନିଦିନ ଧରି ଶ୍ରୀ ଶ୍ରୀ ମା’ ଭୁବନେଶ୍ୱରୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନହରଡିହ ଗ୍ରାମରେ ମା’ ଙ୍କର ପୂଜା କରାଯାଉଥିବା ବେଳେ ବହୁଦିନ ଧରି ଏକ ଚାଳଘରେ ପୂଜା ପାଉଥିଲେ। ଗ୍ରାମବାସୀଙ୍କ ଇଚ୍ଛାଶକ୍ତି ଓ ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କ ଅଦମ୍ୟ ଉତ୍ସାହ ଫଳରେ ମା’ ଙ୍କର ନୂତନ ମନ୍ଦିର ନିର୍ମାଣ କରାଯାଇଥିବା ଗ୍ରାମବାସୀ କହିଛନ୍ତି।

ପୁରୋହିତ ଭାବରେ ପ୍ରତିଷ୍ଠା କରୁଥିବା ପୁରୀ ନିବାସୀ ସୁଧାକର ମିଶ୍ରଙ୍କ କହିବା ମୁତାବକ ମନୁଷ୍ୟର ଯେପରି ଉନ୍ନତି ଅଛି, ସେହିପରି ଦେବଦେବୀଙ୍କର ମଧ୍ୟ ଗ୍ରହ ପରିବର୍ତ୍ତନ ଅଛି।  ତେଣୁ ମା’ଙ୍କର ଇଚ୍ଛା ହେବାରୁ ତାଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ହୋଇଛି। ବୁଧବାର ଅଙ୍କୁରରୋପଣ ଓ ମଙ୍ଗଳବାର ଜଳଯାତ୍ରା, ରତ୍ନମୁଦ ସହ ଘୃତଯଜ୍ଞ କରାଯାଇ ଦେବତା ଶୟନ କାର୍ଯ୍ୟକ୍ରମ ସମାପନ କରାଯାଇଛି। ଆସନ୍ତାକାଲି ପୂର୍ଣ୍ଣାହୁତି ପରେ ଦେବୀ ଭୁବନେଶ୍ୱରୀଙ୍କୁ ମନ୍ଦିରରେ ଆସ୍ଥାନ କରାଯିବ।

ପ୍ରତିଷ୍ଠା ଉତ୍ସବରେ ଗ୍ରାମର ଦିଲ୍ଲୀପ କୁମାର ପଣ୍ଡା ଓ ତାଙ୍କ ସହଧର୍ମିଣୀ ମମତା ପଣ୍ଡା କର୍ତ୍ତା ଭାବରେ ଉପବିଶନ ହୋଇଥିଲେ। ନହରଡିହ ଗ୍ରାମରେ ଉକ୍ତ ଉତ୍ସବକୁ ସମସ୍ତ ଗ୍ରାମବାସୀ ଆନନ୍ଦର ସହକାରେ ସହଯୋଗ କରିଥିବା ପରିଲକ୍ଷିତ ହୋଇଥିଲା।