Categories
ଆଜିର ଖବର ଜାତୀୟ ଖବର

ଋଷଭ ପନ୍ତ କାର ଦୁର୍ଘଟଣା: ଟ୍ୱିଟ କରି ଶୀଘ୍ର ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କ୍ରିକେଟର ଋଷଭ ପନ୍ତଙ୍କ କାର ଉତ୍ତରାଖଣ୍ଡର ରୁଡକି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ପନ୍ତ ଆହତ ହୋଇଥିଲେ। ଏହି ଖବର ଆସିବା ପରଠାରୁ ଘଟଣା ସହ ଜଡିତ ଚିତ୍ର ସୋସିଆଲ ମିଡିଆରେ ସେୟାର କରାଯାଉଥିବାବେଳେ ବରିଷ୍ଠ ନେତା, କ୍ରିକେଟର ତଥା ପ୍ରଶଂସକମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏବଂ ସେ ଟୁଇଟ୍ କରି ଶୀଘ୍ର ସୁସ୍ଥ ହେବା ଲାଗି କାମନା କରିଛନ୍ତି। ବର୍ତ୍ତମାନ ରିଷଭ ପନ୍ତ ସୁସ୍ଥ ଥିବା ଜଣାପଡ଼ିଛି।

ଉଲ୍ଲେଖ ଯୋଗ୍ୟ ଯେ, ଋଷଭ ପନ୍ତଙ୍କ ମର୍ସିଡିଜ୍ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହାକୁ ସେ ନିଜେ ଡ୍ରାଇଭ କରୁଥିଲେ। ଦୁର୍ଘଟଣା ସମୟରେ ପନ୍ତ କାରରେ ଏକୁଟିଆ ଥିଲେ। ଏହି ଦୁର୍ଘଟଣା ପରେ ମର୍ସିଡିଜ୍ ରେ ନିଆଁ ଲାଗିଯାଇଥିଲା ​​ଏବଂ ସେ ସାହାସର ସହ କାର କାଚ ଭାଙ୍ଗି ବାହାରକୁ ଆସିଥିଲେ। ପ୍ରଥମେ ତାଙ୍କୁ ରୁଡକିକୁ ନିଆଯାଇଥିଲା, ପରେ ତାଙ୍କୁ ଡେହରାଡୁନର ମ୍ୟାକ୍ସ ହସ୍ପିଟାଲକୁ ପଠାଯାଇଥିଲା।