Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମମିତା ହତ୍ୟା ଘଟଣା: ରାଜ୍ୟପାଳଙ୍କୁ ଭେଟିଲା ରାଜ୍ୟ ବିଜେପି, ନବୀନ ନିବାସ ଆଗରେ ମହିଳା ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ବର: ମମିତା ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ବିଜେପି ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ଵରେ ରାଜ୍ୟପାଳଙ୍କୁ ବିଜେପି ନେତାମାନେ ଭେଟିଛନ୍ତି।

ଏହି ଅବସରରେ ରାଜ୍ୟପାଳଙ୍କ ନିକଟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ବିଜେପି ଦାବି କରିଛି। ଏହା ସହ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କୁ ବିଜେପି ନିବେଦନ କରିଛି। ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ଏହାର ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି କୁହାଯାଇଛି। ତେଣୁ ରାଜ୍ୟପାଳ ଏହି ଘଟଣାକୁ ଗୁରୁତ୍ଵର ସହ ବିଚାର କରିବାକୁ ବିଜେପି ନେତାଙ୍କୁ କହିଛନ୍ତି।

ତେବେ ଏହି ଘଟଣାରେ ଆସନ୍ତାକାଲି ବଲାଙ୍ଗୀରି ଜିଲ୍ଲାରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକାରା ଦିଆଯାଇଛି। ଅନ୍ୟପଟେ ମହାଲିଙ୍ଗ ମିଷ୍ଟ୍ରିକୁ  ନେଇ ବିଜେପି କର୍ମୀମାନେ ନବୀନ ନିବାସରେ ବିକ୍ଷୋଭ ମଧ୍ୟ କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।